Lalita Mohan Mishra

Drama Action Others

4  

Lalita Mohan Mishra

Drama Action Others

ସମସ୍ୟାରେ ପରିପୂର୍ଣ୍ଣ ଜୀବନ

ସମସ୍ୟାରେ ପରିପୂର୍ଣ୍ଣ ଜୀବନ

2 mins
356



ସନେଇ ଭାରି ସରଳ । ଯାହା ଘଟୁଥିଲା ଭଗବାନଙ୍କୁ ସବୁ ଉତ୍ସର୍ଗ କରି ଦେଉଥିଲା । ତାର ଜୀବନ ସଦା ସମସ୍ୟାରେ ପରିପୂର୍ଣ୍ଣ । ତେଣୁ ସେ ଦୁଃଖୀ । ଘରେ ହତୋତ୍ସାହିତ ହୋଇପଡନ୍ତି, କାରଣ ଏତେ ପରିଶ୍ରମ ସତ୍ତ୍ୱେ ନା ସଫଳତା ନା ପ୍ରମୋଶନ ନା ଦରମା ବୃଦ୍ଧି। ତାର ଜୀବନ ସମସ୍ୟା ଭରା ଜୀବନ । ସେ ନିଜକୁ ତର୍ଜମା କରୁଥିଲା - ମୁଁ ଏତେ ତ ଭୁଲ୍ କାମ କରି ନାହିଁ, ହେଲେ ସମସ୍ୟା ମୋର ପିଛା ଛାଡୁ ନାହିଁ କାହିଁକି ? ସମସ୍ତେ ଭଲରେ ଅଛନ୍ତି। ମୋର ଜୀବନଟି ଏତେ ଦୁଖପୂର୍ଣ୍ଣ କାହିଁକି ? ଭାବିଲା ଭଗବାନ ସ୍ୱପ୍ନରେ ଆସିଲେ ତାଙ୍କୁ ଏସବୁ କଥା କହିବି। ଭଗବାନ ନିଶ୍ଚିତ ମୋର ସମସ୍ୟାର ସମାଧାନ କରିବେ । ସନେଇ ରାତିରେ ଶୋଇଛି ଭଗବାନ ସ୍ୱପ୍ନରେ ଆସିଲେ । ଭଗବାନଙ୍କୁ ତାର ସମସ୍ୟା ବିଷୟରେ ଜଣାଇଲା । ନିଜର ସମସ୍ତ ଚିନ୍ତାଧାରାକୁ ଭଗବାନଙ୍କ ନିକଟରେ ଉପସ୍ଥାପନା କରି କହିଲା - ମୁଁ ଆପଣଙ୍କ ପରମ ଭକ୍ତ । ମୁଁ କିଛି ଭୁଲ ନ କରି ଦୁଃଖ ଭୋଗୁଛି । ଯେଉଁମାନେ ପ୍ରତ୍ୟହ ବିଭିନ୍ନ ପାପ କର୍ମରେ ଲିପ୍ତ, ସେମାନେ ଅତ୍ୟନ୍ତ ଖୁସିରେ ଅଛନ୍ତି । ଭଗବାନ ସନେଇକୁ କହିଲେ, "ଏହା ଏକ ଚକ୍ର ଯାହାକି ଅନେକ ଜନ୍ମର ପାପ ଏବଂ ପୁଣ୍ୟ ଅନୁଯାୟୀ ଚାଲିଥାଏ । ସମସ୍ତେ ନିଜର କର୍ମଫଳ ଭୋଗିବାକୁ ପଡିବ । ମୁଁ ତୁମକୁ ଏହାର ଏକ ସମାଧାନ ପନ୍ଥା କହୁଛି। ତୁମେ ଆସନ୍ତା କାଲି ସକାଳେ ଘର ଠାରୁ ଦଶ କି. ମି. ଦୂରରେ ଥିବା ପୁରୁଣା ମନ୍ଦିରକୁ ଯିବ । ସେଠାରେ ଏକ ବେଲ ଗଛ ଅଛି । ସେଠାରେ ତୁମେ ତୁମର ସମସ୍ୟାକୁ ଏକ କାଗଜରେ ଲେଖି ରଖିଦେବ, ଦେଖିବ ତୁମ ସମସ୍ୟାର ସମାଧାନ ହେବ । କିନ୍ତୁ ଏକ ସର୍ତ୍ତ ଅଛି, ତୁମେ ତୁମର ଲେଖା ବଦଳରେ ଅନ୍ୟ କାହାର ଲେଖାଟିଏ ଉଠାଇବାକୁ ପଡିବ ଏବଂ ସେଥିରେ ଯାହା ଲେଖା ଅଛି ତାହା ଆପଣଙ୍କ ସହିତ ଘଟିବ । ସନେଇ ବହୁତ ଖୁସି ହୋଇଗଲା। ଭଗବାନଙ୍କୁ ଧନ୍ୟବାଦ ଜଣାଇଲା । ତା ପରଦିନ ସକାଳୁ ଗାଧୁଆ ପାଧୁଆ କରି ପୁରୁଣା ମନ୍ଦିର ବେଲ ଗଛ ନିକଟରେ ହାଜର । ସବୁ ସମସ୍ୟା ଗୁଡିକ ଘରୁ ଗୋଟିଏ କାଗଜରେ ଲେଖି ଆଣିଥିଲା । ସେ ଗଛ ପାଖରେ ରଖି ଚାଲିଲା । କିଛି ବାଟ ଗଲା ପରେ, ତାର ମନେ ପଡିଲା, ପ୍ରଭୁ ଏକ ସର୍ତ୍ତ କଥା କହିଥିଲେ । ପୁଣି ପଛକୁ ଫେରିଲା । ଦେଖିଲା ସେ ଗଛ ମୂଳରେ ଅନେକ କାଗଜ ଚଉତା ହୋଇ ପଡିଛି । ସେଥିରୁ ଗୋଟିଏ କାଗଜ ଉଠାଇ ଭାବିଲା, ମୋର ସମସ୍ୟାଠାରୁ ଏହା ବଡ ସମସ୍ୟା ହୋଇ ନ ଥିବ ତ...? ତଥାପି ଗୋଟିଏ କାଗଜ ଉଠାଇ ପଢିଲା, ସେଥିରେ ଲେଖା ଅଛି ଆମ ପରିବାରର ଜଣେ ଗୁରୁତର, ଜଣେ ଏତେ ଅସୁସ୍ଥ ଯେ କେତେବେଳେ ଚାଲିଯିବେ ତାହା ଠିକ୍ ନାହିଁ। ପ୍ରଭୁ ! ଏହାର ସମାଧାନ କରନ୍ତୁ। ସେ ଅନେକ କାଗଜ ଖୋଲି ପଢିଲେ । ସମସ୍ତଙ୍କର ସମସ୍ୟା ଏହା ଠାରୁ ଅଧିକ । ଭାବିଲା, ଏସବୁ ସମସ୍ୟାର ମୁକାବିଲା କରିବା ଅପେକ୍ଷା ମୁଁ ମୋର ନିଜସ୍ୱ ସମସ୍ୟାର ସମାଧାନ କରିନେବା ଭଲ । ତେଣୁ ବନ୍ଧୁଗଣ ଜୀବନରେ ସମସ୍ୟା ଆସେ, ତା ଠାରୁ ଦୂରେଇ ନ ଯାଇ, ନିଜକୁ ଦୁଃଖି ନ କରି, ଅନ୍ୟମାନଙ୍କ ଜୀବନ ସହିତ ତୁଳନା ନ କରି ତାର ସମାଧାନ ଦିଗରେ ଗଲେ, ଆମେ ସେଥିରୁ ମୁକ୍ତି ପାଇ ପାରିବା ।


Rate this content
Log in

Similar oriya story from Drama