Sunanda Mohanty

Romance Classics Thriller

2.7  

Sunanda Mohanty

Romance Classics Thriller

ସୋହାଗ ସମର୍ପଣ

ସୋହାଗ ସମର୍ପଣ

2 mins
340



  ତିତିଲର ଆଜି ଜନ୍ମ ଦିନ l ଢେର ଦିନ ଆଗରୁ ପ୍ରିୟବ୍ରତ ଶାଢ଼ୀ ଚୁଡ଼ି ସହ କେକ ନେଇଆସି ଫ୍ରିଜ଼ରେ ରଖି ନେଇଛନ୍ତି l ଏମିତିରେ, ଏଥର ରବିବାରରେ ଅଗିରା ପୂର୍ଣ୍ଣମୀ ପଡୁଛି ତ ପଚାଶ କିଲୋମିଟର ଟପି ଛୁଟି ନେଇ ବା ରାତିରେ ପହଞ୍ଚି ସକାଳୁ ସକାଳୁ ଶୀତରେ ଘାଟି ରାସ୍ତାରେ ଯିବା ଖୁବ କଷ୍ଟ ହୋଇଥାନ୍ତା l ଯା ହେଉ ରବିବାର ଥିବାରୁ, ଗତ ରାତି ଶନିବାରରୁ ପହଞ୍ଚି ଖୁବ ଡେକୋରେଟ କରିଛନ୍ତି ରୁମ ଟାକୁ l ଶୀଘ୍ର ଶୀଘ୍ର ଗାଧେଇ ପଡି ଆଗ ମନ୍ଦିରକୁ ଯାଇ ଫେରିଆସିଲେ, ଅନ୍ୟାନ୍ୟ କଥା ବୁଝିବାକୁ ହେବ l ତ ଯେତେ କହିଲେ ତିତିଲ ପ୍ରସ୍ତୁତ ହେବା ଦୂରେ ଥାଉ ମୁହଁଟା ହାଣ୍ଡି ପରି କରି ବସିଛନ୍ତି l

  ଆଜି ସିନା ତିଥି ଅନୁଯାୟୀ ତିତିଲଙ୍କ ଜନ୍ମଦିନ, ହେଲେ ତାରିଖ ଆନୁଯାଇ ଜନ୍ମଦିନ ଦିନ ବାପାଙ୍କ ଘରୁ ଆସିଥିବା ଶାଢ଼ୀ, ଚୁଡ଼ି ଓ ସହକର୍ମୀ ମାନଙ୍କ ପାଖରୁ ମିଳିଥିବା ଗିଫ୍ଟ ଚୁଡ଼ି ଓ କେକ କାଟି, ପ୍ରିୟବ୍ରତଙ୍କ ସହ, ସହରର ବଡ଼ ନୂଆ ହୋଟେଲକୁ ଯାଇ ଉଠାଇଥିବା ଫୋଟୋ ଗୁଡା ଫେସବୁକ ଓ ଫ୍ରେଣ୍ଡ ମାନଙ୍କୁ ଛାଡୁଥିଲେ ତିତିଲ ବସି ତ ବୁଝିଗଲେ ପ୍ରିୟବ୍ରତ ଶାଢ଼ୀ ଚୁଡ଼ି ଓ କେକ ପସନ୍ଦ ହୋଇନି ତିତିଲଙ୍କର l କିନ୍ତୁ କିଛି କହିଲେନି, ଏତେ ବଡ଼ ଦିନଟା ତୁଚ୍ଛାରେ ବିଗିଡିଯିବା ଭୟରେ l ଏତିକି ବେଳକୁ ଭିକାରୁଣୀ ଜଣେ ଡାକ ଛାଡୁଥିଲେ ତ ଉଠିଗଲେ ତିତିଲ, ଆଶ୍ୱସ୍ତ ହେଲେ ପ୍ରିୟବ୍ରତ l

