Pratap Chandra Mishra

Inspirational

4  

Pratap Chandra Mishra

Inspirational

ସ୍ବାବଲମ୍ବୀ

ସ୍ବାବଲମ୍ବୀ

5 mins
228



ଅସ୍ମିତା ,ଘର କୁ ଏ ଯାଏଁ ଆସିନି ବୋଲି ମା ପୁରା ବ୍ୟସ୍ତ। ରାତି ଆସି ୯ .୦୦ ବାଜିଲାଣି। ଅତି ବେଶୀ ହେଲେ ସାଢେ଼ ସାତ କୁ ପ୍ରାୟ ଅସ୍ମିତା ଆସୁ ଥାଏ।ହେଲେ କଣ ହେଲା ?ମୋବାଇଲ ବି ଲାଗୁନି। ଅସ୍ତ ବ୍ୟସ୍ତ ହୋଇ ମା ଅସ୍ମିତା ର ସାଙ୍ଗ ମାନଙ୍କୁ ଓ ଅଫିସ ର ସେକ୍ୟୁରିଟି କୁ ବି ପଚାରି ବୁଝି ସାରିଲେଣି।

କିନ୍ତୁ କୁଆଡେ ଗଲା କିଛି ଖୋଜ ଖବର ମିଳୁନି।

ମା ଡରି ଯାଇ କେତେ କଣ ମନାସି ଦେଲେଣି ଗାଆଁ ଠାକୁରାଣୀ ଙ୍କ ପାଖରେ। ଶେଷ ରେ ଆଉ କିଛି ସମୟ ଅପେକ୍ଷା କରି ପୋଲିସ କୁ ଖବର ଦେବା ଭାବି ଟି.ଭି. ରେ ଖବର ଦେଖିବାକୁ ବସି ଗଲେ।

ଧୀରେ ଧୀରେ ତାଙ୍କ ଭାବନା ପୁରୁଣା ସ୍ମୃତି ଓ ବିଗତ ଦିନ ର ଯନ୍ତ୍ରଣା ଆଡେ ତାଙ୍କ ମନ ଟା ଚାଲିଗଲା। ମା ଅସ୍ମିତା ର ଦୁଃଖ ଓ ତାଡନା ଭିତରେ ହଜିଗଲେ।

ଅସ୍ମିତା ଶାନ୍ତ,ସରଳ ଓ ରୂପ ରେ ବହୁତ୍ ଭଲ ଥିଲା। ସ୍କୁଲ ପଢା ସାରି କଲେଜ ରେ ପାଠ ପଢ଼ା ଆରମ୍ଭ କରି ମନ ଦେଇ ପଢୁଥାଏ। ଘର ଠାରୁ କଲେଜ ପ୍ରାୟ ଦୁଇ କିଲୋମିଟର ହେବ। ବାପା ତା ପାଇଁ ସ୍କୁଟି ଯୋଗାଡ କରିଦେଇଛନ୍ତି। ସେ ନି ଇତିି ନିରାପଦ ରେ ଯିବା ଆସିବା କରେ। ବାପା ତାକୁ କହି ଛନ୍ତି , ତୁ ଘର ର ଇଜ୍ଜତ ଗଲା ଭଳି କିଛି ସେପରି ଭୁଲ କାମ ନ କରିବାକୁ। ଅସ୍ମିତା ସେହି ବାଣୀ କୁ ଅକ୍ଷରେ ଅକ୍ଷରେ ପାଳୁଛି।

