STORYMIRROR

Lalita Mohan Mishra

Children Stories Classics Others

3  

Lalita Mohan Mishra

Children Stories Classics Others

ସର୍ବୋତ୍ତମ ଜଳ

ସର୍ବୋତ୍ତମ ଜଳ

2 mins
141



ଏକ ସନ୍ଥ ମହାତ୍ମା ପ୍ରବଚନ ଦେଉଥିଲେ । ଶୁଣିବା ପାଇଁ ଭକ୍ତଙ୍କ ଭିଡ ଥିଲା । ଲୋକମାନେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରବଚନ ଶୁଣୁଥିଲେ । ଦୀର୍ଘ ସମୟ ପ୍ରବଚନ ଦେବା ପରେ ସେ ଟିକିଏ ଶାନ୍ତ ମନରେ ଆକାଶ ଆଡକୁ ଚାହିଁଲେ । ସେ ସମୟରେ ଜଣେ ଭକ୍ତ ତାଙ୍କୁ ଶୁଦ୍ଧ ଜଳ ଏକ ପାତ୍ରରେ ଆଣି ପିଇବାକୁ ଅନୁରୋଧ କଲେ । ମହାତ୍ମା ପାଣି ପିଇ ସାରି ପ୍ରବଚନ ଶୁଣୁଥିବା ଭକ୍ତମାନଙ୍କୁ ପଚାରିଲେ - 'ତୁମ ମଧ୍ୟରୁ କେହି କହିପାରିବେ କି କେଉଁଟି ସର୍ବୋତ୍ତମ ଜଳ ? ଜଣେ ଭକ୍ତ କହିଲେ - ଗଙ୍ଗା ଜଳ । ଏହା ସର୍ବୋତ୍ତମ ଜଳ ଏବଂ ଶୁଦ୍ଧ । ମହାତ୍ମା ତାଙ୍କ ଉତ୍ତରରେ ସନ୍ତୁଷ୍ଟ ନ ଥିଲେ । ସେ ବାମ ପାର୍ଶ୍ୱରେ ବସିଥିବା ଭକ୍ତଙ୍କ ଆଡକୁ ଚାହିଁଲେ । ସେଥିରୁ ଜଣେ ଭକ୍ତ କହିଲେ - ଓସଜଳ । ହେ ମହାତ୍ମା, କାକର ଜଳ ଯାହା ସକାଳେ ଗଛର ପତ୍ରରୂ ସଂଗୃହୀତ ହୁଏ ତାହା ସର୍ବୋତ୍ତମ ଜଳ । ଭକ୍ତଙ୍କ ଉତ୍ତରରେ ମହାତ୍ମା ତଥାପି ସନ୍ତୁଷ୍ଟ ନ ଥିଲେ । ତୁମମାନଙ୍କ ମଧ୍ୟରୁ କେହି କହିପାରିବେ କି ?ମହାତ୍ମା ତାଙ୍କ ସାମ୍ନାରେ ବସିଥିବା ଭକ୍ତମାନଙ୍କୁ ପଚାରିଲେ ? ସେଥିରୁ

ଜଣେ ଭକ୍ତ ବହୁତ ବୁଝି ବିଚାର କରିବା ପରେ କହିଲେ - 'ମମତାର ଜଳ'... ଅଶ୍ରୁ ଜଳ । ଯେତେବେଳେ ଜଣେ ମା ଦୀର୍ଘ ଦିନ ପରେ ନିଜ ବିଚ୍ଛିନ୍ନ ପୁଅକୁ ଭେଟିଥାଏ, ତାଙ୍କ ଆଖିରୁ ପ୍ରବାହିତ ଶୁଦ୍ଧ ଜଳ ହେଉଛି ସର୍ବୋତ୍ତମ ଜଳ । ମହାତ୍ମା ହାଲୁକା ହସିଲେ କିନ୍ତୁ ଏହି ଉତ୍ତରରେ ତଥାପି ସେ ସନ୍ତୁଷ୍ଟ ନ ଥିଲା ପରି ମନେ ହେଲା । ତା’ପରେ ସେ ତାଙ୍କର ଡାହାଣ ପାର୍ଶ୍ୱରେ ବସିଥିବା ଭକ୍ତମାନଙ୍କୁ ପଚାରିଲେ । ସେହି ପାର୍ଶ୍ୱରୁ ଜଣେ ଭକ୍ତ ଠିଆ ହୋଇ କହିଲେ - ଜଣେ ପରିଶ୍ରମୀ ଲୋକର ଝାଳ ବୁହା ଜଳ। ଯିଏ ନିଜ ନିର୍ଭରଶୀଳ ପରିବାର ପାଇଁ ଦୁଇ ମୁଠା ଖାଇବାକୁ ଦେବାକୁ ଯାଇ ଦିନସାରା ଝାଳ ନାଳ ହୋଇ ପରିଶ୍ରମ କରେ । ତାହା ହେଉଛି ଶ୍ରେଷ୍ଠ ଜଳ । ସନ୍ଥ ମହାତ୍ମା କହିଲେ - ଏହି ପୃଥିବୀରେ ଶ୍ରମ ଜଳ ଅପେକ୍ଷା ଭଲ ଜଳ ନାହିଁ । କାରଣ ଯେ କୌଣସି କାର୍ଯ୍ୟ ନିଜର ଖ୍ଯାତି ସମୃଦ୍ଧି ପରିବର୍ତ୍ତେ ଅନ୍ୟମାନଙ୍କ ପାଇଁ କରାଯାଏ । ତାହା ଶ୍ରେଷ୍ଠ କର୍ମ । ଏବଂ ସେହି ଶ୍ରେଷ୍ଠ ଶ୍ରମ ଦ୍ୱାରା ଉତ୍ପାଦିତ ଜଳ ହେଉଛି ସର୍ବୋତ୍ତମ ଜଳ ।




Rate this content
Log in