Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Pratap Chandra Mishra

Romance


4  

Pratap Chandra Mishra

Romance


ରଜ ମଉଜ

ରଜ ମଉଜ

8 mins 199 8 mins 199


ବସୁନ୍ଧରା ପୁରା ଅନ୍ୟ ମନସ୍କ।ବିଦେଶ ରେ ରହୁଛି।ଗାଆଁ ଦେଶ ଛାଡ଼ିଲା ପରେ କର୍ମ କୁ ଆଦରି ଜୀବନ ର ଅନ୍ତରାଳେ ଥିବା କୋହ କୁ ଯେତେ ଭୁଲାଇଲେ ବି ସେ ପାସୋରି ବା ତ ଦୂର ର କଥା, ଯେତେବେଳେ ମନ ପଡ଼ିଯାଏ ବିଗତ ଦିନ ର ସଂଘର୍ଷ ଆଉ କାଳ ର କରାଳ ଗର୍ଭରେ ପଡ଼ି ଉଠି ସେ ଯେଉଁ ସଫଳତା ପାଇଛି, ମସ୍ତିଷ୍କ ଭିତରେ ଥିବା ସୂକ୍ଷ୍ମ ତନ୍ତ୍ରୀ ଗୁଡ଼ାକ ଏପଟ ସେପଟ ହୋଇଯାଉଥାଏ।ଆଉ ସେ କ'ଣ କରେ ନ କରେ କିଛି ଜାଣି ପାରି ନ ଥାଏ।ହେଲେ ବିଦେଶ ରେ ସଫ୍ଟୱେର କମ୍ପାନୀ ରେ ପ୍ରମୁଖ ହୋଇ ବେଶ୍ ନାଆଁ କମାଇ ପାରିଛି।ଏକୁଟିଆ ରହେ। ବିଦେଶ ମାଟି ରେ ନିଜର ବାସ ସ୍ଥାନ ନେଇ ସାରିଛି। ସେଠି ଖୁବ୍ ଆଦର ଓ ସମ୍ମାନ ର ସହ ରହୁଛି।ଆମେରିକା ଭଳି ଉନ୍ନତ ଦେଶ ରେ ସମସ୍ତେ ସମାନ ।କିନ୍ତୁ ଭାରତ ଭଳି କଳା,ସଂସ୍କୃତି, ଆଭିଜାତ୍ୟ ଭରା ଦେଶ ରେ ଗୋଟିଏ ଝିଅ ପାଇଁ ବହୁତ୍ କଥା ବହୁତ୍ କଟକଣା ଓ ଜୀବନ ର ମହତ୍ତ୍ଵ ବେଶ କିଛି ସ୍ଵତନ୍ତ୍ର ଥାଏ। ସେ ସବୁ ଠୁ ଉର୍ଦ୍ଧରେ ରେ ରହି ବସୁନ୍ଧରା ଆଜି ବିରାଟ ସଫଳତା ପାଇଛି।ଏବଂ ସେହି ଆମେରିକାରେ ନିଜସ୍ଵ ଶୈଳୀ ରେ କାମ କୁ ଆଦରି , କର୍ମ ନିପୁଣତା,ନିଷ୍ଠା,ସତ୍ୟତା, ସଚୋଟତା ତାକୁ ବେଶ୍ ସୁନାମ ଆଣିଦେଇଛି। ବସୁନ୍ଧରା ବିଦ୍ୟା,ବୁଦ୍ଧି, ରୂପ, ଗୁଣ ରେ ଅନନ୍ୟା।ତେଣୁ ସେ ଆଦର୍ଶ ରେ ନିଜ ଜୀବନ ଶୈଳୀ କୁ ଚଳାଇ ନେଉଛି।ଆମ ସଂସ୍କୃତି ପରମ୍ପରା ଓ ଭାଇଚାରା ବିଷୟରେ ଯେବେ କିଛି ସୁଯୋଗ ମିଳେ ପର ମାଟିରେ ଯଶ ଗାନ କରିବାକୁ ଭୁଲେ ନାହିଁ। ଏମିତି ଚରିତ୍ର ବାନ ଝିଅ ସାଥିରେ ମିଶି ଓ ବସୁନ୍ଧରା ର ଆଦର୍ଶ କର୍ମ,ରେ ଅନୁପ୍ରାଣିତ ହୋଇ ମାରିଆ ନାମକ ଆମେରିକାନ ଝିଅ ଆମ ବୈଷ୍ଣବ ସଂସ୍କୃତି କୁ ଆଦରି ନେଇଛି।ଭଗବାନ ଶ୍ରୀ କୃଷ୍ଣ ତା ପାଇଁ ପରମ ଇଷ୍ଟ ହୋଇଯାଇଛନ୍ତି। ପ୍ରଭୁ ଯିଶୁ ଙ୍କ ଧର୍ମ ରୁ ଆସି ସେ ଗୌଡ଼ିୟ ସନାତନ ଧର୍ମ ପାଳିବାକୁ ଜୀବନ ର ଲକ୍ଷ ବୋଲି ଧରି ନେଇଛି।ବସୁନ୍ଧରା କୁ ଅଳି କରୁଛି , ଯେବେ ଭାରତ ଯିବ, ସେବେ ମାରିଆକୁ ବି ସାଥିରେ ନେବ ଏବଂ ବୃନ୍ଦାବନ ବୁଲାଇ ଦେଖାଇବ। ତା ଛଡ଼ା ଆମେରିକାରେ ମାରିଆ ସବୁ ବେଳେ ବସୁନ୍ଧରା ପାଖେ ପାଖେ ରହି ସାହାଯ୍ୟ ଯତନ ବି କରୁଥାଏ। ଦୁହେଁ ଏକ ପ୍ରକାର ମିଶି ଯାଇଛନ୍ତି ଗୋଟିଏ ପରିବାର ଭଳି।କାରଣ ମାରିଆ ର ବାପା ବସୁନ୍ଧରା କମ୍ପାନୀ ରେ ବି ଚାକିରୀ କରନ୍ତି।ତେଣୁ ଯିବା ଆସିବା ମିଳା ମିଶା ଟିକେ ଘନିଷ୍ଠତା , ପର ମୁଲକ ରେ ବଢ଼ି ଯାଇଛି।


