Siddhartha Tripathy

Romance Tragedy Inspirational

3  

Siddhartha Tripathy

Romance Tragedy Inspirational

ଶାଗୁଣା ବସିଛି ଡେଣା ମେଲେଇ

ଶାଗୁଣା ବସିଛି ଡେଣା ମେଲେଇ

4 mins
185



କୁଡେଇ ଗାଆଁ ମୁଣ୍ଡରେ ବିରାଟ ବଟବୃକ୍ଷ । ତା ଉପରେ ବିରାଟ ଶାଗୁଣା ବସିଛି ଡେଣା ମେଲେଇ ।

ଦୀପାକୁ ସେଇ ଗାଆଁର ସୁବ୍ରତ ଲାଗେ ସେଇ ବୃକ୍ଷର ଶାଗୁଣା ପରି। ଖଇନି ଖିଆ ଦାନ୍ତକୁ ଝୁମ୍ପୁରାବାଳ।


ଅଣ୍ଟା ହଲେଇ କାନ୍ଧ ଉପରେ ଗରାଟିଏ ଧରି ଗ୍ରାମ ନିକଟସ୍ଥ ପୁଷ୍କରିଣୀରେ ସ୍ନାନ କରିବାକୁ ଅଗ୍ରସର ହେଉଥିଲା ପ୍ରମୋଦ କନ୍ୟା ଦୀପା। ପାଦର ପାଉଁଜିକୁ ଟାଣ ମାଟିରେ ପିଟି ଶବ୍ଦ ତରଙ୍ଗ ସୃଷ୍ଟି କରିବା ସହ ଫେରି ଫେରି ଚାହୁଁଥିଲା ପଛକୁ । ଆଜି କାଇଁ କେଉଁଠି ତା ରୂପ ଯୌବନର ଉତ୍ତାଳ ତରଙ୍ଗ ଦେଖିବାକୁ କେହି ନଜର ଆସୁନାହିଁ କିନ୍ତୁ ଟକ ଟକି ମାରି ଅନେଇ ରହିଛି ଶାଗୁଣା।


 ପୋଖରୀ ତୁଠ ପଥରରେ ଶୀତରେ ଫାଟ ସୃଷ୍ଟି ହୋଇଥିବା ପାଦର ଏଡିକୁ ଘସିବାରେ ଲାଗିଲା। ପଥରରେ ପାଉଁଜି ବାଡେଇ ହୋଇ ଅଦ୍ଭୁତ ବାଦ୍ୟଯନ୍ତ୍ରର ରାଗିଣୀର ଭ୍ରମ ସୃଷ୍ଟି କରୁଥିଲା। ରୁଦ୍ରର ଦେଖା ନାହିଁ, ବୋଧେ କେଉଁଠି ବ୍ୟସ୍ତ ଥିବ। ବୁଦ୍ଧିଜାଣିବା ଦିନରୁ ଭଲ ପାଉଛନ୍ତି ଦୁହେଁଦୁହିଙ୍କୁ। ଯୌବନର ସ୍ପର୍ଶ ପାଇଲା ଦିନଠୁ ଜଗନ୍ନାଥଙ୍କ ତୁଳସୀପତ୍ର ଖଣ୍ଡିଆ ହୋଇପାରେ କିନ୍ତୁ ରୁଦ୍ର ସହ ପୋଖରୀ ପାଖରେ ଦୁଇପଦ କଥାବାର୍ତ୍ତା କେବେ ବନ୍ଦ ନାହିଁ। ହେଲେ ଆଜି ତା'ର ବ୍ୟତିକ୍ରମ। ବ୍ୟସ୍ତ ହୋଇପଡୁଥିଲା ଦୀପା।


ଓଃ, ଏ ଶିତୁଆ ପବନଟା ବି ଅଭଦ୍ର ଲୁଗାଟା କାନ୍ଧ ଉପରୁ ଖସି ଆସି କୋଳରେ। ପବନର ମତୁଆଲା ଛୁଆଁ ଗ୍ରୀବାରେ ସୁନ୍ଦର ଚୁମ୍ବନ ଦେଉଛି। ଉପରୁ ଆନେଇଛି ଶାଗୁଣା।


ହଠାତ୍,.....