ହେଲେ ତା ଜୀବନ ରେ କାଳ ସର୍ପ ଆସିବ ବୋଲି ସେ କଣ ଜାଣିଥିଲା? କଲେଜ ଯିବା ବେଳେ ଗାଆଁ ର ବାତରା ଟୋକା ମାନେ ଅସ୍ମିତା କୁ ଦେଖି କମେଣ୍ଟ ମାରନ୍ତି।ସେ ଏ ସବୁ କୁ ଖାତିର ନ କରି ମୁଣ୍ଡ ପୋତି ସହି ଚାଲି ଯାଏ। କାରଣ ସେ ଜାଣିଛି ଏ ଗୁଡ଼ାକ ମୂଲ୍ୟ ହିନ ପଶୁ ସଦୃଶ୍ୟ। ଅତିଷ୍ଠ ହେଲେ ସ୍ଥାନୀୟ ପୋଲିସ ର ସହାୟତା ନେବ। ଏମିତି କିଛି ଦିନ ଗଲା ପରେ ସେହି ଗାଆଁ ର ଚଗଲା ଯିଏ କି କୌଣସି ଗୋଟିଏ ଅର୍ଥ ଲଗାଣ କାରୀ ସଂସ୍ଥା ରେ ଶାଖା ପରିଚାଳକ ଭାବେ କାର୍ଯ୍ୟ ରତ। ଅସ୍ମିତା ର ରୂପ ଯୌବନ ରେ ମୁଗ୍ଧ ହୋଇ ସେ ତା ପ୍ରେମ ଜାଲ ରେ ଅସ୍ମିତା କୁ ଛନ୍ଦି ବାକୁ ମନ ବାଳାଇଲା। କେତେ ଥର ବାଟ ଓଗାଳୀ ଭଲ ମନ୍ଦ ପଚାରୁଥାଏ।ଧୀରେ ଧୀରେ ଅସ୍ମିତା ଯିବା ସମୟରେ ବାତରା ଙ୍କ ଭଳି ବ୍ୟବହାର କରିବାକୁ ଲାଗିଲା। ଏବଂ ଏହା ଅସ୍ମିତା ର ଇଚ୍ଛା ବିରୋଧ ରେ ଏକ ତରଫା ପ୍ରେମ ଗଢି ଉଠିଲା। ଦିନେ ଚଗଲା ତା ମନକଥା ଅସ୍ମିତା କୁ କହିଗଲା । ସେ ଅସ୍ମିତା କୁ ବିବାହ କରିବା କୁ ଚାହୁଁଛି।କିନ୍ତୁ ଅସ୍ମିତା ନିଜ ଭବିଷ୍ୟତ ଗଢ଼ିବା ଓ ମା ବାପାଙ୍କ ସ୍ବପ୍ନ ସାକାର କରିବା କୁ ଯାଇ ଗଣିତ ପ୍ରଫେସର ଟିଏ ନ ହେବା ପର୍ଯ୍ୟନ୍ତ ସେ ବିବାହ କରିବାକୁ ଚାହୁଁ ନାହିଁ ବୋଲି ରୋକ୍ ଠୋକ୍ କହି ଦେଇଥିଲା।

ପରବର୍ତ୍ତୀ ସମୟ ରେ ଚଗଲା ବ୍ୟସ୍ତ ବିବ୍ରତ ହୋଇ ଉଠିଥିଲା। ବାରମ୍ବାର ଏ ଅବସ୍ଥା ଅସ୍ମିତା ର ରାସ୍ତା ଓ ଲକ୍ଷ ରେ ବାଧା ବିଘ୍ନ ସୃଷ୍ଟି କରୁଥିଲା।ସେ ଅତିଷ୍ଠ ହୋଇ ବାପା ଙ୍କୁ ଜଣାଇଲା।ବାପା ମା ଦୁହେଁ ମିଶି ଚଗଲା ର ଘରକୁ ଯାଇ ବୁଝାଇଲେ ଏଭଳି କାର୍ଯ୍ୟ ରୁ ନିବୃତ ରହିବା ପାଇଁ। ଏକଥା ଅର୍ଥ ଲଗାଣ କାରୀ ସଂସ୍ଥା ର ଉପର ଅଧିକାରୀ ଜାଣି ,ଚଗଲା କୁ ଅନ୍ୟତ୍ର ବଦଳି କରିଦେଲେ।କିନ୍ତୁ ଚଗଲା ନିଜକୁ ହାରି ଗଲା ଭାବି ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲା। ସେ ଅସ୍ମିତା କୁ ଧମକ ବି ଦେଲା ବିବାହ ନ କଲେ ଅସ୍ମିତା ର କ୍ଷତି କରିବ। ଅସ୍ମିତା ର ବାପା ଝିଅ କୁ ହଇରାଣ କରିଥିବା ଯୋଗୁଁ ସେ ପୋଲିସ ଠାରେ ଅଭିଯୋଗ ବି କରିଛନ୍ତି। ଚଗଲା ର ବଦଳ ଓ ପୋଲିସ ର ତାଗିଦ୍ କିଛି ଦିନ ପାଇଁ ଚଗଲା କୁ ନୀରବ ରହିବା କୁ ବାଧ୍ୟ କଲା।ଅସ୍ମିତା ଭାବୁଥାଏ ଯାହା ହଉ କଣ୍ଟା ହଟି ଗଲା।

