Mamatamanjari Das

Tragedy

3  

Mamatamanjari Das

Tragedy

ଶେଷ ବସନ୍ତର ଚିଠି

ଶେଷ ବସନ୍ତର ଚିଠି

4 mins
108


ବାଲକୋନୀରେ ଚିଡା ହୋଇଛି ରୁଚିକା। ଅସ୍ତଗାମୀ ସୂର୍ଯ୍ୟଙ୍କର ଲାଲିମାରେ ପୃଥିବୀ ଟା ପୁରା ରକ୍ତିମ । ପତ୍ର ଝଡା ଦେଇ ବସନ୍ତର ପହିଲି ସ୍ପଶରେ ପତ୍ର କଅଁଳିଲାଣି । ଧରଣୀଟା ଏବେ ପୁରା ସବୁଜ ସବୁଜ ଦେଖାଯାଉଛି । କିନ୍ତୁ ଶ୍ରୀହୀନ ହୋଇ ଯାଇଛି ତା'ଜୀବନ । ସେଠି ଆଉ କେବେବି ସବୁଜିମା ଭରିବନି କି ସୀମନ୍ତରେ ଶୋଭା ପାଇବନି ରନକ୍ ନାମର ଲାଲ୍ ସିନ୍ଦୂର। କିଛି ସମୟ ପାଇଁ ନିଜର ଅତୀତକୁ ଫେରିଗଲା ରୁଚିକା । ରୁଚିକା ସାମନ୍ତରାୟ, ବାପା ବୋଉଙ୍କର ଅଲିଅଳି 'ରୁଚି'। ରେଭେନ୍ସା ବିଦ୍ୟାଳୟରେ ଟପ୍ପର ଥିଲା ଦିନେ ସିଏ । ଗୋଟିଏ ଚାଉଳରେ ଗଢା ଗୋରା ତକ ତକ ଚେହେରା । ପୁରା କଲେଜ ତା'ପଛରେ । କିନ୍ତୁ ଆଡ ଆଖିରେ ସେ କେବେ କାହାରିକୁ ଚାହିଁ ନଥିଲା । ସେ ଚାହୁଁଥିଲା ଆର୍ମିରେ ଜଏନ୍ କରିବା ପାଇଁ। ମାତ୍ର ବାପା ବୋଉ ରୋକ୍ ଠୋକ୍ ମନା କରି ଦେଇଥିଲେ। ବାହାଘର ପାଇଁ ଅନେକ ପ୍ରସ୍ତାବ ଆସିଲା, କିନ୍ତୁ ସବୁଠାରେ ସେ ମନା କରି ଦେଇଥିଲା । କିନ୍ତୁ ରନକ୍ ସହ ଯେତେବେଳେ ପ୍ରସ୍ତାବ ପଡିଲା ସେ ଖୁସିରେ ହଁ ମାରିଦେଲା । ଏ ପ୍ରସ୍ତାବରେ କିନ୍ତୁ ଘରେ କେହି ବି ରାଜି ନଥିଲେ। କିନ୍ତୁ ରୁଚିକାର ଯିଦି ପାଖରେ ସମସ୍ତେ ହାର ମାନି ଯାଇଥିଲେ। ରନକ୍ ରାୟ, ସେ ଥିଲେ ଏୟାର ଫୋର୍ସର କ୍ୟାପଟେନ୍ । ଖୁସିରେ ମନ ଉଚ୍ଛୁଳୁଥିଲା ରୁଚିକାର । ଶେଷରେ ସେହି ଖୁସିର ସମୟ ଆସିଲା । ସାତ କଳସ ଆଠଦୀପକୁ ସାକ୍ଷୀ ରଖି ସାତ ଫେରେ ନେଇ ସେ ବରଣ ମାଳରେ ରନକ୍ ଙ୍କୁ ଜୀବନ ସାଥୀ ଭାବେ ବରଣ କଲେ । ବାପା ବୋଉକୁ ଛାଡି ଚାଲିଗଲେ ଶାଶୁଘର। ରନକ୍ ଛଅ ମାସ ଛୁଟି ଆଣି ଆସିଥିଲେ ।

