ସରଳ ହରିଆ
ସରଳ ହରିଆ
ଗାଁ ଟିଏ , ନାଆଁ ତାର ଶ୍ରୀରାମ ପୁର ।
ସେହି ଗାଁ ରେ ବାସ କରେ ହରିଆ ନାମରେ ବାଳକ ଟିଏ । ଅଭାବି ପରିବାର , ମୂଲ ଲାଗିଲେ ଚୁଲି ଜଳେ ତାଙ୍କର । ହରିଆ ତିନି କିଲାସ ପାଠ ପଢା ପରେ ପାଠ ଘରେ ଡୋରି ବନ୍ଧା ହେଲା ।
ହରିଆ ଥିଲା ସ୍ୱଭାବରେ ସରଳ ଓ ବହୁତ ଅଳସୁଆ । ଖାଇବା ଛଡା ତାକୁ ଆଉ କିଛି ଦୃଶ୍ୟ ହୁଏନାହିଁ । ବାପା ଯାହା ରୋଜଗାର କରନ୍ତି ତିନି ପ୍ରାଣୀଙ୍କୁ ନିଅଣ୍ଟ ପଡେ । ସେଥିପାଇଁ ମାଆ ସବୁବେଳେ ଚାହୁଁଥିଲା ପୁଅ ବି ବାପା
କାନ୍ଧରେ କାନ୍ଧ ମିଳୋଉ । କିନ୍ତୁ ହରିଆ ଏତେ ଅଳସୁଆ ଖାଲି ଖାଇବା ହିଁ ଜାଣେ।
କାମ କଥା କହିଲେ ଦେହ ଖରାପ ର ବାହାନା କରି ଘୋଡେଇ ହୋଇ ଶୋଇବ ।
ମାଆ ଅନେକ ଗାଳି ଦିଏ , ହେଲେ ଫଳ ସୁନ ।
ଦିନେ ହରିଆ ବାହାରେ ବୁଲୁଥିଲା ଗାଁ ର ଜଣେ ଲୋକ ଆସି କହିଲା ପାହାଡ ପାଖ ଆଶ୍ରମରେ ମାଗେଣା ଖାଇବା ମିଳୁଛି।
ହରିଆ ଭାବିଲା ଏଠାରେ ମାଆ ଠାରୁ ଗାଳି ଶୁଣିବା ଅପେକ୍ଷା ଭଲ ହେବ ଆଶ୍ରମ କୁ ଗଲେ ଭାରି । ମାଗଣା ଭୋଜନ ମିଳିବ , କେହି କହିବାକୁ ନଥିବେ। ହରିଆ ନିଜ ଲୁଗା ପଟା ବ୍ୟାଗ ରେ ପୁରାଇ ଆଶ୍ରମକୁ ଚାଲିଗଲା।
ପାହାଡ ପାଖରେ ପହଞ୍ଚି ଦେଖିଲା ଘଞ୍ଚ ଜଙ୍ଗଲ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରା ପାହାଡ ଦ୍ୱାର ଦେଶରେ ସୁନ୍ଦର କୂଟୀର । ଫୁଲ ଫଳରେ ଭରି ରହିଛି ଆଖପାଖ । ଦୂରରୂ ଦେଖିଲେ ଲାଗୁଛି ସତେ ଯେପରି ମାଟି ଓ ଆଟାଶର ମିଳନ ସ୍ଥଳ ।
ଦୁଇଟି ପାହାଡର ମଝିରେ ସରୁ ଦ୍ୱାର ଦେଶ ଟିଏ ଅଛି ଆଶ୍ରମ ସ୍ଥଳ ପର୍ଯ୍ୟନ୍ତ, ଯାହା କୁହୁକ ସଦୃଶ୍ୟ ପ୍ରତୀୟମାନ ହେଉଛି।
ହରିଆ ଯାଇ ଆଶ୍ରମରେ ଗୁଜୀଙ୍କୁ ଦେଖା କଲା ଓ ସେ ସେଠାରେ ଶିଶ୍ୟ ହୋଇ ରହିବା ପାଇଁ କହିଲା। ଗୁରୁଜୀ ତାକୁ ଆଶ୍ରମରେ ସ୍ଥାନ ଦେଲେ ।
ଆଶ୍ରମରେ ଗୁରୁଜୀ ସବୁଦିନ ସକାଳୁ କିଛି ଈଶ୍ୱରୀୟ ବାଣି ଶୁଣାନ୍ତି, ତାପରେ ଖାଇ ପିଇ ହରିଆ ଶୋଇପଡେ।
ପୁଣି ଅପରାହ୍ନ ରେ ଉଠି କିଛି ବୃକ୍ଷ ରେ ପାଣି ଦେଇ ଜଳଖିଆ ଖାଏ ଓ ସଂଧ୍ୟା ବେଳେ ଗୁରୁଙ୍କ ପାଖରେ ବସେ ।
ଏମିତି ବେସ୍ କିଛିଦିନ କଟିଗଲା , ଦିନେ ସକାଳ ପ୍ରାର୍ଥନା ପରେ ରୋଷ ଘରକୁ ଖାଇବା ଆଣିବାକୁ ଯାଇ ଦେଖିଲା ସେଦିନ କିଛି ରୋଷେଇ ହୋଇନାହିଁ ।