ଚମକିଉଠି ପଛକୁ ଅନେଇଲା ଦୀପା। ଏ..........ତ...ମେ ସୁବ୍ରତ ?

ଛାଡନା, କିଏ ଦେଖିନେବ। ଏଇଟା ଆଲିଶାନ ବଙ୍ଗଳାର ଧିମା ଆଲୁଅର ବାସର ଗୃହ ନୁହେଁ, ଏଇଟା ଆମ ଗାଆଁ ପୋଖରୀ ତୁଠ । ଶାଢିକାନିଟାକୁ ଉପରକୁ ଟେକି ଅନାବୃତ ଶରୀର ଢାଙ୍କି ଢାଙ୍କି କହୁଥିଲା ଦୀପା। 


ଦୀପା କହୁଥିଲା, ଶୁଣ ସୁବ୍ରତ, ମୁଁ କ୍ରୀଡାମୟୀ ଶାନ୍ତ ସଲିଳା ନଦୀ, ଆଉ ତମେ ଅଶାନ୍ତ ସମୁଦ୍ର। ନାରୀତ୍ବ ହିଁ ମୋର ଏକମାତ୍ର ପରିଚୟ। ତମେ ଗାଁ ସାହୁକାର ପୁଅ ମୁଁ ଗରିବ ଘର ଝିଅ।


କିନ୍ତୁ ଏ ନଦୀ ସମୁଦ୍ରର ଅଶ୍ଳିଳତା କେବଳ ବାହାଘର ପରେ ତା ବି ପତି ପରମେଶ୍ବର ସହ। ତା ପୁର୍ବରୁ ଏପରି ଅପଚେଷ୍ଟା କରି ନିଜକୁ ନିନ୍ଦିତ କରିବାର ପ୍ରୟାସ କେବେ ବି କରିବ ନାହିଁ। ତେବେ ହିଁ ଆମର ପରିଚୟ ଜୀବନ ସୁଖର ଜଳ କଲ୍ଲୋଳରେ ଉଦବେଳିତ ହୋଇଉଠିବ। ତମକୁ ଦେଖିଲେ ମୋତେ ଭୟ ଲାଗେ। ତମେ ଯେତେବେଳେ ଅପ୍ରତ୍ୟାଶିତ ଭାବରେ ମୋତେ ଭିଡ଼ି ଧରିଲ ମୋତେ ଲାଗିଲା ସେଇ ବଟ ବୃକ୍ଷର ଶାଗୁଣା ମୋତେ ତା ଡେଣାରେ ଆବଦ୍ଧ କରିନେଇଛି ଓ ମୁଁ କୁମାରୀ ଲଳନା ଛଟପଟ ହେଉଛି ତା ବନ୍ଧନରେ।


ଦୀପା କହୁଥିଲା, ଶୁଣ ସୁବ୍ରତ, ସଂସାରରେ କେତେ ପୁଅ କେତେ ଝିଅଙ୍କୁ ଭେଟନ୍ତି ।ସେଥିରେ କାହାର କିଛି ଫରକ ପଡେନାହିଁ। କାହାର କିଛି ଯାଏ ଆସେ ନାହିଁ।


ଶୁଣ ସୁବ୍ରତ ! ଚରିତ୍ର ଯଦି ଶସ୍ତା ଥାଏ, ଦାମୀ ପୋଷାକର କ'ଣ ମୂଲ୍ୟ ଅଛି। ପ୍ରେମ ମନର ମିଳନ, ଶରୀରର ନୁହଁ, ତାଛଡ଼ା ସୁବ୍ରତ ମନେ ରଖିଥାଅ , କେବେବି ଏପରି ଆପଚେଷ୍ଟା କରିବ ନାହିଁ। 


ବଟବୃକ୍ଷ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲା, ତମେ ମୋତେ ଏହି ଶାଗୁଣା ପରି ଲାଗ। ମୁହଁରେ ଲୁଗାକାନିକୁ ମାଡ଼ି ହସୁଥିଲା ଦୀପା। ରାଗରେ ଜଳି ଜଳି ସ୍ଥାନ ପରିତ୍ୟାଗ କଲା ସୁବ୍ରତ।


