Nilamadhab Bhuyan

Drama Tragedy Classics


2  

Nilamadhab Bhuyan

Drama Tragedy Classics


ସୁରଭି-୨

ସୁରଭି-୨

5 mins 18 5 mins 18

ତାପରେ ଆସିଲା ସପ୍ତମ ଶ୍ରେଣୀ । କିନ୍ତୁ ଦୁଃଖର କଥା ସପ୍ତମ ଶ୍ରେଣୀରେ କବିତା ଅନ୍ୟ ଏକ ସହରର ସ୍କୁଲରେ ପଢିବାକୁ ପଡିଲା । କବିତା ର ର ବାପା ଜଣେ ପୋଲିସ ସେଥିପାଇଁ ତାଙ୍କର ଅନ୍ୟ କେଉଁ ସହରକୁ ପୋଷ୍ଟିଂ ଯିବାକୁ ପଡିଲା । ସୁରଭି ଏକା ଏକା ସ୍କୁଲ ଯାଏ ଆଉ ଆସେ । କିନ୍ତୁ ସତ କହିବାକୁ ଗଲେ କବିତା ସୁରଭି ଉପରେ ଈର୍ଷା କରେ ସିନା କିନ୍ତୁ ସୁରଭିର ସେ ପ୍ରକୃତ ବଡିଗାର୍ଡ, ଅସୁବିଧା ସମୟରେ ସାହାଯ୍ୟ କରେ ଯେମିତିକି କେହି ପୁଅ ସୁରଭିକୁ କିଛି କହେ ତେବେ ସେ ସୁରଭି ତରଫରୁ ତାକୁ ଗାଳି ଦିଏ ଆଉ ମାରିବାକୁ ମଧ୍ୟ ଯାଇଥାଏ । ସୁରଭି ମଧ୍ୟ କବିତାକୁ ବହୁତ ମନେ ପଡୁଥାଏ । 

      ସୁରଭି ମନକୁ ବୁଝେଇ ପୁଣି ପାଠପଢାରେ ଲାଗିପଡ଼ିଲା । ଦେଖୁ ଦେଖୁ ସପ୍ତମ ଠୁ ଦଶମରେ ପହଂଚିଲା । ସୁରଭି ଦଶମ ଶ୍ରେଣୀରେ ମଧ୍ୟ ସେହି ସ୍କୁଲରେ ପ୍ରଥମ ସ୍ଥାନ ଗ୍ରହଣ କରି ପାସ କରିଲା ।

