Sunanda Mohanty

Tragedy Action Inspirational

3  

Sunanda Mohanty

Tragedy Action Inspirational

ସତ୍ ସଙ୍ଗ

ସତ୍ ସଙ୍ଗ

2 mins
177


ଗପଟିଏ ସମସ୍ତେ ପଢିଥିବେ ବା ଶୁଣିଥିବେ। ସେଦିନ ପିଲାଟି ବାପାଙ୍କୁ ତାର ପଚାରୁଥିଲା, ବାପା ମୋ ଜୀବନର ମୂଲ୍ୟ କଣ? ତ ବାପା ତାକୁ ପଥର ଟିଏ ଦେଇ ବଜାରକୁ ବିକିବାକୁ ପଠାଇ, ଏହାର ମୂଲ୍ୟ କେତେ କେହି ପଚାରିଲେ, କଥାରେ ନକହି ଦୁଇଟି ଆଙ୍ଗୁଠି ଦେଖେଇଦେବୁ ମାତ୍ର। ପିଲାଟି ବଜାର କୁ ଯାଇ, ଜଣେ ମହିଳାଙ୍କ ପଥର ମୂଲ୍ୟ କେତେ ପଚାରିବାପ୍ରଶ୍ନରେ, ପିଲାଟି ସେହିଭଳି କଲା ତ ମହିଳା ଦୁଇଶହ ଦେବାକୁ ପ୍ରସ୍ତୁତ ହେଲେ, ଆଉ ପିଲାଟି ଘରେ ଯାଇ ବାପାଙ୍କୁ ସବୁକଥା କହିଥିଲା, ତ ବାପା ଏଥର ତାକୁ ମ୍ୟୁଜିଅମ୍ ଯାଇ ସେମିତି କରିବାକୁ କହିଥିଲେ ତ, ଜଣେ ତାକୁ ଦୁଇହଜାର ଟଙ୍କା ଜାଚିଥିଲେ। ପୂର୍ବପରି ପିଲାଟି ସବୁକଥା ଯାଇ ବାପାଙ୍କୁ କହିବାରେ ବାପା ତାକୁ ପୁଣି ପଥର ଟିକୁ ନେଇ ପଥର ବଜାରକୁ ଯିବାକୁ କହିଲେ ତ ପିଲାଟି ସେଠାକୁ ଯାଇ ସେହିପରି ପଥରର ମୂଲ୍ୟ ପଚାରିବାରୁ, ଦୁଇ ଆଙ୍ଗୁଠି ଉପରକୁ ଟେକି ଦେଇଥିଲା, ତ, ମାଲିକ ଦୁଇ କୋଟି ରେ ପଥରଟିକୁ କିଣିବାକୁ ପ୍ରସ୍ତୁତ ଥିଲେ। ବାଳକଟି ଆଶ୍ଚର୍ଯ୍ୟ ହୋଇ ଦଉଡ଼ି ଆସି ବାପାଙ୍କୁ ଏସବୁ କହିଥିଲା, ଆଉ ବାପା ପଚାରିଥିଲେ, ତୋ ମୂଲ୍ୟ କେତେ ବୋଲି ପଚାରୁଥିଲୁ , ତ ଏଥର ବୁଝିପାରିଥିବୁ। ପୁଅକୁ ବୁଝାଇ କହୁଥିଲେ ବାପା ଉପଯୁକ୍ତ ସ୍ଥାନ କାଳ ପାତ୍ର ମିଳିଲେ, ତଥା କେତୋଟି ଉକ୍ତି, ଯଥା ପ୍ରକୃତ ବନ୍ଧୁ ସହ ମିଶିଲେ, ଗୁଣ ଚିହ୍ନେ ଗୁଣିଆ ଇତ୍ୟାଦି ଖଣ୍ଡ ବାକ୍ୟ ଗୁଡ଼ିକର ସଦୁପଯୋଗ କରିଜାଣିଲେ , ଜୀବନର ମୂଲ୍ୟ ବୁଝିହେବ।

ସେଦିନ, ଏହି ଗଲ୍ପଟି ମନକୁ ଏତେ ମାତ୍ରାରେ ଆନ୍ଦୋଳିତ କରୁଥିବା ବେଳେ, ଛାତ କୁ ଉଠିଲି। ସବୁଦିନ ଭଳି, ଶୁଆ, ହଳଦୀ ବସନ୍ତ, ଯୋଡି ବଣି, ଭଦଭଦଳିଆ ପକ୍ଷୀ ଅନ୍ୱେଷଣ ରେ। ସୁର୍ଯ୍ୟ ବୁଡିବାର ବେଳ, ପକ୍ଷୀ ମାନେ ଯିଏ ଯାହାର ବସା କୁ ଫେରିବାର ବେଳେ, ଅନୁସନ୍ଧାନ ଜାରି ରଖିଲେ ଶୁଭ ପକ୍ଷୀ ଦେଖିହେବ ଓ ଶୁଭ ହେବ ଭାବୁଛି, ରଖିଥିବା ପାଣି ଢାଳରୁ କାଉ ଟିଏ ପାଣି ପିଇ ସାରି ଉଡି ପାରୁନଥାଏ। ଶ୍ରାବଣ ମାସର ବର୍ଷା ମାଡରେ ପକ୍ଷୀଟିର ଗୋଟିଏ ପଟ ଡେଣା ଚିରି ଯାଇଥାଏ ତ ଖପ ଖାପ ହୋଇ ଏଠି ସେଠି ବସୁ ଥାଏ। ଉଡ଼ିପାରୁ ନଥାଏ।

