Kailash Chandra Behera

Inspirational

3  

Kailash Chandra Behera

Inspirational

ଶ୍ରୀମଦ୍ ଭଗବଦ୍ ଗୀତା

ଶ୍ରୀମଦ୍ ଭଗବଦ୍ ଗୀତା

1 min
121


   ( ଧାରାବାହିକ )ଅଷ୍ଟମ ଅଧ୍ୟାୟ , ଅକ୍ଷର ବ୍ରହ୍ମ ଯୋଗଃଶ୍ଳୋକ - ୨୩ଯତ୍ର କାଳେ ତ୍ବନାବୃତ୍ତିମାବୃତ୍ତି° ଚୈବ ଯୋଗିନଃ ,ପ୍ରୟାତା ଯାନ୍ତି ତ° କାଳ°ବକ୍ଷ୍ୟାମି ଭରତବର୍ଷଭ ।ଅର୍ଥ : -    ହେ ଭରତଶ୍ରେଷ୍ଠ ଅର୍ଜୁନ ! ମୁଁ ତୁମ୍ଭଙ୍କୁ ବିଭିନ୍ନ କାଳ ବା ସମୟ କଥା କହିବି । ଯେଉଁ ସମୟରେ ଜୀବ ଏ ପୃଥିବୀକୁ ଆସେ ଓ ପୃଥିବୀରୁ ଯାଏ । ବ୍ୟାଖ୍ୟା : -        ସମୟ ବଳବାନ୍ ବୋଲି କୁହାଯାଏ । ଈଶ୍ବର ଯାହା କିଛି କରନ୍ତି ସବୁ ସମୟ ଵା କାଳ ମାଧ୍ୟମରେ କରନ୍ତି । ତାଙ୍କର ସବୁ କାର୍ଯ୍ୟ ଠିକ୍ ସମୟରେ ହୁଏ । ସମୟର ବ୍ୟତିକ୍ରମ ସାମାନ୍ୟ ଏପାଖ ସେପାଖ ହୁଏ ନାହିଁ । ଜୀବ ଠିକ୍ ସମୟରେ ଆସେ ଓ ଠିକ୍ ସମୟରେଯାଏ । ସମୟ ବା କାଳର ଅଧୀନ ସମସ୍ତେ । ହେ ଅର୍ଜୁନ ! ବର୍ତ୍ତମାନ ମୁଁ ତୁମକୁ ଜୀବର ଆସିବା ଓ ଯିବା ବିଷୟରେ କହିଵି । କେଉଁ ସମୟରେ ଜୀବ ଗଲେ ଆଉ ଫେରେନା ଓ କେଉଁ ସମୟରେ ଗଲେ ଜୀବ ପୁଣି ଫେରି ଆସେ ତାହାର ସଠିକ୍ ବିବରଣୀ ମୁଁ ଦେଉଛି ଆଉ ତୁମ୍ଭେ ଶୁଣ ।


Rate this content
Log in

Similar oriya story from Inspirational