       ଏବେ ଆସିଲା କଲେଜ ସମୟ, ଗ୍ରାମରୁ କଲେଜ ବହୁତ ଦୂର କିନ୍ତୁ ମନ ଭିତରେ ଆଶା ଭରି ରହିଥିବାରୁ ସୁରଭି ର ବାପା କଲେଜ ଯିବା ପାଇଁ ଅନୁମତି ଦେଲେ । ହେଲେ ଏଠି ଗ୍ରାମର କିଛି ବୃଦ୍ଧ ବକ୍ତାଙ୍କର ମତ ଯେ ବଢିଲା ଝିଅ କଲେଜ ପଢିବାକୁ ଯିବନି ଯେ ସେଠି ପୁଅ ମାନଙ୍କ ସାଙ୍ଗରେ ବୁଲିବ ଆଉ ଖରାପ କାମରେ ଲିପ୍ତ ରହିବ । ଖାଲି ଲୋକ ନୁହେଁ ଗ୍ରାମର କିଛି ମହିଳାବକ୍ତାମାନଙ୍କ ମତ ଏହା ଯେ , ସେ କଣ ପଢୁଥିଲା କି , ତା ବାପା ମାଷ୍ଟର ଅଛି ନା ସେଥିପାଇଁ ତାକୁ ପାସ କରିଦେଉଥିଲେ । ଆଉ ଏବେ ତା ଝିଅକୁ କଲେଜ ପଠେଇ ଦେଖେଇ ହେଉଛି । ଏମିତି ବହୁତ କଥା ଲୋକଙ୍କ ଟାହି ଟାପରାକୁ ରମେଶ ବାବୁ ଖାତିର ନ କରି ଝିଅକୁ କଲେଜରେ ପଢିବାକୁ ସୁଯୋଗ ଦେଲେ । ପ୍ରକୃତରେ ସୁରଭି ସେହି ଗ୍ରାମର ପ୍ରଥମ ଝିଅ ଯେ କଲେଜ ପଢିବାକୁ ଗ୍ରାମରୁ ସହର ଯିବାକୁ ଗୋଡ କାଢ଼ିଛି । ସେଥିପାଇଁ ଲୋକମାନେ ଈର୍ଷାରେ ଜଳିଯାଉଥିଲେ । ପର ଲୋକ ତ କହିବେ ଆଉ ସେମାନଙ୍କ କଥା ଯୋଗୁ ଦୁଃଖ ନାହିଁ ଯଦି ନିଜ ଲୋକ କହିବ ତେବେ ବହୁତ ଦୁଃଖ ଲାଗେ । ରମେଶ ବାବୁଙ୍କ ମା ଜଣେ ପୁରୁଣା କାଳିଆ ଲୋକ ସେ ବହୁତ ଥର କହିଛନ୍ତି କି ଝିଅକୁ ବାହାରକୁ ଛାଡେ ନାହିଁ । ଦଶଟା ଟୋକା ଦେଖିବେ ଦଶଟା କଥା କହିବେ । ଆଉ ତୋ ଝିଅର ଯୋଉ ରଙ୍ଗ ଢଙ୍ଗ ନା? ତାକୁ ଦେଖି କେହି କୋଉଠି ଯଦି ଜବରଦସ୍ତି କରିବ ଏବଂ ଯଦି କିଛି ଖରାପ କାମ କରିବ , ତୁ ସହି ପାରିବୁ ତ? ଏକଥା ଶୁଣି ରମେଶ ବାବୁଙ୍କର ରକ୍ତଚାପ ବଢିଗଲା । ମା ବୋଲି ନିଜକୁ ସମ୍ଭାଳି ଚୁପ ରହିଲେ ଆଉ କହିଲେ "ମୋ ଝିଅର କିଛି ହେବନି ସେ ଠିକରେ ଯିବ ଠିକରେ ଆସିବ । ଆଉ ତମେ ତାକୁ ଏମିତି କହି ତାର ମନୋବଳ ଭାଙ୍ଗ ନାହିଁ । ଆଉ ତମ କଥା ଶୁଣିଥାନ୍ତି ତେବେ ମୋ ଝିଅ ଆଜି ଘର ଭିତରେ ମୁର୍ଖ ହୋଇ ପଡି ରହିଥାନ୍ତା । ପାଠ ପଢା ପାଇଁ ସୁରଭି ର ବାପା ଆଉ ମା ଦୁହେଁ ବହୁତ ଧ୍ୟାନ ଦେଉଥିଲେ । 

