kamal kumar dash

Inspirational

2  

kamal kumar dash

Inspirational

ରିଟାୟାରମେଣ୍ଟ

ରିଟାୟାରମେଣ୍ଟ

1 min
108



ସୀତାରାମ ବାବୁଙ୍କ ରିଟାୟାରମେଣ୍ଟ ଆଉ ଦୁଇ ବର୍ଷ ବାକିଥାଏ | କିନ୍ତୁ କରୋନା ଯୋଗୁଁ ଅଫିସରେ ତାଙ୍କ ଉପରେ କାମର ବୋଝ ବଢିଗଲା |ଲକ ଡାଉନ ଓ ସଟଡାଉନରେ କାମ ଠିକ ସମୟରେ ହୋଇପାରୁନଥିଲା ତେଣୁ ତାଙ୍କୁ ପ୍ରାୟ ବଡ଼ ଅଫିସର ମାନଙ୍କଠାରୁ ଗାଳି ଶୁଣିବାକୁ ପଡୁଥିଲା | ତେଣୁ ସେ ଭାବୁଥିଲେ ସ୍ୱଇଚ୍ଛାରେ ରିଟାୟାରମେଣ୍ଟ ନେବାକୁ ହେଲେ ଝିଅର ବାହାଘର ,ଘର ଓ ଗାଡିର କିସ୍ତି ଅନେକ ବାକି ଥିଲା | ସେ ସବୁକୁ ଆଖି ଆଗରେ ରଖି ସେ ଚୁପ ରହୁଥିଲେ | ରିଟାୟାରମେଣ୍ଟ କଥା ଶୁଣିଲେ ଶ୍ରୀମତୀ ବି ଖିଟ ଖିଟ ହେଉଥିଲେ ତେଣୁ ସେ ଟିକେ ପଛକୁ ଫେରୁଥିଲେ | ହେଲେ ଦିନେ କିନ୍ତୁ ବଡ଼ ସାରଙ୍କ କଥା ତାଙ୍କର ଅସହ୍ୟ ହୋଇଗଲା ସେ ରିଟାୟାରମେଣ୍ଟ ଲେଖି ଚାଲି ଆସିଲେ ଓ କାହାକୁ କିଛି ନକହି ଛାତ ଉପରେ ବସିଗଲେ | ମନେ ମନେ ଭାବୁଥିଲେ କାମ କରି କରି ୩୩ ବର୍ଷ ବିତି ଗଲାଣି ଆଉ କେତେ ଦିନ କରିବି | ଯାହା ଟଙ୍କା ମିଳିବ ସେଥିରେ ଝିଅ ବାହାଘର ହୋଇ କିଛି ବଳିବ ତାକୁ ନେଇ ଗାଁକୁ ଚାଲିଯିବା ଓ ସେଠି ପେନଶନ ଟଙ୍କାରେ ଚଳିହେବ | ପଛକୁ ଚାହିଁ ଦେଖିଲେ ସ୍ତ୍ରୀ ଓ ଝିଅ ଠିଆ ହୋଇଛନ୍ତି | ସେମାନେ କହୁଥିଲେ ଆମେ ତମ ସାଥିରେ ଅଛୁ କିଛି ଚିନ୍ତା କରନାହିଁ | ତାଙ୍କୁ କୁଣ୍ଢାଇ ସୀତାରାମ ବାବୁ ହସୁଥିଲେ, ତାଙ୍କ ଆଖିରେ ଥିଲା ସଫଳତା ଓ ଶାନ୍ତିର ହସ | 



Rate this content
Log in

Similar oriya story from Inspirational