The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

suchitra pradhan

Tragedy Inspirational Others

4  

suchitra pradhan

Tragedy Inspirational Others

ରତ୍ନ

ରତ୍ନ

2 mins
24.3K



ସମସ୍ତଙ୍କୁ ସୁନ୍ଦର, ଗୋରା, ବୋହୁ ଦରକାର କିନ୍ତୁ କାହାକୁ ଝିଅ ଦରକାର ନାହିଁ । ସମସ୍ତେ କହନ୍ତି ପୁଅ କୁଳ ଉଦ୍ଧାର କରେ । ଆଉ ଝିଅ ଜନ୍ମତ ପର ଘରକୁ । କଣ ଝିଅ ଜନ୍ମ ପାପ କି??ଯଦି ପାପ ନାହିଁ ମୋ କୋଳ କଣ ପାଇଁ ଆଜି ପର୍ଯ୍ୟନ୍ତ ଖାଲି ଅଛି??ଏମତି ଅନେକ କିଛି ପ୍ରଶ୍ନ ପଚାରିଥିଲା ରିମା ।


ଯେବେ ରିମାର ବାହାଘର ରାଜୀବ ସହ ଠିକ ହୋଇଥିଲା । ରିମା ବହୁତ ଖୁସି ଥିଲା । ସେ ଜଣେ ଡକ୍ଟରକୁ ସ୍ୱାମୀ ରୂପେ ପାଇବାକୁ ଯାଉଥିଲା । ରାଜୀବ ଜଣେ ଜଣା ଶୁଣା ଡକ୍ଟର ଥିଲେ । ସେ ଯାହା ହଉ ବହୁତ ଧୁମଧାମରେ ବାହାଘର ହେଲା । ସମସ୍ତଙ୍କ ସହ ଖାପ ଖୁଆଇ ଚଳିବାକୁ ବହୁତ ସମୟ ଲାଗିଲା । ବେଳେବଳେ ଶାଶୁ କହନ୍ତି ମୋ ପୁଅ ତୋ ପାଖରେ କଣ ଦେଖିଲା କେଜାଣି?ବିନା ଯୌତୁକରେ ତତେ ବାହା ହେଇଗଲା । ରିମା ଶାଶୁ କଥାକୁ ଏ କାନରେ ଶୁଣି ସେ କାନରେ ବାହାର କରି ଦିଏ ।


ଆଜି ରିମା ଭାରି ଖୁସି କାରଣ ସେ ମାଆ ହବାକୁ ଯାଉଛି । ଘରେ ବି ସମସ୍ତେ ଖୁସି ଆମ ଘରକୁ ନୂଆ ଲୋକ ଆସିବ । କିଛି ଦିନ ଗଲାପରେ ରିମା କୁ ଧରି ଶାଶୁ ଚେକ ଅପ ପାଇଁ ଗଲେ । ଆଉ ଯେବେ ଘରକୁ ଫେରିଲେ ଦେଖିଲେ ଶାଶୁଙ୍କ ମୁହଁରେ ଖୁସି ନଥିଲା । ରିମା ଶାଶୁଙ୍କୁ ପଚାରିଲା ବୋଉ ତମେ କଣ ଖୁସି ନୁହଁ??କିନ୍ତୁ ରିମା କଣ ଜାଣିଥିଲା ଯେ ଶାଶୁ ରିମା ଗର୍ଭର ଛୁଆ ପାଇଁ ମନ ଦୁଃଖ କରିଛନ୍ତି । ରିମାର ପୁଅ ନୁହେଁ ଝିଅ ହେବାକୁ ଯାଉଛି ।

କିନ୍ତୁ ରିମାର ଶାଶୁ ଆଉ ଆଗପରି ରିମାକୁ ଗାଳି ଦେଉନଥିଲେ । ପ୍ରତିଦିନ କ୍ଷୀର ଗ୍ଲାସ ସହ ତା ପାଇଁ ମେଡିସିନ ବି ଆଣିକି ଦିଅନ୍ତି । ଶାଶୁଙ୍କ ଏପରି ପରିବର୍ତ୍ତନ ରେ ରିମା ବହୁତ ଖୁସି ଥିଲା । କିନ୍ତୁ ହଠାତ ରିମାକୁ ବହୁତ କଷ୍ଟ ହେଲା ଆଉ ଯେବେ ମେଡିକାଲ ଗଲା ସେ ଜାଣିବାକୁ ପାଇଲା ତାର ଛୁଆ ନଷ୍ଟ ହେଇଯାଇଛି । ରିମାର ଆଖିରୁ ଲୁହ ଧାର ଧାର ବହିବାକୁ ଲାଗିଲା । ଏପରିଦୁଇ ତିନି ଥର ଗର୍ଭ ନଷ୍ଟ ହେଲା । ଆଜି ପୁଣି ଥରେ ରିମା ମାଆ ହେବାକୁ ଯାଉଛି ।


ଶାଶୁଙ୍କ ଦେହ ଖରାପ ଥିବାରୁ ରିମା ଏକୁଟିଆ ମେଡ଼ିକାଲ ଗଲା । ସେ ପୂର୍ବରୁ ଖାଉଥିବା ମେଡିସିନ ଦେଖି ଡକ୍ଟର କହିଲେ ତମକୁ ଯଦି ଛୁଆ ଦରକାର ନାହିଁ ତାହାଲେ କଣ ପାଇଁ ଏତେ କଷ୍ଟ ସହୁଚ??ଡକ୍ଟର କଥା ଶୁଣି ରିମା କହିଲା କଣ କହୁଛନ୍ତି ଡକ୍ଟର ଆପଣ??ଡକ୍ଟର କହିଲେ ତମେ ଯେଉଁ ମେଡିସିନ ଖାଉଛ ସେଇଟା ଗର୍ଭ ନଷ୍ଟ ପାଇଁ । ଏ କଥା ଶୁଣି ରିମା ପାଦ ତଳୁ ମାଟି ଖସିଗଲା । ଆଉ ଯେବେ ରିମା ଯାଇ ଶାଶୁଙ୍କୁ ସବୁ ପଚାରେ ଶାଶୁ କହନ୍ତି । ହମ୍ମ ମୁଁ ଚାହୁଁଥିଲି ପୁଅ ଆଉ ସବୁ ଥର ତୋର କେବଳ ଝିଅ ଥିଲା । ସେଥିପାଇଁ ଏ ସବୁ କରୁଥିଲି । ରିମା ଶାଶୁଙ୍କ କଥା ଶୁଣି ଘର ଛାଡ଼ି ଚାଲିଗଲା । ଆଉ ଡକ୍ଟର ଙ୍କୁ ବହୁତ କୃତଜ୍ଞତା ଦେଲା ।

ଆଜି ରିମା ଆଉ ତା ଝିଅ ବହୁତ ଖୁସିରେ ଆଉ ଏଇଟା ସମ୍ଭବ ହେଲା କେବଳ ସେହି ମହାନ ଡକ୍ଟର ପାଇଁ ।


Rate this content
Log in

Similar oriya story from Tragedy