Samar Ballav Bhoi

Abstract Children Stories Inspirational

3  

Samar Ballav Bhoi

Abstract Children Stories Inspirational

ସର୍ତ୍ତ

ସର୍ତ୍ତ

3 mins
205


 

ସମୟ ବଡ଼ ବିଚିତ୍ର, ବେଳେ ବେଳେ ମଣିଷ ନିଜର କିଛି କଥା, କିଛି କାମ କୁ ଗୁରୁତ୍ୱପୂର୍ଣ୍ଣ ଭାବି ଅନ୍ୟ ମାନଙ୍କ ପାଇଁ ଏକ ସର୍ତ୍ତ ର ପାହାଡ଼ ଛିଡା କରି ଦେଇ ଥାଏ। ସେହି ସର୍ତ୍ତକୁ ଆଧାର କରି ସିଏ କିଛି ଭଲ କିମ୍ବା ଖରାପ କାମ କରିବାକୁ ପଛାଇ ନଥାଏ। ସର୍ତ୍ତ ଏକ ନିୟମ କାନୁନ ର ବାସ୍ତବ ପ୍ରତି ଛବି। କେବେ କେବେ ସର୍ତ୍ତ ମଣିଷର ବହୁତ କ୍ଷତି କରାଇଥାଏ ତ କେତେବେଳେ ବହୁତ ନିଜ ସପକ୍ଷରେ ସଫଳତା ଆଣିଦିଏ। ବୟସର ପ୍ରତିଟି ପାହାଚ ରେ ମଣିଷ ନିଜର ହେଉ କିମ୍ବା ଅନ୍ୟ ପାଇଁ ଭୁଲ୍ କାମ ଅଜାଣତରେ କରିଥାଏ। ଯାହା ଦ୍ବାରା ସର୍ତ୍ତ ବୋଲି ଶବ୍ଦ ର ପ୍ରୟୋଗ କରାଯାଏ।


ରମେଶ ପିଲାଦିନରୁ ଭାରି ଚଗଲା, ସବୁ ବେଳେ କିଛି ନା କିଛି ଭୁଲ୍ କାମ କରିଥାଏ। ଚଗଲା ବୟସ ତାର, ପ୍ରତିଟି କାମରେ କିଛି ନା କିଛି ନଖରାମି କରିଥାଏ। ବୟସ ୧୪ ବର୍ଷ ପଖାପାଖି, ରାସ୍ତା ଘାଟ ରେ ଆସୁ ଆସୁ କାହାର ସ୍କୁଲ ବ୍ୟାଗ , କାହାର ଟିଫିନ୍ ବକ୍ସ ଛଡ଼ାଇ ନିଏ। କାହାର କଲମ , ପେନସିଲ, କଟର ସବୁ ଭାଙ୍ଗି ଖଣ୍ଡ ଖଣ୍ଡ କରି ଦେଇ ଥାଏ। ବିଶେଷ କରି ତା ସାଙ୍ଗରେ ମିଥୁନ ବେଶୀ ସାଙ୍ଗ ହୁଏ ସବୁବେଳେ।


ମିଥୁନ ପିଲାଟି ବହୁତ ଶାନ୍ତ। ବହୁତ ଭଲ ସାଙ୍ଗ, ରମେଶ ଓ ମିଥୁନ ଦୁଇ ଜଣ ପିଲା ଟି ଦିନ ରୁ ସାଙ୍ଗ। ରମେଶ ସ୍କୁଲ ସମୟ ଅନେକ ବଦମାସ୍ କରେ। ପ୍ରତିଦିନ ଅଭିଯୋଗ ଆସି ଜମା ହୋଇଯାଏ ଘରେ ବାପାଙ୍କ ନିକଟରେ। ରମାକାନ୍ତ ବାବୁ ଭାରି ରାଗନ୍ତି, ଦିନେ ରମେଶ ଗାଁ ଦାଣ୍ଡରେ ପିଲା ମାନଙ୍କ ସହିତ ବାଗୁଡ଼ି ଖେଳ ଖେଳୁଥାଏ। ବାପା ପାଖକୁ ଆସି ଡାକିଲେ! ଆରେ ରମେଶ ଏଠିକି ଶୁଣିଲୁ? ହଠାତ୍ ରମେଶ କିଛି ବୁଝି ନପାରି ବାପାଙ୍କ ପାଖକୁ ଚାଲି ଆସିଲା, ବାପା କ'ଣ ପାଇଁ ମୋତେ ଡାକିଲ, ମୁଁ ତ ଖେଳୁ ଥିଲି। ଖେଳ ଥାଉ ଘରକୁ ଚାଲ। ତୋ ବିଚାର ହେବ କହି ହାତ ଧରି ଟାଣି ନେଇ ଗଲେ। ବାଟରେ ଟାଣି ନେଲା ବେଳେ ଅନେକ କଥା ମନେ ମନେ କହି ଚାଲିଥାନ୍ତି ରମାକାନ୍ତ, ଏ ଦୃଶ୍ୟ ଦେଖି ରମେଶ ମା ଟିକିଏ ପାଟି କଲେ। ଛୋଟ ପିଲା, ତାକୁ ଟାଣି ଟାଣି ଆଣିବାର ଉଦ୍ଦେଶ୍ୟ କ'ଣ? କ'ଣ ଏମିତି ଖରାପ କାମ କରିଛି ଯେ। ତମେ କୁଆଡୁ ଜାଣିବ ତାର ଚଗଲାମି, ବଦମାସ ଗୁଣ, ଅନେକ ଥର ଶୁଣି ନ ଶୁଣିଲା ପରି ଅଭିନୟ କରିଚାଲେ।


