Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ରଥ ପଥ ଜଗନ୍ନାଥ

ରଥ ପଥ ଜଗନ୍ନାଥ

3 mins
372



   ମନ୍ଦିରକୁ ଗୋଟେ ବଡ଼ କାରରେ ଆସୁଥିବା ଶେଠ ପ୍ରତିଦିନ ସାଙ୍ଗରେ ଗୋଟେ ଛୋଟ ସାଇକେଲ ଆଣି ଆସନ୍ତି.I ବାହାରୁ ଭିକାରୀମାନେ କିଛି ଦାନ ଦକ୍ଷିଣା ପାଇବା ଆଶାରେ ଶେଠଙ୍କ ଗତିବିଧି ଲକ୍ଷ କରୁଥିବା ବେଳେ ଶେଠ, ଜଗନ୍ନାଥ ଠାକୁରଙ୍କୁ ଦୁଇ ବାହୁ ପ୍ରସାରି ଅନେକ ସମୟ ତାଙ୍କ ସମ୍ମୁଖରେ ଠିଆ ହୋଇ ରହି ଶେଷରେ ଆଣିଥିବା ଛୋଟ ସାଇଲେଲଟିରେ ଠାକୁରଙ୍କ ପାଦୁକା, ଫୁଲ, ଦୁବ ଦେଇ କଣ ସବୁ ମନ୍ତ୍ର ଉଚ୍ଚାରଣ କରି ଫେରିଯାଆନ୍ତି କିନ୍ତୁ ଭିକାରୀମାନେ ହାତ ପତେଇଲେ ମଧ୍ୟ କିଛି କେବେ ଦେଇ ନଥାନ୍ତି.I ଭିକାରୀମାନେ କିଛି ଭିକ୍ଷା ନପାଇ ମଧ୍ୟ ଶେଠଙ୍କ ଭକ୍ତି ଓ ଛୋଟ ସାଇକେଲ ପୂଜା କରିବା ବିଷୟ କିଛି ଠଉରେଇ ପାରନ୍ତି ନାହିଁ.I

   ଜଣେ ଵଦାନ୍ୟ ବ୍ୟକ୍ତି ଏଇ ଏଇ ଗୋଟେ ବିରାଟ ଅଟ୍ଟାଳିକାରେ ଭିକାରୀ ଗୃହ କରିଛନ୍ତି.I ସାମାଜିକ ସ୍ଥିତି ଓ ଜୀବନର ବାକି ଥିବା କର୍ମର ଗତି ମୁକ୍ତି ପାଇଁ ତାଙ୍କର ଏ ପ୍ରୟାସ କିମ୍ବା କୌଣସି ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିକଳ୍ପନାର ସୁଚିନ୍ତିତ ଆତ୍ମଜ୍ଞାନ ଏହି ଭିକାରୀ ଗୃହ ସଠିକ ଭାବେ ବୁଝିନହେଉଥିଲେ ମଧ୍ୟ ଅନେକ ଭିକାରୀ ଏଠି ସ୍ଥାନିତ.I ସେମାନଙ୍କ ଖାଦ୍ୟପେୟ, ପୋଷାକ, ବାସ ଯୋଗାଇ ସାରିବା ପରେ ମଧ୍ୟ୍ୟ ତାଙ୍କ ଭିତରେ ଆତ୍ମଚେତନା ବଢେଇବା ପାଇଁ ପରିଚାଳକ ସ୍ୱୟଂ ଭିକାରୀ ଗୃହର ମାଲିକ ଆୟୋଜନ କରନ୍ତି ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ସହ, ବୌଦ୍ଧିକ ଓ ମାନସିକ ସ୍ତର ବିକାଶ ପାଇଁ ଭାଗବତ, ରାମାୟଣ, ଗୀତା, ଭାଗବତ ପଠନ ହୁଏ.I ଭିକାରୀମାନେ ଏଣିକି ମନ୍ଦିର ସାମ୍ନାରେ ବସୁନଥିବାରୁ ଚତୁର୍ଦ୍ଧାଙ୍କ ବିରାଟ ବିଗ୍ରହ ସ୍ଥାପନ କରି, ତାଙ୍କ ସମ୍ମୁଖରେ ଭଜନ କୀର୍ତ୍ତନ ହୁଏ.I ଖାଲି ସେତିକି ନୁହେଁ ହସ୍ତଶିଳ୍ପ ହିସାବରେ, ନଡ଼ିଆ କତାରୁ ପ୍ରସ୍ତୁତ ପା ପୋଛ ଓ ବିଭିର୍ଣ୍ଣ ଘରସଜ୍ଜା ଉପକରଣ ପ୍ରସ୍ତୁତି ସହ ଭିକାରୀ ମାନଙ୍କ ଭିତରେ ଥିବା ସୃଜନୀକୁ ଉଦ୍ଜୀବିତ କରି ମାଟିର ପ୍ରସ୍ତୁତ ଉପକରଣ ସବୁ ବହୁଳ ବ୍ୟବହାର ହୁଏ.I