କିନ୍ତୁ ଦିନେ କଲେଜ ଯାଉ ଥିବା ବେଳେ,ଗାଆଁ ର ପୋଷ୍ଟ ଅଫିସ ଛକ ରେ ଅଚାନକ କିଏ ତା ଉପରକୁ କିଛି ତରଳ ପଦାର୍ଥ ଫୋପାଡି ଦେଲା। ସେ ପଦାର୍ଥ ଗୁଡ଼ାକ ଅସ୍ମିତା କୁ ପ୍ରୟୋଗ କରାଯାଇଥିବା ଏସିଡ।ସୌଭାଗ୍ୟ ବଶତଃ ଆଖି ଓ ମୁଖ ରେ ବେଶୀ ନ ପଡି ମୁଣ୍ଡ ଓ ପିଠି ରେ ଢ଼ାଳି ହୋଇ ସେ କଦାକାର ହୋଇଯାଇଥିଲା।ଜୀବନ ର ନୂତନ ଅଧ୍ୟାୟ ରେ ନୂଆଁ ଫର୍ଦ୍ଦ ଯୋଡ଼ି ହୋଇଯାଇଥିଲା ଓ ନୂତନ ରୂପ ରେ ଦୁନିଆ ରେ ଆବିର୍ଭାବ ହୋଇ ବଞ୍ଚି ଯାଇଥିଲା ଅସ୍ମିତା।

କାଳ କ୍ରମେ ସେ ନିଜକୁ ନିଜେ ଦୃଢ ହୋଇ ନିଜ ଲକ୍ଷ୍ୟ ଅତିକ୍ରମ କରିବା କୁ ଯାଇ ସେ ବିଶ୍ଵବିଦ୍ୟାଳୟ ରେ ଗଣିତ ପ୍ରଫେସର୍ ହୋଇ ପାରିଥିଲା। ଚଗଲା କୁ ଏଭଳି କୁ କର୍ମ ପାଇଁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ହୋଇ ଥିଲା ଏବଂ ସେ ଜେଲ ରେ ବନ୍ଦୀ ଜୀବନ ବିତାଉଥିବା ବେଳେ,ଅସ୍ମିତା ର ସଫଳ ତା ପରେ ମାଆ ଓ ବାପା ଅସ୍ମିତା ର ବିବାହ ନେଇ ଚିନ୍ତା ସାଗରେ ବୁଡ଼ିରହି ଥିଲେ। ଅସ୍ମିତା ନିଜ ଗୋଡ଼ ରେ।ନିଜେ ଛିଡା ହୋଇଛି। ରୋଜଗାର କ୍ଷମ ବି , କିନ୍ତୁ କଦା କାର ଚେହେରା ଆଧୁନିକତା ର ବଶବର୍ତ୍ତୀ ମଣିଷ କିଏ ଅସ୍ମିତା କୁ ବିବାହ କରିବ?

