Kanan Bala Nayak

Classics

3  

Kanan Bala Nayak

Classics

ସ୍ପନ୍ଦନ ହୃଦୟର

ସ୍ପନ୍ଦନ ହୃଦୟର

4 mins
200



  ବନ୍ଧୁତା ଏକ ନିରବ ପ୍ରତିଶ୍ରୁତି। ବନ୍ଧୁତା ହୃଦୟ ସହ ହୃଦୟର ମିଳନ। ବନ୍ଧୁ ଏକ ଅଖଣ୍ଡ ବିଶ୍ବାସ। ବନ୍ଧୁ ନିଜଠାରୁ ବେଶୀ ନିଜର। ବନ୍ଧୁ ସିଏ ଯେଉଁଠି ନିଜ ଉପରେ ବିଶ୍ବାସ ତୁଟି ଗଲେ ପୁଣି ଥରେ ସେ ବିଶ୍ୱାସକୁ ଫେରାଇ ଆଣି ପାରେ। ବନ୍ଧୁ ସିଏ ଯିଏ ବନ୍ଧୁ ଉପରକୁ ବିପଦ ଆସିବା ପୂର୍ବରୁ ନିଜ ଛାତି ଦେଖାଇ ଦିଏ। ବନ୍ଧୁ ଯିଏ ବନ୍ଧୁ ପାଇଁ ନିଜକୁ ଭୁଲି ଯାଏ।ବନ୍ଧୁ ହୃଦୟର ସ୍ପନ୍ଦନ। ବନ୍ଧୁ ଯିଏ ନିଜକୁ ହରାଇ ବନ୍ଧୁତ୍ୱ ରକ୍ଷା କରେ। ବନ୍ଧୁତାକୁ ଶବ୍ଦରେ ପରିପ୍ରକାଶ କରିବା ସମ୍ଭବ ନୁହେଁ। 


  ରାଜେଶ୍‌ ର ସେଇ ଭଳି ଜଣେ ବନ୍ଧୁ ଥିଲା ମୁକେଶ୍ । ନାଁରେ ଯେମିତି ସାମଞ୍ଜସ୍ୟ ବନ୍ଧୁତା ମଧ୍ୟ ସେମିତି। ଉଭୟଙ୍କର ସାକ୍ଷାତ ହୁଏ ଗୋଟିଏ ଅଫିସ୍ କାମରେ । ରାଜେଶ୍ ଜଣେ ସମୀକ୍ଷା ଅଧିକାରୀ ଥିବା ବେଳେ ମୁକେଶ୍ ସରକାରଙ୍କର କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଅଫିସ୍ ରେ ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ଥିଲେ। 


  ରାଜେଶ୍ ମୁକେଶ୍ ଙ୍କ ଅଫିସର କାଗଜ ପତ୍ର ସମୀକ୍ଷା ପାଇଁ ତାଙ୍କ ଅଫିସ୍‌ କୁ ଆସିଥିଲେ। ସେଇଠି କାମ କରିବା ଭିତରେ ଉଭୟଙ୍କ ମଧ୍ୟରେ ଗୋଟେ ସମ୍ପର୍କ ଗଢ଼ି ଉଠିଲା। ରାଜେଶ୍ ଙ୍କୁ ସମୀକ୍ଷା ପାଇଁ ସାତ ଦିନ ସମୟ ମିଳିଥିଲା।ସେଇ‌ ସାତ ଦିନ ମଧ୍ୟରେ ମୁକେଶଙ୍କର ନମ୍ର ଓ ଭଦ୍ର ବ୍ୟବହାର ଦେଖି ମୁକେଶ୍ ଙ୍କ ଆଡ଼କୁ ଆକର୍ଷିତ ହୋଇ ପଡିଥିଲେ‌ ରାଜେଶ୍।


  ଉଭୟେ ଅଫିସ୍ କଥା ଛାଡ଼ି ଅନ୍ୟ ବ୍ୟକ୍ତି ଗତ କଥା ମଧ୍ୟ ଆରମ୍ଭ କରି ଦେଲେ। ଉଭୟେ ଉଭୟଙ୍କ ପରିବାର ବିଷୟରେ ଜାଣିଲେ। ରାଜେଶଙ୍କ ପରିବାର କହିଲେ ସେ ତାଙ୍କ ସ୍ତ୍ରୀ , ଦୁଇ ପୁଅ ଝିଅ ଓ ତାଙ୍କ ବୃଦ୍ଧ ପିତା। ରାଜେଶ୍ ଙ୍କ ବିବାହ ପୂର୍ବରୁ ତାଙ୍କ ମାଆ ଇହଧାମ ତ୍ୟାଗ କରି ସାରିଥିଲେ।


