Suresh chandra Padhy

Classics

3  

Suresh chandra Padhy

Classics

ଷଡ ଯନ୍ତ୍ର

ଷଡ ଯନ୍ତ୍ର

1 min
145



ବହୁତ ଦିନ ତଳ ର କଥା।ହରି ଓ ଦାମ ଦୁଇ ଜଣ ସାଙ୍ଗ ଥିଲେ।ଦୁହେଁ ଏକାଠି ପାଠ ପଢ଼ନ୍ତି।ଦୁଃଖ ସୁଖ ରେ ସାଥି ହୋଇ ରୁହନ୍ତି।ଏକାଠି ଖେଳନ୍ତି ଆଉ ବୁଲନ୍ତି।  ଦିନ ଆସିଲା ଦୁହେଁ ଅଲଗା ହୋଇ ଗଲେ।ହରି ଚାକିରୀ କରିବାକୁ ବିଦେଶ କୁ ଚାଲି ଗଲା। ସେ ଅକ୍ଲାନ୍ତ ପରିଶ୍ରମ କରି ବଡ଼ ଲୋକ ହେଲା।ଘର ଟିଏ କଲା।ପୁଣି ବିବାହ କରି ଭଲ ରେ ରହିଲା।

ଏପଟେ ଦାମ ର ଅଳସୁଆ ବୁଦ୍ଧି ଯୋଗୁ ସେ ଗରିବ ହୋଇ ରହିଲା।ତା ସ୍ତ୍ରୀ ଅତ୍ୟନ୍ତ ଖଳ ପ୍ରକୃତି ର ଥିଲା।

ହରି ମଧ୍ୟ ଖଳ ସ୍ଵଭାଵ ର ହୋଇ ଯାଇ ଥିଲା।

ସେ ଜାଣି ବାକୁ ପାଇଲା ହରି ଏବେ ଖୁବ ଧନୀ ହୋଇ ଯାଇଛି।ତାର ଇର୍ଷା ମନୋଭାବ ହୋଇ ଗଲା। ସେ ଦିନେ ଷଡ଼ଯନ୍ତ୍ର କରି ହରି କୁ ଘର କୁ ଖାଇ ବାକୁ ନିମନ୍ତ୍ରଣ କରିଲା।ହରି ର ନାମ ଯେମିତି ସେ ମଧ୍ୟ ସେମିତି ଥିଲା।ସେ ପିଲା ଦିନୁ

ହରି ଙ୍କ ଭକ୍ତ ଥିଲା। ସେ ଦିନ ହରି ଦାମ ଘରକୁ ଆସି ଖୁସି ହୋଇ ଥିଲା।ଦାମ ହରି କୁ ଖାଇ ବାକୁ ଅନ୍ନ ଦେଇ ସେଥିରେ ବିଷ ମିଶାଇ ଥିଲା। ହରି ସବୁ ଦିନ ପରି ନାରାୟଣଙ୍କୁ ଡାକି ଭୋଜନ କଲା।କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କରି କି ପାରେ ବଳବନ୍ତ। ନାରାୟଣଙ୍କୁ ସମର୍ପଣ କରି ଥିବା ଖାଦ୍ୟ ତା ପାଇଁ ଅମୃତ ହୋଇ ଗଲା। ପ୍ରଭୁ ରକ୍ଷା କଲେ ହରି କୁ।

ଏହା ଦେଖି ଦାମ ବିଚଳିତ ହେଲା। ସେ ଖୁବ କମ୍ ଦିନ ରେ ରୋଗ ରେ ପଡି ଦୁଃଖ କଷ୍ଟ ପାଇଲା ।ସେ ତାର ଭୁଲ ଜାଣି ପାରି ଅନୁତାପ କଲା। ତେଣୁ କଥା ରେ ଅଛି ,ଯେ ପାଞ୍ଚେ ପର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ଜୀବନରେ କେବେ କାହାର ସର୍ବ ନାଶ କରିବାକୁ ଷଡ଼ୟନ୍ତ୍ର କରିବା ମହା ପାପ ଅଟେ।


Rate this content
Log in

Similar oriya story from Classics