Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Sambit Srikumar

Tragedy Classics Inspirational


4.7  

Sambit Srikumar

Tragedy Classics Inspirational


ତ୍ବରିତ ନ୍ୟାୟ

ତ୍ବରିତ ନ୍ୟାୟ

5 mins 227 5 mins 227


ଏଇ କଥାଟିର ସତ୍ଯାସତ୍ଯ ବିଷୟରେ ଆପଣ ହୁଏତ ସନ୍ଦିହାନ ହୋଇପାରନ୍ତି କିନ୍ତୁ ମୁଁ ନୁହେଁ। କାରଣ ଏହା ମୋର ଅଙ୍ଗେ ନିଭା କାହାଣୀ। ଏମିତି ତ ଅଙ୍ଗେ ନିଭାଇଥିବା କାହାଣୀ ସତ୍ଯ ହିଁ ହୋଇଥାଏ। ତଥାପି ବେଳେ ବେଳେ କଳ୍ପନା ବିଳାସ ଦ୍ବାରା ଆଚ୍ଛାଦିତ ହୋଇ ପ୍ରକୃତ ସତ୍ୟ ସାମ୍ନାକୁ ଆସି ପାରିନଥାଏ। ମହାଶୂନ୍ୟରେ ସ୍ଵୟଂ ଭଗବାନ ଏବଂ ମହୀରେ ମୁଁ କେବଳ ଆମେ ଦୁହେଁ ଏଇ ଘଟଣାର ମୁକସାକ୍ଷୀ। ଅଧିକ ଗୌରଚନ୍ଦ୍ରିକା ନକରି କାହାଣୀ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଛି।

ବିଗତ ସହସ୍ରାବ୍ଦୀର ଅନେଶ୍ବତ ମହାବାତ୍ୟା ପରବର୍ତ୍ତୀ ସମୟର କଥା ଏଇ। ସେତେବେଳକୁ ମୁଁ ଗୋଟିଏ ରାଷ୍ଟ୍ରାୟତ୍ତ ବ୍ଯାଙ୍କର ଗ୍ରାମୀଣ ଶାଖାରେ ପରିଚାଳକ ଭାବେ କାର୍ଯ୍ୟରତ ଥାଏ। ସମୁଦ୍ର ଉପକୂଳବର୍ତ୍ତୀ ଏରସମା ଥିଲା ମୋର କର୍ମସ୍ଥଳୀ। ସବୁକିଛି ଠିକ୍ ଠାକ୍ ଚାଲିଥିବା ବେଳେ ଅଚାନକ ଅପ୍ରତ୍ୟାଶିତ ଭାବେ ମାଡ଼ି ଆସିଲା ପ୍ରଳୟଙ୍କାରୀ ବାତ୍ୟା। ଏହାର ବେଗ ଓ ତୀବ୍ରତା ଏତେ ଅଧିକ ଥିଲା ଯେ ମହାବାତ୍ୟାର ଆଖ୍ୟା ଲାଭ କରିଛି ଏଯାବତ। ଅଗଣିତ ଜୀବନ ହାନି ଘଟିଥିଲା, ଧନ ସମ୍ପତ୍ତି କଥା ପଚାରେ ବା କିଏ?

ଏହି ସମୟରେ ସଂପୂର୍ଣ୍ଣ ଭାବେ ଅପ୍ରସ୍ତୁତ ସରକାରୀ କଳର ଉଦାସୀନତା ସୌଭାଗ୍ୟବଶତଃ ବଞ୍ଚିଯାଇଥିବା ଲୋକଙ୍କ ପ୍ରତି କ୍ରୁର ଉପହାସ ଥିଲା। ଜୀବନ ଦୁର୍ବିସହ ହୋଇ ପଡିଥିଲା। ଅଳ୍ପେ ବହୁତ ସଭିଙ୍କର ଏହି ଅଭିଜ୍ଞତା ରହିଥିବ! ଯେବେ ରାଜଧାନୀ ଭୁବନେଶ୍ଵର ଧରାଶାୟୀ ହୋଇ ଦୀର୍ଘ ଦୁଇ ସପ୍ତାହ ଧରି ଅଚଳ ହୋଇଯାଇଥିଲା ସେତେବେଳେ ଗାଁ ଗହଳି ଓ ସର୍ବାଧିକ କ୍ଷତିଗ୍ରସ୍ତ ଉପକୂଳବର୍ତ୍ତୀ ଅଞ୍ଚଳର ଅବସ୍ଥା ସହଜରେ ଅନୁମେୟ କରାଯାଇପାରେ।

ସେହି ବର୍ଷ ଦଶହରା ଓ କୁମାରପୂର୍ଣ୍ଣିମାର ହସ ଖୁସିର ମାହୋଲ ପରେ ପରେ ଏମିତି ଯେ ଦାରୁଣ ଦୁଃଖର ଜୁଆର ଆସିବ ଏହା ଥିଲା ସମସ୍ତଙ୍କ କଳ୍ପନାର ବାହାରେ। କଳିଙ୍ଗ ସାଗରରେ ଲଘୁଚାପ ଜନିତ ବର୍ଷା ହେବାର ପୂର୍ବାନୁମାନ ଯେ ମହାବାତ୍ୟାର ରୂପ ନେବ ଆଉ ଏହି ମହାବାତ୍ୟାଟା ଓଡ଼ିଆ ଜାତିକୁ ଯେ ତଳିତଳାନ୍ତ କରିଦେବ ନିୟତି ଭିନ୍ନ କେହି ବି ଜାଣି ନ ଥିଲେ। ହଠାତ୍ ଅଣଚାଶ ବତାସ ବହିବା ଆରମ୍ଭ କଲା, ସତେ ଯେମିତି ଆଜି ପୃଥିବୀ ଧ୍ଵଂସ ହୋଇଯିବ, ମାଳିକା ବଚନ ଆଜି ହିଁ ସତ୍ୟ ହେବ!

ମହାବାତ୍ୟାର ପ୍ରଭାବରେ ଫୁଲି ଉଠିଥିବା କଳିଙ୍ଗ ସାଗର ଉଜାଡ଼ି ଦେଇଥିଲା ଅନେକଙ୍କ ସୁଖର ସଂସାର। ବେସରକାରୀ ହିସାବରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ ଏହି ମହାବାତ୍ୟାର ପ୍ରକୋପରେ। ଗୋରୁ ଗାଈ ଆଦି ଗୃହପାଳିତ ପଶୁ ଏବଂ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ବିଷୟରେ ନକହିବା ଭଲ। ଯେଉଁମାନେ ଯାହିତାହି ବଞ୍ଚି ରହିଥିଲେ ସେମାନଙ୍କ ପାଇଁ ଜୀବନ ମୃତ୍ୟୁ ଠାରୁ ମଧ୍ୟ ଭୟଙ୍କର ହୋଇପଡିଥିଲା। ଚାରିଆଡ଼େ ଖାଲି କୁଢକୁଢ ଶବର ପାହାଡ଼। ପ୍ରଶାନ୍ତିର ତପୋବନରେ ପ୍ରକୃତି ରଚିଥିଲା ହତ୍ଯାର ତାଣ୍ଡବ। ପ୍ରକୃତି ଯେ ଏତେ ଭୟଙ୍କର ହୋଇପାରେ ଭାବିବା ମାତ୍ରକେ ଲୋମମୂଳ ଟାଙ୍କୁରି ଉଠେ।