କାଉକୁ ଦେଖିଲେ ଲୋକ ଘୃଣା କରନ୍ତି କାହିଁକି ପ୍ରଶ୍ନରେ ହୃଦୟ ବିଗଳିତ ହେଲା। ଆମକୁ ସ୍ୱଚ୍ଛ ପରିବେଶ ଯୋଗାଇବାରେ କାଉ ବହୁ ଉପକାର କରେ। ଚାଉଳ ଥୋଇଲେ ଖାଇ ଶୁଭ ବାର୍ତ୍ତା ଦିଏ। କିଛି ଖାଦ୍ୟ ପଦାର୍ଥ ନେଇ ଉଡ଼ିଯିବାର ଦୃଶ୍ୟରେ କୁଆଡ଼େ ଶୁଭ ହୁଏ। ପୁଣି ତା ଡାକ ଶୁଣି ନିଦ ଭାଙ୍ଗେ, ସର୍ବୋପରି ବନ୍ଧୁ ବାନ୍ଧବ କେହି ଘରକୁ ଆସିବା କାଉ ହିଁ ସଂକେତ ଦିଏ। ତଥାପି ସେ ଯେଉଁ ଡାଳରେ ବସିବାକୁ ଯାଏ, ସେଠି ବସିଥିବା ଅନ୍ଯ ପକ୍ଷୀ ଉଡିଯାଏ କାହିଁକିର ଉତ୍ତର ଏଯାଏଁ ମିଳିନି ମତେ।

ଏତିକି ବେଳେ ମାଆ ବାପା ଓ ଏଇ ଏଇ ଜନ୍ମ ହୋଇ ଖଣ୍ଡିଉଡା ଦେଉଥିବା ହଳଦୀ ବସନ୍ତ ପରିବାର ବୋବାଇବାକୁ ଅନୁକରଣ କରି ଖୁସି ହେଲି ସେମାନଂକୁ ଦେଖି, ହେଲେ ଖଣ୍ଡି ଉଡା ଦେଉଥିବା ହଳଦୀ ବସନ୍ତ ଛୁଆ ଟିଏ ପଡିଗଲା ତଳକୁ। ମୁଁ ଯିବି ଭାବି ଯାଇପାରୁନଥାଏ, କାଳେ ମୋତେ ଦେଖି ପକ୍ଷୀଟି ଡରିଯିବ? ବାପା ମାଆ ଦୁହେଁ ବୋବାଇ ଵୋବାଇ ଯେତେ ଡାକିଲେ, ଚାରିପାଖ ଉଡ଼ିଲେ ବି ଛୁଆ ପକ୍ଷୀ ଉଠୁପାରୁନି।

ହଠାତ୍ କାଉଟି ନିଜ ଅବସ୍ଥାକୁ ଖାତିର ନକରି ଉଡ଼ିଯାଇ ହଲଦୀ ବସନ୍ତ ଛୁଆ ଟିକୁ ଥଣ୍ଟ ରେ ଉଠାଇ ବରଗଛରେ ରଖିନେଇ ନିଜେ ଗଛ ତଳେ ପଡି ରହିଲା। ଯିଏ ଯାହାର ଉଡ଼ି ଗଲେ। କାଉଟି ସେଇଠି ସେମିତି ବସିଥାଏ। ରୁଟି ବିସ୍କୁଟ ଖଣ୍ଡ ଖଣ୍ଡ କରି ତା ଆଡକୁ ପକାଇବାରେ, କୁକୁର ଆସି ଖାଉଥାଏ, କାଳେ କାଉର କିଛି ଅସୁବିଧା କରିବ କୁକୁର ଭାବି ରୁଟି ବିସ୍କୁଟ ପକାଇଲି ନାହିଁ ସତ ହେଲେ କୁକୁରଟି ପାଟିରେ କାଉକୁ ନେଇ, ହାତ ପାଆନ୍ତା ଗଛ ଡାଳରେ ବସାଇଦେବାର ଦୃଶ୍ୟ ମତେ ସେହି ଗଳ୍ପ ର ପୁନରାବୃତ୍ତିର ମୂଲ୍ୟବୋଧ ମିଳିଗଲା।



Rate this content
Log in

Similar oriya story from Tragedy