ହେଲେ ବସୁନ୍ଧରା ବହୁତ୍ ଅସ୍ତ ବ୍ୟସ୍ତ ହୋଇ ଅଫିସ ରୁ ଘରକୁ ଫେରି ଯାଇଛି। ମାରିଆ ର ବାପା , ମାରିଆ କୁ ଘର କୁ ଯାଇ କହିଲେ। ମାରିଆ ଏକଥା ଶୁଣି ସେ ଅବିଳମ୍ୱେ ବସୁନ୍ଧରା ପାଖକୁ ଗଲା।ବୁଝିଲା ବେଳକୁ କଥା ଜଣାଗଲା ,ବସୁନ୍ଧରା ତା ବାପା ଓ ଘର କଥା ନେଇ ବ୍ୟସ୍ତ ଅଛି ।


ମାରିଆ କୁ ମନ କଥା ଏକାକୀ ବସୁନ୍ଧରା କହିବା ଆଳ ରେ ସୂଚାଇ ଥିଲା ସେ ଅନାଥ ।ତାର ଜନ୍ମ ଦାତା କିଏ ସେ ଜାଣିନି କି ଜାତି ଧର୍ମ ର ମୂଳ ବିଶେଷତା ରେ ସେ ଅଜ୍ଞ। ତେବେ ଗାଁ ଓ ସହର କୁ ସଂଯୋଗ କରୁଥିବା ତ୍ରିନାଥ ମନ୍ଦିର ବେଢ଼ା ରେ ସଦ୍ୟ ଜାତ ଶିଶୁ ,କ୍ରନ୍ଦନ ଶୁଣି ପାଳିତ ବାପା ଓ ମାଆ ତାକୁ ଉଠାଇ ଆଣି ନିଜ ପରିବାରରେ ସାମିଲ କରି ହିନ୍ଦୁ ବୋଲି ପରିଚୟ ଦେଇ ଆଜି ପର୍ଯ୍ୟନ୍ତ ବଢ଼ାଇ ଆଣିଛନ୍ତି। ବାପା ନିଃସନ୍ତାନ ଥିଲେ ବହୁ ଜପ ପୂଜା ପରେ ଭଗବାନ ଏହା ଚାହୁଁ ଛନ୍ତି ଭାବି କୋଳେଇ ନେଇଥିଲେ।ଏବଂ ସେ ଜଣେ ଉଦାର ଓ ବ୍ୟାଙ୍କ କର୍ମଚାରୀ ଥିଲେ। ପରବର୍ତ୍ତୀ ସମୟରେ ସେ ଦୁଇ ସନ୍ତାନ ର ଜନକ ହୋଇଥିଲେ। ବସୁନ୍ଧରା ର ଆଉ ଗୋଟିଏ ଭାଇ ଓ ଭଉଣି ଭାରତ ରେ ଗାଆଁ ପରିବେଶ ରେ ରହଣି। 

