Kalpana Kumari Pradhan

Thriller Children

4.8  

Kalpana Kumari Pradhan

Thriller Children

ସଫଳତାର ଗ୍ଲାନି

ସଫଳତାର ଗ୍ଲାନି

3 mins
298


ସେଦିନ ସ୍କୁଲ ରେ ଥାଏ କବାଡି ପ୍ରତିଯୋଗିତା l ଆମେ ଅଷ୍ଟମ ଶ୍ରେଣୀ ରେ ନୂଆ ନୂଆ ନାମ ଲେଖେଇ ଥାଉ l ମୁଁ ଓ ମୋର ସାଙ୍ଗ ମାନେ ବହୁ ଉତ୍ସାହିତ ଥିଲୁ l ସବୁ ଖେଳ ଖେଳିଛୁ ହେଲେ କବାଡି ପ୍ରତିଯୋଗିତା କେବେ ଭାଗ ନେଇନୁ l

ବିଦ୍ୟାଳୟ ଟି ଥିଲା ବାଳିକା ଉଚ୍ଚ ବିଦ୍ୟାଳୟ, ଛୋଟିଆ ସହର ର ଶେଷ ପ୍ରାନ୍ତ ରେ l ପାର୍ଶ୍ୱ ରେ କଳ କଳ ନାଦ କରି ବହି ଯାଉଥିଲା ଋଷିକୂଲ୍ୟା l ସୁଦୀର୍ଘ ସବୁଜିମା ରେ ଘେରା ମନୋରମ ପରିବେଶ ତାର l

ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ହୋଇ ଥିଲା ବିଭିନ୍ନ ପ୍ରତିଯୋଗିତା l ସେଥିମଧ୍ୟରୁ ମୁଁ ଦୁଇ ତିନୋଟି ପ୍ରତିଯୋଗିତା ପ୍ରଥମ ସ୍ଥାନ ପାଇଥିଲି l ଯାହାକି ମୋ ମନବଳ କୁ ଦୁଇ ଗୁଣିତ କରିଥାଏ l

କବାଡି ଖେଳର ସମସ୍ତ ନିୟମ କୁ ଗୋଟି ଗୋଟି କରି ବୁଝାଇଦିଆଗଲା l ଅଷ୍ଟମ, ନବମ ଓ ଦଶମ ପ୍ରତି ଶ୍ରେଣୀ ରେ ଦୁଇଟି ଦଳ କରାଯିବ l ଅଷ୍ଟମ ଦୁଇ ଦଳ ମଧ୍ୟରେ ଯେଉଁ ଦଳ ବିଜେତା ହେବ ସେ ନବମ ବିଜୟୀ ଦଳ ସହ ଖେଳିବ ଏବଂ ସେଥିରେ ଯିଏ ସଫଳ ହେବ ସେ ଫାଇନାଲ ଖେଳିବ l କିନ୍ତୁ ଦଶମ ର ଦୁଇ ଦଳ ମଧ୍ୟ୍ୟ ରେ ଯେ ବିଜୟୀ ସେ ସିଧା ସଳଖ ଫାଇନାଲ ଖେଳିବ l ପ୍ରତି ଦଳରେ ଏଗାର ଜଣ ଖେଳାଳି ଥାନ୍ତି l

ସୁନ୍ଦର ପ୍ରଭାତ, ଖେଳିବା ପାଇଁ ଆମ ମନରେ ଯେପରି ଆଗ୍ରହ ଥାଏ, ଖେଳ ଦେଖିବା ପାଇଁ ଭି ସାଙ୍ଗସାଥି ମାନଙ୍କ ମନରେ ଖୁବ ଉତ୍କଣ୍ଠା l ମୁଁ ଥିଲି ଅଷ୍ଟମ ଶ୍ରେଣୀ ର ଛାତ୍ରୀ l ମୋତେ ଆମ ଦଳର ଦଳପତି ରୂପେ ମନୋନୀତ ହୋଇଥାଏ l ମୋ ଦଳର ପ୍ରମୁଖ ଖେଳାଳି ମଧ୍ୟରେ ବାସନ୍ତୀ, ପିଙ୍କି, ଗୀତା, ଆଶାଲତା, ସୁନିତା ଅର୍ଚ୍ଚନା, ରାଜକୁମାରୀ ପ୍ରଭୃତି ଥିଲେ ଅନ୍ୟତମ l

