ରଜ ମଉଜକୁ କରୋନା ଭୟ
ରଜ ମଉଜକୁ କରୋନା ଭୟ
ଗାଁ ର ଝିଅମାନେ ଆଉ ଦୋଳି ଖେଳିବାକୁ ଆସୁନାହାନ୍ତି ।ସବିତା ମନେ ମନେ ବିରକ୍ତି ହେଉଛି ।କି ସମୟ ହେଲା ଘରୁ ପଦାକୁ ଗୋଡ କାଢ଼ିବା ବିପଦ । ଯଦିବା କିଏ କେମିତି ନମଣି ଅମାନିଆ ହୋଇ ଆଗକୁ ଗୋଡ଼ କାଢୁଛି ତେବେ ତାପଛରେ ବିପଦ ।ତିନିଦିନ ତଳେ ଏହି ଗାଁ ରୁ ଦୁଇଜୀବନ ନେଲେଣି କରନା । ଜଣେ ପୁରୁଷ ଲୋକ ଅନ୍ୟଜଣେ ମହିଳା ।ଆରସାହୀର ନରି ରାଉତ ,ପ୍ରତିଦିନ ପଳେଇ ଯାଉଥିଲା ବେପାର କରି । ସାଇକେଲ୍ ରେ ବିଭିନ୍ନ ଫେରି ଜିନିଷ ରଖି ଗାଁ ଗାଁ ବୁଲି ରାତିକୁ ଫେରେ । ତାକୁ ଭିତରେ ଭିତରେ ଜର କାଶ ରହିଲା । ଔଷଧ ନଖାଇ ସେଇଥିରେ ବୁଲିଲା । ଅଧିକ ହେବାରୁ ସେଦିନ ରାତିରେ ନିଶ୍ୱାସ ନେବାରେ କଷ୍ଟ ହେଲା ।ତାଙ୍କ ଘରେ କାନ୍ଦ ବୋବାଳି ପଡିଗଲା । ଅଙ୍ଗନ ବାଡ଼ି ଦିଦି ଆସି ଦେଖି ଆମ୍ବୁଲାନ୍ସ ଡକେଇ ବଡ଼ ମେଡ଼ିକାଲ ପଠେଇ ଦେଲେ ।ମେଡିକାଲରେ ତିନିଦିନ ରହି ତାର ପ୍ରାଣ ଗଲା ।ଆଉ ଯେଉଁ ସ୍ତ୍ରୀ ଲୋକଟି ଚାଲିଗଲା, ସେ ବି କରୋନା , ତାକୁ ଥଣ୍ଡା କାଶ ଜର ହୋଇ ଡାକ୍ତରଖାନାରେ ଜୀବନ ଗଲା ।
ଗାଁ ରେ ଲୋକମାନେ ଜଗିଲେ। କିଏ ଘରୁ ପଦାକୁ ବାହାରିବେ ନାହିଁକି ଅନ୍ୟ ଲୋକ କିଏବି ଗାଁ କୁ ଆସିବେ ନାହିଁ ।ଗାଁ ମୁଣ୍ଡ ରାସ୍ତା ଉପରେ ଯିବାଆସିବା ବନ୍ଦ କରିବାକୁ ରାସ୍ତା ଉପରେ ବାଉଁଶ ବାଡା ପକେଇ ଦେଇଛନ୍ତି ।ସବିତା ନିକଟକୁ ଫୋନ ଆସିଲା, ତାର ସାଙ୍ଗ ଭୁବନେଶ୍ବରରୁ କରିଛି ।ଫୋନରେ ତାର ସାଙ୍ଗ ପଚାରି ବୁଝୁଛି କିଲୋ, କଣ ରଜରେ ମଉଜ କରୁଛୁ, କେତେଥର କାଲିଣି ଧରୁନାଉ। ସବିତା ଉତ୍ତରଦେଲା, ଆରେ ଗୀତା ତୁ କିମିତି ବୁଝିବୁ ।ଲକ ଡାଉନ। ଗାଁ ରେ ଆମର ରଜ ବନ୍ଦ। ଆଉନାହିଁ ଦୋଳି କି ଗୋଡି । ଘରଭିତରେ ରହି ରଜ ନା ଫଜ । କାହିଁକି ସହର ସିନା ସଂକ୍ରମଣ ଅଧିକ ଗାଁରେ ତ କିଛି ନାହିଁ । କଣ କହିବି ଆମ ଗ୍ରାମରୁ ଦୁଇ ମୁଣ୍ଡ ନେଲେଣି ।ସବିତା କହିଲା । ଗାଁ ଲୋକେ ଗାଁ କୁ କିଏ ଆସିବା କି ଗାଁ ରୁଯିବା ବନ୍ଦ କରିଛନ୍ତି । ତାହେଲେ ଏମିତି ଘଟଣା ।ହଁ , ରଜ ବଡ଼ ନା ଜୀବନ ବଡ଼ ।ହଁ ତୁ ପଦାକୁ ବାହରେନି । କଣ ମିଳିବ ସେ ରଜରୁ ।