Mamatamanjari Das

Abstract Inspirational

4  

Mamatamanjari Das

Abstract Inspirational

ସରଳ ହରିଆ

ସରଳ ହରିଆ

4 mins
229


ଗାଁ ଟିଏ , ନାଆଁ ତାର ଶ୍ରୀରାମ ପୁର । ସେହି ଗାଁ ରେ ବାସ କରେ ହରିଆ ନାମରେ ବାଳକ ଟିଏ । ଅଭାବି ପରିବାର , ମୂଲ ଲାଗିଲେ ଚୁଲି ଜଳେ ତାଙ୍କର । ହରିଆ ତିନି କିଲାସ ପାଠ ପଢା ପରେ ପାଠ ଘରେ  ଡୋରି ବନ୍ଧା ହେଲା । ହରିଆ ଥିଲା ସ୍ୱଭାବରେ ସରଳ ଓ ବହୁତ ଅଳସୁଆ । ଖାଇବା ଛଡା ତାକୁ ଆଉ କିଛି ଦୃଶ୍ୟ ହୁଏନାହିଁ । ବାପା ଯାହା ରୋଜଗାର କରନ୍ତି ତିନି ପ୍ରାଣୀଙ୍କୁ ନିଅଣ୍ଟ ପଡେ ସେଥିପାଇଁ ମାଆ ସବୁବେଳେ ଚାହୁଁଥିଲା ପୁଅ ବି ବାପା କାନ୍ଧରେ କାନ୍ଧ ମିଳୋଉ । କିନ୍ତୁ ହରିଆ ଏତେ ଅଳସୁଆ ଖାଲି ଖାଇବା ହିଁ ଜାଣେ। କାମ କଥା କହିଲେ ଦେହ ଖରାପ ର ବାହାନା କରି ଘୋଡେଇ ହୋଇ ଶୋଇବ । ମାଆ ଅନେକ ଗାଳି ଦିଏ , ହେଲେ ଫଳ ସୁନ ।

ଦିନେ ହରିଆ ବାହାରେ ବୁଲୁଥିଲା ଗାଁ ର ଜଣେ ଲୋକ 

ଆସି କହିଲା ପାହାଡ ପାଖ ଆଶ୍ରମରେ ମାଗେଣା ଖାଇବା ମିଳୁଛି। ହରିଆ ଭାବିଲା ଏଠାରେ ମାଆ ଠାରୁ ଗାଳି ଶୁଣିବା ଅପେକ୍ଷା ଭଲ ହେବ ଆଶ୍ରମ କୁ ଗଲେ ଭାରି । ମାଗଣା ଭୋଜନ ମିଳିବ , କେହି କହିବାକୁ ନଥିବେ। ହରିଆ ନିଜ ଲୁଗା ପଟା ବ୍ୟାଗ ରେ ପୁରାଇ ଆଶ୍ରମକୁ ଚାଲିଗଲା। ପାହାଡ ପାଖରେ ପହଞ୍ଚି ଦେଖିଲା ଘଞ୍ଚ ଜଙ୍ଗଲ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରା ପାହାଡ ଦ୍ୱାର ଦେଶରେ ସୁନ୍ଦରକୂଟୀର ଫୁଲ ଫଳରେ ଭରି ରହିଛି ଆଖପାଖ । ଦୂରରୂ ଦେଖିଲେ ଲାଗୁଛି ସତେ ଯେପରି ମାଟି ଓ ଆଟାଶର ମିଳନ ସ୍ଥଳ । ଦୁଇଟି ପାହାଡର ମଝିରେ ସରୁ ଦ୍ୱାର ଦେଶ ଟିଏ ଅଛି ଆଶ୍ରମ ସ୍ଥଳ ପର୍ଯ୍ୟନ୍ତ, ଯାହା କୁହୁକ ସଦୃଶ୍ୟ ପ୍ରତୀୟମାନ ହେଉଛି। ହରିଆ ଯାଇ ଆଶ୍ରମରେ ଗୁଜୀଙ୍କୁ ଦେଖା କଲା ଓ ସେ ସେଠାରେ ଶିଶ୍ୟ ହୋଇ ରହିବା ପାଇଁ କହିଲା। ଗୁରୁଜୀ ତାକୁ ଆଶ୍ରମରେ ସ୍ଥାନ ଦେଲେ । ଆଶ୍ରମରେ ଗୁରୁଜୀ ସବୁଦିନ ସକାଳୁ କିଛି ଈଶ୍ୱରୀୟ ବାଣି ଶୁଣାନ୍ତି, ତାପରେ ଖାଇ ପିଇ ହରିଆ ଶୋଇପଡେ। ପୁଣି ଅପରାହ୍ନ ରେ ଉଠି କିଛି ବୃକ୍ଷରେ ପାଣି ଦେଇ ଜଳଖିଆ ଖାଏ ଓ ସଂଧ୍ୟା ବେଳେ ଗୁରୁଙ୍କ ପାଖରେ ବସେ ଏମିତି ବେସ୍ କିଛିଦିନ କଟିଗଲା ,ଦିନେ ସକାଳ ପ୍ରାଥନା ପରେ ରୋଷ ଘରକୁ ଖାଇବା ଆଣିବାକୁ ଯାଇ ଦେଖିଲା ସେଦିନ କିଛି ରୋଷେଇ ହୋଇନାହିଁ । ଏକଥା ଯାଇ ଗୁରୁଜୀ ଙ୍କୁ କହିବାରୁ ସେ କହିଲେ ଆଜି ଏକାଦଶୀ ଆଶ୍ରମରେ ରୋଷେଇ ବନ୍ଦ।