ବନ୍ଧୁ ବାନ୍ଧବଙ୍କ ଗହଳିରେ ଘର ପୁରିଲା ପୁରିଲା ଲାଗୁଥିଲା। ଶେଷରେ ଆସିଲା ଚିର ପ୍ରତିକ୍ଷୀତ ବାସର ରାତି । ସେ ଯାଏ ବି କେହି କାହାରିକୁ ଦେଖି ନଥିଲେ । ବାସର ରାତିରେ ଓଢ଼ଣୀ କାଢି ରନକ୍ ରୁଚିକାକୁ ଦେଖି ଚମକି ପଡିଲେ । ଏତେ ସୁନ୍ଦର ଗୋରା ତକ ତକ ଚେହେରା ସାଙ୍ଗକୁ ପୁରିଲା ପୁରିଲା ଗାଲ । ରୁଚିକା ରନକକୁ ପ୍ରଣାମ କରିବାକୁ ଉଠିଲା । ହେଲେ ନିଜର ଦୃଢ଼ ବାହୁ ବନ୍ଧନରେ ରୁଚିକାକୁ ଜଡାଇ ଧରିଥିଲେ ରନକ୍। ସତେ ଯେପରି ରୁଚିକାର ମୁହଁରୁ ହିଁ ସେ ପ୍ରେମର ମଦିରା ପାନ କରୁଥିଲେ । ରନକ୍ ଆଖିରେ ହାତ ରଖି ଦେଲେ ରୁଚିକା । ପ୍ରକୃତିସ୍ଥ ହୋଇଗଲେ ରନକ୍ ।

ରୁଚିକା…କଣ୍ ଏତେ ଦେଖୁଛ !

ରନକ୍…ସ୍ୱପ୍ନ

ରୁଚିକା………ନାଁ ଏହା ବାସ୍ତବ, ଆଉ ମୁଁ ତୁମର ପତ୍ନୀ ।

ହେଲେ……

ରୁଚିକା କହିଲା, ମୁଁ ଜାଣେ ତୁମେ କଣ୍ ସବୁ କହିବ ! କିନ୍ତୁ ମୁଁ ତୁମର ରୂପ ରଙ୍ଗ ପାଇଁ ତୁମକୁ ବିବାହ କରିନି। ତୁମେ ଭାରତ ମାତାର ଜଣେ ସୁଯୋଗ୍ୟ ସନ୍ତାନ, ଏଇଟା ହିଁ ତୁମର ପରିଚୟ ।

ରନକଙ୍କୁ ସବୁ ସ୍ୱପ୍ନ ପରି ମନେ ହେଉଥିଲା । ଆଜିର ଯୁଗରେ ଏମିତି ବି ଝିଅ ଅଛନ୍ତି ବିଶ୍ୱାସ କରି ପାରୁନଥିଲେ ରନକ୍ ।

ରୁଚିକା କହିଲା ଆପଣଙ୍କ ମନରେ ଯାହା ସବୁ ପ୍ରଶ୍ନ ସବୁ ମୁଁ ପଢି ପାରୁଛି । ସମୟ ଆସିଲେ ଉତ୍ତର ନିଶ୍ଚୟ ଦେବି । ଏବେ ତ ଆମେ ଉଭୟଙ୍କ ମନର କଥା ପଢିବା ନା। ରୁଚିକାକୁ ପାଖକୁ ଟାଣିନେଇ ତା ଗଣ୍ଡ ଦେଶରେ ଆଙ୍କିଦେଲେ ଚୁମ୍ବନଟିଏ ରନକ୍ । ପୁରୁଷର ପ୍ରଥମ ସ୍ପର୍ଶଟା ଶିହରଣ ସୃଷ୍ଟି କଲା ରୁଚିକାର ତନୁ ମନରେ । ଦିକି ଜଳୁଥିଲା କୂଳ ଦୀପଟିଏ। ପ୍ରେମର ମଦିରା ପାନ କରୁଥିଲେ ଦୁଇ ପ୍ରେମ ପକ୍ଷୀ । ଏକାକାର ହୋଇଗଲା ତନୁ, ମନ ଓ ଶରୀର ।

ଓଃ……

କେତେ ଆତ୍ମୀୟତା ସତରେ !

