Sunanda Mohanty

Abstract Drama

3  

Sunanda Mohanty

Abstract Drama

ସନ୍ଦେହ

ସନ୍ଦେହ

2 mins
146


ଭିଜିଲାନ୍ସ ବିଭାଗ ରେ ଚାକିରୀ କରୁଥିବା ଅବିନାଶ ଏଇ କିଛି ଦିନ ହେବ ଗାଁକୁ ଆସିଛନ୍ତି । ପ୍ରକୃତରେ ଗାଁ ଟି ତାଙ୍କର ଭାରି ନିଆରା । ଚିଲିକା ସେପାରି ଗାଁ ର ପରିବେଶ ସ୍ୱତନ୍ତ୍ର । ତାଙ୍କ ପାଠ ପଢିଲା ବେଳର ଗାଁ ଏଵେ ବହୁତ ବଦଳି ଯାଇଛି । ସେତେବେଳେ ଗାଁରୁ ଆସିବାକୁ ହେଲେ ଡ଼ଙ୍ଗା ପାର ହୋଇ ଆସି ବାଲୁଙ୍ଗାରୁ ଟ୍ରେନ ବା ବସ ଯୋଗେ ଯେଣିକି ଇଚ୍ଛା ସେଣିକି ଯିବାକୁ ପଡୁଥିଲା, ହେଲେ ଏଵେ ଫେରିରେ ବସ ଓ ଦି ଚକିଆ ଯାନ ସବୁ ଯାଉଛି ଗାଁ କୁ ସେଠୁ ସଡ଼କ ରାସ୍ତାରେ ବ୍ରହ୍ମପୁର ଯାଏଁ ପିଚୁ ସଡ଼କ । ବ୍ରହ୍ମପୁର ରୁ ମଧ୍ୟ ଯାଇହେବ ସଡ଼କ ରାସ୍ତାରେ ସବୁଆଡେ, ତ ଗାଁ କୁ ଆସି ଅବିନାଶ ଭାରି ଖୁସି l

  ଏଇ କିଛି ଦିନ ହେଲାଣି ଅଣ ଓଡ଼ିଆ ଦୁଇଜଣ ଭିକାରୀଙ୍କୁ ଗାଁରେ ଦେଖି ଅବିନାଶଙ୍କ ସନ୍ଦେହ ବଢିଗଲା । ସେମାନଙ୍କ ଗତିବିଧି, ଚାଲିଚଳନ, ପୋଷାକ ପରିଚ୍ଛଦ ଅଡୁଆ ଲାଗୁଥିଲା । ସେମାନେ ହୁଏତ ଢିଲା ପୋଷାକ ତଳେ କଣ ସବୁ ମାରାଣାସ୍ତ୍ର ରଖିଥାଇ ପାରନ୍ତି ବୋଲି ଅବିନାଶଙ୍କ ଗୁପ୍ତଚର ଆଖି ସନ୍ଦେହ କଲା, ତ ସେମାନେ ଗ୍ରାମ ଦେଇ ଚିଲିକା କୂଳେ କୂଳେ ଯାଇଥିବା ରାସ୍ତାରେ ତିଆରି ବିଶାଳ ପୋଲ ତଳେ ରହୁଥିବା ଦେଖି ଅବିନାଶ ଆହୁରି ସଜାଗ ହୋଇପଡିଲେ । ଡକାଇ ପଠାଇଲେ ତାଙ୍କ ବିଭାଗର ଅନ୍ୟାନ୍ୟ ସହକର୍ମୀ ମାନଙ୍କୁ ଆଉ ସେ ଦୁଇ ସନ୍ଦିଗ୍ଧ ମାନଙ୍କ ଗତିବିଧି ଉପରେ ରଖିଥିଲେ ନଜର । କାଳେ ସନ୍ତ୍ରାସବାଦୀ ବା ଆତଙ୍କବାଦୀ ହୋଇଥିବେ ଭାବି ଗ୍ରାମ ଲୋକ ମାନଙ୍କୁ ବି ସତର୍କ କରଇ ଦେଇଥିଲେ l

  ତାଙ୍କ ଟିମ ପହଁଚିଲା ବେଳକୁ ସେ ଭିକାରୀ ଦ୍ବୟ ଆଉ ଗ୍ରାମକୁ ଆସୁନଥିଲେ ପୂର୍ବ ପରି ତ ସନ୍ଦେହ ଆହୁରି ବଢ଼ି ଯାଇଥିଲା ଅବିନାଶଙ୍କର । ଯଥା ଶୀଘ୍ର ପୋଲ ତଳୁ ସର୍ଚ୍ଚ କରି ଦୁହିଁଙ୍କୁ ଉଦ୍ଧାର କରାଗଲା ହେଲେ ଜେରା ବେଳେ ସେମାନେ ଯାହା କହିଲେ ସମେସ୍ତେ କେବଳ ଆଶ୍ଚର୍ଯ୍ୟ ହେଲେ ନାହିଁ ଅତି ଶୀଘ୍ର ସେ ଦୁହିଁଙ୍କୁ ହସ୍ପିଟାଲ ନେବା ବ୍ୟବସ୍ଥା କରାଗଲା, ସେମାନେ ପୁନେରୁ ଚାଲିଆସିଥିଲେ, ପ୍ରଥମ କରୋନା ବେଳେ ଦୁଇବନ୍ଧୁ ସ୍ତ୍ରୀ ମାନଙ୍କୁ ହରାଇ ସାରି ଦ୍ୱିତୀୟ ଲହରରେ ନିଜ ଜୀବନ ବିପଦ ଗ୍ରସ୍ତ ଆଶଙ୍କା କରି ଏହି ଗ୍ରାମକୁ ଆଶ୍ରୟ ସ୍ଥଳ ବାଛି ଚଳିଯାଉଥିଲା ବେଳେ, ଅବିନାଶଙ୍କ ସନ୍ଦେହରେ ଗ୍ରାମବାସୀଙ୍କ ଅସହଯୋଗ ତାଙ୍କୁ ରୋଗାକ୍ରାନ୍ତ କରିଥିଲା । ସବୁ ଜାଣିବା ପରେ ବିପତ୍ନୀକ ନିସନ୍ତାନ ଆଶ୍ରିତ ଦୁହିଁଙ୍କ ସେବା ଯତ୍ନରେ ଲାଗିପଡ଼ିଥିଲେ ଅବିନାଶ ଗ୍ରାମବାସୀ ତଥା ଗୁପ୍ତଚର ବିଭାଗ ଟିମ l


Rate this content
Log in

Similar oriya story from Abstract