Sunanda Mohanty

Others

3  

Sunanda Mohanty

Others

ସବୁ ଖେଳ ତାଙ୍କର

ସବୁ ଖେଳ ତାଙ୍କର

2 mins
233



  ସେଦିନ ସୁଯୋଗ ପାଇ ସମୁଦ୍ର କୂଳ ଚାଲିଗଲେ ନିତୁ, ଆଉ ସମୁଦ୍ର କୂଳେ ଜାତିଜାତିକା ରଂଗ ବେରଂଗର ଚୁଡ଼ି ବିକୁଥିବା ମାଉସୀର ପସରାକୁ ଅନେଇ କେତେ କଥା ଭାବୁଥିଲେ l

  ସେ ଜନ୍ମ ହେଲାବେଳକୁ ବାପା ନଥିଲେ ସଂସାରରେ, ମାଆ କୁହନ୍ତି ଜଗନ୍ନାଥଙ୍କ ଭରସାରେ ତତେ କେମିତି ପାଠ ଶାଠ ପଢ଼େଇ ମଣିଷ କଲି ମୁଁ ଜାଣେନା ଝିଅ, ସବୁ ଖେଳ ତାଙ୍କର, ଆଉ ଆସିଥିବା ପ୍ରସ୍ତାବରେ ତୁ ଯଦି ରାଜି ନହେବୁ ମୋର କିଛି ଆଉ ଉପାୟ ନାହିଁ ମାଆ ନିତୁ ମାଆଙ୍କ ମନୋଭାବରୁ କଣ ପଢିଲା କେଜାଣି କୁଆଁରୀ ଜୀବନରେ ଦେଖିଥିବା ସବୁ ସ୍ବପ୍ନ ଉଜେଇଁ ରାଜି ହୋଇଗଲା ବିବାହ ପ୍ରସ୍ତାବରେ, ମାଆ କହୁଥିଲେ, ଜଗନ୍ନାଥଙ୍କର ହାତ ଗୋଡ଼ ନଥାଇ ସେ ସଭିଙ୍କୁ ରକ୍ଷା କରନ୍ତି ଆଉ ଜୋଇଁ ଆକ୍ସିଡେଣ୍ଟରେ ପଡି ଚାଲବୁଲ କରିନପାରିଲେ କଣ ହେଲା ଅଧା ଦରମା ପାଉଛନ୍ତି, ସୁନ୍ଦର ସୁବୁଦ୍ଧି ସମ୍ପନ୍ନ, ସେ ତତେ ଭଲରେ ରଖିବେ ମାଆ, ତୁ ବ୍ୟସ୍ତ ହୁଅନା 

  ସତରେ ସ୍ୱାମୀ ଆଶୁତୋଷ ବହୁତ ଭଲ ତାଙ୍କ ସେବା କରିବାରେ ତିଳେ ବି କାର୍ପଣ୍ୟ କରେନାହିଁ ନିତୁ, ହେଲେ ଶାଶୁ ନଣନ୍ଦ, ଯାଆଙ୍କ ଗଞ୍ଜଣା ସହିବା କାଠିକର ପାଠ ହୁଏ l

  ସେଦିନ ଏହି ଚୁଡ଼ି ବାଲି ମାଉସୀଙ୍କୁ ଡାକି ଚୁଡ଼ି ମୁଠାଏ କିଣିଲା ବେଳକୁ ସମସ୍ତଙ୍କ ବାରଣ ଭିତରେ ପସନ୍ଦ କରିଥିବା କଟକୀ ଚୁଡ଼ି ମୁଠାକ ଥୋଇ କଇଁ କଇଁ କାନ୍ଦିଥିଲେ, ଆଉ ସବୁ ବୁଝି ପାରୁଥିବା ହୃଦୟ ଦେବତା ପ୍ରବୋଧନା ଦେଇ ଧରେଇ ଦେଇଥିଲେ ଦୁଇହଜାର ଟଙ୍କିଆ ବଂଡଲ, କହିଥିଲେ ନିଜ ପସନ୍ଦରେ ସବୁ ବଜ଼ାରରୁ କିଣି ଆଣିବ, ହେଲେ ହଠାତ ସେ ଅସୁସ୍ଥ ହୋଇ ପଡିଲେ ତ ଶାଶୁ ଶଶୁର ତାଙ୍କୁ ନେଇ କଟକ ଚାଲିଗଲେ, ଯେତେ ନେହୁରା ହେଲେ ବି ତାଙ୍କୁ ନେଲେ ନାହିଁ ତ ମାଆଙ୍କୁ ଫୋନ କରି କାନ୍ଦି ପକାଇଥିଲେ ନିତୁ, ମାଆ କହୁଥିଲେ ସେଇ କାଳିଆ ଠାକୁର ତତେ ରକ୍ଷା କରିବେ ମାଆ ବ୍ୟସ୍ତ ହୁଅନା l

