ନାୟକ ଅକ୍ଷୟ ରାଜହସ୍ତୀ

Tragedy

4  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ରଜନୀଗନ୍ଧା

ରଜନୀଗନ୍ଧା

5 mins
345


ହାଡଥରା ଶୀତ ପାହାନ୍ତିର ବଡ଼ି ଭୋର୍ ସମୟ ,ପାଖାପାଖି ପାଞ୍ଚଟା l ଉଠାଣି ଗଡ଼ାଣି ଚିକ୍କଣ ରାସ୍ତାଟି ବାରଂଗ ଆଡୁ ଲମ୍ବି ଯାଉଛି ରାଜଧାନୀ ରାଜରାସ୍ତା ଯାଏଁ l ପଟିଆ ଛକର ଠିକ୍ ବାଆଁ କଡରେ ଠିଆ ହୋଇ ହାତ ମାରୁଥାନ୍ତି ଅମିତ୍ l ଗୋଟେ ହେଲେ ଅଟୋ ରହୁ ନ ଥାଏ l ସବୁ ରିଜରଭେସନ I ଚିନ୍ତାରେ ପଡିଗଲେ l ହାତଘଣ୍ଟାକୁ ଦେଖିଲେ ପାଞ୍ଚଟା ପାଞ୍ଚ l ହାତରେ ଆଉ କୋଡ଼ିଏ ମିନିଟ୍ ସମୟ ଟ୍ରେନ୍ ଛାଡ଼ିବାକୁ l ଏଇ ଟ୍ରେନ୍ ଛାଡି ଦେଲେ ପୁଣି ସନ୍ଧ୍ୟା ସମୟରେ l ଗାଆଁ ଷ୍ଟେସନରେ ପହଞ୍ଚିଲା ବେଳକୁ ରାତି ଦଶ l ସେଠୁ ପୁଣି ଜଙ୍ଗଲ ଦେଇ ଯିବାକୁ ଘରେ ପହଞ୍ଚିବାକୁ ହେବ l  

ସକାଳ ଟ୍ରେନ୍ ହିଁ ଏକମାତ୍ର ଭରସା l କିନ୍ତୁ ଯିବେ ବା କେମିତି? ଏମିତି ବ୍ୟସ୍ତ ବିବ୍ରତ ହେଉଥିବା ବେଳେ ଶେଷ ବେଳକୁ ହଠାତ୍ ଗୋଟିଏ ପିଙ୍କ୍ ଅଟୋ ଆସି ହାଜର ହେଇଗଲା ବଵ କଟ ସାଙ୍ଗକୁ ସଫେଦ ଧଳା ଜିନ୍ସ ଓ ଗୋଲାପି ଟପ୍ ରେ ଅଟୋ ଡ଼୍ରାଇଭର ବସିଥାନ୍ତି କୁଆଡେ ଯିବ ? ନଜରରେ ପଡିଲେ ଅଟୋ ଚାଳକ ପୁରୁଷ ନୁହଁନ୍ତି,ଜଣେ ନାରୀ l ସହରରେ ଏଇଟା ନୁଆ କଥା ନୁହଁ କି ଏବେ ଜୀବନ ଜୀବିକାରେ ନାରୀ ପୁରୁଷ ଭିତରେ କିଛି ପ୍ରଭେଦ ନାହିଁ l ରାଜଧାନୀରେ ମହିଳା ଯାତ୍ରୀଙ୍କ ସୁବିଧା ପାଇଁ ସରକାର ପିଙ୍କ୍ ଅଟୋ ବ୍ୟବସ୍ଥା କରିଛନ୍ତି ଜାଣି ଖୁସି ହୋଇଗଲେ ରଜନୀଶ୍ l

 _ମାଷ୍ଟର କ୍ୟାଣ୍ଟିନ୍ ଯିବ କି ?

_ହଁ ହଁ ଏ ମନ ଭାବୁଥାଏ ଯାହା କାଳ ପ୍ରାପତେ ହୁଏ ତାହା ନ୍ୟାୟ ପରି ସଠିକ୍ ସମୟରେ ହାତ ପାଆନ୍ତାରେ ଅଟୋ ମିଳିବାରୁ ଭଗବାନଙ୍କୁ ମୁଣ୍ଡିଆଟେ ମାରି ତୁରନ୍ତ ସିଟରେ ବସିପଡ଼ିଲେ l 

          ଅନ୍ଧାର ରାତିରେ ଅଟୋ ଭିତରେ ଦୁଇ ଜଣ ବସିଥିବାର ଦେଖିଲେ ସିନା କିନ୍ତୁ ଜାଣିପାରି ନ ଥିଲେ ପୁଅ ନା ଝିଅ ସେମାନେ l ଅବଶ୍ୟ ଅଟୋ ଭିତରେ ସୁବାସିତ ମହକ ଭରି ରହିଥିଲା କିନ୍ତୁ ଯେତେବେଳେ ସାମନା ପଟୁ ଆସୁଥିବା ଗାଡିର ହେଡ୍ ଲାଇଟ୍ ଅଟୋ ଭିତରକୁ ପ୍ରବେଶକଲା ସେତେବେଳେ ଜାଣି ପାରିଲେ ଦୁଇ ତରୁଣୀ ବସିଛନ୍ତି ବୋଲି l କିଛି ବାଟ ଅତିକ୍ରମକଲା ପରେ ଓମଫେଡ ଛକର ଟିକିଏ ପଛକୁ କମିଶନରେଟ ପୋଲିସ୍ ଅଫିସ୍ ସମ୍ମୁଖରେ ଦେଖିଲେ ଚାରି ପାଞ୍ଚଟା ପି ସି ଆର୍ ଭ୍ୟାନ ସବୁ ଗାଡ଼ି ଅଟକାଇ ଚେକ୍ କରୁଥାନ୍ତି l ପିଙ୍କ୍ ଅଟୋ ଆଡେ ଦି ତିନି ଜଣ ମହିଳା ପୋଲିସ୍ ମାଡ଼ି ଆସିଲେ , ସବୁ ପାସେଞ୍ଜରଙ୍କୁ ଗୋଡ଼ ଠୁଁ ମୁଣ୍ଡ ଯାଏ ଅନେଇ ଅନେଇ ଛାଡ଼ି ଦେଲେ l ଆଗକୁ ଜାନୁୟାରୀ ଛବିଶ ତ ସେଇଥି ପାଇଁ ସୁରକ୍ଷା କୁ କଡ଼ାକଡି କରଯାଇଛି ବୋଲି କିଛି ଅନ୍ୟଗାଡ଼ି ର ଯାତ୍ରୀ କୁହାକୁହି ହେଉଥିଲେ ଓ ପୋଲିସ୍ ବିଭାଗର ଏଭଳି କାର୍ଯ୍ୟଧାରାକୁ ତାରିଫ କରୁଥିଲେ l ଜୟଦେବବିହାର ଓଭରବ୍ରିଜ୍ ପାରହେଇଗଲା ପରେପରେ ଅଟୋବାଲି ରଜନୀଶ ବାବୁଙ୍କୁ ଧନ୍ୟବାଦ ଦେଇ କହିଲେ, "ବୁଝିଲେ ଆଜ୍ଞା,ଆଜି ଆପଣ ଆମକୁ ବଞ୍ଚେଇ ଦେଲେ l ଏଥିପାଇଁ ଆଜୀବନ ଋଣି ହୋଇ ରହିବୁ ଆମେ l"

ଏଭଳି କଥାଶୁଣି ବିସ୍ମୟ ହେଲେ ରଜନୀଶ୍ l କିଛି ବୁଝି ପାରୁନଥିଲେ l ପୁଣି ସେ ଅଟୋବାଲି କଥାର ଖିଅ ଯୋଡିଲେ " ବୁଝିଲେ ଆଜ୍ଞା, ପ୍ରକୃତରେ ଚନ୍ଦକା ଜଙ୍ଗଲ ସନ୍ନିକଟ ରାସ୍ତା ଠୁଁ ଅଧ ଘଂଟାଏ ହେବ ଆମକୁ ସେମାନେ ଫଲୋ କରୁଛନ୍ତି l"

ତେବେ ଆପଣ କଣ ? ଭୟଭୀତ ହୁଅନ୍ତୁ ନି ଆଜ୍ଞା , 

ମାଓବାଦୀ, ନକ୍ସ୍କଲ, ଚୋର,ଡକାୟତ

_ କିଛି ବି ନୁହଁ ,

ତେବେ !

"_ଦେହଜିବୀ "

ନିସଙ୍କୋଚରେ କହିଲେ ଜଣେ ତରୁଣୀ ଏଭଳି ଅପବିତ୍ର ନାଆଁ ଶୁଣି ମନଭିତରେ କୁତ୍ସିତ ଭାବନା ଜାଗି ଉଠିଲା ରଜନୀଶ ଙ୍କର l ପାଖରେ ବସିଥିବା ଦୁଇ ତରୁଣୀଙ୍କ ମୁହଁକୁ ଆଖି ପକେଇଲେ l କଞ୍ଚାଦେହର ବାସ୍ନା ସ୍ପଷ୍ଟ ବାରି ହୋଇପଡ଼ୁଥାଏ lଇଛା ହେଉଥିଲା ଟିକେ ସେମାନଙ୍କ ଠୁଁ ଦୁରେଇ କି ବସିବାକୁ l 

ସମ୍ବେଦନଶିଳ ହୋଇଗଲେ ରଜନୀଶ,

_"କିନ୍ତୁ କାହିଁକି ? "

ରାଜଧାନୀ ଉପକଣ୍ଠ ରେଡ୍ ଲାଇଟରେ ଆମର ଦେହ ବ୍ୟବସାୟ l ଅବଶ୍ୟ ସରକାର ଆମକୁ ଏବେ ସ୍ଵୀକୃତି ଦେଲେଣି କିନ୍ତୁ ପୋଲିସ ବିଭିନ୍ନ ଆଳ ଦେଖେଇ ଅଚାନକ ଚଢ଼ାଉ କରୁଛି l ଲୋକମାନେ ଭୟରେ ଆସୁ ନ ଥିବାରୁ ଭଲ ଭାବରେ ଦି ପଇସା କମେଇ ହେଉନି l ସେଇଥିପାଇଁ ମୋଟା ଅଙ୍କର ଟଙ୍କା ପାଇଁ ଆମେ ସ୍ପାଇ ଏଜେନ୍ସିସି ମାଧ୍ୟମରେ ବିଭିନ୍ନ ସ୍ଥାନକୁ ଯାଇଥାଉ l

କାଲି ସେମିତି ଚନ୍ଦକା ଜଙ୍ଗଲ ସନ୍ନିକଟ ଡାକ ବଙ୍ଗଳାରେ ରାତି କଟେଇଥିଲୁ l ସେଠୁ ଫେରିବା ପରଠୁ ପୋଲିସ୍ ଆମ ପଛେପଛେ ଗୋଡେଇ ଚାଲିଥିଲା l ଭାଗ୍ୟ ଭଲ ଆପଣ ଆମ ଗାଡିରେ ପାସେଞ୍ଜର ଭାବେ ଗଣାହେଲେ l ପୋଲିସ୍ କିଛି ବି ସୁରାକ ପାଇଲା ନାହିଁ, ବିଶେଷ କରି ଆପଣଙ୍କ ବ୍ୟାଗ୍, ଲଗେଜ୍ ଦେଖି ଆମ ସମସ୍ତଙ୍କୁ ଫେମିଲି ମେମ୍ବର୍ ଭାବି ଛାଡ଼ି ଦେଲା l"

_ ହଁ ଯେ

କିନ୍ତୁ ଧରା ପଡ଼ିଥିଲେ ସେ ବି ମାମୁଁ ଘରେ ଚକି ପେଶି ଥାଆନ୍ତେ ବୋଲି ଭାବି ଚାଲିଲେ ରଜନୀଶ l ତା ଭିତରେ ଏମିତି ଗପୁ ଗପୁ ଅଟୋ ମାଷ୍ଟର କ୍ୟାଣ୍ଟିନ ଗୋଲେଇ ଛକ ଅତିକ୍ରମ କରି ପାର୍କିଂ ସ୍ଥଳରେ ଅଟୋ ପହଞ୍ଚି ଗଲାଣି ଜାଣି ପାରିଲେ ନାହିଁ ରଜନୀଶ l ଅଟୋରୁ ଓଲ୍ହଇବାକୁ ଚେଷ୍ଠା କରିବା ବେକେ ପାଖରେ ବସିଥିବା ତରୁଣୀ ଜଣଙ୍କ କହିଲେ ବ୍ୟସ୍ତହୁଅନ୍ତୁ ନାହିଁ ସାର୍, ମୁଁ ଆପଣଙ୍କ ପାଇଁ ଟିକେଟ କରି ଦେଉଛି l କାହିଁକି ନା ଆମେ ବି ଢେ଼ଙ୍କାନାଳ ଯିବୁ l ଚାଲନ୍ତୁ ତିନିଜଣ ଟିକେ ଚା ପିଇ ଦେବା ,ଏତିକି କହି ଜଣେ ତରୁଣୀ ଚାଲିଗଲେ ଟିକେଟ କାଉଣ୍ଟରକୁ l କିଛି ସମୟ ପରେ ଆସି ପହଞ୍ଚି ଗଲେ ଅଟୋ ନିକଟରେ କହିଲେ ଯେ ଟ୍ରେନ ପୁରୀରୁ ଆସୁଥିବା ବେଳେ ଡେଲାଙ୍ଗ ନିକଟରେ ଲାଇନ ଖରାପ ଥିବାରୁ ଦୁଇ ଘଣ୍ଟା ବିଳମ୍ୱରେ ପହଞ୍ଚିବ l   ଅଟୋଚାଳକ କଥାକୁ ପୁଣି ବଢେଇ ଚାଲିଲେ ଆଜ୍ଞା ଆପଣ ଭାବୁଥିବେ ଆମେ ଏମିତି ଅନୈତିକ କାର୍ଯ୍ୟ କରୁଛୁ କାହିଁକି ?

ହଁ ହଁ

ମୁଣ୍ଡ ଟୁଙ୍ଗାରିଲେ ରଜନୀଶ l

ବୁଝିଲେ ଆଜ୍ଞା, ସହର ତଳିଆ ବସ୍ତି ଗୁଡ଼ିକରେ ରହୁଥିବା ଅନାଥ ପିଲାମାନଙ୍କ ମୁଁହରେ ଟିକେ ହସ ଫୁଟାଇବାକୁ ଏକ ଅନୁଷ୍ଠାନଟିଏ ଗଢ଼ିଛୁ l ଯାହାର ନାଆଁ" ହେଲ୍ପ ଟୁ ଆରଫାନ୍" ମାନେ ଏଚ ଟୁ ଓ (H2O) ରାତ୍ରୀରେ ଏହିପରି ଘୃଣ୍ୟ କର୍ମ କରି ଏଥିରୁ ଉପାର୍ଜିତ ଅର୍ଥ ସେଇ ଅନାଥ ପିଲା ମାନଙ୍କ ପାଇଁ ଖର୍ଚ୍ଚ କରୁଛୁ l ଆସନ୍ତା କାଲି ଅର୍ଥାତ୍ ଜାନୁଆରୀ ଛବିଶ - ସାଧାରଣତନ୍ତ୍ର ଦିବସ ଭାରତୀୟ ସମ୍ବିଧାନର ମହାନ ପର୍ବ ପାଳନ ସେଇ ମାନଙ୍କୁ ନେଇ ଅନୁଷ୍ଠିତ ହେବ , ତା ଛଡା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଅନାଥ ପିଲା ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବେ l କିନ୍ତୁ ରଜନୀଶଙ୍କର ଏହି ଦ୍ୱନ୍ଦ ଯୁକ୍ତ ଶଦ୍ଦରେ ଅଟୋ ବାଲି କଥାକୁ ଆଗକୁ ନେଲେ ଗିଅର୍ ଚେଞ୍ଜ୍ କରି