 ପ୍ରତିଦିନ ତା ନାଁ ରେ ଅଭିଯୋଗ, ମୁଁ କେତେ ଅଭିଯୋଗ ଶୁଣିବି ,ତମେ କୁହ! କ'ଣ କହିବି ଏ ପିଲା ବିଷୟରେ। ଏପରି ପିଲା ମୋର ଆଦୌ ଆବଶ୍ୟକ ନାହିଁ। ଅଭିଯୋଗ ଶୁଣି ଶୁଣି ମୋ ମୁଣ୍ଡ ଖରାପ ହୋଇସାରିଛି। ମୁଁ ମଣିଷ,ଗଛପତ୍ର ନୁହେଁ, ଯିଏ ଯାହା କହିଯିବ , କରିଯିବ ସବୁ କିଛି ମୁଁ ଅନାୟାସରେ ସହି ଯିବି। ସହିବାକୁ ସମୟ ଥିଲେ ତ? ସବୁ କିଛି ସବୁବେଳେ ସହ୍ୟ କରି ହୁଏନା, ସହ୍ୟ କରିବାର ଗୋଟାଏ ବୟସ ଥାଏ, ସୁଲୋଚନା ତମେ ତାକୁ ବୁଝାଓ, ହଁ ମୁଁ ତାକୁ ବୁଝେଇଲେ ବୁଝିଯିବ ବୋଲି ଭାବୁଛି, ତାକୁ କୁହ ପାଠ ପଢାରେ ମନ ଦେଉ। ଯଦି ଆଉ ଥରେ ମୋ ପାଖକୁ ଅଭିଯୋଗ ନ ଆସେ। ନ ହେଲେ ମୁଁ ଯାହା ନିଷ୍ପତ୍ତି ନେବି ତାହା ହିଁ ହେବ। ତମର ଏତେ କ୍ରୋଧ କାହିଁକି? ଛୋଟ ପିଲା ଭୁଲ୍ କରିଦେଇଛି, ଭଗବାନ ଶ୍ରୀକୃଷ୍ଣ ବି ପିଲାଦିନେ ବହୁତ ଭୁଲ୍ କରିଥିଲେ, କିନ୍ତୁ ତା ପଛରେ ଅନେକ ରହସ୍ୟ ଥିଲା, ତମେ ତାକୁ ସାହସ ଦେଉଛ। ଅଭିଯୋଗର ଲମ୍ବା ତାଲିକା ତମ ପାଖରେ ପହଁଚି ନାହିଁ ସେଥିପାଇଁ ତମେ ଜାଣି ପାରୁନାହଁ। ଯଦି ରମେଶ ବୁଝି ପାରିଲା ତେବେ ବହୁତ ଭଲ। ନହେଲେ ତାକୁ ମୋର ସର୍ତ୍ତାବଳୀ ଓ ନିୟମ ଅନୁସାରେ ଚଳିବାକୁ ପଡିବ। ମା ବୁଝାଇବା ପରେ ବି ରମେଶ ଆଦୌ ବଦଳି ପାରିଲା ନାହିଁ।


ବାପାଙ୍କ ସର୍ତ୍ତ ମାନିବା ପରିବର୍ତ୍ତେ ରମେଶ ଦିନେ ଲୁଚି କୁଆଡେ଼ ପଳାଇ ଗଲା। ଏ କଥା ଶୁଣି ରମାକାନ୍ତ, ସୁଲୋଚନା କୁ କହିଲେ, ଦେଖିଲ ମୁଁ କହୁଥିଲି, ତାର ଦୁଷ୍ଟାମି କୁ। ସୁଲୋଚନା ସ୍ବାମୀଙ୍କୁ କହିଲେ, ଏ ସର୍ତ୍ତ ପାଇଁ ପ୍ରଭୁ ରାମଚନ୍ଦ୍ର ୧୪ ବର୍ଷ ବନବାସ କରିବାକୁ ପଡ଼ିଥିଲା। ଯାହା ପାଇଁ ସେ ଅନେକ ଦୁଃଖ ସହି ଥିଲେ।  

ଏ ସର୍ତ୍ତ କେତେବେଳେ ବାସ୍ତବ ତ କେତେବେଳେ ଅବାସ୍ତବ ପରି ମଣିଷ କୁ ଭଲ କିମ୍ବା ଭୁଲ ପଥରେ ଟାଣି ନିଏ। ତମେ ତାକୁ ଫେରାଇ ଆଣିବାକୁ ଚେଷ୍ଟା କର! ହଁ ମୁଁ ଚେଷ୍ଟା କରୁଛି।



Rate this content
Log in

Similar oriya story from Abstract