ଫେରିବା ରାସ୍ତାରେ ଦେଖାହେଲା ରୁଦ୍ର। ଗାଁ ମାଇପଙ୍କୁ ଦୀପା ସାଙ୍ଗରେ ଦେଖି ବାଟଭାଙ୍ଗି ଚାଲିଗଲା ରୁଦ୍ର।

ଚାଲାକ୍ ଦୀପା ପଛେଇ ରହିଗଲା ବଟମୂଳରେ ପୂଜା କରିବା ବାହାନାରେ। 


ସେଇଠି ପହଞ୍ଚିଗଲା ରୁଦ୍ର। ସୁବ୍ରତର ଅସତ୍ ବ୍ୟବହାର କଥା କହିଲା। ଜାଣିଛ ରୁଦ୍ର , ହଠାତ ସୁବ୍ରତର ଆଗମନ ଓ ତାର କଥା କେଇପଦ ଆରମ୍ଭ କରି ଦେଇଥିଲା ମୋ ଛାତି ଭିତରେ ଯୁଦ୍ଧ - ବାଜଣା। ଝାଳ କଣ୍ଟି ଆସିଥିଲା ଦେହରେ। ଦେହ କ'ଣ ହୋଇଯାଉଥିଲା। ସେ ଯେ ମୋତେ ଭଲ ପାଉଛି ଏକଥା ମୁଁ ବିଶ୍ବାସ କରିପାରୁନାହିଁ। 


ମୋ ରାଣ ରୁଦ୍ର ! ସେ ଶାଗୁଣା ଓ ସୁବ୍ରତ ଏକା ଲାଗନ୍ତି ମୋତେ। ଏ ରୁଦ୍ର ! ତମ ପ୍ରେମର ଅଗ୍ନି ମୋ ଉପରେ ବର୍ଷା କରିଦିଅ। କହିଲାବେଳେ ଯଦି ଉଦ୍ଗତ ଅଶ୍ରୁର ବନ୍ୟାରେ ତମ ଦୁଇ ଆଖିପତା ଲୁଣି ଲୁହର ବନ୍ୟାରେ ଭାସିଯାଏ, ଭୟ କରନାହିଁ। ତମ ସହିତ ମୁଁ ମଧ୍ୟ ମୋର ଲୋତକ ଗ୍ରନ୍ଥିରେ ଥିବା ସବୁ ଲୁହ ଝାରି କାନ୍ଦିବି।


ଯିଏ ପ୍ରାଣ ଭରି କାନ୍ଦି ନଜାଣେ, ସେ ହସର ଆନନ୍ଦ ଉପଲବ୍ଧି କରି ପାରେନାହିଁ।ଚମକି ଉଠିଲେ ରୁଦ୍ର ଓ ଦୀପା । ଅନେଇ ରହିଥିଲେ ଉପରକୁ। ଶାଗୁଣା ଡେଣା ଝାଡୁଥିଲା। ଏପଟେ ଜୋର୍ ଜୋର୍ ଜୋର୍ ହସୁଥିଲା ସୁବ୍ରତ। କହୁଥିଲା, ବଟବୃକ୍ଷ ପୂଜନୀୟ, ପ୍ରେମସ୍ଥଳି ନୁହଁ, ଚାଲ ଏଠାରୁ। ଚୁପ୍ ଚାପ୍ ଚାଲିଗଲେ ରୁଦ୍ର ଓ ଦୀପା। କୃର ଚାହାଣୀରେ ଅନେଇ ରହିଥିଲା ସୁବ୍ରତ।


ରୁଦ୍ର ଦୀପାର ପ୍ରେମ ଚରମ ସୀମାରେ ଥିଲା। ସୁବ୍ରତ କହୁଥିଲା, ଏ ଦୀପା ସେଦିନ ପୋଖରୀକୂଳରେ ମୋ ଉଦ୍ଦେଶ୍ୟ ତୋତେ ଅସଦାଚରଣ ନଥିଲା ବରଂ ଥିଲା ପ୍ରେମ। ଦୀପାର ଉତ୍ତର ଥିଲା ଏ ଜନ୍ମରେ ରୁଦ୍ର ବ୍ୟତିରେକ ମୋର ଅନ୍ୟ ଚିନ୍ତା କରିବା ବି ପାପ।


ସେଦିନ .......