ବାପା ସମସ୍ତ ଙ୍କୁ ଭଲରେ ଛୋଟ ରୁ ବଡ କରିଥିଲେ। ବସୁନ୍ଧରା ଯୋଗୁଁ ତାଙ୍କ ଘରେ ଆଉ ଦୁଇଜଣ ସଦସ୍ୟ ଆସିଥିବା ଯୋଗୁଁ ସେହି ଘରେ ବସୁନ୍ଧରା କୁ ବହୁତ୍ ଆଦର ସମ୍ମାନ ମିଳେ। ବାପା କୌଣସି କ୍ଷେତ୍ର ରେ କିଛି ଅଭାବ କରି ନ ଥିଲେ।ସମସ୍ତ ଙ୍କୁ ଉଚ୍ଚ ଶିକ୍ଷିତ କରାଇ ଭବିଷ୍ୟତ ଲକ୍ଷ ରେ ଆଗକୁ ବଢ଼ି ନିଜ ନିଜ ସଫଳତା ଓ ଜୀବନ ର ଲକ୍ଷ ହାସଲ କରିବା ପାଇଁ ଯଥେଷ୍ଟ ପ୍ରେରଣା ଦେଇଥିଲେ। କିନ୍ତୁ ସାନ ଭାଇ କୁ ଯେତେବେଳେ ସାତ ବରଷ ହୋଇଥିଲା ସେତେବେଳେ ବସୁନ୍ଧରା ର ବାପା ଏକୁଟିଆ ହୋଇଯାଇଥିଲେ। କାରଣ ତାଙ୍କ ପତ୍ନୀ ଅଜଣା ମହାମାରୀ ରେ ସଂସାର ଛାଡି ଚାଲିଯାଇଥିଲେ। ଦୁନିଆ ବୁକୁ ରେ ଏକାକୀ ସବୁ ଜଞ୍ଜାଳ ଭିତରେ ବୁଡ଼ି ବାକୁ ବାଧ୍ୟ କରିଦେଇଥିଲା ନିୟତି ଓ ବସୁନ୍ଧରା ଧୀରେ ଧୀରେ ଘର ର ଭାର ସମ୍ଭାଳି ବା କୁ ଆଗଭର ହୋଇ ନିଜ ପଢା ପ୍ରତି ବି ଯତ୍ନ ବାନ ଥିଲା। ଦୁଃଖ ଭିତରେ କେବଳ ତା ବାପା ଓ ଦୁଇ ଜଣ ଦୁନିଆ ରେ ବଞ୍ଚିବା କୁ ଜୀବନ ଗୋଟି ଚଳାଇଥିଲେ।

ବହୁତ୍ ଦିନ ହେଲା ଭାରତ ଯାଇନାହିଁ। ଆଗକୁ ରଜ ଆସୁଛି।ତେଣୁ ଅଫିସରେ ଛୁଟି ଆବେଦନ କରିବାରୁ ମନା କରିଦେଇଛନ୍ତି ।ବସୁନ୍ଧରା ବହୁତ୍ ମନ ପକାଉଛି ଗାଆଁ କୁ,ବାପାଙ୍କୁ,ଗାଆଁ ମହଲର ରଜ ପରମ୍ପରାକୁ। କେଜାଣି କାହିଁକି ସେ ଏ ବରଷ ନିଶ୍ଚୟ ରଜକୁ ଗାଆଁକୁ ଯିବ ବୋଲି ବାପାଙ୍କୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ମୁଣ୍ଡ ବନ୍ଧା ପଡ଼ିଛି ଚାକିରୀ ଅନ୍ତରାଳେ। ତାକୁ ସୂଚନା ଦିଆ ଯାଇଛି ଫୋନରେ ଛୁଟି ମଞ୍ଜୁର କୁହାଯିବ। ତେଣୁ ମାଟି ର ମମତା ଓ କୁଆଁରୀ ମନ ର ରଜ ଉଛୁକତା ଏଥର ବେଶ୍ ଆବେଗ ଭରି ଦେଇଛି। ବିସର୍ଣତା ପୂର୍ଣ୍ଣ ଭାବ ମନରେ ଦୁଃଖ ଦେଲା ବେଳେ ମାରିଆ ସାନ୍ତ୍ଵନା ଦେବା ପାଇଁ ପ୍ରୟାସ କରିବାକୁ ଯାଇ ରଜ କଣ ? ବୋଲି ଜାଣିବାକୁ ଚାହିଁଲା।ବସୁନ୍ଧରା ମାରିଆ ର ବ୍ୟାକୁଳତା ମନର ଉଦବେଗକୁ ପ୍ରଶମିତ କରି ପରିସ୍ଥିତି ଉପରବାଲା ହାତରେ ଛାଡି ସମୟ ଓ ଅବସ୍ଥା ସହ ସାଲିସ କରିନେଇ ରଜ ବିଷୟରେ ଗୋଟି ଗୋଟି ସବୁ ବର୍ଣ୍ଣନା କରିବା କୁ ମନ ବଳା ଇଲା।

ମାରିଆ ଓଡ଼ିଆ ଭଲ ଭାବ ରେ ବୁଝୁନ ଥାଏ।ତଥାପି ତା ବୁଝା ଭାଷା କୁ ଆଶ୍ରୟ କରି ବସୁନ୍ଧରା ରଜ ବିଷୟରେ ବୁଝାଉଥାଏ।

ଏହି ରଜ ଶବ୍ଦ ରଜସ୍ୱଳା ଶବ୍ଦ ଓ ତତ୍ ସମ୍ବନ୍ଧିତ କ୍ରିୟା ରୁ ଆନିତ। ମାରିଆ ପୁଙ୍ଖାନୁପୁଙ୍ଖ ଗଭୀର ଆଲୋଚନା ଭିତରକୁ ଯାଇ ରଜସ୍ୱଳା କଣ ପଚାରିଲା ଓ  ବସୁନ୍ଧରା କୁ ପୁଣି ଦୁଃଖ ଆଡ଼େ ଫେରାଇ ନେଲା। କାରଣ ଏହି ରଜ ଓ ତା ଜୀବନ ର ଅତୀତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ରଜସ୍ଵଳା ପ୍ରକ୍ରିୟା ଗୋଟିଏ ଝିଅ ବା ନାରୀ ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା। ବିଦେଶରେ ଏହାର ଗୁରୁତ୍ଵ ନଥାଏ। କିନ୍ତୁ ଆମ ଗାଆଁ ,ଭାରତରେ ଏହାର ପାଳନ ନୀତି ନିୟମ ସ୍ଥାନ ନେଇ କଡା ଭାବେ ପ୍ରଚଳିତ। ଆଦ୍ୟ ରଜବତି ଝିଅ ପାଇଁ କେତେ ଜାଗା ରେ ବୁଢୀ ମା ମାନେ ବହୁତ କଟକଣା ରେ ପାଳନ କରନ୍ତି। ଝିଅ ପାଇଁ ସେ ସବୁ ଅଦୃଶ୍ୟ ବନ୍ଧନ ଓ ଆବଦ୍ଧ ଜୀବନ ହୋଇଯାଇଥାଏ। ବସୁନ୍ଧରା ଜୀବନରେ ବି ଏମିତି ଘଟିଥିଲା।ସେତେବେଳେ ତା ମାଆ ଦୁନିଆ ଛାଡି ଚାଲିଯାଇଥିଲେ। କୋମଳ ମତି କନ୍ୟା;ଶରୀର ର ଏଭଳି କ୍ରିୟା ଦେଖି ଭୟରେ ଏକାକୀ ଘରେ ଛପି ଯାଇଥିଲା।ମନରେ ଲଜ୍ୟା,ଭୟ ଓ ବାପା ଙ୍କ ଛଡ଼ା ତା ପାଖରେ ଆଉ କିଏ ଦୁଃଖ ବୁଝିବାକୁ ନା ଥିଲେ। ହେଲେ ବାପା ବହୁତ୍ ଉଦାର ଓ ଚତୁର ବ୍ୟକ୍ତି। ମାଙ୍କ ପରେ ସବୁ ଛୁଆଙ୍କ ମନ ସେ ଗଭୀରତା ର ସହ ବୁଝୁଥିଲେ। ସେହି ଦିନ ବସୁନ୍ଧରା ର ପରିବର୍ତ୍ତନ ବାପା ବୁଝିଯାଇଥିଲେ ।ବସୁନ୍ଧରା କୁ ଗେହ୍ଲା ରେ ପାଖରେ ବସି ନାରୀ ଶରୀର ର ପରିବର୍ତ୍ତନ ପ୍ରଣାଳୀ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ପଡିଶା ଘର ବୁଦ୍ଧି ମାଉସୀ ପରମ୍ପରା କୁ ପାଳିବାକୁ ପ୍ରବର୍ତାଇଥିଲେ।