ଖୁସିରେ ଖୁସିରେ କଟିଗଲା ଛଅ ମାସ। ଆସିଲା ବିଦାୟ ମୁହୂର୍ତ୍ତ । ହୃଦୟ ଭାଙ୍ଗି ପଡୁଥିଲା ଦୁଃଖରେ। କିନ୍ତୁ ସେ ଜଣେ ସୈନିକର ପତ୍ନୀ ।ତାଙ୍କୁ ଧୈର୍ଯ୍ୟ ଧରିବାକୁ ହିଁ ପଡିବ ।ମନେ ପଡିଗଲା ଶ୍ରୀକୃଷ୍ଣ ରାଧାଙ୍କୁ ଦେଇଥିବା ନିୟମ।ରୁଚିକା ପୋଛି ଦେଲା ଆଖିରୁ ଲୁହ।ହୃଦୟରେ ଅସରନ୍ତି କୋହକୁ କବର ଦେଇ ଛଳ ଛଳ ଆଖି ଓ ହସିଲା ମୁହଁରେ ସେ ବିଦାୟ ଦେଲା ରନକକୁ।କିନ୍ତୁ ଅନୁରୋଧ କରିଥିଲା ଚିଠି ଦେବାପାଇଁ ।ରନକ୍ ଯିବାର ପନ୍ଦର ଦିନ ହୋଇ ସାରିଥିଲା,ଚିଠି ଅପେକ୍ଷାରେ ଥିଲା ରୁଚିକା ।ସେଦିନ ଥାଏ ଶେଷ ବସନ୍ତର ରଙ୍ଗ ପର୍ବ ହୋଲି ।କାଉଟା ସକାଳୁ ସକାଳୁ କା'କା'ହେଉଥାଏ ।ଶାଶୁ କହିଲେ ଆଜି ବୋଧହୁଏ ଚିଠି ଫିଠି ଆସିବ।ମନରେ ଅନେ ଆଗ୍ରହ ନେଇ ଅପରାହ୍ନରେ ବାଲକୋନୀରେ ଛିଡା ହୋଇଥାଏ ।ଡାକବାଲା ଆସିଲା, ଚିଠିଟିଏ ଧରାଇ ଦେଇ ଚାଲିଗଲା ଶାଶୁଙ୍କ ହାତରେ ।ନୂଆ ବୋହୂଟିଏ ଟିଏ ସେ,ତେଣୁ ଶାଶୁଙ୍କ ପାଖରୁ ଯାଇ ଚିଠି ବି ଆଣି ପାରିବେନି ।ଅପେକ୍ଷାର ଅନ୍ତ କରି ଶାଶୁ ଆସି କହିଲେ "ତୁ ବୋହୂ ହୋଇ ଆସିଲା ପରେ ତୋପାଇଁ ଏଇଟା ନୂଆ ଚିଠି, ତୁ'ପଢ ଆଉ ମୋତେ କହିବୁ ରନୁ କଣ୍ ଲେଖିଛି "।

ଘର ଭିତରକୁ ଯାଇ ଚିଠିଟିକୁ ପୁରା ଆଗ୍ରହର ସହ ଖୋଲି ପଢି ବସିଲେ ରୁଚିକା।ପଲ୍ଲବିତ ହୋଇଯାଉଥିଲା ତାଙ୍କ ଶରୀରର ପ୍ରତ୍ୟେକ ଅଙ୍ଗ ।

ହେଲେ ଖୁସିଟା ଥିଲା ବୋଧେ କ୍ଷଣସ୍ଥାୟୀ ।ପାଖଘରୁ ଶାଶୁ ସମାଚାର ଦେଖୁଥିଲେ ।ସମାଚାରର ଗୁରୁଗମ୍ଭୀର ବାଣୀ ବାରମ୍ବାର ପ୍ରତି ଧ୍ୱନି ହେଉଥିଲା।