କିଛି ଦିନର ବ୍ଯବଧାନ ପରେ ନିସ୍ତବ୍ଧତାର ବକ୍ଷ ଚିରି ଯାହା ଯେମିତି ଜୀବନ ଫେରିଲା ତା'ର ଚିରାଚରିତ ଶଗଡ଼ଗୁଳାକୁ। ଶୀତ ଋତୁର ଆଗମନରେ ବହିରାଗତ ପକ୍ଷୀଙ୍କର କୋଳାହଳରେ ପୁଣି ଥରେ ହସି ଉଠିଲା ଉଜୁଡ଼ି ଯାଇଥିବା କଳିଙ୍ଗ ସାଗର ଉପକୂଳରେ ଅବସ୍ଥିତ ଗାଁଗଣ୍ଡାର ପ୍ରାକୃତିକ ପରିବେଶ। ଆଉ ଥରେ ଅଣ୍ଟାକୁ ସଳଖି ଠିଆ ହେବାକୁ ଚେଷ୍ଟା କରୁଥିଲେ ମେହନତି ଖଟିଖିଆ ମଣିଷମାନେ। କିନ୍ତୁ ଏହି ପ୍ରକ୍ରିୟା ଏତେ ସହଜ ନଥିଲା। କେବଳ ଅନୁଭବୀ ହିଁ ଜାଣେ କେତେ କଷ୍ଟକର ଏବଂ କଣ୍ଟକିତ କାର୍ଯ୍ୟ ଥିଲା ଇଏ।

ସେହି ବର୍ଷ ଡି଼ସେମ୍ବର ମାସ ବେଳର କଥା। ଆମ ବ୍ଯାଙ୍କ୍ ଶାଖାକୁ ଘରଭଙ୍ଗା ସହାୟତା ବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ରହିଥିଲା ସରକାରଙ୍କ ତରଫରୁ। ସମସ୍ତ କର୍ମଚାରୀ ବେଶ୍ ତତ୍ପର ହୋଇ ପଡିଥାନ୍ତି ସେପାଇଁ। ଦୈନିକ ଆଲଟମେଣ୍ଟ ହିସାବରେ ହୀତାଧିକାରୀମାନଙ୍କୁ ସହାୟତା ରାଶି ବଣ୍ଟନ କରାଯାଉଥିଲା। ଶୀତ କାକରକୁ ଖାତିର୍ ନକରି ଲୋକେ ବଡ଼ି ଭୋରରୁ ଅଖିଆ ଅପିଆ ଭୋକ ଉପାସରେ ଧାଡ଼ିରେ ଠିଆ ହୋଇ ରହୁଥିଲେ ଦିନ ଦିନ ଧରି ସହାୟତା ରାଶି ପାଇବା ପାଇଁ। କାଗଜପତ୍ର ଯାଞ୍ଚ କରିବା ପରେ ପ୍ରକୃତ ହିତାଧିକାରୀ ତଥା କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ବାବଦରେ ପାଞ୍ଚ ହଜାର ଟଙ୍କା ପ୍ରଦାନ କରାଯାଉଥିଲା।

ଏହି ସମୟରେ ହଠାତ୍ ଦିନେ ବିନା କୌଣସି ପୂର୍ବ ସୂଚନାରେ ଅଫିସରେ ଆସି ପହଞ୍ଚିଲେ ମୋର ଶ୍ୟାଳକ ମହାଶୟ। ମୋ ଠାରୁ ବୟସରେ ଯଥେଷ୍ଟ ସାନ ହୋଇଥିଲେ ମଧ୍ୟ ମାନ୍ୟରେ ବଡ଼। ମାନେ ମୋ ସହଧର୍ମିଣୀଙ୍କ ବଡ଼ ଭାଇ, ମୋର ଏକମାତ୍ର ଶ୍ୟାଳକ। ଏମିତି ଅଚାନକ ଆସିବାର କାରଣ କଣ କି ମହାଶୟ ରାଜଧାନୀ ଭୁବନେଶ୍ଵରରେ ନିଜର ପ୍ରକାଣ୍ଡ ବଙ୍ଗଳା ନିର୍ମାଣ କରୁଛନ୍ତି। ଏଥିପାଇଁ ତାଙ୍କର କିଛି ଆର୍ଥିକ ସହାୟତା ଲୋଡ଼ା। ମୁଁ ହିଁ କେବଳ ଯୋଗାଡ଼ କରିପାରିବି ବୋଲି ତାଙ୍କର ବଦ୍ଧମୂଳ ଧାରଣା। ଅବଶ୍ୟ ଏଥିପାଇଁ ଘରଣୀ ମୋର ଅନେକାଂଶରେ ଦାୟୀ।

