Lalita Mohan Mishra

Children Stories Classics Children

3.0  

Lalita Mohan Mishra

Children Stories Classics Children

ଉଦ୍ଭିଦରୁ ଶିକ୍ଷା

ଉଦ୍ଭିଦରୁ ଶିକ୍ଷା

3 mins
166


ସାଗରିକା ତାଙ୍କ ସ୍ୱାମୀଙ୍କ ସହ ରହୁଥିଲେ, ସହରଠାରୁ କିଛି ଦୂରରେ । ତାଙ୍କର ଘର ସାମ୍ନାରେ ଜଣେ ବୃଦ୍ଧ ଏକାକୀ ରହୁଥିଲେ । ସମସ୍ତେ ବୃଦ୍ଧଙ୍କୁ ବୁଢା ମଉସା.. ବୁଢା ମଉସା.. ବୋଲି ଡାକୁଥିଲେ । ଥରେ ଗୋଟିଏ ଗାଡିରେ ବିଭିନ୍ନ ପ୍ରକାର ଫୁଲ ଗଛ ଏବଂ ଅନ୍ୟାନ୍ୟ ଗଛ ବିକା ଆସିଥିଲା । ବୁଢା ମଉସା ଭାରି ଉଦ୍ଭିଦ ପ୍ରେମୀ । ସେ ସେଥିରୁ କେତେ ଗୁଡିଏ ଗଛ କିଣିଲେ । ସାଗରିକାର ଛୋଟ ପୁଅ ଟୁକୁଲୁ ବୁଢା ମଉସାଙ୍କର ଗଛ ଦେଖି ମାଆଙ୍କୁ ଲଗାଇଲା, ଆମେ ଗଛ କିଣିବା । ସୁନ୍ଦର ଫୁଲ ଗଛ ଗୁଡିକ ଦେଖି ସାଗରିକାର ମଧ୍ୟ ଲୋଭ ବଢିଲା । ସାଗରିକା ମଧ୍ୟ ବୁଢା ମଉସା କିଣି ଥିବା ସମାନ ଫୁଲ ଗଛ ଗୁଡିକ କିଣିଲେ । ସାଗରିକା ଫୁଲ ଗଛ ଗୁଡିକର ଭାରି ଯତ୍ନ ନେଉଥିଲେ । ଦିନକୁ ଦୁଇ ଥର ପାଣି ଦିଅନ୍ତି । ସମୟ ସମୟରେ ସାର ଏବଂ ସମସ୍ତ ପ୍ରକାରର କୀଟନାଶକ ଔଷଧର ବ୍ୟବହାର କରନ୍ତି । ଫୁଲ ଗଛ ଗୁଡିକ ଅସମ୍ଭବ ଭାବରେ ବଢିବାକୁ ଲାଗିଲା ।