  ଆଉ ମୁକେଶ୍ ଙ୍କ ପରିବାର କହିଲେ।ସେ‌ ଆଉ‌ ତାଙ୍କ ସ୍ତ୍ରୀ ଓ ଗୋଟିଏ ଝିଅ। ଧିରେ ଧିରେ ରାଜେଶ୍ ଓ ମୁକେଶଙ୍କ ଅଫିସିଆଲ୍ ରିଲେସନ ବ୍ୟକ୍ତି ଗତ ସମ୍ପର୍କରେ ପରିଣତ ହେଲା। ଉଭୟେ ଉଭୟଙ୍କ ଘରକୁ ଯିବା ଆସିବା କଲେ।ଯେ କୌଣସି କାମରେ ଯେତେବେଳେ ଦରକାର ପଡେ ରାଜେଶ୍ ଯଦି ଫୋନ୍ କରେ ମୁକେଶ ତା ଘରେ ଯେତେ କାମ ଥିଲେ ମଧ୍ୟ ସେ କାମକୁ ଛାଡି ଦେଇ ରାଜେଶ୍ ଘରେ ହାଜର ହୋଇ ଯାଉଥିଲା। ରାଜେଶ୍ ର ସ୍ତ୍ରୀ ଓ ପିଲାମାନେ ମଧ୍ୟ ମୁକେଶକୁ ଯଥେଷ୍ଟ ସମ୍ମାନ କରୁଥିଲେ।


  ମୁକେଶ ମଧ୍ୟ ରାଜେଶ୍ ର ପିଲାମାନଙ୍କୁ ବହୁତ ସ୍ନେହ କରୁଥିଲେ। ରାଜେଶ୍ ର ପିଲାମାନଙ୍କର ଟିକେ ବି ଦେହ ଖରାପ ହେଲେ ମୁକେଶ ଯାଇ ତାଙ୍କ ପାଖରେ ହାଜର ହୋଇ ଯାଉଥିଲା। ଏପରିକି ନିଜ ସ୍ତ୍ରୀ ଓ ଝିଅକୁ ଛାଡି ରାତି ରାତି ତାଙ୍କ ଘରେ ରାତି ରାତି ତା ପିଲା ମାନଙ୍କୁ ଜଗେ ।


  ମଝିରେ ରାଜେଶ୍ ର ବାପାଙ୍କର ବହୁତ ଦେହ ଖରାପ ହେଲା।ସେ ହସ୍ପିଟାଲରେ ଆଡ଼ମିଶନ ହେଲେ। ଅନେକ ପରୀକ୍ଷା ନିରୀକ୍ଷା କରିବା ପରେ ଜଣା ପଡିଲା ଯେ ସେ ଫୁସଫୁସ କ୍ୟାନ୍ସରରେ ଆକ୍ରାନ୍ତ। ରାଜେଶ୍ ର ବାପାଙ୍କର କ୍ୟାନ୍ସର ହୋଇଛି ଶୁଣି ରାଜେଶ୍ ର ସବୁ ଭାଇ ଭଉଣୀ ଏକତ୍ରିତ ହେଲେ। ମୁକେଶ ମଧ୍ୟ ସେଠାରେ ଉପସ୍ଥିତ ଥାଏ। 


  ରାଜେଶ୍ ର ବଡ଼ ଭାଇ ମୁକେଶକୁ କହିଲେ ତୁମେ କୁଆଡେ ଛାଡି ଯାଅନା। ରାଜେଶ୍ ମଧ୍ୟ ବନ୍ଧୁତାର ପରିଭାଷାକୁ ଲିଭାଇବା ପାଇଁ ପ୍ରତ୍ୟେକ ଦିନ ହସ୍ପିଟାଲ ଯାଉଥିଲା। ଅନେକ ଚେଷ୍ଟା କରିଥିଲା ରାଜେଶ୍ ର ବାପାଙ୍କୁ ଠିକ୍ କରିବା ପାଇଁ।ଆଉ ସେଇ ସମୟରେ ରାଜେଶ୍ ମୁକେଶ୍ କୁ ବହୁତ ଖରାପ ବ୍ୟବହାର କଲା। ରାଜେଶ୍ ନିଜେ ତା ବାପାଙ୍କ ପାଖରେ ସବୁବେଳେ ରହି ପାରୁ ନଥିଲା। ହେଲେ ମୁକେଶ ତା ପରିବାର ଓ ଅଫିସ୍ ସବୁକୁ ଅଣଦେଖା କରି ରାଜେଶ୍ ର ବାପାଙ୍କ ପାଖରେ ରୁହେ। ରାଜେଶ୍ ଯେତେବେଳେ ବି ତା ବାପାଙ୍କୁ ଦେଖିବାକୁ ଆସେ ମୁକେଶ୍ କୁ ଦେଖି ନ ଦେଖିଲା ପରି ରହେ।ସତରେ ଯେମିତି ସେ ତାକୁ ଚିହ୍ନିନି। 