"ଦୁଃଖର ସହ ଦୁଃଖଦ ଖବରରୁ ଆରମ୍ଭ କରୁଛୁ ସମାଚାର, ଓଡିଶାର ଏୟାର ଫୋର୍ସ କ୍ୟାପଟେନ୍ ରନକ୍ ରାୟଙ୍କର ଶତ୍ରୁ ଗୁଳିରେ ସହୀଦ ହୋଇଛନ୍ତି। କିନ୍ତୁ ସହୀଦ ହେବା ପୂର୍ବରୁ ସେ ଶତ୍ରୁ ଶିବିରକୁ ଧ୍ୱଂସ କରି ଦେଇଛନ୍ତି " ।

ରୁଚିକା ହାତରୁ ଖସି ପଡିଲା ଶେଷ ବସନ୍ତର ସେହି ନୂଆ ଆଉ ଶେଷ ଚିଠିଟି ।ଆଖିରେ ଲୁହ ବି ନଥିଲା ।ସ୍ତବ୍ଧ ହୋଇଯାଇଥିଲା ସମଗ୍ର ଗାଁ।ସମସ୍ତେ କନ୍ଦେଇବାକୁ ଚାହୁଁ ଥିଲେ ରୁଚିକାକୁ, ହେଲେ ତା'ଆଖିର ଲୁହ ଶୁଖି ଯାଇଥିଲା ।ପୋଛିଦେଲେ ତା'ମଥାରେ ଦାଉ ଦାଉ ଜଳୁଥିବା ସିନ୍ଦୂର ଟୋପା ।କ୍ରିୟା କର୍ମ ସରିବା ପରେ ବାପା ମାଆ ଚାହିଁ ଥିଲେ ରୁଚିକାକୁ ଘରକୁ ନେଇଯିବା ପାଇଁ ।ହେଲେ ମୁହଁ ଖୋଲିଲା ରୁଚିକା ।ଆଉ କହିଲା ମୁଁ ଜଣେ ବୀର ସହୀଦର ପତ୍ନୀ ।ମୁଣ୍ଡ ଉଠାଇ ଗର୍ବର ସହ ବଞ୍ଚିବି ।ମୁଁ ଜଏନ କରିବି ଆର୍ମିରେ।କେହି ରୋକି ପାରିଲେନି ରୁଚିକାକୁ ।ତା'ର ସାହସ ଓ ଧୈର୍ଯ୍ୟ ଆଗରେ ମଥାନତ କଲେ କର୍ଣ୍ଣେଲ।ଟ୍ରେନିଂ ବେଳେ ଜାଣିବା ପାଇଁ ପାଇଲେ ସେ ରନକଙ୍କ ସନ୍ତାନର ମା ହେବାକୁ ଯାଉଛନ୍ତି ।ଖୁସିରେ ଅଧିର ହୋଇ ପଡିଲେ ରୁଚିକା ।ଯତ୍ନର ସହ ଗର୍ଭରେ ଧରିଲେ ଶିଶୁଟିକୁ।ଦଶମାସ ଦଶଦିନ ଶର ପ୍ରତୀକ୍ଷା ଶେଷ ହେଲା । କୋଳ ମଣ୍ଡନ କଲା ପୁଅ ଟିଏ, ଆଉ ତାର ନାମ ବି ଦେଲେ ରନକ୍ ସେ ଏବେ ଆର୍ମିରେ ଜଏନ୍ କରିଛନ୍ତି ।ଶାଶୁ ପୁଅକୁ ସମ୍ଭାଳି ନିଅନ୍ତି ।

କିନ୍ତୁ "ଶେଷ ବସନ୍ତର ସେହି ନୂଆ ଆଉ ଶେଷ ଚିଠିଟିକୁ " ସେ ସାଇତି ରଖିଛନ୍ତି ଏବେଯାଏ ।

ହଠାତ୍ କାହାର ମୃଦୁ ସ୍ପଶରେ ଭାବନାରୁ ଫେରି ଆସିଲେ ରୁଚିକା।ରୁଚିକା ଆଖିରୁ ଲୁହ ପୋଛି ଦେଉ ଦେଉ ଦେଉ ଶାଶୁ କହିଲେ କେତେ ଆଉ କାନ୍ଦିବୁ, ଲୁହ ପୋଛି ନାତିକୁ ମୋର ଦେଖ୍ ସବୁ ଖୁସି ମିଳିଯିବ……



Rate this content
Log in

Similar oriya story from Tragedy