ଯଥା ସମୟରେ ଖେଳ ଆରମ୍ଭ ହେଲା l ଆମ ଦଳର ଏକତା ଏବଂ ଖେଳ କୌଶଳ ଭାରି ଉଚ୍ଚ କୋଟିର ଥିଲା l ଅଳ୍ପ ସମୟରେ ହିଁ ଆମେ ଆମ ଶ୍ରେଣୀ ର ପ୍ରତିଦ୍ବନ୍ଦୀ ଙ୍କ ଠୁଁ ବିଜୟ ପାଇଲୁ l ଏହା ଆମକୁ ଆହୁରି ଉତ୍ସାହିତ କଲା l ଏଥର ପାଳି ପଡିଲା ନବମ ଅପା ମାନଙ୍କ ସହ l ପଡିଆ ଚାରି ପଟେ ଆମ ସହପାଠୀ, ଶିକ୍ଷକ ଶିକ୍ଷୟତ୍ରୀ ଆମକୁ ତାଳି ମାରି ଆମକୁ ପ୍ରୋତ୍ସାହିତ କରୁଥାନ୍ତି l ମୋର ମନରେ ଟିକେ ଟିକେ ଭୟ ଛାଇ ଆସିଲା ବେଳେ ମୋ ସାଙ୍ଗ ମାନେ ମୋର ହାତ କୁ ଦୃଢ ଭାବେ ଧରି କୁହନ୍ତି "-ଆରେ କଳ୍ପନା ତୁ କଣ ଏମିତି ପଛେଇ ଯାଉଛୁ l"ତୁ ଆମ ଦମ୍ଭ, ଆମେ ତୋ ସହ ଅଛୁ l ଏବର୍ଷ ଆମେ ଏକ ନୂଆ ଧାରା ଆଣିବା l ସଫଳତା ପଥ ଚାହିଁ ବସିଛି ଆମର l

ପ୍ରତିବର୍ଷ ଦଶମ ଶ୍ରେଣୀ ର ଛାତ୍ରୀ ମାନେ ହିଁ ବିଜୟ ମଣ୍ଡିତ ହେଉଥାନ୍ତି l ଧୀରେ ଧୀରେ ଖେଳ ର ମହଲ ଗରମ ହେବାରେ ଲାଗେ l ନବମ ର ଜଣ ଜଣ ଖେଳାଳି ମାନଙ୍କୁ ମୋ ଯୋଦ୍ଧା ମାନେ ମାତ ଦେବାକୁ ଲାଗିଲେ l ମୁଁ ମଧ୍ୟ ସେମାନଙ୍କ ସହ ତାଳ ଦେଇ ଚାଲିଥାଏ l ମାଟିରେ ଲୋଟି ସମସ୍ତ ଆଣ୍ଠୁ ଗୋଡ଼ ଛିଣ୍ଡି ଗଲାଣି l ତଥାପି ମନୋବଳ ଦୁଇଗୁଣିତ ହେଉଥାଏ ସମସ୍ତଙ୍କର l ପରିଶେଷରେ ନବମ ଅପାଙ୍କ ଠୁଁ ବି ବିଜୟ ପାଇଲୁ l

ଏଥର ସମ୍ମୁଖରେ ଦଶମ ଅପା ମାନେ l ହୃଦୟ ବହୁ ଜୋରରେ ସ୍ପନ୍ଦିତ ହେଉଥାଏ l ବହୁ ବଳିଷ୍ଠ ଚେହେରା, ତାଙ୍କ ଆଗରେ ଆମେ ର ଅସ୍ତିତ୍ବ କିଛି ନୁହଁ l

