Arati Sahoo

Others

4.0  

Arati Sahoo

Others

ରୂପ ହେଇଥିବ ଲାବଣ୍ୟବତୀ

ରୂପ ହେଇଥିବ ଲାବଣ୍ୟବତୀ

1 min
123


"" ରୂପ ହେଇଥିବ ଲାବଣ୍ୟବତୀ

ଗୁଣରେ ଲାଜୁକୀ ମଉନାବତୀ

ଏମିତି ଯଦି ମିଳିବ ସାଥି 

ମଧୁ ବରଷିବ ରାତି ରାତି । ""


ମୋ ନାନୀର କଳାଧଳା ଫଟୋଟା ଦେଖି କେହି ଜଣେ କହିଥିଲେ । 

ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀ ଓହ୍ଲେଇ ଆସିଛନ୍ତି ।


  ମାଆ ଆମର ଭାଦୁ ଓଷା ମାନସିକ କରି ପାଇଥିଲା ପାଞ୍ଚ ପୁଅ ଓ ଗୋଟିଏ ଅକାଳରେ ଯମ ନେଇ ଯାଇଥିବା ଦୁଧଖିଆ ଝିଅ ପରେ ଆମ ଦୁଇ ଭଉଣୀଙ୍କୁ । ସେହି ହିସାବରେ ନାନୀ ଘରର ପ୍ରଥମ ଝିଅ । 


  ତାର ବାହାଘର । ମାଆ ବାପା ଭାଇ ଭାଉଜ ସମସ୍ତେ  ସେଥିପାଇଁ ଅତ୍ୟନ୍ତ ଉତ୍ସୁକ ଥିଲେ । ଏତେ ସୁନ୍ଦରୀ ଥିଲା ଯେ ହାଇସ୍କୁଲରେ ପଢୁଥିଲା ବେଳେ ପ୍ରସ୍ତାବ ଆସୁଥିଲା । ବାପା ଚାହୁଁଥିଲେ ମେଟ୍ରିକ ପରେ ବାହା କରି ଦେବାକୁ । କିନ୍ତୁ ଭାଇ ଭାଉଜ ମାନେ ମନା କଲେ ଓ ଆଗକୁ ପଢ଼ିବା ପାଇଁ ପ୍ରବର୍ତ୍ତାଇଲେ । 


   କାଲି ପରି ଲାଗୁଛି । ନାନୀ ସଜ ହେଇ ବସିଥିଲା । ସଜ ଆଉ କଣ କି ? ସେତେବେଳେ ପ୍ରାୟ ପାର୍ଲର୍ , ବିଉଟିସିଆନ୍ ର କାମ ଭଉଣୀ , ଭାଉଜ ଓ ସାଙ୍ଗସାଥି ମାନେ ତୁଲାଉଥିଲେ । ତଥାପି କେତେ ସୁନ୍ଦର ଦିଶୁଥିଲା ମୋ ନାନୀ ।


  ମୁଁ ବି ଫରକି ବୁଲୁଥିଲି ସଜ ହେଇ । କେତେ କାମ । କିନ୍ତୁ ମୋ ନାନୀ ବାହା ହେଇ ମୋତେ ଛାଡ଼ି ଚାଲିଯିବ ଭାବିଲେ କାନ୍ଦ ମାଡୁଥାଏ । 


  ବାପା ମାଆ ଓ ବଡ଼ ମାନଙ୍କ ଆଶୀର୍ବାଦ ଓ ମାଆ ପାଉଡୀଙ୍କ ପ୍ରସାଦରୁ ନାନୀ ମୋର ପାଇଥିଲା ସୁଯୋଗ୍ୟ ଜୀବନସାଥୀ । ଅତ୍ୟନ୍ତ ସରଳ ଓ ସୁଦର୍ଶନ । ମାଆ କହୁଥିଲା ମାହାପୁରୁ ରାମ ପରି ରୂପ ଜୋଇଁଙ୍କର । 


ଆଜି ତାଙ୍କର ଚଉତିରିଶତମ ବିବାହ ବାର୍ଷିକୀରେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା , ରାମ ସୀତାଙ୍କ ପରି ମୋ ଭିଣେଇ ନାନୀର ଅମଳୀନ ଜୋଡି଼ ଏମିତି ଆଗକୁ ଆଗକୁ ଅଗ୍ରସର ହେଉଥାଉ ଅନନ୍ତ କାଳ ଯାଏ । ଆମେ ଏମିତି ଶୁଭ କାମନା ଦେଇ ଚାଲିଥାଉ ।


Rate this content
Log in