  ନିଲୁ କିନ୍ତୁ ଜାଣିସାରିଥିଲେ ତାଙ୍କ ଭାଗ୍ୟରେ କଣ, ଆଶା ଛାଡି ଦେଇଥିଲେ, ତ ଲୁହ ଧାର ଗଡିଯାଉଥିଲା ସମୁଦ୍ର ବେଳାରେ, ଚୁଡିବାଲି ମାଉସୀ କହୁଥିଲେ କାନ୍ଦ ନାହିଁ ମାଆ ନିଅ ତୁମ ପସନ୍ଦର କଟକୀ ଚୁଡ଼ି, ତୁମ ଗୋରା ହାତକୁ ଖୁବ ମାନିବ, ମୋର ପଇସା ଦରକାର ନାହିଁ, ନାହିଁ ମାଉସୀ ପଇସା ମୋ ପାଖେ ଅଛି ନିଅ କହି ଚୁଡ଼ି ମୁଠାକ କିଣି ସମୁଦ୍ର ଢେଉରେ ଭସାଇ ଦେଇ ନିତୁ ଆହୁରି ଭୋ ଭୋ କାନ୍ଦୁଥିଲେ, ସତରେ ଆଶୁତୋଷ ଭଲ ହୋଇ ଘରକୁ ଫେରିବେ ଏ ବିଶ୍ୱାସ ତାଙ୍କର ନଥିଲାl

 ଖାଲି ସେତିକି ନୁହେଁ ଫେରିବାଲା ପାଖରୁ ଧଳା ଶାଢ଼ୀ ଖଣ୍ଡେ କିଣି ଘରକୁ ଫେରି ଦେଖିଲେ ଆଶୁତୋଷ ଫେରିଆସିଛନ୍ତି ଆଉ ସେ ବହୁତ ଶୀଘ୍ର ଭଲ ହେଇଯିବେ ଓ ପୁଣି ଚାଲିପାରିବେ, ଏକଥା ନିତୁ ବିଶ୍ୱାସ କରିପାରୁନଥିଲେ, ହେଲେ ଆଶୁତୋଷ ଯେବେ ତାଙ୍କ ମୁଣ୍ଡ ଆଉଁସି ଖୁସି ହେଉଥିଲେ, ସେ ଆଣିଥିବା ଧଳା ଶାଢ଼ୀ ଖଣ୍ଡକ ଜଗନ୍ନାଥଙ୍କ ପାଇଁ ଆଣିଛନ୍ତି କହୁଥିଲେ, ଆଉ ସତରେ ଆଶୁତୋଷ ଭଲ ହେଲାପରେ ସେ ଯେବେ ମନ୍ଦିର ଯାଇଥିଲେ ସ୍ୱାମୀ ପଚାରୁଥିଲେ ଠାକୁରଙ୍କ ଶାଢ଼ୀ ନେଇଆସ ଦେଇଦେବା ତ ନିଲୁ କହୁଥିଲେ ସବୁ ତ ତାଙ୍କ ଦାନ ତାଙ୍କୁ କଣ ଦେଇପାରିବା ଆମେ ବରଂ ମାଆକୁ ଏ ଶାଢ଼ୀଟି ଦେଇଦେବା, ଆଶୁତୋଷ ତୁମ ଇଚ୍ଛା କହି ମନ୍ଦିର ବାହାରୁଥିଲେ ନିତୁଙ୍କ ସହ, ନିଲୁ ଆଖିର ଲୁହ ସୁଖର ନା ଦୁଃଖର ବୁଝୁଥିଲେ କେବଳ କଳାଠାକୁର, ସଂସାରରେ ଯିଏ ସବୁ ଖେଳ କରି କରାଉଥାନ୍ତି l



Rate this content
Log in