 "ବହୁବାର ଚେଷ୍ଠା କରିଛୁ ସାର୍ , ପରିସ୍ଥିତିର ଅବୁଡ଼ା ଖବୁଡ଼ା ରାସ୍ତାରୁ ମୁକୁଳି ବାକୁ ,ହେଲେ ରାତିରେ ପୁଣି ବାଧ୍ୟ ହେଉଛୁ ସୁଗନ୍ଧିତ ଅତର ଦେହରେ ମାଖିଦେଲା ପରେ l ବାଧ୍ୟ ଆମେ ସବୁ ଅନ୍ୟପୁରୁଷଙ୍କୁ ସେଇ ବାସ୍ନାରେ ଭିଜେଇବାକୁ l ଏମିତି ଅନେକ କହିଲେ ରାତି ପାହିଯିବ,ହେଲେ କଥା ସରିବନି l ଯାହା କଲେ ଆମେ ତିନି ଜଣ ମୁକୁଳି ପାରୁନୁ l " ପ୍ରସଙ୍ଗକୁ ପୂର୍ଣ୍ଣରୂପ ଦେଲେ ପୁଣି ଜଣେ ତରୁଣୀ"ଠିକ୍ ଅଛି ଆଜ୍ଞା, ଆପଣଙ୍କ ଅନୁରୋଧକୁ ସମ୍ମାନ ଦେଇ ଯଥା ସମ୍ଭବ ଚେଷ୍ଟିତ ହେବୁ ରାତ୍ରିରେ ନ ଫୁଟିବା ପାଇଁ l ଏଇ ଫୋନ୍ ଭିଜିଟିଙ୍ଗ କାର୍ଡ ନିଅନ୍ତୁ, ଆପଣଙ୍କ ସଦୟ ଉପସ୍ଥିତି କାମନା କରୁଛୁ l ଏଇ ଟ୍ରେନ୍ ସମୟ ହେଇଗଲାଣି l ଆପଣ ଆସିପାରନ୍ତି l ଆପଣଙ୍କୁ ଭୟମୁକ୍ତ କରିବାକୁ ଆମେ ଢେ଼ଙ୍କାନାଳ ଯିବୁ ବୋଲି ମିଛ କହିଥିଲୁ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛୁ l" ଏତିକି କହି ତିନି ତରୁଣୀ କୃତଜ୍ଞତା ଜଣାଇବା ସହ ପାଖରୁ ଅନ୍ତର ହେଲେ l

           ଟ୍ରେନ୍ ସିଟରେ ବସି ଭାବୁଥିଲେ ରଜନିଶ ସତରେ ବିଚିତ୍ର ଏ ଦୁନିଆଁ l ନିଷ୍ଟୁର ସମୟ ଡକେଇତ ସାଜି ଜୀବନକୁ ଅନ୍ଧାରି ମୁଲକରେ ଛାଡିଦିଏ l ସେଇ ଅନ୍ଧାରୀ କୋଠରୀରେ ଭାଗ୍ୟ ରଶ୍ମୀର ଆଭା ବିଛୁରିତ ହେବ କି ନା ,ମୁହୁର୍ତ୍ତ ହିଁ କହିପାରିବ ଆଉ କେହି ବି ନୁହଁ l ଏଇ ଯେମିତି ତିନି ଜଣ ଅମୃତ ଅନୁଭବି ପ୍ରତି ରଜନୀରେ ପ୍ରସ୍ଫୁଟିତ ହୋଇ ଯୋଜନଗନ୍ଧା ସାଜନ୍ତି ଯୌନ ଲିପସୁ ପୁରୁଷର କାମନା ବଗିଚାରେ l ପୁଣି ନିଜ ହାତରେ ଗଢିଥିବା ମହାର୍ଘ ଅନୁଷ୍ଠାନ ଏଚ ଟୁ ଓ ର ଉତ୍ତରଦାୟୀତ୍ବ ଗ୍ରହଣକରି ବିଗିଡା ଜୀବନକୁ ସଜାଡି ଚାଲିଛନ୍ତି ସଂପ୍ରତି ସମାଜରେ l ଭାବନାର ଟ୍ରେନ୍ ଗାଡ଼ି ଯାଉଥାଏ ଆଗକୁ ଆଗକୁ ହେଲେ ବାରଂବାର ପ୍ରତିଧ୍ଵନି ହେଉଥାଏ "ଚେଷ୍ଟିତ ହେବୁ ରାତ୍ରୀରେ ନ ଫୁଟିବା ପାଇଁ" ।


Rate this content
Log in

Similar oriya story from Tragedy