Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Sachidananda Kar

Others


3  

Sachidananda Kar

Others


ସପନର ପଥେ ପଥେ

ସପନର ପଥେ ପଥେ

2 mins 242 2 mins 242


          କୋଟିଏ ଆଶା, ହେଲେ ସ୍ବପ୍ନ ଗୋଟିଏ।


          ସେଇ ସ୍ବପ୍ନ ଗୋଟିକ ଏବେ ତା'ର ଜୀବନ।ତାକୁ ସାଥିରେ ଧରିଛି ବୋଲି ପୃଥିବୀ ତା' ପାଇଁ ସୁନ୍ଦର।ଜିତିବାକୁ ଅହରହ ପ୍ରୟାସ କରୁଛି ସେ।


          ହାତ ଦେଖୁଥିବା ଜଣେ ଯାଯାବର ଆସି ତା' ମନରେ ଏ ସ୍ବପ୍ନଟି ଭର୍ତ୍ତି କରିଦେଇଛି।


          ସିଏ କେତେ ଦିନର କଥା ହେଲାଣି।ଥରେ ତା' ଦୁଆରକୁ ଆସିଥିଲା ସେଇ ଯାଯାବର।ହାତ ଦେଖି ଭବିଷ୍ୟ କହିବାକୁ ଅନୁରୋଧ କରିଥିଲା।


           ସେତେବେଳକୁ ପାଖ ପଡୋଶୀ ସମସ୍ତେ ତା' ପାଖରେ ହାତ ଦେଖାଇ ସାରିଥିଲେ।ଝିଅ ଓ ସ୍ତ୍ରୀ ଲୋକମାନେ ତ ସବୁଠୁ ବେଶୀ ଆଗ୍ରହ ଦେଖାଇଥିଲେ।


           ଅଜ୍ଞାତ ଭବିଷ୍ୟ ବିଷୟରେ ଜାଣିବାକୁ କାହାର ବା ଆଗ୍ରହ ନ ହେବ ! ତା' ଛଡା ସେ ଯାଯାବର ଆଶା ଦିଏ,ସ୍ବପ୍ନ ବି ଦିଏ।


           ସେ ଯାଯାବର କାହାକୁ କହେ - ତୁମେ ରାଜା ହେବ।କାହାକୁ କହେ - ତୁମେ ରାଣୀ ହେବ।କାହାକୁ କହେ - ତୁମକୁ ହଠାତ୍ ଦିନେ ପ୍ରଚୁର ଧନ ମିଳିବ।ତେଣୁ ତା' ପାଖରେ ହାତ ଦେଖାଇବାକୁ ସମସ୍ତେ ଭିଡ ଲଗାନ୍ତି।


           ସେଦିନ ତା'ର ଅନୁରୋଧ ଏଡାଇ ପାରିଲାନି ସେ।କହିଲା - " ତେବେ ବସ। "


           ଯାଯାବର ବସିଲା।ତା' ପାଖରେ ହାତ ଦେଖାଇବାକୁ ଆଗ୍ରହରେ ବସିପଡିଲା ସେ।


           ଏତିକିବେଳେ ଘର ଭିତରୁ ମାଆ ମାଆ ଡାକି ତା' ପାଖକୁ ଦୌଡି ଦୌଡି ଆସିଲା ତା'ର ପାଞ୍ଚ ବର୍ଷର ଝିଅ ରୋଜ୍।


           ରୋଜ୍ କୁ ଛାଡିଦେଲେ ଏତେ ବଡ ସଂସାରରେ ତା'ର ଆଉ କେହି ନ ଥିଲେ।ତିନି ବର୍ଷ ତଳେ ରୋଜ୍ ର ବାପା ଏକ ଦୁର୍ଘଟଣାର ଶିକାର ହୋଇ ଆରପାରିକି ଚାଲି ଯାଇଥିଲେ।ତା' ପରଠାରୁ ଓଲଟି ପଡ଼ିଥିଲା ତା'ର ସ୍ବପ୍ନର ପୃଥିବୀ।ଏବେ ରୋଜ୍ ହିଁ ଥିଲା ତା'ର ସବୁକିଛି।


           ରୋଜ୍ କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲା ସେ।ତାକୁ ଦଣ୍ଡେ ନ ଦେଖିଲେ ତା'ର ମୁଣ୍ଡ ଠିକ୍ ରହୁ ନ ଥିଲା।


