Sunanda Mohanty

Inspirational

3  

Sunanda Mohanty

Inspirational

ସମ୍ପର୍କ ଧାରା

ସମ୍ପର୍କ ଧାରା

2 mins
161


  କୋଉ ମାଦକତାରେ ଧାରା ଶ୍ରାବଣ ମାସରେ ଅନୁରାଧାଙ୍କ ଦୁଇ ନୀଳ ନୀଳ ଆଖିରୁ ଚକ୍ ଚକ୍ ମୋତି ଝରା ଲୁହ ଗଡିଯାଉଛି, ତାହା କେହି ନଦେଖି ପାରିଲେ ବି ଅନୁରାଗ ଜାଣନ୍ତି । ସେହିଁ ତ ଅନୁରାଧାଙ୍କୁ ଏବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ବାପାଙ୍କ ଘରକୁ, ପୁରୀ ଯିବାକୁ ମନା କରିଥିଲେ, ଅନୁନୟ ବିନୟ ହୋଇ କହିଥିଲେ ଦେଖ ଅନୁରାଧା, ପ୍ରତିବର୍ଷ ତ ତୁମେ ତୁମ ଭାଇ ଦୁହିଁଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଯାଉଛ, ଏ ବର୍ଷ ମୋ ଦୁଇ ଭଉଣୀ ଆସୁଛନ୍ତି ପ୍ଲିଜ୍ ରହିଯାଅ । ଅନୁରାଧା ଏଡେଇ ପାରିନଥିଲେ ଅନୁରାଗଙ୍କ କଥାକୁ କାରଣ ତାଙ୍କ ନିଜ ବୋଉ ବି କହିବେ, ଯୋଉ ଘରକୁ ଯାଉଛ, ସେମାନଙ୍କ କଥା ମାନି ଚଳିବ । ଯିଏ ଯେମିତି ତାଙ୍କୁ ସେମିତି ବୁଝି କାମ କରିବ । ଏପଟେ ଶାଶୁ ବି କହିଲେନି ଯେ ସେ ଯାଉ, ମୁଁ ଚଳେଇ ନେବି।

ଅନୁରାଧା ସମସ୍ତଙ୍କୁ ଖାଇବାକୁ ଦେଇସାରି, ଯିଏ ଯାହାର ଖୁସି ମନାଉଛନ୍ତି । ରାକ୍ଷୀ ପିନ୍ଧା ପର୍ଵ ତ ସକାଳୁ ସରିଛି । ଘରର କୁକୁର ବିଲେଇ, ଶୁଆ ଓଗାଇ ଓ ବାଡିପଟ ଗଛ ଯଥା ଆମ୍ବ, ପିଜୁଳି, ନଡ଼ିଆ ଗୁଆ, ପଣସ ଗଛ ସବୁଙ୍କୁ ରାକ୍ଷୀ ବାନ୍ଧି ସାରି ପଡିଶା ଘର ଗାଇଙ୍କୁ ପିଠା ସହ ରାକ୍ଷୀ ବାନ୍ଧି ସାରି ବିନା ଆମିଷରେ ଭାତ ଖାଇବା ଦେଖି, ଅନୁରାଗ ଠିକ ବୁଝିପାରିଛନ୍ତି । ସାହସ କରି ପଚାରି ପାରୁନାହାଁନ୍ତି ଆମିଷ ତୁମର ପ୍ରିୟ, ମାଂସ କାହିଁକି ଖାଉନାହଁ????