ଶ୍ୟାଳକ ମହାଶୟ ହଠାତ୍ ଅଫିସରେ ପହଞ୍ଚିଥିବାରୁ ତାଙ୍କର ହାନିଲାଭ ବୁଝି କୁଶଳ ମଙ୍ଗଳ ଜିଜ୍ଞାସାର ଉତ୍ତରରେ ସେ କହିଲେ, "ମୋ ପାଇଁ କିଛି ବ୍ୟସ୍ତ ହେବାର ନାହିଁ। ମୁଁ ଏଇ ପାଖ ଢ଼ାବାରେ ମଟନ୍ ଭାତ ଭଲକରି ଖାଇକି ଆସିଛି। ଏଠିକା ମଟନ୍.ର ସ୍ବାଦ ନିଆରା।"

: ତାହେଲେ ଆପଣ ବସାକୁ ଯାଇ ବିଶ୍ରାମ କରନ୍ତୁ, ଏତେ ଦୂରରୁ ଆସିଛନ୍ତି। ମୁଁ ସନ୍ଧ୍ୟାକୁ ଫେରିଲେ କଥାଭାଷା ହେବା। ଏବେ ଏଇ ଘରଭଙ୍ଗା ଟଙ୍କା ବଣ୍ଟା ପାଇଁ ଟିକେ ବ୍ଯସ୍ତ ଅଛି...

: ହଁ, ବସାକୁ ତ ଯିବି ନିଶ୍ଚୟ। ନହେଲେ ଭଉଣୀ ମୋର ମନଦୁଃଖ କରିବ ନାଇଁ? ବ୍ଯାଙ୍କ୍.ରୁ ଆସି ଫେରିଗଲି ଆଉ ତାକୁ ଦେଖା କରିବାକୁ ଗଲି ନାହିଁ ବୋଲି କନ୍ଦାକଟା କରିବ।

: ଅସଲ କଥାଟା ହେଲା ମୋର ଦୁଇ ଲକ୍ଷ ଟଙ୍କା ନିହାତି ଦରକାର। ଘର ଛାତ ପଡ଼ିବ ନୂଆପଲ୍ଲୀରେ। ମୋର ସମସ୍ତ ପଇସା ଲଗେଇ ଦେଇଛି ସେଥିରେ। ତୁମ ବିନା ଆଉ କୋଉଠୁ ସମ୍ଭବ ନୁହେଁ ଯୋଗାଡ଼ କରିବା। ଯେମିତି ହେଲେ ମୋତେ ଦରକାର। ଜିପିଏଫ୍ ଡ୍ର କରି ଫେରେଇ ଦେବି ଆସନ୍ତା ମାସରେ।

ଅକଳରେ ପଡିଗଲି ମୁଁ। ଯଦିଓ ମୋର ବ୍ୟକ୍ତିଗତ ଆକାଉଣ୍ଟ୍.ରେ ପର୍ଯ୍ୟାପ୍ତ ଅର୍ଥରାଶି ଉପଲବ୍ଧ ଥାଏ ଶ୍ୟାଳକ ମହାଶୟଙ୍କ ଆବଶ୍ୟକତା ମେଣ୍ଟାଇବା ପାଇଁ କିନ୍ତୁ ଆମ ଶାଖାରେ ନଗଦ ଅର୍ଥ ନଥାଏ। ସମସ୍ତ ଅର୍ଥ ଆଲଟମେଣ୍ଟ୍ ଥାଏ ଘରଭଙ୍ଗା ସହାୟତା ପ୍ରଦାନ କରିବା ପାଇଁ। ପାଖାପାଖି ଅନ୍ୟ ଶାଖାଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା। ଗୋଟିଏ ପଟେ ଶ୍ୟାଳକ ମହାଶୟଙ୍କୁ ନିରାଶ କଲେ ମୋର ଘରେ ଅଶାନ୍ତି, ସମ୍ପର୍କରେ ଫାଟ ସୃଷ୍ଟି ହେବ। ଅନ୍ଯ ପଟେ ଲୋକେ ଧାଡ଼ି ବାନ୍ଧି ଠିଆ ହୋଇଛନ୍ତି ସକାଳ ପ୍ରହରରୁ ଅଖିଆ ଅପିଆ। ମନେ ମନେ ଭାବିଲି ଲୋକେ ତ ଆଜି ନହେଲେ କାଲି ବି ଆସିବେ ଆଉ ଘରଭଙ୍ଗା ଟଙ୍କା ନେବେ। ଯେମିତି ବି ହେଉ ଶ୍ୟାଳକ ମହାଶୟଙ୍କ ଆବଶ୍ୟକତା ପୂରଣ କରାଯାଇ ତାଙ୍କୁ ଖୁସିରେ ଖୁସିରେ ବିଦା କରାଯାଉ।