ଏକଥା ଯାଇ ଗୁରୁଜୀ ଙ୍କୁ କହିବାରୁ ସେ କହିଲେ ଆଜି ଏକାଦଶୀ ଆଶ୍ରମରେ ରୋଷେଇ ବନ୍ଦ।
ହରିଆ କହିଲା ,ହେଲେ ମୁଁ ତ ଓପାସ ରହି ପାରିବି ନାହିଁ।
ଗୁରୁଜୀ କହିଲେ ତୁମକୁ ଯଦି ଖାଇବାର ଅଛି ଅନାଜ ନେଇ ପାହାଡ ପାଖକୁ ଯାଅ ରୋଷେଇ କରି ଖାଇବ ।
ହରିଆ ଜିନିଷ ନେଇ ପାହାଡ ପାଖକୁ ଗଲା ।
ଦୁଇ ପାହାଡ ର ସଙ୍ଗମର ଦ୍ୱାର ଦେଶ ତାକୁ କୁହୁକ ପରି ଲାଗୁଥାଏ ।
ତାର ରୋଷେଇ ସରିଗଲା ପରେ ସେ ଡାକିଲା ହେ ଭଗବାନ ଶ୍ରୀରାମ , ଆସ ରୋଷେଇ ସରିଗଲା ପ୍ରଥମେ ଭୋଜନ କର।
କିନ୍ତୁ କିଛି ସମୟ ବିତିଗଲା ପରେ ବି ସେ ଯେତେ ବେଳେ ଭଗବାନ ନ ଖାଇବା ଦେଖିଲା ପୁଣି କହିଲା ମୁଁ ଜାଣେ ମୋ ରୋଷେଇ ଭଲ ନୁହେଁ , ହେଲେ ଯାହାବି ହୋଇଛି ଖାଇ ନିଅ।
ତାର ସରଳତା ଦେଖି ଭଗବାନ ରାମ ମାତା ସୀତା ଙ୍କ ସହ ଆସି ତାକୁ ଦେଖା ଦେଲେ ।
ମାତ୍ର ହରିଆ ମାତ୍ର ଦୁଇ ଜଣଙ୍କ ପାଇଁ ରୋଷେଇ କରିଥିଲା ,ଗୋଟିଏ ନିଜ ପାଇଁ ଓ ଅନ୍ୟଟି ଭଗବାନ ଶ୍ରୀରାମ ଙ୍କ ପାଇଁ।
ସେ ଖାଦ୍ୟକୁ ଉଭୟଙ୍କ ସାମ୍ନାରେ ରଖିଦେଇ ଗ୍ରହଣ କରିବା ପାଇଁ ନିବେଦନ କଲା ।
ଭଗବାନ ଅନ୍ନ ସେବନ ପରେ ବାହାରିଲା ବେଳକୁ ହରିଆ କହିଲା ପ୍ରଭୁ ଆପଣ ଆସିଲେ ଠିକ୍ ଅଛି , ମୁଁ ଉପାସ ରହିଲି ତଥାପି ମୁଁ ଆନନ୍ଦିତ ଆପଣ ଆସି ଥିବାରୁ ।
କିନ୍ତୁ ପୁଣି ଯେତେବେଳେ ଆସିବେ କେତେଜଣ ଆସିବେ କହିଲେ ମୁଁ ରୋଷେଇ କରି ରଖିଥିବି ।
ଭଗବାନ ତାକୁ ଚାହିଁ ସ୍ମିତ ହସି ଅନ୍ତର୍ଦ୍ଧାନ ହୋଇଗଲେ ।
ପୁଣି କିଛିଦିନ ଅନ୍ତର ରେ ଏକାଦଶୀ ପଡିଲା।
ହରିଆ ଗୁରୁଜୀ ଙ୍କୁ ଯାଇ କହିଲା " ଗୁରୁଜୀ ମୋର କିଛି ଅଧିକ ଅନାଜ ଦରକାର , ଗୁରୁଜୀ କହିଲେ ନେଇ ଯାଅ ।
କିନ୍ତୁ ସେ କଣ କରୁଛି ବୋଲି ଗୁରୁଜୀ ଅନୁଧ୍ୟାନ କରିବାକୁ ଗଲେ।
ଦେଖି ଲେ ହରିଆ ରୋଷେଇ ବାସ ନକରି ଭଗବାନ ରାମଙ୍କୁ ଡାକୁଛି ପ୍ରଭୁ ,ଆସନ୍ତୁ , ଆପଣ କେତେଲୋକ ସଂଖ୍ୟା ଗଣିବା ପାଇଁ ମୁଁ ଅସମର୍ଥ ।
ଏତେ ଲୋକଙ୍କ ପାଇଁ ରୋଷେଇ କରିବା ମୋ
ପକ୍ଷେ ସମ୍ଭବ ନୁହେଁ ।
ତେଣୁ ଆପଣ ନିଜେ ଆସି ରୋଷେଇ କରି ଭୋଗ ଲଗାଇ ପ୍ରସାଦ ଗ୍ରହଣ କର।
କିଛି ସମୟ ପରେ ପ୍ରଭୁ ଶ୍ରୀରାମ , ମାଆ ସୀତା, ହନୁମାନ ,ଲକ୍ଷ୍ମଣ ଆଦି ଆସି ରୋଷେଇ ରେ ଲାଗିଗଲେ ।
ମାତ୍ର ଏସବୁ କିଛି ଗୁରୁଜୀ ଙ୍କୁ ଦୃଶ୍ୟ ହେଉ ନଥିଲା ।
ସେ ହରିଆ ପାଖକୁ ଆସି ପଚାରିଲେ "କିରେ ଏସବୁ କଣ ହେଉଛି?