ମା ଭାଙ୍ଗି ପଡ଼ିଥିଲେ ଦୁଃଖ ରେ କିନ୍ତୁ ଅସ୍ମିତା ଦୁଃଖ ର ପାହାଡ ରେ ଜୀବନ ବିତାଉଥିବା ବେଳେ ସେ ପ୍ରତିଶ୍ରୁତି ଦେଇ ଦମ୍ଭ କରାଇଥିଲା ସମୟ କୁ ଜଗିବା ପାଇଁ। ଯଦି ବିବାହ ଯୋଗ ଏ ଜୀବନ ରେ ଅଛି ନିଶ୍ଚେ ସହୃଦୟ ବ୍ୟକ୍ତି ର ଅଭ୍ୟୁଦୟ ହେବ ଓ ତା ନିରୋଳା ଜୀବନ ଚଳ ମୟ ହୋଇଉଠିବ ।

ଏମିତି ପୁରୁଣା ଭାବ ନା ରେ ନିମଗ୍ନ ଥିବା ମାଆ ଚମକି ଗଲେ , କଲିଙ୍ ବେଲ୍ ଶବ୍ଦ ରେ। ଦରବାଜା ଖୋଲି ଦେଖିଲେ ଅସ୍ମିତା ଆଉ ଜଣେ ଅପରିଚିତ ବ୍ୟକ୍ତି ଓ ଅସ୍ମିତା ର ବାପା ଦୁଆରେ ଠିଆ ହୋଇଛନ୍ତି। ବାପା ଉତ୍ୟକ୍ତ ହୋଇ କହୁଥାନ୍ତି କଣ କରୁଥିଲ? ଏତେ ସମୟ ଡାକିଲା ପରେ କବାଟ ଖୋଲୁଛ? ହଉ ଚାଲ ଭିତରକୁ ;ସେଠି ସବୁ କଥା ହେବା।


ବାପା ସବୁ ବିଷୟ କହିଲେ। ଅସ୍ମିତା ସାଥିରେ ଆସି ଥିବା ଆଗନ୍ତୁକ ହେଉଛନ୍ତି ଅସ୍ମିତା ର ଭାବି ସ୍ଵାମୀ ଏକଥା ଆଉ ଅସ୍ପଷ୍ଟ ନଥିଲା। ଅସ୍ମିତା ର କାହାଣୀ ଜାଣୀ, ଅସ୍ମିତା ର ବିଶାଳ ହୃଦୟ ଓ ବ୍ୟବହାରରେ ସନ୍ତୁଷ୍ଟ ହୋଇ ସେହି ବିଶ୍ଵବିଦ୍ୟାଳୟ ର କମ୍ପ୍ୟୁଟର ବିଭାଗ ର ସିନିୟର୍ ପ୍ରଫେସର ,ଅସ୍ମିତା କୁ ହୃଦୟ ଭରି ଭଲ ପାଇ ବସିଥିଲେ।ଅସ୍ମିତା ମଧ୍ୟ କୌଣସି ଗୋପନୀୟତା ନ ରଖି ତାଙ୍କ ପ୍ରତି ଦୁର୍ବଳତା ବଶବର୍ତ୍ତୀ ହୋଇ ,ଦୁହେଁ ବିବାହ ବନ୍ଧନ ରେ ଆବଦ୍ଧ ହେବା କୁ ନିଷ୍ପତ୍ତି ନେଇଥିଲେ।

ସେଥିପାଇଁ ଅସ୍ମିତା ବାପାଙ୍କୁ ଅପେକ୍ଷା କରି କମ୍ପ୍ୟୁଟର ପ୍ରଫେସର୍ ଙ୍କୁ ଘର କୁ ନେଇ ଯିବା ପାଇଁ ଅଟକି ରହିଥିଲା ଓ ବିଳମ୍ବ ରେ ଘରକୁ ଆସିଥିଲା।

ମା ଏସବୁ କଥା ଜାଣିବା ପରେ ବହୁତ୍ ଭାବ ବିହ୍ୱଳ ହୋଇଯାଇଥିଲେ। ମନେ ମନେ ସେ ମାନାସିଥିବା ମାନସିକ କେତେ ଶୀଘ୍ର ପୂରଣ କରିବେ ଗାଆଁ ଠାକୁରାଣୀ ଙ୍କ ପାଖ ରେ ସେ ଯୋଜନା ପ୍ରସ୍ତୁତ କରୁଥିଲେ।