ଆକାଶରେ ଜ୍ୟୋତ୍ସ୍ନା ଥିଲା। ଫଗୁଣ ପୂର୍ଣ୍ଣିମାର ଚନ୍ଦ୍ର ଫୁଲ ପରି ହସୁଥିଲା। ରୁଦ୍ର ଅପେକ୍ଷା କରିଥିଲା ପୋଖରୀ ନିକଟସ୍ଥ କିଆ ବୁଦାରେ। ପହଁଚିଗଲା ଦୀପା। ସେଇ କିଆ ବୁଦାରେ କୃତ୍ରିମ ବିଛଣା ସଜେଇଥିଲା ରୁଦ୍ର। ଲାଜେଇ ଲାଜେଇ ବସିଗଲା ଦୀପା । ଗାଲରେ ଚୁମା ଦେଇ ଗ୍ରିବାରେ ଚୁମ୍ବନ ଦେବା ସହ ଶୁଆଇ ଦେଲା ରୁଦ୍ର।


ପୁର୍ବରୁ ଅନ୍ତର୍ବସ୍ତ୍ର ରହିତ ଥିଲା ଦ୍ଵୀପା। ବାହାର ପବନ ସହ ମିଳେଇ ଯାଉଥିଲା ଦୁହିଁଙ୍କ ପ୍ରଖର ଶ୍ୱାସପ୍ରଶ୍ୱାସ। ପ୍ରଥମ ଶାରୀରିକ ମିଳନର ଆନନ୍ଦ ନେଉଥିଲେ ଦୁହେଁ। କଷ୍ଟ ଭିତରେ ଆନନ୍ଦ ପାଉଥିଲା ଦୀପା। ତା ଦେହର ସ୍ନାୟୁଗ୍ରନ୍ଥି ଗୁଡ଼ିକ ବେପଥୁର ନୂପୁର ନିକ୍ୱଣରେ ଅନୁରଣିତ ହେଉଥିଲା। ଲାଗୁଥିଲା ବାହାର ପବନର ଝଙ୍କାରରେ ମଳୟର ସହାନାଇ ବାଜୁଥିଲା। କିଆ ବିଛଣାରେ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ଦୀପା ହାତର କଳାଚୁଡ଼ିର ଭଗ୍ନାଂଶ।

ସେ ଭଙ୍ଗାଚୁଡ଼ିକୁ ଗୋଟେଇ ଆଣି ବାହାରକୁ ଫିଙ୍ଗିଦେବାକୁ ତା ଦେହରେ ଆଉ ବଳ ନଥିଲା। କିପରି ଏକ ସ୍ନାୟବିକ କ୍ଳାନ୍ତି, ପରିପୂର୍ଣ୍ଣ ତୃପ୍ତିରେ ତା ସାରା ଦେହମନ ଭରି ଯାଇଥିଲା।


ସମ୍ଭୋଗର ଯୁପକାଠିରେ ସେଇଦିନୁ ଦୀପାର ପୁଷ୍ପିତ ତନୁ କେତେ ଶତ, ସହସ୍ର ଥର ବଳି ପଡ଼ିଲା।


 ଦୂରରୁ ଲକ୍ଷ୍ୟ କରୁଥିଲା ଶାଗୁଣା। ଦୀପାର ଭୁଲ ପାଇଁ ଆଖିରୁ ଲୁହ ଗଡ଼ାଇଚାଲିଥିଲା। ଆକଟ କରୁଥିଲା ଦୀପାକୁ। ଏ ଦୀପା , ସେ ବଟ ଉପରେ ଶାଗୁଣା ବସିଛି ଡେଣା ମେଲେଇ, ଏପଟେ କିଆ ବୁଦା ମୂଳେ ସୁବ୍ରତ ଜଗିଛି ଡେଣା ମେଲେଇ।

ମୁଁ ତମକୁ ବହୁତ୍ ଭଲ ପାଏ। ଜାଣେ ତମେ ରୁଦ୍ରକୁ ଭଲ ପାଅ। କିନ୍ତୁ ତମେ ଯେଉଁ ରାସ୍ତାରେ ......! ଚଟକଣି ବସେଇ ଦେଲା ଦୀପା। କାହିଁ ରୁଦ୍ର କାହିଁ ତୁ ?