କିଛି ସମୟ ଆଖି ବନ୍ଦ କରି ଏକ ଦୀର୍ଘ ନିଶ୍ୱାସ ନିଏ l ମୋର ଇଷ୍ଟ ଙ୍କୁ ସୁ୍ମରଣ କରେ l ସମସ୍ତଙ୍କୁ କହିଲି -ଆମେ ଏବେ ସଫଳତା ର ଦ୍ୱାର ଦେଶରେ l ତେଣୁ ଆମେ ଆମର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବା l ତୁମେ ନିଶ୍ଚୟ ପାରିବ l ଖେଳର ହୁଇସିଲ ବାଜି ଉଠେ l ଆରମ୍ଭ ହୁଏ ଅନ୍ତିମ ପର୍ଯ୍ୟାୟ l ଖେଳ ପୂର୍ଣ୍ଣ ଟକ୍କର ରେ ଚାଲେ l ମୋ ଖେଳାଳି ତାଙ୍କୁ ମାତ ଦିଅନ୍ତି ତାକୁ ତାଳ ଦେଇ ଦଶମ ଅପା ମାନେ ଭି ମୋ ଯୋଦ୍ଧା ମାନଙ୍କୁ ପରାଜିତ କରୁଥାନ୍ତି l ଏପରି ଚାଲୁ ଚାଲୁ ତାଙ୍କର ତିନି ଜଣ କୁ ଆମେ କେବଳ ଦୁଇ ଜଣ ପ୍ରତିଦ୍ବନ୍ଦୀ ଥାଉ l ସଭିଏଁ ଭାବିସାରିଲେଣି ଏଥର ବି ବିଜୟ ଦଶମ ଶ୍ରେଣୀର l କିନ୍ତୁ ସମସ୍ତ ଙ୍କ ଉତ୍କଣ୍ଠା ର ଅବସାନ ଘଟାଇ ପ୍ରଥମ ଥର ପାଇଁ ବିଜୟୀ ହୁଏ ଅଷ୍ଟମ ଶ୍ରେଣୀ ମୋ ଦଳ l ମୋତେ ଦଶମ ର ତିନି ଜଣ ଖେଳାଳି ବଳ ପ୍ରୟୋଗ କରି ଭିଡି ଧରି ଥାନ୍ତି କିନ୍ତୁ କୌଶଳ ରେ ଖସି ଆସେ ସେମାନଙ୍କଠୁଁ l ଏପରି ପରାଜୟ ହୁଏ ତାଙ୍କରି l କରତାଳି ରେ ପ୍ରକମ୍ପିତ ହେଉଥିଲା ପଡିଆ l

ଆମେ ସଭିଏଁ ଖୁସିରେ କୋଳାଗ୍ରତ ହେଉଥିଲା ବେଳେ ଆଖିରେ ପଡେ ଏକ ଦୃଶ୍ୟ l ଦଶମ ର ଦଳପତି ଥାନ୍ତି ସପନା ଅପା l ସେ ଦୁଃଖ ରେ ଏତେ ମର୍ମାହତ ହେଲେ ପାଦେ ବି ଚାଲି ପାରିଲେ ନାହିଁ l କାନ୍ଦି କାନ୍ଦି ଅଚେତ ହେଇପଡିଲେ l ଶିକ୍ଷକ ତାଙ୍କୁ ବୁଝାଇ ଗ୍ଲୁକୋଜ ପାଣି ପିଇବାକୁ ଦେଲେ l ବହୁ କଷ୍ଟରେ ତାଙ୍କୁ ନେଇ ତାଙ୍କ ଘରେ ଛାଡିଲେ l

ଆମେ ସମସ୍ତେ ସେପରି ପାଷାଣ ପରି ଚାହିଁ ରହିଥାଉ l ତାଙ୍କରି କବାଡି ପ୍ରତି ବହୁ ଆଗ୍ରହ l ଏବଂ ସେ ବି ଖୁବ ବଳିଷ୍ଠ କିନ୍ତୁ ସ୍କୁଲ ଜୀବନ ର ଶେଷ ପର୍ଯ୍ୟାୟ ରେ ସେ ସଫଳ ହେଇପାରିଲେନି l ସବୁ ଜାଣିଲା ପରେ ଆମକୁ ଏ ସଫଳତା ବହୁ କଷ୍ଟ ଦେଲା l 



Rate this content
Log in

Similar oriya story from Thriller