ବାପା ନୀରବ ରେ ପୋର୍ଟି କ କୁ ଯାଇ ଅନ୍ଧାରୁଆ ଜାଗା ରେ କେଇ ବୁନ୍ଦା ଲୁହ କୁ ଛପାଇ ବା ଆଳ ରେ ଚିନ୍ତା କରୁଥିଲେ ମଣିଷ ଏଇ ମାଟି ରେ ସେଇ ମାଆ ଗର୍ଭରୁ ସେଇ ଏକା ପ୍ରକ୍ରିୟା ରେ ଜାତ ହୁଏ,ବଡ଼ ହୁଏ କିନ୍ତୁ ସବୁ ପୁରୁଷ ଏ କମ୍ପ୍ୟୁଟର ପ୍ରଫେସର୍ ଭଳି କାହିଁକି ହୁଅନ୍ତି ନାହିଁ?

ଚଗଲା ଭଳି ରାକ୍ଷସ ଦୁନିଆରେ କିଭଳି ଆବିର୍ଭାବ ହୁଅନ୍ତି?ଧରା ବକ୍ଷ ରୁ ମା ଦୁର୍ଗା ଆବିର୍ଭାବ ହୋଇ ରାକ୍ଷସ କୂଳ କୁ ସମୂଳ ନାଶ କରିଦେଇଥିଲେ,ତଥାପି ଏ ନରହନ୍ତା ଗୁଡ଼ାକ କେମିତି ଆସନ୍ତି ମୋ ଅସ୍ମିତା ଭଳି ନିରୀହ ଜୀବନ ଗୁଡ଼ାକୁ ନଷ୍ଟ ଭ୍ରଷ୍ଟ କରିବା ପାଇଁ?

ମା ପାଟି କରୁଥିଲେ କୁଆଡେ ଗଲ? ହେଇ ଅସ୍ମିତା , ବାବୁଙ୍କୁ ଛାଡି ଦେବାକୁ ଯାଉଛି ....।

ବାପା ସଜାଗ ହୋଇ ଭାବି ଜ୍ବାଇଁ ଙ୍କୁ ସାଦରେ ବିଦାୟ ଦେଇ ଅସ୍ମିତା ର ଚେହେରା ରେ ବଞ୍ଚିବା ର ନୁଆଁ ଆସ୍ଥା ବେଶ୍ ପରିଲକ୍ଷିତ କରିଥିଲେ।କହୁଥିଲେ ବ୍ୟସ୍ତ ହୁଅ ନି ମାଆ, ନନା କୁ ବୁଝି ତୁମ ଦୂହିଁ ଙ୍କ ବାହାଘର ଯେତେ ଶୀଘ୍ର ହେବ ସଂପନ୍ନ କରିଦେବା,ଚାଲ ଘରକୁ ଯିବା। ଅସ୍ମିତା ଲାଜ ଭରା ମୁହଁ ନେଇ ଘର ଭିତରକୁ ଦଉଡ଼ି ଚାଲି ଯାଇଥିଲା। ଝିଅ ର ସ୍ୱାବଲମ୍ବୀ ଚିନ୍ତା ଓ ବିଘ୍ନ ସତ୍ବେ ଲକ୍ଷ୍ୟ ପ୍ରାପ୍ତି ର ଖୁସି ରେ ସେ ମସଗୁଲ୍ ଥିଲେ।ଯଥା ସମୟରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିବା ଯୋଗୁଁ ଅସ୍ମିତା ର ମା ଙ୍କ ମାନସିକ ପୂର୍ଣ୍ଣ ପାଇଁ ପରବର୍ତ୍ତୀ ସମୟରେ ଗାଆଁ ଠାକୁରାଣୀ ଙ୍କ ପୀଠରେ କେମିତି କରାଯିବ ଯୋଗାଡ଼ ରେ ମନ ନିବେଶ ପୂର୍ବକ ସର୍ବଶକ୍ତିମା ନ ଙ୍କୁ ମନେ ମନେ ପ୍ରଣାମ କରୁଥିଲେ......।


Rate this content
Log in

Similar oriya story from Inspirational