ଗାଲ ଆଉଁଶି ସୁବ୍ରତ କହିଲା, ଦୀପା ! ଏ ବିପୁଳାଚ ପୃଥ୍ବୀ, ନିରବଧି କାଳ ସ୍ରୋତରେ ଏମିତି ଭୁଲ ହୋଇଯାଏ। ସମାଜର ସବୁ ନିୟମ ମଣିଷ ନିଜେ ଗଢିଛି ; ନିଜେ ମଧ୍ୟ ଭାଙ୍ଗିଛି। ସାମାଜିକ ନୀତି ନିୟମର ଭଙ୍ଗାଗଢା ଖେଳ ଭିତରେ ରୂପ ବଦଳାଇ ଚାଲିଛି ମଣିଷର ସଂସ୍କୃତି ଆଉ ସଭ୍ୟତା।

ଯା ବେ ଶଳା କହି ବାଟ ଭାଙ୍ଗି ଚାଲିଗଲା ଦୀପା।


ଦିନେ ଖେଳଘର ଭାଙ୍ଗିଗଲା। ଫୁଲର ମଧୁ ସରିଗଲା। ଅସାବଧାନତା କାରଣରୁ ଦୀପା ହେଲା ଅନ୍ତସତ୍ୱା।ପ୍ରେମ ସରିଗଲା। ଦୂରେଇ ଗଲା ରୁଦ୍ର। କହିଲା ତୋ ପେଟରେ ଆଉ କାହା ଛୁଆ।


ଆରମ୍ଭ ହେଲା ହୃଦୟରୁ ରକ୍ତକ୍ଷରଣ। ସେ ରକ୍ତର ରଙ୍ଗ ଲାଲ ନୁହେଁ କଳା। ସେଇ ଥୋପ ଥୋପ କଳା ରକ୍ତରେ ଦୃଷ୍ଟିର ଦିଗନ୍ତରେଖା ଅନୁଜ୍ଵଳ, ଅସ୍ପଷ୍ଟ ହୋଇଗଲା । କୁମାରୀ - ଲଜ୍ଜା ସମର୍ପିତା ଦୀପାର ସବୁ ରାସ୍ତାରେ ଛକି କଟା ସରିଥିଲା। ରାତିର ଅନ୍ଧକାରରେ ଦୌଡିଲା ପୋଖରୀ କୂଳକୁ।


ଓଃ ! ରକ୍ତ ଯୁଡୁବୁଡୁ ପାଦ। କିଆବୁଦା ମୂଳରେ କଳାଚୁଡ଼ି ତା ପାଦକୁ ଚୁମ୍ବନ କରୁଥିଲା। କ୍ଷଣେ ଅଟକି ଦୌଡିଲା ପୋଖରୀକୁ। ଲମ୍ଫ ପ୍ରଦାନ ସମୟରେ ଶୁଣାଗଲା , ଏ ଦୀପା ! ଶାଗୁଣା ବସିଛି ଡେଣା ମେଲେଇ। ହସ୍ତ ପ୍ରସାରି ଠିଆ ହେଇଥିଲା ସୁବ୍ରତ। ଜାବୁଡ଼ି ଧରି କଇଁ କଇଁ କାନ୍ଦୁଥିଲା ଦୀପା। ସୁବ୍ରତ ଗ୍ରହଣ କରିନେଲା ଦୀପା ଓ ତା ସନ୍ତାନକୁ।


ରୁଦ୍ର .......!


ଅପରିବର୍ତ୍ତନୀୟ ରୁଦ୍ର। ଏମିତି ବହୁତ୍ ରୁଦ୍ର ଦୁନିଆରେ ଅଛନ୍ତି। ଦୀପାମାନଙ୍କୁ ସତର୍କ ରହିବା ଆବଶ୍ୟକ।




Rate this content
Log in

Similar oriya story from Romance