   କେହି କେହି ଭଜନ ବୋଲି ସାହିତ୍ୟ ଆସର ତଥା ଗଣେଷ ପୂଜା, ସରସ୍ବତୀ ପୂଜା, ଦୁର୍ଗା ପୂଜା, ଦଶହରା ଆଦିରେ ଭଜନ ସଂକୀର୍ତ୍ତନ ଆଦି କରୁଥିବା ବେଳେ, କେହି କେହି ହସ୍ତଶିଳ୍ପରେ ଅଗ୍ରଗତି କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଭିକାରୀରୁ ସାଧାରଣ ମଣିଷ ଭାବେ ଜୀବନ ଜୀବିକା ନିର୍ବାହ କରିବାକୁ ସକ୍ଷମ ହେଲେଣି.I ପୁରୁଣା ଯାଇ ନୂଆ ଭିକାରୀ ଆସି, ସେମାନେ ମଧ୍ୟ ନିଜକୁ ସାମାଜିକ ସ୍ରୋତରେ ସାମିଲ କରିବାକୁ ଅଣ୍ଟାଭିଡ଼ିଲେଣି.I ସବୁଦିନ ସନ୍ଧ୍ୟାରେ ସେହି ଶେଠଙ୍କ ଆଚରଣ ସମସ୍ତଙ୍କୁ ଆଚମ୍ବିତ କରେ.I

  ସେଦିନ ଭିକାରୀ ଗୃହରୁ ସ୍ଥାନଆନ୍ତରିତ ହୋଇ ପାନଦୋକାନଟିଏ କରିଥିବା ଛୋଟା ରାଜୁ ଦୋକାନରୁ ଶେଠ ପାନ କିଣି ଖାଇଲା ବେଳେ, ପରସ୍ପର ପରସ୍ପରଙ୍କୁ ଚିନ୍ହିଲେ.I ଛୋଟା ରାଜୁ ତାଙ୍କୁ ପଚାରିବସିଥିଲା,ସବୁଦିନ ମନ୍ଦିର ଆସି ସାଇକେଲ କାହିଁକି ପୂଜା କରନ୍ତି.I ଶେଠ କଇଁ କଇଁ କାନ୍ଦି କିଛି ଉତ୍ତର ଦେଲେ ନାହିଁ କିନ୍ତୁ ରାଜୁ ଠାରୁ ଭିକାରୀ ଗୃହ ବିଷୟରେ ସବୁ ଶୁଣି, ସେହିଦିନଠାରୁ ସେ ମଧ୍ୟ ସନ୍ଧ୍ୟା ଆଳତୀ ଓ ଭଜନ ସମୟରେ ସେଠାରେ ଉପସ୍ଥିତ ହୋଇ ମନ୍ଦିରରେ ବିଗ୍ରହ ସାମ୍ନାରେ ଯେପରି ହାତଟେକି କିଛି ମାଗିବା ମୁଦ୍ରାରେ ପ୍ରାର୍ଥନା କରିବା ପରେ ସାଙ୍ଗରେ ଆଣିଥିବା ସାଇକେଲଟିକୁ ଜଗନ୍ନାଥଙ୍କ ପାଦୁକା ଲଗେଇ, ଫୁଲରେ ଝାଡ଼ି ଝୁଡି ନେଉଥିବା ଦୃଶ୍ୟରେ ଭିକାରୀମାନେ ଆଶ୍ଚର୍ଯ୍ୟ ହେଲେ.I

