ଶୀତର ସନେଟ
ଶୀତର ସନେଟ


ଶୀତ ଆସେ ବଧୂବେଶେ ,ହେମନ୍ତ ଶେଷରେ ୠତୁ ପାଲିଙ୍କିରେ।
ଉପମା ତ ହୁଏନା ଦେଇ,ଓହ୍ଲାଏ ସେ ସ୍ୱର୍ଗ ସୁଷମା ନେଇ ।
ଚୁପି ଚୁପି ପାଦ ଥାପି ଆସେ ଯେବେ ଶୀତ ମାଟି ଛୁଏଁ
ଶିରି ଶିରି ପବନ ଯେ ଶିଶିର ସହିତ ତା' ପାଦକୁ ଧୁଏ।
ସବୁଜ ପତ୍ର ସହିତ ପୁଷ୍ପିତ ସର୍ବ ପାଦପ ଅପୂର୍ବ ଦୃଶ୍ୟ
ମଧୁମତି ମଧୁର ହାସ୍ୟ ଫୁଟି ଉଠେ ମୁଖେ ଅପୂର୍ବ ଲାସ୍ୟ।
ସୁନେଲି ପାଟ ଓଢଣୀ ସୋରିଷ ଫୁଲ ବେଣୀରେ ସବୁଜ ଶାଢ଼ୀ,
ଗଭାରେ ତା ସେବତୀ କଢି,କପାଳେ ପାଟେଳି କୁଙ୍କୁମ ଆଙ୍କି ।
ଆଲକ୍ତରଞ୍ଜିତ ପାଦେ, କାକର ଝୁଣ୍ଟିଆ ନାଏ ସେ ଶୀତ ରାଣୀ।
ରୂପେ ମତୁଆଲା କରି ଶିଶିରେ ଭିଜାଇ ରାତି ନିଏ ମେଲାଣି।
ବ୍ରିଡାବତୀ ସୁନ୍ଦରୀ ସେ ଅଭିମାନୀ ଅଳସୀ ନାୟିକା
ଢଳ ଢଳ ନୟନେ ତା ଆଙ୍କି କମକୁଟ କଜଳ ରେଖା।
କାହାର ପ୍ରେୟସି ନୁହେଁ, ପ୍ରଣୟିନୀ ଅବା ହେବ ପରିଣୀତା।
ବସନ୍ତର ଆଗମନେ ଫେରିବ ଉଦାସେ ଦିନେ ହୋଇ ଆଶ୍ୱାସିତା।