ତୁତ ରୋଷେଇ କରୁନୁ ଏଗୁଡିକ କାହିଁକି ଆଣି ରଖିଛୁ ।
ହରିଆ କହିଲା ଗୁରୁଜୀ ଆପଣ କଣ ଦେଖି ପାରୁ ନାହାଁନ୍ତି, ମାଆ ସୀତା ପରା ସ୍ୱୟଂ ରୋଷେଇ କରୁଛନ୍ତି ପ୍ରଭୁଙ୍କ ସାଥିରେ।
ଗୁରୁଜୀ କହିଲେ , ତୁ, ପାଗଳ ହୋଇ ଗଲୁଣି।
ମୋତେ ତ କେହି ଦେଖା ଯାଉ ନାହାନ୍ତି , ତୁ କହୁଛୁ ମାଆ ସୀତା ରୋଷେଇ କରୁଛନ୍ତି ।
ହରିଆ ଗୁରୁଙ୍କ ଠାରୁ ଏକଥା ଶୁଣି ରାଗିକରି କହିଲା , ପ୍ରଭୁ ପ୍ରଥମ କଥା ତ ମତେ ଭୋକରେ ରଖିଲ। ଦ୍ୱିତୀୟ କଥା ମୋତେ ଦେଖା ଦେଉଛ ମୋ ଗୁରୁଜୀ ଙ୍କୁ ଦେଖା ଦେଉନ ତେଣୁ ସେ ମୋତେ ପାଗଳ କହୁଛନ୍ତି ।
ଭଗବାନ କହିଲେ ମୁଁ ତାଙ୍କୁ ଦେଖା ଦେଇ ପାରିବି ନାହିଁ।
ବାଳକ ପଚାରିଲା କାହିଁକି , ସେ ତ ବହୁତ ଜ୍ଞାନୀ।
ଭଗବାନ କହିଲେ ହଁ ସେ ଜ୍ଞାନୀ ହୋଇ ପାରନ୍ତି ମାତ୍ର ତୋ' ଭଳି ସରଳ ପଣ ତାଙ୍କ ପାଖରେ ନାହିଁ।
ପିଲାଟି ଏହି କଥା ଗୁରୁଜୀଙ୍କୁ କହିଲା ।
ଗୁରୁଜୀ ଙ୍କ ଆଖି ଓଦା ହୋଇଗଲା ।
ସେ ପ୍ରଭୁଙ୍କୁ ଭୁଲ୍ ମାଗିଲେ ।
ସେହି ସମୟରେ ଏକ ଅଦ୍ଭୁତ ଘଟଣା ଘଟିଲା ।
ପାହାଡ ଟି କୁହୁକ ସଦୃଶ୍ୟ ପୁରା ରାମ ଦରବାର ପାଲଟି ଗଲା।
ଗୁରୁଜି ଭଗବାନ ରାମଙ୍କୁ ସ୍ୱ ଚକ୍ଷୁରେ ଦେଖୁଥିଲେ ।
ହରିଆ କୁ କୁଣ୍ଢେଇ ପକେଇ କହିଲେ ଯାହା ମୋର ଏତେ ବର୍ଷର ତପସ୍ୟାରେ ହୋଇ ପାରି ନଥିଲା ଆଜି ପାହାଡର କହୁକ ସଦୃଶ୍ୟ ତୋର ସରଳ ପଣିଆ ପାଇଁ ମୁଁ ସ୍ୱ ଚକ୍ଷୁରେ ପ୍ରଭୁଙ୍କୁ ଦର୍ଶନ କରି ପାରିଲି ।
ତୋ' ହୃଦୟରେ ସରଳ ପଣର ଯେଉଁ କୁହୁକ ଦ୍ୱାର,ଯାହା ପାଇଁ ପ୍ରଭୁଆଜି ମୋତେ ଦର୍ଶନ ଦେଲେ ସେମିତି ସରଳ ପଣ ଯାହା ହୃଦୟରେ ରହିବ ସେ ଜୀବନରେ ନିଶ୍ଚୟଁ ଅଗ୍ରଗତି କରିବ ଏ ଶିକ୍ଷା ମୁଁ ଆଜି ତୋ'ଠାରୁ ଗ୍ରହଣ କରି ତୋତେ ମୋର ଗୁରୁ ବନେଇଲି ।