Sunanda Mohanty

Tragedy

3  

Sunanda Mohanty

Tragedy

ଶେଷ ଦେଖା

ଶେଷ ଦେଖା

2 mins
129



  ବୋଉ ଆଖି ନଖୋଲିବାର ବାର ଦିନ ପରେ ମେଡିକାଲ ଏମର୍ଜେନ୍ସିରେ ତା ସହ ମୋର ଶେଷ ଦେଖା ଥିଲା ଅତୀବ କଷ୍ଟ ଦାୟକ l ଡାକ୍ତର ମାନେ ଜଣାଇ ଦେଇଥିଲେ ବଞ୍ଚିବା ଆଶା ଖୁବ କ୍ଷୀଣ l ଭଗବାନଙ୍କ ହାତରେ ସବୁ କହି ସମସ୍ତେ ଛାଡିଦେଇଥିଲେ ଆଶା l ସ୍ୱଳ୍ପ ସମୟ ଭିତରେ ତା ଦେହ ମୁଣ୍ଡ ଟିକେ ଆଉଁସି ଦେବାକୁ ଇଛା କରି ପାରୁନଥିଲି କାରଣ ଅନେକ ଯନ୍ତ୍ରପାତି ତା ଦେହ ସାରା l ଖାଲି ରହି ରହି ହେଙ୍କା ଉଠୁଛି ଯାହା l ସେତକ ବନ୍ଦ ହୋଇଗଲେ ସବୁ ଶେଷ l

  ମୋ ବୋଉର ତ୍ୟାଗ, ନିଃସ୍ୱାର୍ଥପରତା, ଆତ୍ମୀୟତା, ଉଦାର ସ୍ଵଭାଵ, ବନ୍ଧୁବତ୍ସଳତା, ଅତିଥିପରାୟଣତା ହୁଏତ ସବୁ ବୋଉମାନଙ୍କ ପାଖରେ ଥାଏ କିନ୍ତୁ ଜୀବନ୍ତ ପ୍ରମାଣ ତ ମୋ ପାଇଁ ମୋ ବୋଉ l ପରିବା ଚୋପା, ଚାଉଳ ଧୁଆ ପାଣି, ଡାଲି, ବିରି ଧୁଆ ପାଣି ସବୁ ଫୋପାଡି ନଦେଇ ସାଇତି ରଖୁଥିବ l କହୁଥିବ କାହାରି ଆହାରକୁ ଫୋପାଡି ନଦେଇ ତାକୁ ଦେଇଦେଲେ କେତେ ଆନନ୍ଦ l ଷଣ୍ଢ ସେସବୁ ପିଉଥିଲା ବେଳେ କେତେ ଖୁସି ତାର lସେମିତି ବଳିପଡିଥିବା ଭାତରେ ଆମିଷ ଟିକେ ମିଶାଇ ବୁଲା କୁକୁରମାନଙ୍କ ପାଇଁ ସାଇତି ଦେଇଥିବ କହିବ, ଭଗବାନ ତାଙ୍କ ପାଇଁ ଖାଦ୍ୟ ନଦେଇ ମଣିଷକୁ ଦାଇତ୍ତ୍ୱ ଦେଇଛନ୍ତି ତାଙ୍କ କଥା ବୁଝିବାକୁ କହି ଖରା ବର୍ଷା ଶୀତରୁ ରକ୍ଷା ପାଇବାକୁ ଅଖା ସଜାଡି ରଖିଥିବ l ପଲିଥିନରେ ଖାଦ୍ୟ ନିଜେ ଦେବନି କି ଅନ୍ୟ କେହି ଦେଲେ ବାରଣ କରୁଥିବ କାରଣ କହୁଥିବ ପଶୁ ଜନ୍ତୁଙ୍କର ପରା ବିଚାର ବୁଦ୍ଧି ଓ ଚଳନଶକ୍ତି ମଣିଷଙ୍କ ଠାରୁ କମ l ଜରି ସୁଦ୍ଧା ଖାଇଦେଇ ଯନ୍ତ୍ରଣା ଭୋଗିବେ ତେଣୁ ଘାସପୂର୍ଣ୍ଣ ସ୍ଥାନ ବା ସିମେଣ୍ଟ ଜାଗା ଖୋଜି ଖାଦ୍ୟ ଗଦେଇ ଅନ୍ୟ ପାଇଁ ଉଦାହାରଣ ସାଜୁଥିବା ମୋ ପୁଣ୍ୟବତୀ ବୋଉ lଆଜି ମୋ ବୋଉ ହସ୍ପିଟାଲ ଏମର୍ଜେନ୍ସି ବେଡ଼ରେ l ଦୁଇଧାର ଲୁହ ଆସିଗଲା ନିଃଶବ୍ଦରେ ସେସବୁ ଓଠ ପିଇଗଲା l