ସମୟ ଅତିବାହିତ ହୁଏ । ଉଭୟଙ୍କ ଉଦ୍ଭିଦ ବୃଦ୍ଧି ପାଇଛି। ସାଗରିକାଙ୍କ ଫୁଲ ଗଛ ଗୁଡିକ ସବୁଜ ଏବଂ ବହୁତ ସୁନ୍ଦର ଦିଶୁ ଥିଲା । ଅନ୍ୟ ପଟେ ବୁଢା ମଉସାଙ୍କ ଫୁଲ ଗଛ ଗୁଡିକ ଏ ପର୍ଯ୍ୟନ୍ତ ଭଲରେ ଉଠି ନଥିଲା । ଏହା ଦେଖି ସାଗରିକା ମନ ଭିତରେ ନିଜକୁ ଭାରି ଗର୍ବିତ ଅନୁଭବ କରୁକଲା । ହଠାତ୍ ଦିନେ ରାତିରେ ପାଗ ଖରାପ ହୋଇଗଲା । ଘଡଘଡି ବିଜୁଳି ପବନ ସାଙ୍ଗକୁ ଝଡ ତୋଫାନ ଆସିଗଲା ... ଝଡ ତୋଫାନ ସାଙ୍ଗକୁ ରାତିସାରା ବର୍ଷା ଲାଗି ରହିଲା । ସକାଳେ, ଯେତେବେଳେ ପାଗ ଶାନ୍ତ ହେଲା, ସାଗରିକା ଓ ବୁଢା ମଉସା ପ୍ରାୟ ଏକ ସମୟରେ ଉଦ୍ଭିଦ ଗୁଡିକ ପାଖରେ ପହଞ୍ଚିଲେ । କିନ୍ତୁ ଏହା କ’ଣ ? ସାଗରିକାର ଉଦ୍ଭିଦ ଗୁଡିକ ଭୂମିରୁ ଉଚ୍ଛେଦ ହୋଇଥିବାବେଳେ ବୁଢା ମଉସାଙ୍କର ଉଦ୍ଭିଦ ଗୁଡିକ ମାଟିରେ ଲାଗି ରହିଥିଲା । ସାଗରିକା ବୁଢା ମଉସା ଙ୍କୁ ପ୍ରଶ୍ନ କରିଥିଲେ, ଦାଦା କାହିଁକି ଏପରି ଘଟିଲା । ଆମ ଦୁହିଁଙ୍କର ସମାନ ଉଦ୍ଭିଦ ଥିଲା, ବରଂ ମୁଁ ଆପଣଙ୍କ ଅପେକ୍ଷା ମୋ ଉଦ୍ଭିଦ ଗୁଡିକର ଭାରି ଯତ୍ନ ନେଇଥିଲି । ତା’ହେଲେ ଆପଣଙ୍କର ଉଦ୍ଭିଦ ଗୁଡିକ ପ୍ରକୃତିର ଏହି ଆଘାତକୁ କିପରି ସହ୍ୟ କଲା ? ଏବଂ ଏଗୁଡିକ କିପରି ଉପୁଡି ଗଲେ ? ବୁଢା ମଉସା କହିଲେ, ଦେଖ ଝିଅ, ତୁମେ ଉଦ୍ଭିଦକୁ ପ୍ରଚୁର ପରିମାଣରେ ସାର କିଟନାଶକ ଔଷଧ ଏବଂ ଅତି ଶୀଘ୍ର ବଢିବା ବିଭିନ୍ନ ପ୍ରକାର ଜିନିଷ ଦେଇଛ । ତେଣୁ ତାଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଆଉ ତାଙ୍କୁ ନିଜେ କିଛି କରିବାକୁ ପଡିଲା ନାହିଁ। ନା ଜଳ ନା ଖାଦ୍ୟ ଖୋଜିବା ପାଇଁ ତାଙ୍କର ମୂଳ ଗୁଡିକ ଭିତରକୁ ଯିବାକୁ ପଡିଲା ନାହିଁ । ସେମାନଙ୍କୁ ପ୍ରଚୁର ପରିମାଣରେ ତୁମେ ସବୁ ଦେଇଦେଲ । କୀଟପତଙ୍ଗକୁ ଏଡାଇବା ପାଇଁ ସେ ନିଜର ପ୍ରତିରୋଧକ ଶକ୍ତି ମଧ୍ୟ ସେମାନେ ଗଠନ କରି ନ ଥିଲେ । ଫଳାଫଳ ହେଲା ଯେ ଆପଣଙ୍କ ଉଦ୍ଭିଦ ବାହାରେ ସୁନ୍ଦର, ସବୁଜ ଦେଖାଯାଉଥିଲା କିନ୍ତୁ ଏହା ଭିତରେ ଦୁର୍ବଳ ଥିଲା । ସେଥିପାଇଁ ଏଗୁଡିକ ଗତ ରାତିର ଝଡକୁ ପ୍ରତିରୋଧ କରି ପାରିଲେ ନାହିଁ । ଯେତେବେଳେ ମୁଁ ମୋର ଉଦ୍ଭିଦର ଯତ୍ନ ନେଉଥିଲି ସତ କିନ୍ତୁ ସେମାନେ ନିଜେ କିପରି ବଞ୍ଚିବେ ଏବଂ ଉଦ୍ଭିଦର ମୂଳ ଗୁଡିକ କିପରି ଗଭୀରକୁ ଯିବ ସେଥିପ୍ରତି ଯତ୍ନବାନ ଥିଲି । ନିଜକୁ ବଞ୍ଚାଇ ରଖିବା । ଏବଂ ଏହାର ରୋଗ ପ୍ରତିରୋଧକ ଶକ୍ତି ବଢାଇବା, ପ୍ରକୃତିର ଆଘାତକୁ ସହଜରେ ସହ୍ୟ କରିବା ଏ ପ୍ରତି ଅଧିକ ଯତ୍ନବାନ୍ ଥିଲି । ବାସ୍ତବରେ ଝିଅ ଆମେ ବାପା ମାଆ ଭାବରେ ଶିଶୁଟିର ଯତ୍ନ ନେବାରେ ଏତେ ପରିଶ୍ରମ କରୁଛନ୍ତି ଯେ ପିଲାଟି ନିଜେ କିପରି ନିଜ ଗୋଡରେ ଠିଆ ହେବ, ସଂଘର୍ଷ କରିବ ସେସବୁ ସୁଯୋଗ ଆମେ ଦେଉ ନାହେଁ । ଆମେ ପିନ୍ଧାଇ ଦେଉଛେ, ଆମେ ଖୁଆଇ ଦେଉଛେ, ବେଳେ ବେଳେ ଆମେ ତାର ଟାକ୍ସ ବି କରି ଦେଉଛେ। ଏହିପରି ଭାବରେ, ସେମାନେ ଭାବପ୍ରବଣ ଏବଂ ଶାରୀରିକ ଭାବରେ ଶକ୍ତିଶାଳୀ ହେବା ଅପେକ୍ଷା ଦୁର୍ବଳ ହୋଇଯାଉଛନ୍ତି । ତେଣୁ ପିଲାମାନଙ୍କୁ ବଢାଇବା ଏବଂ ଉଦ୍ଭିଦଗୁଡିକର ଯତ୍ନ ନେବାରେ ଅନେକ ସମାନତା ଅଛି ... 


Rate this content
Log in