Sunanda Mohanty

Abstract Drama Thriller

3  

Sunanda Mohanty

Abstract Drama Thriller

ସଂସାର ସୂତ୍ର

ସଂସାର ସୂତ୍ର

2 mins
137


 ଖାଇ ବସିଲା ବେଳେ ହଠାତ୍ ଇତି ଜଣାଇଲେ, ଏଣିକି ଆଉ ମାଛ ମୁଁ ଖାଇବି ନାହିଁ, ଚମକି ପଡ଼ିଲେ ରୁପେଶ, କାହିଁକି, ମାଛ ବାଛି ବାଛି ତଟକା ତ ଆଣିଥିଲି, ତାପରେ, ସ୍ୱାଦିଷ୍ଟ ତ ଲାଗୁଛି। ତାଛଡ଼ା ଆମିଷ ଭିତରେ ଏଇ ମାଛ ଟିକେ ତ ଖାଉଛ ବୋଲି, ବୁଲି ବୁଲି ବଜାର ସାରା ଜୀବନ୍ତ ମାଛ ପୁଣି ଦୁଇ ତିନିକିଲୋ ଓଜନର ହୋଇଥିଲେ ପିସ ଗୁଡ଼ିକ ଭଲ ଲାଗିବ ବୋଲି ଆଣେ ତ, ଅସୁବିଧା କୋଉଠି ରହିଲା ଯେ ତୁମେ ମାଛ ଖାଇବନି କହୁଛ। ସପ୍ତାହରେ ବିଭିନ୍ନ ବାର ,ବାରି ବାରି, ଏଇ ରବିବାରରେ ଦୁଇପିସ ଖାଇବା କଥା। ଆଉ ବଳକା ସବୁତ ଆମେ ସରିବା ଯାଏଁ ଖାଇବୁ, ସେଥିରେ ମନା କରିବାର କାରଣ କଣ ? ନିଜ ମାଆ କଥା ମନେପଡ଼ି ଓ ଶାଶୁଙ୍କ ବାରଣ ରେ ଚୁପ୍ ରହିଗଲେ ଇତି, ଆଉ ପ୍ରସଙ୍ଗ ବଦଳାଇ କହୁଥିଲେ ନାଇଁ ରବିବାରରେ ବି ମୋ ଦୁଇ ଭାଉଜ ସୂର୍ଯ୍ୟଙ୍କ ବ୍ରତ ରଖି, ଖାଉ ନାହାନ୍ତି ମାଛ ତ, ଆରେ ବାବା ସେମାନେ ସନ୍ତୋଷୀ ଉପାସ ନକରି ଶୁକ୍ରବାର ଖାଉଛନ୍ତି। ଶନିଙ୍କ ଉପାସ ନକରି ଶନିବାର ଖାଉଛନ୍ତି। ତୁମେ ଏ ଦୁଇ ବାର ସହ ସୋମ ମଙ୍ଗଳ ବାର ବି ଖାଉନ , ତ ଗୋଟେ ଦିନ ନଖାଇଲେ ଭଲ ଲାଗିବ ଆମକୁ ? ଆମକୁ ନୁହଁ ତୁମକୁ କହୁନ କହି ଉଠିଗଲେ ଇତି ତ ଖାଇବାରେ ମଜ୍ଜା ଆସିଲାନି ସେଦିନ ରୂପେଶଙ୍କୁ। ଇତି ମଧ୍ୟ ଗୋଳେଇ ଘାଣ୍ଟି ହୋଇ ପଡୁଥିଲେ, କଥାଟା ମନରେ ରଖିଥିଲେ ଭଲ ହୋଇଥାନ୍ତା, ଯାହା ତାଙ୍କ ନିଜ ମାଆ କହନ୍ତି। ଶାଶୁ ବି ଚିଡି ଚିଡି ହେଲେ ଖାଇବା ପାଖରେ ଏତେ କଥା କଣ ନକହିଥିଲେ ହୋଇ ନଥାନ୍ତା। ସତ କଥା ଇତି ଙ୍କର ପୁରା ଭୁଲ, ତାଙ୍କ ଯୋଗୁଁ ଶାନ୍ତିରେ ଖାଇପାରି ନାହାନ୍ତି ସ୍ଵାମୀ। ଏତିକି ଭିତରେ ସେପଟୁ ପାଟିତୁଣ୍ଡ ଶୁଣି ଦଉଡ଼ି ଗଲେ ଇତି। ଦୁଇ କଜେଜ୍ ପଢୁଆ ନଣନ୍ଦ ଦିଅର ମୋବାଇଲରେ ଲାଲ ଲାଲ ରଙ୍ଗରେ ରଙ୍ଗୀନ ହାତ ତିନିଯୋଡା ଦେଖି କୁରୁଳୁ ଥିଲେ, ମୋବାଇଲର ସେହି ଫଟୋରେ ଇତିଙ୍କ ଲାଲ ଲାଲ ରଙ୍ଗରେ ରଙ୍ଗୀନ ସଦ୍ୟ ମାଛର କାଟିବା ବେଳର ଦୃଶ୍ୟରେ ନଣନ୍ଦ ଦିଅର ମାନେ ମିଶି ହାତକୁ ରକ୍ତ ରଞ୍ଜିତରେ ରଙ୍ଗୀନ କରି, ଫୋଟୋ ଉଠାଇ ଇତି ମୋବାଇଲ୍ କୁ ପଠେଇଛନ୍ତି ଜାଣି ରୁପେଶ୍ କ୍ଷୁବ୍ଧ। ରକ୍ତ ଦେଖି ଇତିଙ୍କ ପ୍ରତିକ୍ରିୟା ଜାଣି, ରୁପେଶ ପାଟି କରୁଥିଲେ ତ ଦଉଡ଼ି ଯାଇ ଇତି ନିଜେ ସେସବୁ ପାଇଁ ସେ ଦାୟୀ କହି କଥା ଟା ହାଲକା କରିବାକୁ ଚାହୁଁଥିଲେ ବି ଗୁଞ୍ଜରଣ ଟିକେ ଭିନ୍ନ ମୋଡ ନେଉଥିଲା ବେଳେ ଫୋନରେ ଇତିଙ୍କ ସାନମାମୁଁ, ଅବମାମୁଁ ଚାଲିଯିବା ଖବରରେ ସମସ୍ତେ ସ୍ତବ୍ଧ। ରୁପେଶ କେବଳ କହୁଥିଲେ କୌଣସି ନାସ୍ତି ସୂଚକ୍ ଜିନିଷକୁ ବା ଅକାରଣ ଜିନିଷର ଅବାସ୍ତବ୍ ଚିନ୍ତାଧାରାର ପରିପ୍ରକାଶ କେବଳ ଆଜିର ଘଟଣା ପାଇଁ ଦାୟୀ।

କିଏ କଣ ବୁଝିଲା ନବୁଝିଲା କେଜାଣି ଇତି ମାମୁଁ ଘରୁ ଫେରିବା ପରେ କେବେବି ତଟକା ବଡ ମାଛ ଘରକୁ ଆଣି ନଥିଲେ ରୁପେଶ। କଟା ମାଛ ଆସିଲେ ବି ଶଶୁର ଶାଶୁ ଙ୍କୁ, ମାଛ ପ୍ରସ୍ତୁତ କରିବାକୁ କୁହନ୍ତି, ଇତି ଆପେ ଆପେ ମାଛ କରି ଓ ଖୁଆଇ ଖାଇବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ, ଶଶୁରଙ୍କ କଡା ନିର୍ଦ୍ଧେଶ।



Rate this content
Log in

Similar oriya story from Abstract