କିନ୍ତୁ ସେ ମାଛେଉଣ୍ଡ ପିଲାଙ୍କୁ ବୈଜ୍ଞାନିକ ଆଧୁନିକ ଯୁଗରେ ସେହି ପୁରୁଣା ଅନ୍ଧ ବିଶ୍ୱାସ କୁ ପଛରେ ପକାଇ ସ୍ବଚ୍ଛତା ପ୍ରତି ଯତ୍ନବାନ ହେବାକୁ ଉପଦେଶ ଦେଇଥିଲେ। ଏବଂ ସବୁ ସାଙ୍ଗ ସାଥି ଙ୍କୁ ଏ ବିଷୟରେ ବୁଝାଇ ଲଜ୍ୟା ଓ ଭୟ ରୁ ଦୂରରେ ରହି ନିଜକୁ ସୁରକ୍ଷିତ ରହିବା ଉପାୟ ବତାଇବା କୁ କହିଥିଲେ। ସେତେବେଳେ ଅନାଥ ଥିବା ବସୁନ୍ଧରା କୋଳେଇ ବଢାଇ ଥିବା ମାଙ୍କୁ ବେଶୀ ଖୋଜୁଥିଲା। ଆଜି ମାରିଆ କୁ ବିଗତ ଦିନ ର ସ୍ମୃତି ଦୋହରାଇ ପୁଣି ରଜସ୍ୱଳା ବୃତ୍ତାନ୍ତ କହି କାନ୍ଦି ଉଠିଥିଲା। କିନ୍ତୁ ନିଜକୁ ସମ୍ଭାଳି ଆଗକୁ ସେହି ରଜ ପ୍ରକ୍ରିୟା ଆମ ଭାରତ ମାଆ ବା, ବସୁମତୀ ଙ୍କ ପୃଷ୍ଠ ରେ ବି ଦେଖାଦେଇଥାଏ ବୋଲି ଆମ ଭାରତୀୟ ଙ୍କ ବିଶ୍ୱାସ ।ଭାରତ ଧରଣୀ ଜ୍ୟେଷ୍ଠ ଅନ୍ତ ଓ ଆଷାଢ଼ ପ୍ରାରମ୍ଭ ରେ ରଜସ୍ୱଳା ହୋଇଥାଏ। ଏହି ସମୟରେ ଗ୍ରୀଷ୍ମ ପ୍ରବାହ ଥମି ପହିଲି ବର୍ଷା ପୃଥିବୀ ପୃଷ୍ଠରେ ବରଷି ଥାଏ । ରଜ ତିନିଦିନ ଧରି ପାଳନ ହୁଏ। ପ୍ରଥମ ଦିନକୁ ପହିଲି ରଜ କୁହାଯାଏ। ଏ ଦିନ ଝିଅ,କୁଆଁରୀ,ବୋହୂ ମାନେ ସକାଳୁ ସ୍ନାନ ସାରି ଶୁଦ୍ଧପୂତ ହୋଇ ନୂତନ ବସ୍ତ୍ର ପରିଧାନ କରନ୍ତି।ସବୁରି ଘରେ ବିଭିନ୍ନ ରକମର ପିଠା, ପଣା ହୋଇଥାଏ। ସବୁଠୁ ପ୍ରସିଦ୍ଧ ପୋଡପିଠା ଏହି ରଜ ସମୟରେ ପ୍ରଧାନ ।ସମସ୍ତେ ଧନୀ ଗରୀବ ନିଜ ସାମର୍ଥ୍ୟ ଅନୁସାରେ ପୋଡପିଠା କରନ୍ତି।ସାହି ପଡିଶା ରେ ବଣ୍ଟନ କରନ୍ତି। ଦୂର ଗାଁରୁ ଝିଅ ମାନେ ଶାଶୁ ଘରୁ ବାପା ଘରକୁ ବୁଲି ଆସନ୍ତି। କୁଆଁରୀ ମାନେ ବର ଓହଳ, ଆମ୍ବ ଡାଳ ରେ ଦୋଳୀ ପକାଇ ଖେଳନ୍ତି। ଯେହେତୁ ବସୁମତୀ ରଜସ୍ୱଳା ତେଣୁ ସେ ଏହି ତିନିଦିନ ବିଶ୍ରାମ ରତ। ତାଙ୍କୁ ବାଧା ନ ଦେବାକୁ ଯାଇ ଝିଅ,ବୋହୂ ମାନେ ନଗ୍ନ ପାଦ ରେ ଭୂମି ସ୍ୱର୍ଷ କରନ୍ତି ନାହିଁ ।କଦଳୀ,ଗୁଆ ଖୋଳପା ରେ ପାଦ କୁ ଆଚ୍ଛାଦିତ କରି, ଷୋହଳ ଶୃଙ୍ଗାର ସାଜି, ଅଳତା, କଜ୍ଵଳ, ସିନ୍ଦୁର,ମେହେନ୍ଦି,ସଜବାଜ ହୋଇ ରଜ ପାନ ଚୋବାଇ ଦୋଳି ରେ ଝୁଲନ୍ତି।ଏବଂ ପାରମ୍ପରିକ ଗୀତ"ବନସ୍ତେ ଡାକିଲା ଗଜ,ବରଷକେ ଥରେ ଆସିିଛି ରଜ."...। ଗାନ କରନ୍ତି।ହସ ଉଲ୍ହାସ ରେ ଲୁଡୁ,କେରମ ,ଚେସ ଓ ଖୋ ଖୋ ଇତ୍ୟାଦି ଖେଳନ୍ତି।ପୁରୁଷ ମାନେ ତାସ,କବାଡି,ଦୌଡ ପ୍ରତିଯୋଗୀତା ଭଳି ଖେଳ ଖେଳି ରଜ ପାଳନ କରନ୍ତି।