ଶେଷରେ ସେୟା ହିଁ ହେଲା। କ୍ଯାଶିୟରଙ୍କୁ କୁହାଇ ଘରଭଙ୍ଗା ସହାୟତା ବଣ୍ଟନ ବନ୍ଦ କରାଇଲି ଅଧାରୁ। ଆହୁରି କୋଡ଼ିଏ ତିରିଶ ଲୋକ ଧାଡ଼ିରେ ଠିଆ ହୋଇଥିଲେ ଆଶା ବାନ୍ଧି ଯେ ଆଜି ନିଶ୍ଚୟ ସେମାନଙ୍କ ଅର୍ଥ ମିଳିବ ବୋଲି। ଆସନ୍ତା କାଲି ଆସିବାକୁ ଲୋକଙ୍କୁ କୁହାଗଲା। ନଗଦ ଅର୍ଥ ମୋ ଆକାଉଣ୍ଟ୍.ରୁ କାଢ଼ି ଶ୍ୟାଳକ ମହାଶୟଙ୍କ ହାତରେ ଧରାଇଦେଲି। ଗୋଟି ଗୋଟି କରି ନୋଟଗୁଡିକୁ ଗଣି ବ୍ଯାଗରେ ରଖିଲେ ସେ ଏବଂ ସହାସ୍ଯ ବଦନରେ ଫେରିଗଲେ ରାଜଧାନୀ ଭୁବନେଶ୍ବର। ବାଟରେ ଭଉଣୀକୁ ଦେଖା କରିବାକୁ ଆମ ବସାକୁ ଗଲେ କି ନାହିଁ ମୋତେ ଜଣା ନାହିଁ।

ଶାଖା ବାହାରକୁ ଆସି ଦେଖିଲି ନିଃସହାୟ ବୃଦ୍ଧ ବୃଦ୍ଧାଙ୍କ ଆଖିରେ ନିରାଶା। ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ ମଧ୍ଯ ଆଶା ଫଳବତୀ ହେଲା ନାହିଁ। କିଛି ଲୋକଙ୍କ ମୁହଁରେ କିଛି ମାତ୍ରାରେ କ୍ରୋଧ ମଧ୍ୟ ଜଳ ଜଳ ଦିଶୁଥିଲା। ଯଦିଓ କେହି ତୁଣ୍ଡ ଖୋଲି କିଛି ବି କହିପାରୁ ନଥିଲେ, କିନ୍ତୁ ମନେ ମନେ ଭାବୁଥିଲେ ଏଇ ଅବିବେକୀ, ସ୍ବାର୍ଥପର, ବେଇମାନ ମ୍ଯାନେଜରଟା ସେମାନଙ୍କ ଭାଗର ଟଙ୍କାକୁ ନିଜର ସଂପର୍କୀୟ ହାତକୁ ଟେକି ଦେଲା ଅନାୟସରେ।