  ମୁକେଶକୁ ରାଜେଶ୍ ର ବ୍ୟବହାର ବହୁତ କଷ୍ଟ ଦିଏ। ହେଲେ ସେ ଏଇଆ ଭାବି ନିଜକୁ ବୁଝାଇ ଦିଏ ଯେ ରାଜେଶ୍ ତା ବାପାଙ୍କ ଦେହ ଖରାପ ପାଇଁ ମନ ଦୁଃଖରେ ଅଛି ତେଣୁ ସେ ସେମିତି ବ୍ୟବହାର କରୁଛି। ଅନେକ ଚେଷ୍ଟା ପରେ ବି ରାଜେଶ୍ ର ବାପା ଆଉ ଘରକୁ ଫେରିଲେ ନାହିଁ।ସେ ଯେଉଁ ଦିନ ଗଲେ ତାଙ୍କ ସତ୍କାରର ସବୁ କାମ ରେ ମୁକେଶ ବହୁତ ସହଯୋଗ କଲା।ଏ ପରି କି ଶୁଦ୍ଧି କ୍ରିୟା ସମାପ୍ତ ହେବା ପର୍ଯ୍ୟନ୍ତ ସେ ରାଜେଶ୍ ଘରେ ରହିଲା। ଶୁଦ୍ଧିକ୍ରିୟା ସମାପ୍ତ ହେବା ପରେ ମୁକେଶ ତାଙ୍କ ଘରକୁ ଫେରିଲା‌।


 ହେଲେ ତା ପର ଠାରୁ ରାଜେଶ୍ ର ବ୍ୟବହାର ମୁକେଶ ପ୍ରତି ବଦଳି ଗଲା। ଯେତେବେଳେ ବି ମୁକେଶ୍ ରାଜେଶ୍ ପାଖକୁ ଫୋନ୍ କରେ ରାଜେଶ୍ ଫୋନ୍ ରଖୁଛି ରଖୁଛି କହି ଫୋନ୍ କାଟି ଦିଏ। ଯେବେ ବି ମୁକେଶ୍ ରାଜେଶ୍ ଘରକୁ ଯାଏ ରାଜେଶ୍ ସବୁ ବେଳେ ମୁଁ ମୋ ଭାଇ ଘରକୁ ଯାଉଛି ଭଉଣୀ ଘରକୁ ଯାଉଛି ବୋଲି କହି ତାକୁ ଆଭଏଡ୍ କରେ।


   ତାର ଏଇ ପ୍ରକାର ବ୍ୟବହାରରେ ମୁକେଶ ବହୁତ ଆଘାତ ପ୍ରାପ୍ତ ହୁଏ। ତଥାପି ବନ୍ଧୁତାକୁ ବଜାୟ ରଖିବା ପାଇଁ ସେ ରାଜେଶ୍ ଘରକୁ ଯାଏ। ହେଲେ ବାରମ୍ବାର ଅପମାନ ପାଇବା ପରେ ଯେ କୌଣସି ବ୍ୟକ୍ତିର ସ୍ବାଭିମାନ ଆଘାତ ପ୍ରାପ୍ତ ହୁଏ। ମୁକେଶ୍ ର ସ୍ବାଭିମାନ ମଧ୍ୟ ବହୁତ ଆଘାତ ପ୍ରାପ୍ତ ହେଉଥିଲା।ତା ହୃଦୟଟା ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ଯାଉଥିଲା। ତଥାପି ସେ ବନ୍ଧୁତା ଖାତିର୍ ରେ ରାଜେଶ୍ ପାଖକୁ ଫୋନ କରେ। ଥରେ ମୁକେଶ୍ ର ଦେହ ବହୁତ ଖରାପ ହେଲା।ସେ ରାଜେଶ୍ କୁ ଫୋନ୍ ‌କରି ଏ ବିଷୟରେ କହିଲା।

  