     +2 ପ୍ରଥମ ବର୍ଷ, କ୍ଳାସରେ ପ୍ରଥମ ଦିନ । ସୁରଭି ସହିତ ସବୁ ଛାତ୍ର ଛାତ୍ରୀ ମାନଙ୍କର ପ୍ରଥମ ଦିନ । ସମସ୍ତେ ନିଜ ନିଜ ପରିଚୟ ଦେଇ କଥା ହେଉଥିଲେ । ସୁରଭି ର କଥା ହେବାକୁ ଇଚ୍ଛା ଥିଲେ ମଧ୍ୟ ସେ ସାହସ କରିପାରୁନଥିଲା । ସେ କେମିତି କଥା ହେବ ଆଉ କଣ କଥା ହେବ । ଅସଲ କଥା ହେଲା । ସବୁ ଛାତ୍ର ଛାତ୍ରୀ ନିଜ ନିଜର ସ୍କୁଲ ସାଙ୍ଗକୁ କଲେଜରେ ଦେଖି ଖୁସି ହେଉଥିଲେ ମାତ୍ର ସୁରଭିର ସ୍କୁଲରୁ ସେ ଏକା ଆଉ ଯେଉଁମାନେ ପାସ କରିଥିଲେ , ସେମାନଙ୍କ ମଧ୍ୟରୁ କୋଉ ଝିଅକୁ ମଧ୍ୟ କଲେଜ ପଢିବାକୁ ତାଙ୍କ ପରିବାର ସୁଯୋଗ ଦେଲେ ନାହିଁ । ହଁ, ସୁରଭିର ସ୍କୁଲର କେତେ ପୁଅ କଲେଜ ଆସିଥିଲେ କିନ୍ତୁ ସୁରଭି ମନରେ ମା' ର କଥା ବାରମ୍ବାର ମନେ ପଡ଼ି ଯାଉଥିଲା । ମା' ମନା କରିଥିଲେ ଯେ, କଲେଜରେ କୋଉ ପୁଅ ମାନଙ୍କ ସହିତ କଥା ବାର୍ତା ହେବୁ ନାହିଁ । ଯଦି ଆମ ଗାଁ ର କୋଉ ପୁଅ ଦେଖି ଆସି ତୋ ଜେଜେ ମା କୁ କହିବ ନା ! ସେ ପୁରା ଗାଁ ଟି ଯାକ ବୁଲି ବୁଲି କହିବ । ଏତିକି ଭାବୁ ହଠାତ ପଛ ପଟୁ କେହି ଜଣେ ସୁରଭି କୁ ଡାକିଲା , ଏ ସୁରଭି.... ସୁରଭି.... ଆରେ ଏକା କଣ ବସିଛୁ ?ସୁରଭି ପଛକୁ ବୁଲି ଦେଖିଲା ଯେ ତାଙ୍କ ସ୍କୁଲ ସାଙ୍ଗ ପ୍ରଶାନ୍ତ । ପ୍ରଶାନ୍ତ ସୁରଭି ପାଖକୁ ଆସିଲା ଆଉ ସୁରଭିକୁ ହ୍ୟାଣ୍ଡସେକ କରିବା ପାଇଁ ହାତ ବଢାଇଲା । ସୁରଭି ଏପଟେ ସେପଟେ ଦେଖିଲା କେହି ଦେଖୁଛନ୍ତି କି ? ପ୍ରଶାନ୍ତ ସୁରଭି କୁ ଦେଖି କହିଲା ଆରେ ଏ ହେଉଛି କଲେଜ । ଏଠି ଟିକିଏ ସ୍ମାର୍ଟ ହେବାକୁ ପଡେ । ଏତେ ଡର କଣ ? କିନ୍ତୁ ସୁରଭି ହାତ ନ ମିଶାଇ ଖାଲି Hi.. କରିଦେଲା । ପ୍ରଶାନ୍ତ କହିଲା ତୁ କାହାକୁ ଡରୁଛୁ ଆରେ ଆମେ ତୋ ସାଙ୍ଗ , ଆମ ସ୍କୁଲର ତୁ ଏକା ଝିଅ ଯିଏ କଲେଜକୁ ଆସିଛି । ଆମକୁ ଖୁସି ଲାଗୁଛି । ଆଉ ଆମ ସ୍କୁଲର ସୁଶାନ୍ତ, ଦୀପକ ଆଉ ସନ୍ତୋଷ ସେଠି ବସିଛନ୍ତି ଦେଖ । ସୁରଭି ପଛକୁ ବୁଲି ଦେଖିଲା ଆଉ ସେମାନଙ୍କୁ ଦେଖି ଟିକେ ମୁରୁକି ହସ ଦେଲା । ପ୍ରଶାନ୍ତ କହିଲା ଆଉ ଚିନ୍ମୟ ମଧ୍ୟ ଯଏନ ହେଇଛି କିନ୍ତୁ ସେ ଆଜି ଆସିନି ।