           ଲହୁଣୀ ପରି ପୁତୁ ପୁତୁ ପୁଣି ଗୋଲାପ ପରି କୋମଳାଙ୍ଗୀ ସେ ଝିଅଟା ଗୋଟେ ଜୀଅନ୍ତା କଣ୍ଢେଇ ପରି ଲାଗେ।ସେଥିପାଇଁ ତାକୁ ରୋଜ୍ ଡାକୁଥିଲା ସେ।


           ଏବେ ଯାଯାବରର ଆଖି ରୋଜ୍ ଉପରେ ପଡିଲା।ଆଗ ତା'ର ହାତ ଦେଖିବାକୁ ଆଗ୍ରହ ପ୍ରକାଶ କଲା ଯାଯାବର।


           ଏତିକିରେ ଟିକେ ଖୁସି ହେଲା ସେ।କହିଲା - " ମୋ ଝିଅ - ମୋ ଆଖିର ତାରା,ମୋ ହୃଦୟର ପଦକ।ଯଦି ଆଗ ତା'ର ହାତ ଦେଖିବ ଦେଖ।ମୋର ମନା ନାହିଁ। "


            ରୋଜ୍ ର ହାତ ଆଗ ଦେଖିଲା ଯାଯାବର।ହସିଦେଇ କହିଲା - " ଏ ଝିଅର ହାତ ବହୁତ ଭଲ।ତା'ର ଭାଗ୍ୟ ବେଶ୍ ଚମତ୍କାର।ହସ୍ତରେଖା କହୁଛି - ଦିନେ ସେ ରାଜରାଣୀ ହେବ। "


           ରାଜରାଣୀ ହେବ !


           ବାସ୍।ଏଇଠୁ ପୁଣି ସ୍ବପ୍ନ ଦେଖିବାକୁ ଆରମ୍ଭ କରିଦେଲା ସେ।ସେଦିନ ରୋଜ୍ ପରେ ପରେ ନିଜେ ସେ ନିଜର ହାତ ଦେଖାଇଲା।ଯାଯାବରକୁ ବେଶ୍ କିଛି ଟଙ୍କା ଦେଇ ଦୁଆରୁ ବିଦା କଲା।


            ଏବେ ସବୁ ରାତିରେ ସ୍ବପ୍ନ ଦେଖୁଥିଲା ସେ। - ରୋଜ୍ ର ସୌନ୍ଦର୍ଯ୍ୟରେ ପାଗଳ ହୋଇ ପଡିଛନ୍ତି ବହୁତ ବଡ ବଡ ଘରର ଯୁବକମାନେ।ତାକୁ ପାଇବା ପାଇଁ ଆଗ୍ରହ ଦେଖାଉଛନ୍ତି।


            ରୋଜ୍ ର ସୌଭାଗ୍ୟ।ଭଗବାନ ତାହା ହିଁ କରନ୍ତୁ। - ସ୍ବପ୍ନ ଶେଷରେ ମନକୁମନ କହୁଥିଲା ସେ।


           ଏବେ ତା ' ଭିତରେ ବଢୁଥିଲା ଗୋଟେ ଆତ୍ମବିଶ୍ବାସ।ସ୍ବପ୍ନକୁ ଛୁଇଁବାକୁ ଇଚ୍ଛାଟିଏ ବି ବଢୁଥିଲା। 


           ରୋଜ୍ ଦିନେ ରାଜରାଣୀ ହେବ।ଯାଯାବରର ଏଇ ଭବିଷ୍ୟବାଣୀ ତା'ର ମନେ ପଡୁଥିଲା।ଓ ଏହା ତା'ର ଜୀବନକୁ ପ୍ରାଣବନ୍ତ କରୁଥିଲା।ସ୍ବପ୍ନ ପାଖରେ ପହଞ୍ଚିବା ପାଇଁ ନିଜ ଜୀବନକୁ ବାଜି ଲଗେଇ ଦେଇଥିଲା ସେ।


           ଏବେ ସେ ଏକା ଏକା ଚାଲିଥିଲା, ଚାଲୁଥିଲା - ସପନର ପଥେ ପଥେ।


           ତା'ର ଏଇ ଗୋଟିଏ ବୋଲି ସ୍ବପକୁ ନେଇ ସେ ଏମିତି ଚାଲିଥିବ ନା ସାକାର ହେବ ତା'ର ସ୍ବପ୍ନ ! ! !


Rate this content
Log in