  ହେଲେ ରାଜେଶ୍ ତାକୁ ଦେଖିବାକୁ ଆସିବା ତ ଦୂରର କଥା ରାଜେଶ୍ ଫୋନ୍ କଲା ରୁ କହିଲା ତୋ ଦେହ ତ ସବୁ ବେଳେ ଖରାପ ହେଉଛି କେତେ ଆଉ ପଚାରିବି। ରାଜେଶ୍ କହିଲା ମୋର ଦେହ ଏତେ ଖରାପ ମୋତେ ଟିକେ ଦେଖି ଯିବାକୁ ତୋ ମନ କହୁନି। ଆସନ୍ତା କାଲି ରବିବାର ଅଛି ମୋ ବଡ଼ ଭାଇ ମୋତେ ତାଙ୍କ ଘରକୁ ଡ଼ାକିଛନ୍ତି। ସେଠି ଆମର ଗୋଟେ ଗେଟ୍ ଟୁଗେଦର୍ ହେବ।ଆମ ଘରର ସବୁ ସଦସ୍ୟ ଆସିବେ। ମୁଁ ସେଠାକୁ ନ ଗଲେ ଖରାପ କଥା ହେବ।


  ମୁକେଶର କଥାକୁ ତା ସ୍ତ୍ରୀ ଶୁଣୁଥିଲେ ସେ କହିଲେ ତୁମେ ତୁମ ସାଙ୍ଗର କି ତାଙ୍କ ଘର ଲୋକଙ୍କର ଯେତେବେଳେ ବି ଯାହା ହୁଏ ଆମ ମାଆ ଝିଅଙ୍କୁ ଘରେ ଏକା ଛାଡି ଦଉଡ଼। ହେଲେ ତୁମ ନିଜ ଦେହ ଖରାପ ସମୟରେ ତୁମ ବନ୍ଧୁ ତୁମ ପାଖକୁ ଆସିବା ତ ଦୂରର କଥା ନିଜ ଆଡୁ ଦିନେ ଫୋନ୍ ବି କରୁ ନାହାଁନ୍ତି।


  ଏଇ କଥା ଶୁଣି ମୁକେଶ ଭାବିଲା ସତରେ ତ ଯେଉଁ ସାଙ୍ଗର କି ତା ଘର ଲୋକଙ୍କର ଟିକେ କିଛି ହୋଇ ଗଲେ ମୁକେଶ ତା ସହ ଛାଇ ଭଳି ରହିଥାଏ, ସେ ସାଙ୍ଗ ତା ନିଜ ଦେହ ଖରାପ ସମୟରେ ପାଖରେ ଛିଡ଼ା ହେବା ତ ଦୂରର କଥା ଥରେ ମଧ୍ୟ ନିଜ ଆଡୁ ଫୋନ୍ କରୁନି।


  ମୁକେଶ ଆଉ ଥରେ ଫୋନ୍ କରି ରାଜେଶ୍ କୁ କହିଲା ଭାଇ ତୁ ଜାଣିଛୁ ମୋର ଏତେ ଦେହ ଖରାପ ତୁ ଥରେ ଦେଖିବାକୁ ଆସୁନି। ହେଲେ ତୋ ଭାଇ ଘରକୁ ଭୋଜି ଖାଇବା ପାଇଁ ଯାଇ ପାରୁଛୁ‌।ଏକଥା ଶୁଣି ରାଜେଶ୍ କହିଲା ସେମାନେ ମୋ ରକ୍ତ ସମ୍ପର୍କର। ମୁଁ ମୋ ରକ୍ତ ସମ୍ପର୍କଙ୍କ ପାଖକୁ ନ ଯାଇ ତୋ ପାଖକୁ ଯିବି‌। ମୁଁ କହିଲି ତେବେ ମୋ ବନ୍ଧୁତାର କିଛି ମୂଲ୍ୟ ନାହିଁ। ରାଜେଶ୍ କହିଲା ବନ୍ଧୁତାର ମୂଲ୍ୟ ମୋ ପାଖରେ କିଛି ନାହିଁ।ଏଇ କଥା ପଦକ ଶୁଣି ମୁକେଶ ପୁରାପୁରି ଭାଙ୍ଗି ପଡ଼ିଲା।


  ଆଉ ଅନୁଭବ କଲା ଯେ ରକ୍ତ ସମ୍ପର୍କ ଆଗରେ ହୃଦୟର ସମ୍ପର୍କ ଫିକା ପଡି ଯାଇଥାଏ। ଆଉ ନିଜକୁ ପ୍ରସ୍ତୁତ କରୁଥିଲା ସେ ଭଳି ସମ୍ପର୍କରୁ ଦୂରେଇ ଯିବା ପାଇଁ। ଯେଉଁ ବନ୍ଧୁ ପାଖରେ ବନ୍ଧୁତାର ମୂଲ୍ୟ କିଛି ନାହିଁ ସେ ଭଳି ବନ୍ଧୁ ପାଖରେ ରହିବା ଠାରୁ ଏକୁଟିଆ ରହିବା ଭଲ।


Rate this content
Log in

Similar oriya story from Classics