   ଚମକି ପଡିଲେ ତିତିଲ, ଭିକାରୁଣୀକୁ ଦେଖି. କୋଳରେ ଲଙ୍ଗଳା ଛୁଆଟା ଫାଳେ ଶୁଖିଲା ଥନକୁ ଶୋଷି ଯାଉଛି, ଆଉ ସେଠୁ ମୁହଁ ଫେରାଇ ଚାହିଁଛି ତିତିଲଙ୍କ ଝିଅ ହାତରେ ଥିବା ଫଳ ସେଓ ଟିକୁ, ଆଉ ଝିଅ ଗଦେଇ ରଖି ଖେଳୁଥିବା ଖେଳନା ଗୁଡିକୁ l ସ୍ତ୍ରୀ ଲୋକଟିର ଚିରା ଫଟା ଶାଢୀରେ ସମଗ୍ର ଶରୀର ଢାଙ୍କି ହେଉନଥିବା ଦେଖି, ରୁହ ରୁହ କହି ଭିତରକୁ ଯାଇ କିଛି ଫଳ, ପିଲା ପାଇଁ ପ୍ୟାଣ୍ଟ ସାର୍ଟ ଓ ଶାଢ଼ୀ ଦୁଇଖଣ୍ଡ ସହ ଚାଉଳ ନେଇ ଆସନ୍ତି ତ, ଭିକାରୁଣୀ ସ୍ତ୍ରୀ ଲୋକଟି କହିଲା ମୋ ପୁଅକୁ ଯାହା ଦଉଛ ଦିଅ ମାଆ କିନ୍ତୁ ମତେ କିଛି ଦିଅନି ମା, କାଁହିକିର ଉତ୍ତରରେ ସ୍ତ୍ରୀ ଲୋକଟି କହୁଥିଲା ମୁଁ ଶାଢ଼ୀ ନେଇ ପିନ୍ଧିଲେ, ଗେରସ୍ତ ମାଡ଼ ମାରି କହିବ କୋଉଠୁ ଆଣିଲୁ? କୋଉ ଘଇତା ଦେଲା? ବରଷକର ଛୁଆ ଟାକୁ ଛାଡି ଦୁଇବର୍ଷ ହେଲାଣି କୁଆଡେ ଯାଇଥିଲା, ସେତେବେଳେ ପୁଅକୁ ଧରି କେମିତି କୋଉ ଦୁଃଖରେ ଚଳୁଥିଲି ନଭାବି, ନିଶା ପାଣି ଛୁଇଁ ବାକୁ ମନାକଲେ, ସବୁବେଳେ ଘଇତା କରି ଚଳୁଥିଲୁ କହି ମାରପିଟି କରୁଛି ଯେ ମାଆ ହାତରେ ଚୁଡ଼ି ନାହିଁ l ପାରିବ ଯଦି ତୁମ ପୁରୁଣା ଚୁଡ଼ି ମୁଠେ ଦେଲେ ସୋହାଗ ରହିଯାଆନ୍ତା ମାଆ, ତିତିଲି ଚୁଡ଼ି ଇତ୍ୟାଦି ଦେଇସାରି ଅନ୍ତରର ବ୍ୟଥାକୁ ଚାପି ଫେରିପଡ଼ୁ ପଡୁ, ଡ୍ରେସିଂ ଟେବୁଲ ଦର୍ପଣରେ ପିଟି ହୋଇଗଲେ l ଝଣ ଝାଣ ହୋଇ କାଚଟା ଖଣ୍ଡ ଖଣ୍ଡ ହୋଇ ଚୁନା ହୋଇ ତଳେ ପଡିଥିଲା l

  ତମର କିଛି ହୋଇନିତ କହି କୋଳେଇ ନେଇଥିଲେ ପ୍ରିୟବ୍ରତ ତିତିଲିଙ୍କୁ l କାନ୍ଦି କାନ୍ଦି ପ୍ରିୟବ୍ରତଙ୍କ ଛାତିରେ ଲୋଟି ପଡ଼ିଥିଲେ ତିତିଲି l ଭାଙ୍ଗି Nice ଦର୍ପଣର ପ୍ରତ୍ୟେକଟି ଟୁକୁଡା କାଚ ଭିତରେ ପ୍ରିୟବ୍ରତଙ୍କ ବାହୁ ବନ୍ଧନରେ ଆବଦ୍ଧ ତିତିଲିଙ୍କୁ ସ୍ତ୍ରୀ ଲୋକଟିର ଫୁଙ୍ଗୁଳା ହାତ ଓ ସୋହାଗ ଭିକ୍ଷା ମନେପଡୁଥିଲା l ପ୍ରିୟବ୍ରତ ଟୁକୁଡା ଗୁଡିକୁ ଉଠେଇନେବା ପୂର୍ବରୁ ତିତିଲି ନୂଆ ଶାଢ଼ୀ ଚୁଡ଼ି ପିନ୍ଧି ମନ୍ଦିର ଯିବାକୁ ପ୍ରସ୍ତୁତ ହେବା ପୂର୍ବରୁ ପାଦ ଛୁଉଁଥିଲେ ପ୍ରିୟବ୍ରତଙ୍କର l


Rate this content
Log in

Similar oriya story from Romance