STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶ୍ରୀରାମ ଭରତ ମିଳନ     

ଶ୍ରୀରାମ ଭରତ ମିଳନ     

3 mins
7

         ଶ୍ରୀରାମ ଭରତ ମିଳନ     
         =============
ଲଙ୍କାରେ ରାବଣ ନିଧନ ହେଲା l ରାକ୍ଷସ ପୁରୀରେ ବନ୍ଦିନୀ, ମାଆ ଜାନକୀ ଉଦ୍ଧାର ହେଲେ l ଏପଟେ ପ୍ରଭୁ ଶ୍ରୀରାମଙ୍କ ଚଉଦ ବର୍ଷର ବନବାସଅବଧି ଶେଷ ହୋଇଗଲା l ଏବେ ପ୍ରଭୁ ଅଯୋଧ୍ୟା ଫେରିଯିବେ l ଭାଇଙ୍କ ଆଗମନକୁ ନନ୍ଦିଗ୍ରାମରେ ଭରତ ଉଦ୍ଗ୍ରୀବ ହୋଇ ଚାହିଁ ବସିଛନ୍ତି l ଶ୍ରୀରାମ ବିଭୀଷଣଙ୍କୁ କହିଲେ, ଚୋଉଦବର୍ଷ ହେଲା ଭ୍ରାତା ଭରତ ବହୁଦୁଃଖ ସହି ଅଯୋଧ୍ୟା ଶାସନ କରୁଛନ୍ତି l ତାଙ୍କୁ ଦେଖିବା ପାଇଁ ମୋ ମନରେ ପ୍ରବଳ ଉତ୍କଣ୍ଠା ଜାତ ହେଉଛି l ତୁମେ ଶୀଘ୍ର ମୋର ଅଯୋଧ୍ୟା ଫେରି ଯିବାର ବ୍ୟବସ୍ଥାକର l ବିଭୀଷଣ ରାବଣର ପୁଷ୍ପକ ବିମାନଟି ଆଣି ବହୁ ଅଳଙ୍କାର ଏଵଂ ସୁନ୍ଦର ପୁଷ୍ପରେ ସଜ୍ଜିତ କରିଦେଲେ l ବିମାନରେ ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ବସିଲେ l ଅଯୋଧ୍ୟା ଯିବାକୁ ଆଗ୍ରହ ପ୍ରକାଶ କରିବାରୁ ତାଙ୍କ ସହିତ ବିମାନରେ ବସିଲେ, ବିଭୀଷଣ, ସୁଗ୍ରୀବ ହନୁମାନ ଓ ବାନର ବୀରଗଣ l ଅଯୋଧ୍ୟା ଅଭିମୁଖେ, ବିମାନ ଉଡ଼ାଣ ଆରମ୍ଭ କଲା l ଉଡ଼ାଣ ପଥରେ, ଶ୍ରୀରାମ ଜାନକୀଙ୍କୁ ସେତୁବନ୍ଧ, କିଷ୍କିନ୍ଧ୍ୟା, ପମ୍ପାସର, ପୂତ ସଲୀଳା ନଦୀ ଗୋଦାବରୀ, ୠଷି ଅଗସ୍ତ୍ୟଙ୍କ ଆଶ୍ରମ ଆଦି ଦେଖାଇ ସେସବୁ ସ୍ଥାନରେ ଅତୀତରେ ଘଟି ଯାଇଥିବା ଘଟଣାବଳୀ ବର୍ଣ୍ଣନା କରି କରି ଚାଲିଲେ l ବାନର ପତ୍ନୀ ମାନଙ୍କୁ ସାଙ୍ଗରେ ନେବାକୁ ଜାନକୀ ଇଚ୍ଛା କରନ୍ତେ ବିମାନ କିଷ୍କିନ୍ଧ୍ୟାରେ ଅବତରଣକରି ତାଙ୍କୁ ସାଥିରେ ଧରି ପୁନଃ ଉଡ଼ାଣ ଆରମ୍ଭ କଲା ଓ କିଛି ସମୟ ପରେ ଚିତ୍ରକୂଟରେ ପହଞ୍ଚି ଯିବାରୁ ମନୋରମ ଅଯୋଧ୍ୟା ନଗରୀ ଓ ସରଜୁନଦୀ ଦୃଶ୍ୟମାନ ହେଲା l ରାମ, ସୀତାଙ୍କୁ କହିଲେ, ଆମେ କ୍ଷଣିକ ମଧ୍ୟରେ ଅଯୋଧ୍ୟାରେ ପହଞ୍ଚି ଯିବା l ସେଠାରେ ସେ ସୀତାଙ୍କୁ ଭରତଙ୍କ ପୂଣ୍ୟଚରିତ ଶୁଣାଇଲେ l ପ୍ରଭୁ ହନୁମାନଙ୍କୁ କହିଲେ, " ତୁମେ ଆଗେ ଅଯୋଧ୍ୟାକୁ ଯାତ୍ରା କରି ଭରତଙ୍କୁ ମୋର କୁଶଳବାର୍ତ୍ତା ଜଣାଇ ଦିଅ l ସେ ଆଜ୍ଞାପାଇ ଯାଇ ନନ୍ଦିଗ୍ରାମରେ ପହଞ୍ଚିଲେ ଏବଂ ଭରତଙ୍କୁ ଜଣେଇ ଦେଇ କହିଲେ, "ଆପଣଙ୍କ ଦୁଃଖର ଦିନ ଶେଷ ହୋଇଛି l ପ୍ରଭୁ ଶ୍ରୀରାମ, ମାଆ ସୀତା ଓ ଲକ୍ଷ୍ମଣଙ୍କ ସହ ଫେରିଆସିଛନ୍ତି l ସେ ଏବେ ଚିତ୍ରକୁଟରେ ଋଷି ଭରଦ୍ୱାଜଙ୍କ ଆଶ୍ରମରେ ଅବସ୍ଥାନ କରୁଛନ୍ତି"l ହନୁମାନ ଶ୍ରୀରାମଙ୍କ ଚଉଦବର୍ଷ ବନବାସର କାହାଣୀ ଭରତଙ୍କୁ ବିସ୍ତୃତଭାବେ ବର୍ଣ୍ଣନା କରିକହିଲେ, ଆସନ୍ତା କାଲି ପ୍ରଭୁ ଏଠାକୁ ଫେରି ଆସିବେ l ମହାମନା ଭରତ କୃତାଞ୍ଜଳୀ ପୁଟ ହୋଇ ହନୁମାନଙ୍କୁ ପ୍ରଣାମ କରି କହିଲେ, ଅନେକ ଦିନ ପ୍ରତୀକ୍ଷାପରେ ଆଜି ମୋର ମନୋରଥ ପୂର୍ଣ୍ଣ ହୋଇଛି l ଭରତ ଅଯୋଧ୍ୟାରେ ରାମଙ୍କ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଭାଇ ଶତ୍ରୁଘ୍ନଙ୍କୁ ସବୁ  ଆୟୋଜନ କରିବାପାଇଁ ନିର୍ଦ୍ଧେଶ ଦେଲେ l ରାଜପଥ, ଅଟ୍ଟାଳିକା ଓ ମନ୍ଦିରାଦି ସବୁ ଅତି ସୁନ୍ଦରଭାବେ ସଜାହେଲା l ପ୍ରଜାମାନେ ହର୍ଷ ଉଲ୍ଲାସରେ ନାଚିଉଠିଲେ l ବ୍ରାହ୍ମଣ, ଅମାତ୍ୟ ଓ ଆଠ ଜଣ ମନ୍ତ୍ରୀଙ୍କ ସହ ସହସ୍ର ସହସ୍ର  ସଂଖ୍ୟକ ଅଯୋଧ୍ୟାର ନାଗରିକ ନନ୍ଦିଗ୍ରାମ ଠାରେ ପହଞ୍ଚିଲେ l ଦୁନ୍ଦୁଭି, ନାଗରା ବାଜି ଉଠିଲା l ମାଗଧ ମାନଙ୍କ ସ୍ତୁତି ଗାନ ସହିତ ଭରତ ଶ୍ରୀରାମଙ୍କ ପାଦୁକା ଦୁଇଟିକୁ ନିଜ ମସ୍ତକରେ ଧାରଣ କରି, ରାମଙ୍କ ଆଗମନକୁ ଅପେକ୍ଷା କରି ରହିଲେ l
ଏହି ସମୟରେ ସୁନୀଳ ଆକାଶରେ ପୁଷ୍ପକବିମାନ ଦେଖାଗଲା l ସମସ୍ତେମିଶି କୋଳାହଳ କରିବାକୁ ଲାଗିଲେ, "ରାମ ଆସିଗଲେ, ରାମ ଆସିଗଲେ "l ପୁଷ୍ପକ ବିମାନ ଅବତରଣ କରିବା ମାତ୍ରେ ଭରତ ଯାଇ ଶ୍ରୀରାମଙ୍କୁ ପ୍ରଣାମକଲେ l ସୀତାଙ୍କ ପଦବନ୍ଦନା,ଲକ୍ଷ୍ମଣଙ୍କୁ ଅଭିନନ୍ଦନ,ବିଭୀଷଣ, ସୁଗ୍ରୀବ, ଜାମ୍ବବାନ ତଥା ଅଙ୍ଗଦ ଆଦିଙ୍କୁ ଆଲିଙ୍ଗନ କଲେ l ଶ୍ରୀରାମ ଭରତଙ୍କୁ ଗାଢ଼ ଆଲିଙ୍ଗନ କରି ଛାତିରେ ଜଡ଼ାଇ ଧରିଲେ l ମାତାମାନଙ୍କୁ ପ୍ରଣାମ କରି ପ୍ରଭୁ ନାଗରିକ ମାନଙ୍କ ଅଭିବାଦନ ଗ୍ରହଣ କଲେ l ଏହି ସମୟରେ, ଭରତ ପାଦୁକା ଦ୍ବୟକୁ ଅତ୍ୟନ୍ତ ଶ୍ରଦ୍ଧା ସହକାରେ ରାମଙ୍କୁ ପିନ୍ଧାଇ ଦେଇ କହିଲେ, ପ୍ରଭୁ ଆପଣ ଯେଉଁରାଜ୍ୟ ମୋତେ ଦେଇଥିଲେ, ତାହା ମୁଁ ଆପଣଙ୍କୁ ଫେରାଇ ଦେଉଛି l ଚୋଉଦ ବର୍ଷ ପରେ ଶ୍ରୀରାମ ଭରତଙ୍କ ମିଳନର ସେହି ଆନନ୍ଦମୟ ଦିନ ଥିଲା ବିଜୟା ଦଶମୀ ବା ଦଶହରାର ପର ଦିନ l ସେବେଠାରୁ ଆଶ୍ୱିନ ଶୁକ୍ଳ ଏକାଦଶୀ ଶ୍ରୀରାମ ଭରତଙ୍କ ମିଲାପ ଦିବସ ଭାବେ ପାଳନ ହୋଇ ଆସୁଛି l
                🙏🙏🙏
                    ଅର୍ଜୁନୀ
                -------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational