ରଙ୍ଗତୁଳୀର ଚମତ୍କାରିତା
ରଙ୍ଗତୁଳୀର ଚମତ୍କାରିତା


ଗାଁରେ ଥିବା ଗୋଟିଏ କୃଷକ ଦାମର ଜମି ପାଖରେ ତା ନିଜର ସୁନ୍ଦର ଗାଡିଆଟିଏ ଥାଏ ଓ ସେଥିରେ ନୀଳକଇଁସବୁ ଫୁଟୁଥାଆନ୍ତି. କୃଷକଟି ସ୍ବପ୍ନ ଦେଖେ ଏ ବର୍ଷ ଏକଶହ ଆଠ ନୀଳକଇଁ ତୋଳି ସେ ରାମଙ୍କୁ ଅର୍ପଣ କରି ନିଜର ନବମହାଗ୍ରହକୂଟରୁ ପାରି ହେବା ସହ ରାମଙ୍କୁ ପୂଜା କରିବା ଦ୍ୱାରା ପ୍ରଭୁ ହନୁମାନଙ୍କର ମଧ୍ୟ ଶ୍ରଦ୍ଧାର ପାତ୍ର ହୋଇପାରିବ. ସ୍ତ୍ରୀ ତାକୁ ସବୁବେଳେ କହୁଥିଲା ତୁମେ ତୁମ ଦୁଇଭାଇଙ୍କ ସମକକ୍ଷ ନୁହଁ. ବଡ଼ଭାଇ ଆୟୁଷ୍ମାନ ଯୋଜନାରେ କାର୍ଡ ପାଇସାରିଛନ୍ତି ସୁସ୍ଥ ନିରାମୟ ଜୀଵନ ଜାପନ କରିପାରିବେ . ତାଙ୍କ ଝିଅ ଓ ବୋହୁ ମଧ୍ୟ ସୁଭଦ୍ରା ଯୋଜନା ପାଇ ଉପକୃତ ହେଲାବେଳେ ଏବେ ବଡଭାଇଙ୍କ ପେନସନ ବଢିଛି.ସାନ ଭାଇ ମଧ୍ୟ ଇନ୍ଦିରା ଆବାସ ଓ କୃଷି କରି ଧାନମଣ୍ଡିରେ ଧାନ ଭଲ ଦରରେ ବିକ୍ରିକରି ସରକାରୀ ସାହାଯ୍ୟ ପାଇବାକୁ ସକ୍ଷମ ହେଲାବେଳେ ତୁମେ କହୁଛ ତୁମ ମେହେନତ ଓ ହାତ ଉପରେ ତୁମର ଆଗାଧ ଭରସା ଅଛି. ହେଲେ କାଇଁ!ଅଦିନ ବରଷା, ବାତ୍ୟା, ପୋକ ଲାଗି ଆମର ଫସଲ ଉଜୁଡି ଯାଉଛି କାହିଁକି!ଆମ କୃଷକଭାଇ ଦାମ କହେ ଦେଖିବୁ ରହ ରାମଙ୍କୁ ଏକଶହଆଠ ନୀଳକଇଁ ଅର୍ପଣ କରି ଆଶୀର୍ବାଦ ମାଗିବି ଯେ ପ୍ରଭୁ ମୋ ହାତରେ ଏମିତି ଶକ୍ତି ଭରିଦିଅ ଯେ ମୋ ତାକତ ଦେଖି ସବୁ କୃଷକଭାଇ ମାନେ କୃଷି କରି ଜମିରୁ ସୁନା ଫଳାଇ ଆନନ୍ଦରେ ରହିବେ. ସ୍ତ୍ରୀ କହେ ଝିଅ ବାହାଘର କେମିତି ହେବ ଓ ପୁଅର ଚାକିରୀ କେମିତି ହେବ କେଜାଣି. ଦାମ କହେ ସବୁ ହେବ ଜନରାଜ୍ୟ ଦିବସରେ ଦେଶର ଶାସନଖସଡ଼ା ତିଆରି ହେଲା ପରି ମଣିଷ ନିଜ ମେହେନତ କରିବାର ନିୟମ ଠିକ ରଖି ଐଶ୍ବର୍ଗୀକ ଭାବନା ଠିକଠାକ ରଖିଲେ ଦେଖିବୁ ରହ ମୋ ପୁଅ ଦେଶରକ୍ଷକ ସୈନିକ ହେବା ସହ ଝିଅକୁ ମଧ୍ୟ ଭଲ ବର ଓ ଘର ମିଳିଯିବ. ସବୁ ପରିସ୍ଥିତିରେ ଆନନ୍ଦରେ ରହିବାର କଳା କୌଶଳ ଆପଣେଇ କର୍ମର ଧରାବନ୍ଧା ନିୟମରେ ବାନ୍ଧି ହୋଇ ରହିଲେ ଭାଗ୍ୟ ଖାଲି ଜଳିବ. ସ୍ତ୍ରୀ ସିନା ମୁହଁ ମୋଡେ ହେଲେ ଦାମ ହଳ ଲଙ୍ଗଳ କଣ୍ଟି ଓ ଧୋବଲି ଓ କୁସୁନି ଦୁଇବଳଦ ଉପରେ ଭରସା କରି ଗଣୁଥାଏ ନୀଳପୋଖରୀରେ ଫୁଟିଥିବା ନୀଳକଇଁସବୁକୁ ଏକ ଦୁଇ ତିନି.... ଶହେଆଠ ହେବାକୁ ଆଉ ଗୋଟିଏ ବାକି.ଆନନ୍ଦରେ ସେଦିନ ଖାଇପିଇ ଶାନ୍ତିରେ ଶୋଇଗଲା ଦାମ.
ଆକାଶରେ ଆଜି ସମସ୍ତେ କୋଉ ଉତ୍ସବ ପାଳନ କରୁଛନ୍ତି କେଜାଣି ବଉଦମାନେ ଖାଲି ଏପଟ ସେପଟ ହୋଇ ମେଘକୁ ନବରଷି ଚୁପ ହୋଇ ରହିବାକୁ କହିଛନ୍ତି. ତାରା ମାନେ ନୀଳ ହଳଦିଆ ପୋଷାକ ପିନ୍ଧି ସଜେଇ ହୋଇଛନ୍ତି ତ ବରଷା କହୁଛି କେତେବେଳେ ଆଉ ରିମଝିମ ସ୍ୱରରେ ନାଚି ବାଣ ଘଡଘଡି ଓ ରୋଷଣୀ ବିଜୁଳି ମାରିବାକୁ ହେବ ଯେ ମତେ!ତାରାମାନେ ସବୁ କହିଛନ୍ତି
ବ୍ୟସ୍ତ ହୁଅନା କି ବାଦଲମାନଙ୍କ କଥା ଶୁଣି ମନଦୁଃଖ କରନା.ସୂର୍ଯ୍ୟ ବୁଡି ପୂର୍ଣ୍ଣମୀ ଜହ୍ନ ଆସିଗଲେ କେକ କଟାଯିବ. ଆଜି ଜହ୍ନର ଜନ୍ମଦିନ. ମେଘ କହୁଥିଲା ଜହ୍ନ ତ ତା ରୂପା ଜୋତା ଓ ରୂପା ଛତା ଧରି ପୃଥିବୀ ପୃଷ୍ଠକୁ ଚାଲିଯିବ. ନୀଳକଇଁ ସଙ୍ଗେ ତାର ଭାରି ଭାବ ପୀରତି ନା!ତାରାମାନେ କହୁଥିଲେ ଆଜି ଆଉ ସେମିତି ହେବ ନାହିଁ. ମେଘ ତୁ ଭା ଏମିତି ବରଷି ଯିବୁ ଯେ ନୀଳକଇଁମାନେ ଆଉ ଥିବେ ଯେ ବେକ ଉଠେଇ ଜହ୍ନକୁ ଚାହିଁପାରିବେ!ଆମେ ଏଠି ଜହ୍ନର ଜନ୍ମଦିନ ଏମିତି ପାଳନ କରିବା ଜହ୍ନ ତାରାମେଳ ଛାଡି କୁଆଡେ ଯିବନି ଆଉ .