ଅନୁରାଧା ଭାବୁଥିଲେ,, ନଈ କେ ବାଙ୍କ ଦେଶକେ ଫାଙ୍କ ଭଳି, ତାଙ୍କ ଘରେ ଆଜି ଆମିଷ ପଶିନଥିବ । ବୋଉ ହାତ ତିଆରି ସରୁଚକୁଳି, ଇଟିଲି, ଭଜା ମଣ୍ଡା ସାଙ୍ଗକୁ ଦହିବରା, ଡାଲମା, ମଟର ଓ ଆମ୍ବ ଖଟା ସହ ସବୁ ଭଉଣୀମାନଙ୍କ ପାଇଁ ଶାଢ଼ୀ ଓ ଢେର୍ ସାରା ଉପହାର୍, ଯିଏ ଯାହାର ବାଛି ନିଅନ୍ତି । ଏ ବର୍ଷ ତା ଶାଢ଼ୀ, ଚୁଡ଼ି ଓ ଉପହାର ସବୁ ବଛା ବଛି ପରେ ବଳକା ପଡ଼ିଯାଇଥିବ । କେବେ ଘରକୁ ଗଲେ ସେସବୁ ବୋଉ ଯେତେ ଯତ୍ନରେ, ତୋ ପାଇଁ, ମୁଁ ଆଗ ବାଛି ରଖିଛି ନେ କହିଲେ ବି ତା ହୃଦୟ ଭିତରେ କୋହ ଲୁହ ହୋଇ ଗଡ଼ିଯିବା ଆଗରୁ ବାପା କିଛି ଟଙ୍କା ଧରାଇଦେଇ କହୁଥିବେ, ମନ ଊଣା କରନା ମାଆ । ଶାଶୁ ଶଶୁର ସ୍ଵାମୀ ତୋର ଆଗ । ଭଉଣୀ ମାନେ କେତେ ମଜ୍ଜା କରୁଥିବେ । ଆଜି ରାକ୍ଷୀ ଯୋଗୁଁ କାମବାଲୀ ସରଳାର ବି ଛୁଟି କିନ୍ତୁ ତାର ନାହିଁ । ଗଦାକଜାକ ବାସନ ମାଜି, ରୋଷେଇଘର ପରିଷ୍କାର କରି ଆସି ଗଡ଼ିପଡ଼ିବା ବେଳକୁ, ସ୍ଵାମୀ କହୁଥିଲେ, ଶୀଘ୍ର ବାହାର ଯିବା । ସେ ଜାଣେ ଏଠି ଆଗରୁ ସବୁ ପ୍ରସ୍ତୁତ ହୋଇନଥାଏ । ବାହାଘର ବେଳେ ବାଇଗଣ ରୁଆ । ବୋଧହୁଏ ଶାଢ଼ୀ କିଣିବାକୁ ନଣନ୍ଦ ଦୁହିଁଙ୍କ ପାଇଁ ସ୍ଵାମୀ ଡାକୁଛନ୍ତି । ତଥାପି ସେ ବାହାରିଲା।

ଅନୁରାଗ ଶାଢ଼ୀ ଦୋକାନ ଛାଡି ଗାଡିକୁ ଗଡେଇନେଇ ପୁରୀରେ ପହଞ୍ଚିଲେ, ଜଗନ୍ନାଥ ଦର୍ଶନ କରାଇ ସିଧା ଶଶୁର ଘରେ । କି ଖୁସି ଅନୁରାଧାର । ତାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଅନୁରାଗ ଆଗରୁ ଜଣାଇଛନ୍ତି ଟିକେ ଡେରିରେ ପହଞ୍ଚିବୁ । ଭାଇ ଦୁହିଁଙ୍କୁ ରାକ୍ଷୀ ପିନ୍ଧାଇବାର ମାଦକତା ପୁରଣ ପରେ ନିଜେ ଅନୁରାଧା ତରତର ହେଉଥିଲା ଘରକୁ ଫେରିବାକୁ, ବାଟରୁ ଢେର୍ ସାରା ଉପହାର ଦୁଇ ନଣନ୍ଦଙ୍କ ପାଇଁ କିଣି ବୋଉ ଦେଇଥିବା ପିଠା ମିଠା କ୍ଷୀରି ପୁରୀ ଦହିବରା ଦୁଇ ନଣନ୍ଦ ଆନନ୍ଦରେ ଖାଇବା ଦେଖି ତା ମନ ଖୁବ୍ ଆନନ୍ଦିତ ହୋଇଥିଲା । ସ୍ଵାମୀ ସ୍ୱଗତୋକ୍ତି କରୁଥିଲେ, ନେଇ ଆଣି ଥୋଇ ଜାଣିଲେ ଚୋରୀ ବିଦ୍ୟା ବି ଭଲ ବୋଲି ମନକୁ ବଡ ପୁରୁଷ କହିଛନ୍ତି।



Rate this content
Log in

Similar oriya story from Inspirational