ସୁରଭି ପଚାରିଲା ଚିନ୍ମୟ କିଏ ? ପ୍ରଶାନ୍ତ କହିଲା ଆରେ ଚିନ୍ମୟ କୁ ଜାଣିନୁ? ଆରେ "ବୁଢ଼ା" ମ ? , ବୁଢ଼ା କୁ ଜାଣିନୁ? ମୋଟା ହୋଇକି ପଛରେ ବସୁଥିଲା । ହଉ ଛାଡ଼ କାଲି ଆସିବ ଜାଣି ଯିବୁ । ପ୍ରଶାନ୍ତ କହିଲା ଦେଖ ତୁ ଭଲ ପଢୁ, ଆଉ ଆମକୁ ସ୍କୁଲରେ ଯେମିତି ଲେଖା ପଢାରେ ସାହାଯ୍ୟ କରୁଥିଲୁ ଏବେ ମଧ୍ୟ ସେମିତି ସାହାଯ୍ୟ କରିବୁ ! ସୁରଭି କହିଲା ହଁ ଭାଇ । ପ୍ରଶାନ୍ତ କହିଲା ଭାଇ ନା ଗାଈ ! ଆରେ କାଲି ତ ନାଁ ଧରି ଡାକୁଥିଲୁ ଆଜି ଭାଇ କଣ ଡାକୁଛୁ । ସୁରଭି କହିଲା ଯେତେ ହେଲେ ଭି ତମେ ମୋର ଛୋଟ ବଡ଼ ଭାଇ ନା ? ପ୍ରଶାନ୍ତ ବାକି ସାଙ୍ଗ ମାନଙ୍କୁ ଡାକିଲା କହିଲା ଆରେ ବ୍ୟାଗ ନେଇକି ଆସ ଏଠି ବସିବା । ସୁରଭି କହିଲା ଏଠି ଝିଅ ପିଲା ମାନଙ୍କ ପାଖରେ ବସିବ ନା କଣ? ପ୍ରଶାନ୍ତ କହିଲା ନାରେ!! ତୁ ଝିଅ ପିଲା ମାନଙ୍କୁ ଗ୍ରୁପରେ ବସିବୁ, ଆମେ ପୁଅ ପିଲା ଗ୍ରୁପରେ ବସିବୁ । ତାପରେ ସମସ୍ତେ ଆସିଲେ । ପ୍ରଶାନ୍ତ କହିଲା ଶୁଣରେ ସୁରଭି ପୁରା ବଦଳି ଯାଇଛି । ଦୀପକ ପଚାରିଲା କେମିତି ବଦଳିଲା । ସେ ତ କଲେଜ କୁ ଆସି ଆଉରି ସୁନ୍ଦର ଆଉ ସ୍ମାର୍ଟ ହେଇଯାଇଛି । ଏମିତି ଶୁଣି ସୁରଭି ସହିତ ବାକି ସାଙ୍ଗ ମାନେ ମଧ୍ୟ ହସିଲେ । ପ୍ରଶାନ୍ତ କହିଲା ନାହିଁରେ ସେ ଆମ ମାନଙ୍କୁ ଭାଇ ଡାକୁଛି । ସେଥିପାଇଁ କହିଲି । ସନ୍ତୋଷ କହିଲା ଆମେ ତୋ ସାଙ୍ଗ ! ଭାଇ କଣ ? ସ୍କୁଲରେ ଯେମିତି ସାଙ୍ଗ ହେଉଥିଲେ ସେମିତି ସାଙ୍ଗ ହେଇ ରହିବା । ଷଷ୍ଠ ଶ୍ରେଣୀରେ ତୋର ବଡିଗାର୍ଡ ଥିଲା କବିତା ସେ ତ ନାହିଁ। କଲେଜରେ ତୋର କଣ ଅସୁବିଧା ହେଲେ ଆମକୁ କହିବୁ ଆମେ ତୋତେ ସାହାଯ୍ୟ କରିବୁ ମାତ୍ର ନୋଟ୍ସ ଆଉ ପଢା ପଢିରେ ତୁ ଆମକୁ ସାହାଯ୍ୟ କରିବୁ । ସୁରଭି କହିଲା ହଉ ଠିକ୍ ଅଛି । କିନ୍ତୁ ମୋର ଗୋଟିଏ ଅନୁରୋଧ ରଖିବ କି ? ସାଙ୍ଗମାନେ କହିଲେ ଆରେ ତୁ ଆଦେଶ ଦେ , ଅନୁରୋଧ କଣ ? ସୁରଭି କହିଲା ମୋର ଜେଜେ ମା କୁ କେହି କହିବନି ଯେ ମୁଁ ତମ ସାଙ୍ଗରେ ସାଙ୍ଗ ହେଉଛି ବୋଲି । ପ୍ରଶାନ୍ତ କହିଲା ଆମେ ସମସ୍ତେ ତ ଅଲଗା ଗାଁ ର, ତୋ ଜେଜେ ମା କୁ ଆମେ କେମିତି କହିବୁ କହ ? ସୁରଭି କହିଲା ହଁ ସେୟା ତ ସତ କଥା ! ମାତ୍ର ମୋତେ କାହିଁ ଡର ଡର ଲାଗୁଛି । ସାଙ୍ଗ ମାନେ କହିଲେ Tension କାହିଁକି ନେଉଛୁ ଆଜି କଲେଜରେ ପ୍ରଥମ ଦିନ । ସେମିତି କିଛି ହେବନି । ତାପରେ ଲେକ୍ଟର ଆସିଲେ ଆଉ ସମସ୍ତଙ୍କୁ ନିଜର ପରିଚୟ ପଚାରିଲେ । ସୁରଭି ମଧ୍ୟ ନିଜର ପରିଚୟ ଦେଲା ପରେ କ୍ଳାସ ଆରମ୍ଭ ହେଲା ।



Rate this content
Log in

More oriya story from Nilamadhab Bhuyan

Similar oriya story from Drama