Lalita Mohan Mishra

Classics Inspirational Others

2.9  

Lalita Mohan Mishra

Classics Inspirational Others

ସମୟ

ସମୟ

2 mins
265



ସମ‌ୟ ଏକ ଅମୂଲ୍ୟ ସ‌ମ୍ପଦ । କାଳର ଅନ୍ୟନାମ ସମୟ । ଏହା କାହାକୁ ଅପେକ୍ଷା କରେନାହିଁ।ଏହାର ସଦୁପଯୋଗ କରିବା ଉଚିତ୍ । ପ୍ରତ୍ୟେକ ବ୍ୟକ୍ତି ଏହାର ମୁଲ୍ୟ ବୁଝିବା ଦରକାର । ଗୋଟିଏ ସୂର୍ଯ୍ୟାସ୍ତରୁ ପର ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଗୋଟିଏ ଦିନ । ସମୟ ନଷ୍ଟ କରନ୍ତୁ ନାହିଁ ବରଂ ବଞ୍ଚାନ୍ତୁ। ସମୟ ବିତାଇବା ଅର୍ଥ ହେଉଛି ସମୟର ଅପବ୍ୟବହାର କରିବା । ସମୟ ବଞ୍ଚାଇବାର ଅର୍ଥ ହେଉଛି, ସମୟର ସଦୁପଯୋଗ କରିବା । ଆମ ଶାସ୍ତ୍ରରେ କୁହାଯାଇଛି ଯେ ମଣିଷ ନିଜ ଅଜ୍ଞତାରେ ଜୀବନ ନଷ୍ଟ କରେ । ମଣିଷ ଭାବୁଛି ଯେ ସେ ସମୟକୁ ନଷ୍ଟ କରୁଛି । କିନ୍ତୁ ସତ୍ୟ ହେଉଛି ଯେ, ସମୟ ତାକୁ ନଷ୍ଟ କରିଦେଉଛି । ସମୟ କେବଳ ସେମାନଙ୍କ ଦ୍ୱାରା ବଞ୍ଚିଥାଏ !!! ଯେଉଁମାନେ ସଫଳ ହେବା ପାଇଁ ପ୍ରୟାସ କରନ୍ତି ଏବଂ ନୂତନ ସୃଷ୍ଟି ଓ ନିରନ୍ତର କାର୍ଯ୍ୟରେ ବିଶ୍ୱାସ କରନ୍ତି । ଅନ୍ୟଥା, ଯେଉଁମାନେ ଭାଗ୍ୟରେ ବିଶ୍ବାସ କରନ୍ତି ସେମାନେ ସମୟ କାଟିବାରେ ଲାଗନ୍ତି । ପ୍ରତ୍ୟେକ ମୁହୂର୍ତ୍ତର ଉପଯୋଗ କରିବାକୁ ଶିଖନ୍ତୁ ଯାହା ଦ୍ବାରା ଆପଣଙ୍କର ସକାଳ ଶୁଭ ସକାଳ ଏବଂ ରାତି ଶୁଭରାତ୍ରି ହୋଇଯିବ ଏବଂ ଆପଣ ନିଜ ଜୀବନକୁ ପ୍ରଗତି ଏବଂ ସଫଳତା ଆଡକୁ ନେଇପାରିବେ । ଇଂରେଜମାନଙ୍କର ସବୁଠୁ ବଡ଼ ଶକ୍ତି ଥିଲା ସେମାନଙ୍କର ସମୟାନୁବର୍ତ୍ତିତା । ସେମାନଙ୍କର ସମୟାନୁବର୍ତ୍ତିତା‌ ଯୋଗୁଁ ସେମାନେ ସଫଳତା ପାଉଥିଲେ। ମହାତ୍ମା ଗାନ୍ଧୀ ସମୟାନୁବର୍ତ୍ତୀ ହେବା ପାଇଁ କହୁଥିଲେ। ସମୟାନୁବର୍ତ୍ତିତା ଆମ କର୍ମ ସଂସ୍କୃତିରେ ପରିଣତ ହେଉ । ଯଦି ସମୟ ଜ୍ଞାନର ଅଭାବ ହେଉଛି ତେବେ ସମୟ ପ୍ରତି ଅସମ୍ମାନ । ଥରେ ଜଣେ ମନ୍ତ୍ରୀ ଏକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ନିର୍ଦ୍ଧାରିତ ସମୟରେ ପହଞ୍ଚିବାକୁ ଇଚ୍ଛା କରିଥିଲେ, ତାଙ୍କର ବିଚକ୍ଷଣ ବ୍ୟକ୍ତିଗତ ସହାୟକ କହିଲେ- ‘ସାର୍ ! ଯଦି ଆପଣ ଠିକ୍ ସମୟରେ ପହଞ୍ଚିବେ, ସମସ୍ତେ ଭାବିବେ ମନ୍ତ୍ରୀ ମହୋଦୟ ଏକ ସାଧାରଣ ସ୍କୁଲର ବାର୍ଷିକ ଉତ୍ସବକୁ ଠିକ୍ ସମୟରେ ଚାଲି ଆସିଲେ । ଏହାର ଅର୍ଥ ମନ୍ତ୍ରୀ ଦେଶ ଗଠନର ଜରୁରୀ କାମକୁ ଗୁରୁତ୍ବ ଦେଉ ନାହାଁନ୍ତି ? ତେଣୁ ଆପଣ ଯେତେ ବିଳମ୍ବରେ ଯିବେ, ସେତେ ଆପଣଙ୍କର ଓଜନ ବଢ଼ିବ। ପ୍ରକୃତରେ ଏହା ଅସତ୍ୟ । ସମୟ ରକ୍ଷା କରିବାର ଅଭ୍ୟାସ ଆମ ମର୍ଯ୍ୟାଦାକୁ ବୃଦ୍ଧି କରେ । ଆମେ ସମସ୍ତେ ଚାହିଁଲେ ସବୁ ସ୍ଥାନରେ ଠିକଣା ସମୟରେ ପହଞ୍ଚି ପାରିବା ଏବଂ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିବା । ଯଦି ଏହା ସାର୍ବଜନୀନ ଅଭ୍ୟାସରେ ପରିଣତ ହେବ, ତାହାହେଲେ ଆମର ଏବଂ ଆମ ଦେଶର ଉନ୍ନତି ହୋଇପାରିବ ।




Rate this content
Log in

Similar oriya story from Classics