ସଞ୍ଚୟ
ସଞ୍ଚୟ


.
ସଞ୍ଚୟ
---------
.
ଶାଶୂ ଙ୍କ ପାଦ ଚିପି ଦେଉଥାଏ ବୋହୂ ।
ଶାଶୂ କହିଲେ - ଯା ମାଆ ଶୋଇବୁ ଯାଆ ବହୁତ ଡେରି ହେଲାଣି । ମୋ ଦେହ ଟା ଭଲ ନାହିଁ ବୋଲି ତୁ ଏକୁଟିଆ କେତେ ହିନିମାନ ଦହଗଞ୍ଜ ନ ହେଉଛୁ ? ଦିନ ମାନ ର ଘର କାମ , ବାସନ ମଜା , ଘର ଓଳା , ଲିପା ପୋଛା , ରୋଷେଇ ବାସ, ତା ପରେ ପୁଣି ଗାଈ ଗୋରୁ ଧନ୍ଦା.. ... କହନି ? ଏତେ ସବୁ ପରେ ଆଉ ତୋ ଦେହରେ ବଳ ଥବ ? ତୋର ପା ଦେହ ହାତ ସରିପିଡା ହେଉଥିବ କାହିଁ ରେ କେତେ, ତୋତେ ମୁଁ ଚିପି ଦେବା କଥା । ସତରେ ତୁ ଯେତିକି ମୋ ପାଇଁ କରୁଛୁ ନାଁ ଗୋଟେ ଝିଅ ବି ତା ମାଆ ପାଇଁ ଏତିକି କରିବନି। "
ବୋହୂ ହସି କି ଉତ୍ତର ଦେଲା - ଆପଣ ଭୁଲ କହୁଛନ୍ତି ବୋଉ। ମୁଁ ଆପଣ ଙ୍କ ପାଇଁ କଷ୍ଟ କରୁନି ବରଂ ମୋ ପାଇଁ ସଞ୍ଚୟ କରୁଛି ।
.
_____________୦୦୦_____________
✍ -- ପରେମଶ୍ବର ଓଝା
ମେଲ୍ - ojhaparameswar@gmail.com