  ହଠାତ ବୋଉ ଯେମିତି ଆଖି ଖୋଲିଲା ପରି ଲାଗିଲା l ଆଜକୁ ପନ୍ଦର ଦିନ ହେଲାଣି ବୋଉ ଆଖି ଖୋଲିନି, ପାଟି ଫିଟାଉନି l ସତେ କଣ ଆଖି ଖୋଲିବ? କଣ ଖାଇଛୁ ବା ଖାଲି ଖାଇଛୁ ଟି ବୋଲି ପଚାରିଦେଲେ ପେଟ ପୁରିଉଠିବ!ଡାକ୍ତରଙ୍କୁ ଡାକି କହିବାରୁ ସେ ତନ୍ନ ତନ୍ନ କରି ପରୀକ୍ଷା କଲା ପରେ ଛାତିକୁ ଜୋର ଜୋର ଦାବି ମାଉସୀ ମାଉସୀ ଡାକୁଥାଆନ୍ତି l ତା ପରେ କହିଲେ ଦେଖାଯାଉ ଭଗବାନଙ୍କର ମିରାକିଲ କଣ ଅଛି?ଆଦେଶ ଓ ନିର୍ଦ୍ଦେଶ ତ ତାଙ୍କର l

    ସାକ୍ଷାତ ସମୟ ସରି ଆସିଥିଲା l ମତେ ଫେରିବାକୁ ହେଲା l କିଛି ଖାଇନଥିବାରୁ ପାଉଁରୁଟି କେକ କିଣି ଘରେ ପହଁଚି ପାଟିକୁ ନଉଛି, ଡାକ୍ତରଙ୍କ ଫୋନ l ଆପଣଙ୍କ ବୋଉ ଖରାପ ଆଡକୁ ଗତି କରୁଛନ୍ତି, ଆସନ୍ତୁ l କେକ ଖଣ୍ଡକ ଖସିପଡ଼ିଲା ହାତରୁ ପୁଣି ଧାଇଁଲି ଏମର୍ଜେନ୍ସି ୱାର୍ଡକୁ l ଡାକ୍ତରଙ୍କ ଖରାପ ଶବ୍ଦର ଅର୍ଥ ବୋଉ ଆଉ ନଥିଲା l କୋହ ମୋହ, ମାୟା ଆସକ୍ତି, ସମ୍ଭାବନା ଭରା ଦର୍ପଣରୁ କାଚ ଗୁଡା ରଣଝଣ ହୋଇ ଭାଙ୍ଗିପଡୁଥିଲା ମୋ ହୃଦୟ ଭିତରେ, ଏମର୍ଜେନ୍ସି ୱାର୍ଡ କିନ୍ତୁ ସୁରକ୍ଷିତ ଥିଲା l ମୋ ବୋଉ ବେଡ଼ ପରିସ୍କାର ହେଲେ ଆଉ କାହା ପାଇଁ ସ୍ଥାନ ରହିବ, ଏହା ହିଁ ନିରାଟ ସତ୍ୟ, ମାନିବାକୁ ବାଧ୍ୟ l ଉପରକୁ ଅନେକ କର୍ତ୍ତବ୍ୟ ଭିତରେ ହୃଦୟରୁ କେହି ଡାକୁଥିଲା ବୋଉ l l ବୋଉଲୋ ଟିକେ ଶୁଣୁ ବୋଉ ଟିକେ କିଛି କହ ବୋଉ l ଅନେକ ଅଜଣା ଅଦୃଶ୍ୟ କ୍ଷତ ସୃଷ୍ଟି କରି ବୋଉ ଚାଲିଗଲା l



Rate this content
Log in

Similar oriya story from Tragedy