      ଏହି ଭିକାରୀ ଘରୁ ମଣିଷମାନଙ୍କ ସହ ନିଜକୁ ସାମାଜିକ ଆର୍ଥିକ ସ୍ତରରେ ନିଜକୁ ସାମିଲ କରିଥିବା ଅନେକ ଭିକାରୀ ପ୍ରତିଦିନ ସନ୍ଧ୍ୟା ଆଳତୀ ଆସରରେ ଯୋଗ ଦିଅନ୍ତି. ତା ଭିତରୁ ଛୋଟା ରାଜୁ ମଧ୍ୟ ଜଣେ.I ସେଦିନ ସାହାସ ଜୁଟାଇ ଶେଠଙ୍କୁ ପଚାରିଲା ରାଜୁ, ସେଇ ପୁରୁଣା ପ୍ରଶ୍ନ, ସାଇକେଲ ପୂଜାର କାରଣ. ଶେଠ କହିଲେ ମୁଁ ଏକ ପଥହରା ଶ୍ରେଷ୍ଠ ଭିକାରୀ, ସ୍ତ୍ରୀ, ପୁଅ, ବୋହୁ ନାତି ସମସ୍ତେ କରୋନାରେ ଚାଲିଯିବା ପରେ ନାତି ମୋ ସୁନୁର ଗାଡିକୁ ପୂଜା କରି ତା ଆତ୍ମା ସହିତ ଅନ୍ୟମାନଙ୍କ ଆତ୍ମାର ସଦଗତି ପାଇଁ ଏପରି କରେ. ମାନପ୍ରାଣକୁ ଶୀତଳ କରାଇ ପରଜନ୍ମରେ ସେମାନେ ସୁସ୍ଥ, ନିରୋଗ, ଦୀର୍ଘାୟୁ ହେବା ପାଇଁ ଭିକ୍ଷାମାଗେ ଠାକୁରଙ୍କୁ.I ସମସ୍ତେ କାନ୍ଦି ପକେଇଥିଲେ ଶେଠଙ୍କ ଦୁଃଖରେ.I ନିଜ ନିଜ ଭିତରେ ଥିବା ଅତୀତର ଲିଭି ଲିଭି ଆସୁଥିବା ଦୁଃଖ, ହତାସ, ଯନ୍ତ୍ରଣା କାତର ଜୀବନ ବହିର ପୃଷ୍ଠାଗୁଡିକ ଜୀବନ୍ତ ହୋଇଉଠିଲା ବେଳେ ସେମାନେ ଭିକାରୀ ଗୃହ ଓ ଏହାର ପରିଚାଳକ ତଥା ପ୍ରତିଷ୍ଠାତା ଦାସବାବୁଙ୍କୁ ଦେବତା କହି ଭୋ ଭୋ କାନ୍ଦି ଉଠନ୍ତି ଜଗନ୍ନାଥଙ୍କ ଚତୁର୍ଦ୍ଧା ଜୀବନ୍ତ ମୂର୍ତ୍ତି ନିକଟରେ .I ଶେଠ ସେମାନଙ୍କ କାନ୍ଦ ଓ ହସ ଭିତରେ ନିଜର ସମସ୍ତ ସମ୍ପତ୍ତି ଭିକାରୀ ଗୃହକୁ ଦାନ କରି କହୁଥିଲେ ଜୟ ଜଗନ୍ନାଥ.I ସୁନୁସାଇକେଲ ଜଗନ୍ନାଥଙ୍କ ପାଖରେ ରଖି ପୂଜା କରିବାକୁ କେହି ଭୁଲିନଥିଲେ.ଏ ଵର୍ଷ ରଥଯାତ୍ରାରେ ସମସ୍ତେ ବଡଦାଣ୍ଡରେ ରଥ ଟାଣି ଭଗବାନଙ୍କ ସାନିଧ୍ୟ ଲାଭ ସହ କୃତ୍ୟ କୃତ୍ୟ ମଣିଥିଲେ ଓ ହରିବୋଲ ହୁଳହୁଳି ଭିତରେ କହୁଥିଲେ ଜୟ ରଥ, ପଥ ଜଗନ୍ନାଥ କି ଜୟ.I



Rate this content
Log in

Similar oriya story from Classics