ମୋତେ ଆଉ ଅଫିସରେ କିଛି ଭଲ ଲାଗୁନଥିଲା। ମନଟା ଭାରାକ୍ରାନ୍ତ ଲାଗୁଥିଲା। କେମିତି ବସାକୁ ଫେରିବି ଖାଲି ବାରମ୍ବାର ଘଡ଼ିକୁ ଚାହୁଁଥାଏ। ମୋର ଏତେ ଦିନର କର୍ମନିଷ୍ଠା ଓ ସାଧୁତା ଉପରେ ଆଜିର ଘଟଣା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଯଦିଓ କଥାଟା ଆମ ଶାଖାର ଥିଲା କିନ୍ତୁ କର୍ମଚାରୀମାନଙ୍କ ପାଇଁ ମୁଖ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିବା କିଛି ବି ଅସମ୍ଭବ ନଥିଲା। ଏଣୁତେଣୁ ଗୁଡ଼ାଏ ବାଜେ କଥା ଚିନ୍ତା କରି କରି ଅଣନିଃଶ୍ବାସୀ ଅନୁଭବ କରୁଥିଲି ମୁଁ।

ବସା ଠାରୁ ବ୍ଯାଙ୍କ୍ ପ୍ରାୟ ତିନି ଚାରି କିଲୋମିଟର ଦୂର। ମହାବାତ୍ୟାରେ ମୋର ମଟର ସାଇକେଲ ଖରାପ ହୋଇଯାଇଥିବା ହେତୁ ମୁଁ ପ୍ରତିଦିନ ଟ୍ରେକର ଯୋଗେ ଘରୁ ବ୍ଯାଙ୍କକୁ ଯିବା ଆସିବା କରୁଥିଲି ସେତେବେଳେ। ଟ୍ରେକର ବି ବେଶ୍ ସୁବିଧାଜନକ ଓ ସୁଲଭ ଥିଲା ଯାତାୟାତ କରିବା ପାଇଁ। ସେଦିନ ସନ୍ଧ୍ୟାରେ ଘରକୁ ଫେରିବା ବାଟରେ ଟ୍ରେକର ଡ୍ରାଇଭର ପାଖ ସିଟ୍.ରେ ମୁଁ ବସିଥିଲି। କିଛି ବାଟ ଆସିବା ପରେ ଟ୍ରେକର ଭାରସାମ୍ଯ ହରାଇ ଓଲଟି ପଡିଲା ଅଚାନକ କେହି କିଛି ବୁଝିବା ପୂର୍ବରୁ।

ମୁଁ କଚାଡ଼ି ହୋଇ ବନ୍ଧ ତଳେ ପଡ଼ିଗଲି ଛ' ଗଡ଼ା ଗଡ଼ି। ମୁଁ ଠାଏ ପଡ଼ିଥିଲି ଆଉ ହାତରେ ଥିବା ବ୍ରିଫକେଶ୍ ପଡିଥିଲା ଅନତିଦୂରରେ। ଜରୁରୀ କାଗଜପତ୍ର ସବୁ ବିଛାଡି ହୋଇ ପଡିଥାଏ ଏଣେତେଣେ। ମୋ ଦେହସାରା କ୍ଷତ ଆଉ କ୍ଷତ। ପୂର୍ବ ସୁକୃତ ପାଇଁ ପ୍ରାଣ ରକ୍ଷା ହୋଇ ଯାଇଥିଲା। ଏତିକି ଯାହା ଅନୁଭବ କରି ପାରୁଥିଲି ମୁଁ। ଆଖି ଆଗରେ ନାଚି ଯାଉଥିଲା ସେଇ କ୍ଷୁଧାର୍ତ୍ତ ଲୋକଙ୍କ କ୍ରୋଧଭରା ମୁହଁ ଯେଉଁମାନଙ୍କର ଘରଭଙ୍ଗା ସହାୟତା ଟଙ୍କାକୁ ମୁଁ ସେଦିନ ମୋର ଅଷ୍ଟମୀ ବନ୍ଧୁ ଶ୍ୟାଳକ ମହାଶୟଙ୍କ ହାତକୁ ଟେକି ଦେଇଥିଲି ବିନା ଦ୍ୱିଧାରେ।



Rate this content
Log in

More oriya story from Sambit Srikumar

Similar oriya story from Tragedy