Lipi Sahoo

Classics

4.1  

Lipi Sahoo

Classics

ସାରାଂଶ

ସାରାଂଶ

1 min
195


ଅଫିସରେ ବସିଛି ହଠାତ୍ ଗୋଟେ ଟେଲିଗ୍ରାମ୍ ଆସି ପହଞ୍ଚିଲା । ଗ୍ରାଣ୍ଡପା ସିରିୟେସ୍ କମ୍ ସୁନ୍ । ଆପ୍ଲିକେସନ ଗୋଟେ ପକେଇ ଦେଇ ଅଫିସରୁ ବାହାରି ଆସି ଗାଁ ମୁହାଁ ହେଲି । ଦୀର୍ଘ ଦେଢଶ କିଲୋମିଟର ବସରେ ଆସିବା ପରେ ଗାଁରେ ପହଞ୍ଚିଲି । 


         ଘରେ ଆସି ଦେଖେ ଜେଜେ ଖଟ ଉପରେ ଶୋଇଛନ୍ତି । ହାତ ଗୋଡ଼ ଶୁଖି କଣ୍ଟା । ଜେଜେମା ତାଙ୍କ କାନ ପାଖରେ କହିଲା ଅରୁ ଆସିଲାଣି । ଦୁଇ ଦିନ ହେବ ଆଖି ଖୋଲୁ ନଥିବା ଜେଜେ ଧୀରେ ଆଖି ଖୋଲି ମୋତେ ଚାହିଁଲେ । ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ସବୁ ଫୁସୁର ଫାସର ହେଲେ, ଅରୁ ତାଙ୍କ ଜୀବନ, ତାକୁ ହିଁ ଅପେକ୍ଷା କରିଥିଲେ । ନ ହେଲେ ଦେଖୁନ କେମିତି ସେ ଆସୁ ଆସୁ ଆଖି ଖୋଲି ଚାହିଁଲେ । ଜେଜେଙ୍କ ଓଠ କୋଣରେ ସୂକ୍ଷ୍ମ ହସର ରେଖା ଦେଖାଗଲା । ମୁଁ ଧାଇଁ ଯାଇ ତାଙ୍କ ହାତକୁ ଧରି ପକେଇଲି । ଆଖି କୋଣରୁ ବୋହି ଆସିଲା ଲୁହର ଗୋଟେ ଧାର ।

         କାହିଁକି କେଜାଣି ଏମିତି ସମୟରେ ମୋ ମନ ଭିତରେ ଆସିଲା ଗୋଟେ ପ୍ରଶ୍ନ ପଚାରି ଦେଲି । ଜେଜେ !! ଜୀବନର ସାରାଂଶ ତମ ପାଇଁ କ'ଣ ??? ମୋ ପାପୁଲି ଭିତରୁ ହାତଟି କାଢି ଆଗ ମୁଠା କଲେ ପୁଣି ଖୋଲି ଦେଲେ । ତା ପରେ ତ ସବୁ ଶେଷ ...... । ଶରୀର ନିଶ୍ଚଳ । 


        ଏବେ ମୋତେ ଏକାଅଶି ବର୍ଷ ହେଲାଣି । ମୁଁ ଅରୁଣ ମହାପାତ୍ର , ସେବେଠାରୁ ଜେଜେଙ୍କ ଉତ୍ତରର ତର୍ଜମା କରି ଚାଲିଛି । ନିଜକୁ ଉନ୍ମୁକ୍ତ କରିବା ନା ନିଜକୁ ବିକଶିତ କରିବା ନା ସମୟକୁ ନିଜ ମୁଠା ଭିତରେ ବାନ୍ଧି ରଖିବାର ଅପଚେଷ୍ଟା ନ କରିବା ନା ନିଜକୁ ନିଃସ୍ୱ କରିଦେବା । କ'ଣ ହେଇ ପାରେ ସେ ଉତ୍ତର ?? ପ୍ରିୟ ପାଠକଗଣ !! ଆପଣଙ୍କ ମତରେ କ'ଣ ହେଇପାରେ ଜୀବନର ସାରାଂଶ......???? ଆଜି ବି ମୁଁ ଖୋଜୁଛି ......।



Rate this content
Log in

Similar oriya story from Classics