ଦ୍ଵିତୀୟ ଦିବସ ଟି ମିଥୁନ ସଂକ୍ରାନ୍ତି ହୁଏ। ଗାଆଁ ଶିବ ମନ୍ଦିରରେ ଭଗବାନ ଙ୍କ ପୂଜା ଭକ୍ତି ରେ କରାଯାଏ। ସଙ୍କୀର୍ତ୍ତନ ମଣ୍ଡଳୀ ନାମ ସଙ୍କୀର୍ତ୍ତନ କରି ଗାଆଁ କୁ ଆହୁରି ମୁଖରିତ କରାଇ ଦିଅନ୍ତି। ସବୁରି ଘରେ ଖୁସି ବିଦ୍ୟମାନ ଥାଏ। ସମସ୍ତେ ଭାଇଚାରା ର ଅତୁଟ ପରମ୍ପରା କୁ ଗଭୀର ସହ ମାନି ପାଳନ କରୁଥାନ୍ତି।ତହିଁ ଆର ଦିନ ତୃତୀୟ ରଜ ପାଳିତ ହୁଏ।ବସୁମତୀ ଶୁଦ୍ଧ ହୁଅନ୍ତି। ସ୍ନା ନ କରି ନିଜର ପୂର୍ବ ଅବସ୍ଥା ପ୍ରାପ୍ତି ହୁଅନ୍ତି। ଏହି ଦିବସକୁ ବସୁମତୀ ସ୍ନାନ ଦିନ ବୋଲି କୁହାଯାଏ। ରଜସ୍ୱଳା ଧରଣୀ ପୂର୍ଣକ୍ଷମ ହୋଇ ଶସ୍ୟ ଉତ୍ପାଦନ ପାଇଁ ପ୍ରସ୍ତୁତ ହୋଇଥାନ୍ତି। ଘରେ ଘରେ ବସୁମତୀ ଙ୍କ ଉଦ୍ଧେଶ୍ୟ ରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ରନ୍ଧା ହୁଏ । ଭୋଗ ଲାଗି କରି ସମସ୍ଥେ ଏକାଠି ବସୁମତୀ ଙ୍କ ଆଶିଷ ପ୍ରାପ୍ତି କରନ୍ତି। ଚଷା ପୁଅ ହଳ ଲଙ୍ଗଳ ନେଇ ବିଲ କୁ ଯାଏ। ଭୂମି ଘର୍ଷଣ କରି ଶସ୍ୟ ରୋପଣ କରେ। ସେହି ପୁଣ୍ୟ ବସୁମାତା ସମ୍ପୂର୍ଣ୍ଣ ବିଶ୍ଵ କୁ ଖାଦ୍ୟ ଖୋରାକ ଯୋଗାଇ ପ୍ରାଣୀ ଜୀବନ କୁ ବଞ୍ଚାଇ ରଖନ୍ତି। ଏଭଳି ରଜ ସମାପନ ହୁଏ। ପୁଣି ଆଗାମୀ ରଜ କୁ ସମସ୍ତେ ଆବେଗ ଭରା ଚିତ୍ତ ରେ ପ୍ରତୀକ୍ଷା କରି ରୁହନ୍ତି। 


ଏହି ବରଷ ରଜ ପାଳିବା କୁ ବସୁନ୍ଧରା ଉତ୍କଣ୍ଠା ର ସହ ଅପେକ୍ଷା କରିଥିଲା ଗାଆଁ କୁ ଅନ୍ତତଃ ପାଞ୍ଚ ଦିନ ପାଇଁ ଯିବ।କିନ୍ତୁ ବିଧି କିଛି ଅଲଗା। ମାରିଆ ଧ୍ୟାନ ର ସହ ଶୁଣୁ ଥାଏ। ରଜସ୍ୱଳା ରୁ ରଜ ପାଳନ ପରମ୍ପରା। ତା ଦେଶ ତୁଳନା ରେ ଭାରତ ର ପରମ୍ପରା କେତେ ବିଶାଳ ମନେ ମନେ ଚିନ୍ତା କରୁଥିଲା।ହଠାତ୍ ବସୁନ୍ଧରା ର ଫୋନ୍ ବାଜି ଉଠିଲା।ଏବଂ ସବୁଜ ସଂକେତ ମିଳିଥିଲା ଭାରତ ଦଶ ଦିନ ପାଇଁ ଯିବାକୁ।ବସୁନ୍ଧରା କୋହ ଭରା କଣ୍ଠ ରେ ମାରିଆ କୁ ଖୁସି ଖବର ଜଣାଇ ଗାଆଁ କୁ ଆସିବା କୁ ବ୍ୟବସ୍ଥା ରେ ମନ ବାଳାଇଲା।

ମାରିଆ ବି ଭାରତ ଆସିବା କୁ ଆଗରୁ କହିଥିଲା।ସେ ବି ବସୁନ୍ଧରା ସହ ଆସିବାକୁ ସ୍ଥିର କରି ଦୁହେଁ ଭାରତ ଆସିଗଲେ। ବାପା ଙ୍କ ଖୁସି କହିଲେ ନ ସରେ। ବସୁନ୍ଧରା ର ଭାଇ ଯୋଗ୍ୟ ହୋଇସାରିଥିଲା।ସେ ଭାରତ ସରକାରଙ୍କ ଅଧୀନ ରେ ଦିଲ୍ଲୀ ରେ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ରେ ସଚିବ ଭାବେ କାର୍ଯ୍ୟ ରତ ଥିଲା। ଭୌଣୀ କେନ୍ଦ୍ରୀୟ ବିଦ୍ୟାଳୟ ରେ ଶିକ୍ଷକ ହୋଇସାରିଥିଲା। ବାପା ଅବସର ନେଇ ଗାଆଁ ରେ ରହି ବସୁନ୍ଧରା ର ବିବାହ ବିଷୟରେ ଚିନ୍ତା କରୁଥିଲେ। ହେଲେ ଏବେ ରଜ ମଉଜ ଚାଲିଛି।ସମସ୍ତେ ଉପସ୍ଥିତ ମାରିଆ ସହ। ଏ ସୁଯୋଗ ର ଭର ପୁର ଆନନ୍ଦ ବସୁନ୍ଧରା,ମାରିଆ, ଓ ବସୁନ୍ଧରା ର ଭଉଣୀ ତା ସାଙ୍ଗ ସାଥି ମିଶି , ବସୁନ୍ଧରା ବର୍ଣନା କରିଥିବା ରଜ ଉଛବ ବେଶ ସଠିକ୍ ଭାବେ ମିଶି ପାଳନ କଲେ। ବର୍ଷା ଭିଜା ମାଟି,ଗାଆଁ ଦେଉଳ ବର ଓହଳ ର ଦୋଳି ଖେଳ,ବୋହୂ ମାନେ ଲାଜୁଆ ଲାଜୁଆ ଚାହାଣି ଓ ତର ତର ପାହୁଣ୍ଡ ପକାଇ ସ୍ଵଗୃହ ପ୍ରତ୍ୟାବର୍ତ୍ତନ,ଦୋଳି ଖେଳୁ ଥିବା କୁଆରୀ ଙ୍କୁ ଦେଖି ବୋହୂ ମାନଙ୍କର ଈର୍ଷା, ରଜ ପାନ ରେ ନାଲିଆ ଓଠ କୁ ରଜ ଗୀତ, ତା ସାଙ୍ଗ କୁ ଝିପ ଝିପ ବର୍ଷା ଓ ପୂଜା ମନ୍ତ୍ର ହୂଳ ହୁଳୀ,ହରେ କୃଷ୍ଣ ହରେ ରାମ ଧ୍ଵନି ଗାଆଁ କୁ ସ୍ଵର୍ଗ ଭାବେ

ଦେଖୁଥିବା , ମାରିଆ , ଆତ୍ମବିଭୋର ହୋଇଯାଇଥିଲା। ସେ ମନେ ମନେ ବସୁନ୍ଧରାର ଭାଇ ପ୍ରତି ଆକୃଷ୍ଟ ହୋଇଯାଇଥିଲା ଏବଂ ଭାରତ କୁ ନିଜର ଘର କରିବ ବୋଲି ଭାବି ନେଇଥିଲା ବସୁନ୍ଧରା ର ଭାଇ ସହ ବିବାହ କରି। 

ବସୁନ୍ଧରା ଆମେରିକା ରେ ମାରିଆ କୁ ଖୁବ୍ ନିକଟରୁ ଦେଖିଥିଲା।ତାର କଥା ବାର୍ତ୍ତା,ଚାଲି ଚଳନ ଆମେରିକା ବାସିନ୍ଦା ଙ୍କ ଠାରୁ ସମ୍ପୂର୍ଣ ପୃଥକ୍ ଥିଲା। ସେ ଉଭୟ ମାରିଆ ଓ ଭାଇ ର ହାବ ଭାବ ଅନୁଧ୍ୟାନ କରି ଜାଣି ପାରିଥିଲା ଦୁହେଁ ପରସ୍ପର କୁ ଚାହାନ୍ତି ଏଇ ଆଠ ଦିନ ଭିତରେ। ତେଣୁ ରଜ ମଉକା ରେ ବାପାଙ୍କୁ ମାରିଆ କୁ ବୋହୂ କରିବା ପାଇଁ ପ୍ରସ୍ତାବ ଦେଲା। ବାପା କିନ୍ତୁ ରାଜି ହେଲେ ନାହିଁ। ଯେଉଁ ଦିନ ପର୍ଯ୍ୟନ୍ତ ବସୁନ୍ଧରା ର ବିବାହ ହୋଇନି ସେ ପର୍ଯ୍ୟନ୍ତ ଏହା ସମ୍ଭବ ନୁହେଁ। ବସୁନ୍ଧରା ଏକଥା ରେ ଅରାଜି ନ ହୋଇ ସେ ଉପଯୁକ୍ତ ପାତ୍ର ଦେଖି ବିବାହ ସହମତି ବାପାଙ୍କ ଉପରେ ନ୍ୟସ୍ତ କରି ଭାଇ ର ପ୍ରସ୍ତାବ ମଞ୍ଜୁରୀ କରାଇ ନେଲା।

ମାରିଆ କୁ ରଜ ପରମ୍ପରା ର କାହାଣୀ ରେ କହିଥିଲା; ଆମେ ଭଉଣୀ ମାନେ ରଜ ପାଳି ଘର ର ସର୍ବାଙ୍ଗିନ ଉନ୍ନତି ସହ ଭାଇ ର ବି ସମୂହ ଉନ୍ନତି ଚାହୁଁ।ତେଣୁ ରଜ ଗୀତ ବୋଲାଯାଏ"ରଜ ଦୋଳି କଟକଟ,ମୋଭାଇ ମୁଣ୍ଡରେ ସୁନା ମୁକୁଟ,

ସୁନା ମୁକୁଟ ଲୋ,

ସଦା ଦିଶୁ ଥାଉ ଝଟ ମଟ"......।

 

ମାରିଆ କୁ ଏହାର ଭାବାର୍ଥ ବୁଝାଇ ପୋଡ଼ ପିଠା ସମସ୍ତ ଙ୍କୁ ବାଣ୍ଟୁ ଥାଏ ବସୁନ୍ଧରା।


କାଳ କ୍ରମେ ଛୁଟି ସରିବା କୁ ଆସେ। ରଜ ବି ବିଦାୟ ନିଏ।ବାପା ଆର ରଜ ଆଗତ ବେଳକୁ ପୁଅର ବିବାହ ସ୍ଥିର କରି ଆଉ ଦୁଇ ଭଉଣୀଙ୍କ ପାଇଁ ସତ୍ପାତ୍ର ଯୋଗାଡ଼ କରି ବାକୁ ପ୍ରୟାସ କରି ଖୁବ୍ ଶୀଘ୍ର ପୁଣି ସଭିଙ୍କୁ ଏକତ୍ର କରିବା ଲକ୍ଷ ରେ ପଦକ୍ଷେପ ନେବାକୁ ଚିନ୍ତାଗ୍ରସ୍ତ ଥିଲା ବେଳେ ଛୁଆ ମାନେ ଗନ୍ତବ୍ୟ ସ୍ଥଳ କୁ ଫେରି ଯାଇଥିଲେ।


Rate this content
Log in

More oriya story from Pratap Chandra Mishra

Similar oriya story from Romance