ହରିଆ କହିଲା ,ହେଲେ ମୁଁ ତ ଓପାସ ରହି ପାରିବି ନାହିଁ।

ଗୁରୁଜୀ କହିଲେ ତୁମକୁ ଯଦି ଖାଇବାର ଅଛି ଅନାଜ ନେଇ ପାହାଡ ପାଖକୁ ଯାକ ରୋଷେଇ କରି ଖାଇବ । ହରିଆ ଜିନିଷ ନେଇ ପାହାଡ ପାଖକୁ ଗଲା । ଦୁଇ ପାହାଡର ସଙ୍ଗମର ଦ୍ୱାର ଦେଶ ତାକୁ କୁହୁକ ପରି ଲାଗୁଥାଏ । ତାର ରୋଷେଇ ସରିଗଲା ପରେ ସେ ଡାକିଲା ହେ ଭଗବାନ ଶ୍ରୀରାମ , ଆସ ରୋଷେଇ ସରିଗଲା ପ୍ରଥମେ ଭୋଜନ କର। କିନ୍ତୁ କିଛି ସମୟ ବିତିଗଲା ପରେ ବି ସେ ଯେତେ ବେଳେ ଭଗବାନ ନ ଖାଇବା ଦେଖିଲା ପୁଣି କହିଲା ମୁଁ ଜାଣେ ମୈ ରୋଷେଇ ଭଲ ନୁହେଁ , ହେଲେ ଯାହାବି ହୋଇଛି ଖାଇ ନିଅ। ତାର ସରଳତା ଦେଖି ଭଗବାନ ରାମ ମାତା ସୀତା ଙ୍କ ସହ ଆସି ତାକୁ ଦେଖା ଦେଲେ । ମାତ୍ର ହରିଆ ମାତ୍ର ଦୁଇ ଜଣଙ୍କ ପାଇଁ ରୋଷେଇ କରିଥିଲା ଗୋଟିଏ ନିଜ ପାଇଁ ଓ ଅନ୍ୟଟି ଭଗବାନ ଶ୍ରୀରାମଙ୍କ ପାଇଁ। ସେ ଖାଦ୍ୟକୁ ଉଭୟଙ୍କ ସାମ୍ନାରେ ରଖିଦେଇ ଗ୍ରହଣ କରିବା ପାଇଁ ନିବେଦନ କଲା । ଭଗବାନ ଅନ୍ନ ସେବନ ପରେ ବାହାରିଲା ବେଳକୁ ହରିଆ କହିଲା ପ୍ରଭୁ ଆପଣ ଆସିଲେ ଠିକ୍ ଅଛି , ମୁଁ ଉପାସ ରହିଲି ତଥାପି ମୁଁ ଆନନ୍ଦିତ ଆପଣ ଆସି ଥିବାରୁ । କିନ୍ତୁ ପୁଣି ଯେତେବେଳେ ଆସିବେ କେତେଜଣ ଆସିବେ କହିଲେ ମୁଁ ରୋଷେଇ କରି ରଖିଥିବି । ଭଗବାନ ତାକୁ ଚାହିଁ ସ୍ମିତ ହସି ଅନ୍ତର୍ଦ୍ଧାନ ହୋଇଗଲେ । ପୁଣି କିଛିଦିନ ଅନ୍ତର ରେ ଏକାଦଶୀ ପଡିଲା। ହରିଆ ଗୁରୁଜୀ ଙ୍କୁ ଯାଇ କହିଲା " ଗୁରୁଜୀ ମୋର କିଛି ଅଧିକ ଅନାଜ ଦରକାର , ଗୁରୁଜୀ କହିଲେ ନେଇ ଯାଅ । କିନ୍ତୁ ସେ କଣ କରୁଛି ବୋଲି ଗୁରୁଜୀ ଅନୁଧ୍ୟାନ କରିବାକୁ ଗଲେ। ଦେଖିଲେ ହରିଆ ରୋଷେଇ ବାସ ନକରି ଭଗବାନ ରାମଙ୍କୁ ଡାକୁଛି ପ୍ରଭୁ ,ଆସନ୍ତୁ ଆପଣ କେତେଲୋକ ସଂଖ୍ୟା ଗଣିବା ପାଇଁ ମୁଁ ଅସମର୍ଥ ।

