ସଫଳତା ମାର୍ଗ
ସଫଳତା ମାର୍ଗ


ଚନ୍ଦ୍ରକଳା ପରି ବଡ଼ ହେଉଥିଲେ ରୋହିତ ଓ ଚନ୍ଦ୍ରଭାନୁ। ଦୁହେଁ ଦୁହିଁଙ୍କ ଭଲ ସାଙ୍ଗ ଥିଲେ ସତ ହେଲେ ରୋହିତ ଭଳି ଚନ୍ଦ୍ରଭାନୁ ସମସ୍ତଙ୍କ ସହ ସୁସମ୍ପର୍କ ରଖୁନଥିବାରୁ ରୋହିତ ବ୍ୟସ୍ତ ହୋଇ ସମସ୍ତଙ୍କ ସହ ମିଳିମିଶି ଚଳିଲେ ବିପଦ ବେଳେ ସମସ୍ତେ ସାହାଯ୍ୟ ସହଯୋଗ କରିବେ କହି ରୋହିତ, ଚନ୍ଦ୍ରଭାନୁକୁ ଏକ କାହାଣୀ ଶୁଣେଇ ଥିଲା।ବଣରେ ଥିବା ହନୁମାଙ୍କଡ଼ ଏକମାତ୍ର ବୁଢାମାଙ୍କଡ଼କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଖିଙ୍କାରି ଗୋଡ଼ାଉଥିଲା ତ କେହି ତାକୁ ଭଲ ପାଉନଥିଲେ। ବୁଢାମାଙ୍କଡ଼ ସବୁବେଳେ ବୁଝାଇଲେ ମଧ୍ୟ ହନୁମାଙ୍କଡ଼ ତାଙ୍କ କଥା ଶୁଣୁନଥିଲା। ଏମିତି ପ୍ରକୃତି ଯୋଗୁଁ ତାକୁ କେହି ସଙ୍ଗତ କି ପଙ୍ଗତରେ ଲୋଡୁନଥିଲେ। ଭୋଜି ଭାତ କରିବା, ଡ଼ାଳମାଙ୍କୁଡ଼ି ଖେଳିବା କି ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ହନୁମାଙ୍କଡ଼ ସାଙ୍ଗ କେହି ହେଉନଥିଲେ। ଆସ୍ତେ ଆସ୍ତେ ବୁଢ଼ାମାଙ୍କଡ଼ ମରିଗଲା ପରେ, ସମସ୍ତେ ବଣର ଫଳମୂଳ ସରିଯିବା ପରେ ସେ ବଣ ଛାଡ଼ି ଅନ୍ୟ ଏକ ବଣକୁ ଗଲାବେଳେ ତାକୁ କେହି ସାଙ୍ଗରେ ଧରି ନେଇନଥିଲେ। କାରଣ ସେତେବେଳକୁ ସେ ବୁଢା ହୋଇସାରିଥିଲା। ତା ଦେହରେ ଆଉ ବଳ ନଥିଲା। ଗୁରୁ ତୁଲ୍ୟ ବୁଢାମାଙ୍କଡ଼ ମରିଯିବା ପରେ କେହି ତାକୁ ଭଲ ପାଉନଥିଲେ। ସେ ତେଣୁ ଏକାକି ସେହି ବଣରେ ଥାଏ। ସେଦିନ ସେ ବାଟ ଦେଇଗୋଟେ ମହାବଳ ବାଘ ଯିବା ବେଳେ ହନୁମାଙ୍କଡ଼କୁ ଦେଖି ଖାଇବ ବୋଲି ଭାବି ଛକି ରହିବା ଦେଖି। ସେ ବଣମୂଲକକୁ ଆସିଥିବା ଦଳେ ନୂଆ ମାଙ୍କଡ଼, ହନୁମାଙ୍କଡ଼ ପାଖାପାଖି ରହିବାରୁ ବାଘ ସାହାସ କରି ଆଉ ହନୁମାଙ୍କଡ଼କୁ ମାରି ଖାଇ ନପାରି ଚାଲିଗଲା। ଗୁରୁ ପରି,ଏକତା ହିଁ ବଳ ବୋଲି କହୁଥିବା ବୁଢା ମାଙ୍କଡ଼କୁ ଝୁରି ଝୁରି ବୁଢା ହୋଇ ମରିବା ପୂର୍ବରୁ ସେ ବୁଝିସାରିଥିଲା ମିଳିମିଶି ଚଳିଲେ ଶତ୍ରୁ ତୁମ ପାଖେ ପଶିବାକୁ ସାହାସ କରିବନାହିଁ।
ଚନ୍ଦ୍ରଭାନୁ ଏକଥା ଶୁଣିବା ପରେ ନିଜକୁ ବଦଳାଇବା ପାଇଁ ସର୍ବଦା ଚେଷ୍ଟା କରୁଥିବା ବେଳେ କଣ କରିବାକୁ ହେବ ଭାବି ଜଣେ ଗୁରୁଙ୍କ ପରାମର୍ଶ ପାଇବା ପାଇଁ ସାଧୁଙ୍କୁ ଭେଟିବା ପରେ, ସେ କହିଥିଲେ ମିଳିମିଶି ଚଳିବା ତ ଠିକ କଥା କିନ୍ତୁ ମହୁମାଛି ଭଳି ନିଜ କର୍ମ କରି ଚାଲିଲେ ବିଜୟ ସୁନିଶ୍ଚିତ। କାହାର ଅମଙ୍ଗଳ ଚିନ୍ତା ନକରି ମନରେ ରାଗ,ରୋଷ,ଦ୍ୱେଷ,ହିଂସା ନରଖି କର୍ମ କରିଚାଲିଲେ ନିଶ୍ଚୟ ସଫଳତା ତୁମ ଚରଣ ସ୍ପର୍ଶ କରିବ। ସେହିଦିନୁ ରୋହିତ ମନଧ୍ୟାନ ଦେଇ ପାଠ ପଢିବା ସହ ସେଵା,ଦାନ, ମଣିଷପଣିଆ ଗୁଣ ଗୁଡିକୁ ଆହାରଣ କରିବା ପାଇଁ ଲାଗି ପଡିଲା। ଗାନ୍ଧିଜୀଙ୍କ ଅହିଂସା ନୀତି ଓ ଗୋପବନ୍ଧୁଙ୍କ ସେଵା ଓ ତ୍ୟାଗର ନିଦର୍ଶନସବୁକୁ ତିନିମାଙ୍କଡ଼ ମୂର୍ତ୍ତି ମଧ୍ୟରେ, ଖରାପ କଥା କହିବା ନାହିଁ, ଖରାପ କଥା ଶୁଣିବା ନାହିଁ, ଖରାପ କଥା ଦେଖିବା ନାହିଁ ଇତ୍ୟାଦି, ଦେଖି ଶୁଣି ପଢି ସେ ଦିନେ ରୋହିତ ପରି ଭଲମଣିଷ ହେବା ସହ କଲେକ୍ଟର ହୋଇପାରିଥିଲା।