Mamatamanjari Das

Abstract Inspirational

3.5  

Mamatamanjari Das

Abstract Inspirational

ସାଧୁଙ୍କର ଶିକ୍ଷା

ସାଧୁଙ୍କର ଶିକ୍ଷା

2 mins
202


ଏ ପୃଥିବୀ କୋଳାହଳ ପୂର୍ଣ୍ଣ ।

କାରଣ ଏଠାରେ ଭଗବାନଙ୍କ ସୃଷ୍ଟିର ମଣିଷ ଠାରୁ ଆରମ୍ଭ କରି ପଶୁ ପକ୍ଷୀ ସମସ୍ତଙ୍କର ନିବାସ ସ୍ଥାନ ।

କିନ୍ତୁ ଏହି କୋଳାହଳ ଭିତରେ ରହିବି ଯେ ଏସବୁ ଠାରୁ ଦୂରରେ ରହେ ସେ ହିଁ ପ୍ରକୃତରେ ଯୋଗୀଟିଏ ।

ଏମିତିରେ ଆଜିର କାହାଣୀ ସବୁ କୋଳାହଳର ଉର୍ଦ୍ଧ୍ଵରେ ।

ଗୋଟିଏ ଗାଁରେ ଜଣେ ଗୋପାଳ ଘର କନ୍ୟା ଖିର ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଏ ।

ତା'ପlଖକୁ ଯିଏ ଖିର ନେବାକୁ ଆସେ ସେ ତାକୁ ମାପକରି ଖିର ଦେଇ ପଇସା ରଖେ ।

ଦିନକର ଘଟଣା ,ଖିର ନେବାପାଇଁ ଲୋକଙ୍କ ର ଗହଳି ଲାଗିଥାଏ।

ସମସ୍ତେ ଲାଇନରେ ଛିଡା ହୋଇ ଖିର ନେଉଥାଆନ୍ତି ।

କନ୍ୟାଟି ନିର୍ବିକାର ଭାବରେ ସମ୍ନସ୍ତଙ୍କୁ ଖିର ମାପକରି ଦେଇ ପଇସା ରଖୁଥାଏ ।

ଜଣେ ସାଧୁ ମଧ୍ୟ ସେହି ଲାଇନ ରେ ଛିଡା ହୋଇ ଥାଆନ୍ତି ତାଙ୍କ ମୁଣାରେ ହାତ ପୁରାଇ ମାଳି ଜପ କରୁଥାଆନ୍ତି ।

ବେଳେ ବେଳେ ଗହଳି ଯୋଗୁଁ ତାଙ୍କ ମାଳଜପାରେ ବିଭ୍ରାଟ ସୃଷ୍ଟି ହେଲେ ବ୍ୟସ୍ତ ହୋଇ ପଡନ୍ତି ।

ଗୋପାଳ କନ୍ୟାଟି କିନ୍ତୁ ଏତେ ଭିଡ ଭିତରେ ବି କାହାରି ମୁହଁକୁ ଅନୋଉ ନଥାଏ ବରଂ ଖିର ମାପକରି ଦିଏ ଓ ପଇସା ରଖେ ।

କିଛି ସମୟ ପରେ ଉକ୍ତ ସାଧୁଙ୍କ ଠାରୁ କିଛି ଦୂରରେ ଥିବା ଜଣେ ଯୁବକ ଖିର ପାଇଁ ଉପସ୍ଥିତ ହୋଇ ତାଙ୍କ କେନ୍ ଟି ବଢାଇ ଦେଲେ ଯୁବତୀ ହାତକୁ ।

ଯୁବତୀ ଏଥର ବି ମୁହଁକୁ ଚାହିଁଲେ ନାହିଁ ।

ସେମିତି ନୀରବଛିନ୍ନ ଭାବରେ,ମାତ୍ର ବିନା ମାପକରି କେନ୍ ଭର୍ତ୍ତି କରି ଖିର ଯୁବକ ହାତକୁ ବଢାଇ ଦେଲେ ।

ସାଧୁ ପାଖରେ ଥିବା ଜଣେ ଲୋକକୁ ପଚାରିଲେ ଏହି ଲୋକକୁ ଯୁବତୀ ଖିର ମାପି କରି ଦେଲେନି କାହିଁକି ?

ପାଖ ବ୍ୟକ୍ତି ଉତ୍ତର ଦେଲେ ସେ ଯୁବକକୁ ଯୁବତୀଟି ଭଲପାଏ

ସାଧୁ ଆଶ୍ଚର୍ଯ୍ୟ ହୋଇଗଲେ , କାହିଁକି ନା ଏତେ କୋଳାହଳ ଭିତରେ ବି ଯୁବତୀ ଜଣଙ୍କ ମୁହଁକୁ ନଚାହିଁ ତା ପ୍ରିୟ ପୁରୁଷକୁ ଚିହ୍ନି ପାରୁଛି ଅଥଚ ବର୍ଷ ବର୍ଷ ଭଗବାନ ଙ୍କ ସତ୍ତା ଅନୁଭବ କରିବା ପାଇଁ ଆମେ ମାଳ ଜପ କରୁଛୁ ।

ସେ ହୃଦୟଙ୍ଗମ କଲେ ଚିତରେ ଏକାଗ୍ରତା ଓ ବିଶ୍ୱାସ ନଥିଲେ କେବେହେଲେ କୋଳାହଳ ଠାରୁ ଉର୍ଦ୍ଧ୍ଵରେ ରହି ହୁଏ ନାହିଁ ।

ସେ ତାଙ୍କର ମାଳ ଖଣ୍ଡ ଖଣ୍ଡ କରି ଛିଡେଇ ଫିଙ୍ଗି ଦେଲେ ।

ଆଉ ନିଜର କର୍ମ ଭିତରେ ଏକାଗ୍ରତା ଆଣି ଭଗବାନ ଙ୍କର ସତ୍ତା ଅନୁଭବ କଲେ ।

ମଣିଷ ଯେ ପର୍ଯ୍ୟନ୍ତ ଧରାପୃଷ୍ଠ ରେ ଅଛି ସେ ପର୍ଯ୍ୟନ୍ତ କୋଳାହଳ କୋଳାହଳ ଲାଗି ରହିଥିବ ।ମାତ୍ର ଏହି କୋଳାହଳ ଭିତରେ ଥାଇବି ଯେ ଏକାଗ୍ର ଚିତରେ ଧ୍ୟାନମଗ୍ନ ହୋଇପାରେ ସେ ହିଁ ସବୁବେଳେ ସବୁ କୋଳାହଳର ଉର୍ଦ୍ଧ୍ଵରେ ରହିଥାଏ ।



Rate this content
Log in

Similar oriya story from Abstract