ଠିକ ସମୟରେ ଜହ୍ନ ଆସିଗଲା. ଆଜି ତା ଗୋଲଗାଲ ଚେହେରା ଖୁବ ସୁନ୍ଦର ଓ ଜୋଛନାରେ ଦେହସାରା ଖୁବ ସୁନ୍ଦର ଦିଶୁଥିଲା. ତାକୁ ଘେରିଗଲେ ତାରାମାନେ କିନ୍ତୁ ଜହ୍ନ ଖାଲି ପୃଥିବୀ ଆଡକୁ ଆକୃଷ୍ଠ ହୋଇ ନଈ, ପୋଖରୀ, ଗାଡିଆସବୁକୁ ଚାହୁଁ ଥିଲା କୋଉଠି ନୀଳକଇଁ ରହିଲେ ଵା ରହିଲା. ନୀଳକଇଁ ମାନେ ସତେ ଯେମିତି ଗୋପୀ ଓ ଜହ୍ନ ହେଉଛି ଶ୍ରୀକୃଷ୍ଣ. ସେହିପରି ଜହ୍ନକୁ ଛନଛନ ହେଉଥିବା ଦେଖି ତାରାମାନେ ବର୍ଷାକୁ କହିଲେ ବରଷି ଯା ମେଘ ଯେମିତି ନଈ ନାଳ ପୋଖରୀ ଗଡିଆର ଫୁଟିଥିବା ନୀଳକଇଁମାନେ ବେକ ମୋଡି ପଡି ଗଡୁଥିବେ ତ ମେଘ ଘଡଘଡି ଚଡ଼ଚଡ଼ିଙ୍କୁ ଆଦେଶ ଦେଇ ଏମିତି ବରଷି ଗଲାଯେ ମେଘ ବିଚରା ଦାମ ପାଟି କରି ଉଠିବସିଲା ଗଲା ଗଲା ମୋ ନୀଳକଇଁ ମାନେ କଇଁ ଗାଡିଆରେ ଡୁବି ମରିଗଲେ. ସ୍ତ୍ରୀ ଦାମକୁ ହଲେଇ କହୁଥିଲା କଣ ସ୍ବପ୍ନ ଦେଖିଲକି!ଦାମ କହୁଥିଲା ନାଇଁ ଆକାଶରେ ଜହ୍ନର ଜନ୍ମଦିନରେ ଏମିତି ବରଷା ହେଲେ ମୋ ଆଶା ଭରସା ବିଶ୍ୱାସର ନୀଳକଇଁମାନେ ଆଉ ବଞ୍ଚିବେଟି!ଦାମର ସ୍ତ୍ରୀ ବିଚାରୀ କିଛି ବୁଝିନପାରି କହୁଥିଲା ହାତ ଓ ହାତର ମେହେନତ ଉପରେ ଭରଷା କରି ବଞ୍ଚୁଥିବା କୃଷକ ମଣିଷଟା କେବେଠୁ ସାହିତ୍ୟିକ ହେଇଗଲାଣି ଲୋ ମାଆ! ଦାମ କିନ୍ତୁ ଖୁବ ଖୁସିଥିଲା ବର୍ଷା ପଡି ତା ବିଶ୍ୱାସର ଶେଷ ନୀଳକଇଁ ଫୁଟି ଶହେଆଠଟି ହୋଇସାରିଥିଲା ତ ସେ ଖୁସିରେ କ୍ଷେତରେ କାମ କରୁଥିଲା. ଆସନ୍ତା ସରସ୍ବତୀ ପୂଜାରେ ସରସ୍ବତୀ ଓ ରାମ ଭଗବାନଙ୍କୁ ନୀଳକଇଁ ଦେଇ ଏଣିକି ଟିକେ ସାହିତ୍ୟିକ ହେବାକୁ.ସେହି ବର୍ଷ ପୁଅ ରଙ୍ଗ ତୁଳୀ ସାହାଯ୍ୟରେ ଆଙ୍କିଥିବା ଜାତୀୟ ପତାକା ଗାଁ ସ୍କୁଲରେ ଜନରାଜ୍ୟଦିବସରେ ଉଡୁଥିଲା ବେଳେ ଝିଅ ରଙ୍ଗ ତୁଳୀ ସହାୟରେ ଏମିତି ନୀଳକଇଁ ଆଙ୍କିଥିଲା ଯେ ମହୁମାଛି, ଭଅଁର, ପ୍ରଜାପତି ସମସ୍ତେ ବାଉଳା ହେବା ସ୍ୱାଭାବିକ ଥିଲା ବେଳେ ଜହ୍ନଟା ସେଇ ହାତ ଅଙ୍କା ରଙ୍ଗତୁଳୀର ଯାଦୁଗରୀ ସ୍ପର୍ଶରେ ତିଆରି ଦାମ ଝିଅର ନୀଳକଇଁ ଉପରୁ ଜମା ଆଖି ହଟେଇ ପାରୁନଥିଲା.