ଏତେ ଲୋକଙ୍କ ପାଇଁ ରୋଷେଇ କରିବା ମୋ ପକ୍ଷେ ସମ୍ଭବ ନୁହେଁ । ତେଣୁ ଆପଣ ନିଜେ ଆସି ରୋଷେଇ କରି ଭୋଗ ଲଗାଇ ପ୍ରସାଦ ଗ୍ରହଣ କର। କିଛି ସମୟ ପରେ ପ୍ରଭୁ ଶ୍ରୀରାମ ମାଆ ସୀତା, ହନୁମାନ ,ଲକ୍ଷ୍ମଣ ଆଦି ଆସି ରୋଷେଇ ରେ ଲାଗିଗଲେ । ମାତ୍ର ଏସବୁ କିଛି ଗୁରୁଜୀଙ୍କୁ ଦୃଶ୍ୟ ହେଉ ନଥିଲା ସେ ହରିଆ ପାଖକୁ ଆସି ପଚାରିଲେ "କିରେ ଏସବୁ କଣ ହେଉଛି? ତୁତ ରୋଷେଇ କରୁନୁ ଏଗୁଡିକ କାହିଁକି ଆଣି ରଖିଛୁ ହରିଆ କହିଲା ଗୁରୁଜୀ ଆପଣ କଣ ଦେଖି ପାରୁ ନାହାଁନ୍ତି, ମାଆ ସୀତା ପରା ସ୍ୱୟଂ ରୋଷେଇ କରୁଛନ୍ତି ପ୍ରଭୁଙ୍କ ସାଥିରେ।

ଗୁରୁଜୀ କହିଲେ , ତୁ, ପାଗଳ ହୋଇ ଗଲୁଣି। ମୋତେ ତ କେହି ଦେଖା ଯାଉ ନାହାନ୍ତି , ତୁ କହୁଛୁ ମାଆ ସୀତା ରୋଷେଇ କରୁଛନ୍ତି । ହରିଆ ଗୁରୁଙ୍କ ଠାରୁ ଏକଥା ଶୁଣି ରାଗିକରି କହିଲା , ପ୍ରଭୁ ପ୍ରଥମ କଥା ତ ମତେ ଭୋକରେ ରଖିଲ।

ଦ୍ୱିତୀୟ କଥା ମୋତେ ଦେଖା ଦେଉଛ ମୋ ଗୁରୁଜୀ ଙ୍କୁ ଦେଖା ଦେଉନ ତେଣୁ ସେ ମୋତେ ପାଗଳ କହୁଛନ୍ତି । ଭଗବାନ କହିଲେ ମୁଁ ତାଙ୍କୁ ଦେଖା ଦେଇ ପାରିବି ନାହିଁ। ବାଳକ ପଚାରିଲା କାହିଁକି , ସେ ତ ବହୁତ ଜ୍ଞାନୀ। ଭଗବାନ କହିଲେ ହଁ ସେ ଜ୍ଞାନୀ ହୋଇ ପାରନ୍ତି ମାତ୍ର ତୋ' ଭଳି ସରଳ ପଣ ତାଙ୍କ ପାଖରେ ନାହିଁ। ପିଲାଟି ଏହି କଥା ଗୁରୁଜୀଙ୍କୁ କହିଲା ।

ଗୁରୁଜୀ ଙ୍କ ଆଖି ଓଦା ହୋଇଗଲା । ସେ ପ୍ରଭୁଙ୍କୁ ଭୁଲ୍ ମାଗିଲେ । ସେହି ସମୟରେ ଏକ ଅଦ୍ଭୁତ ଘଟଣା ଘଟିଲା ।

ପାହାଡ ଟି କୁହୁକ ସଦୃଶ୍ୟ ପୁରା ରାମ ଦରବାର ପାଲଟି ଗଲା।

ଗୁରୁଜୀ ଭଗବାନ ରାମଙ୍କୁ ସ୍ୱ ଚକ୍ଷୁରେ ଦେଖୁଥିଲେ । ହରିଆକୁ କୁଣ୍ଢେଇ ପକେଇ କହିଲେ ଯାହା ମୋର ଏତେ ବର୍ଷର ତପସ୍ୟାରେ ହୋଇ ପାରି ନଥିଲା ଆଜି ପାହାଡର କହୁକ ସଦୃଶ୍ୟ ତୋର ସରଳ ପଣିଆ ପାଇଁ ମୁଁ ସ୍ୱଚକ୍ଷୁରେ ପ୍ରଭୁଙ୍କୁ ଦର୍ଶନ କରି ପାରିଲି ।



Rate this content
Log in

Similar oriya story from Abstract