ରାସ୍ତା ଧାରେ
ରାସ୍ତା ଧାରେ
ରାସ୍ତା ତ ରାସ୍ତା ଘାଟି ରାସ୍ତା । କଡେ କଡେ ବିରାଟ ପାହାଡ଼ ଟିକେ ଅଣହୁସିଆର ହେଲେ ବିପଦ ପୁଣି ସର୍ପିଳ ଗତିରେ ଆଗକୁ ବଢିଛି ରାସ୍ତା ତ ଜଣା ପଡୁନି ଆଗରୁ କୋଉ ଗାଡି ଆସୁଛି କି ନାହିଁ ପୁଣି ଆଗ ଗାଡି ଯଦି ଧିର ମନ୍ଥର ଗତିରେ ଯାଉଛି ତ ତାକୁ କାଟିକି ବି ଯାଇହେବନି କିନ୍ତୁ ତା ଭିତରେ ନଜର ପଡୁଛି ଜନଜାତି ଆଦିବାସୀମାନଙ୍କ ଗ୍ରାମ ଓ କିଛି ସନ୍ଧ୍ୟା ବାହୁଡା଼ର ଦୃଶ୍ୟ ତ ଛବିରେ ଦେଖିଥିବା ଚିତ୍ରପଟ ପରି ମନେ ହେଉଛି । ଏହି ସମୟରେ ଗାଡ଼ିରୁ ତେଲ ସରିଗଲା ତ ଭଗବାନଙ୍କୁ ଡାକୁ ଡାକୁ ତେଲ ଟାଙ୍କି ପାଖରେ ଗାଡି ଅଟକି ଥିଲା। ବୟୋଜ୍ୟେଷ୍ଟଙ୍କୁ ମଧ୍ୟ ଲାର୍ଟିନ ଯିବାର ସୁବିଧା ମିଳିଗଲା ହେଲେ ତେଲ ଟାଙ୍କିରେ ତେଲ ଭରୁଥିବା ଜୈନିକ କର୍ମଚାରୀଙ୍କ ବ୍ୟବହାର ଭୟଭୀତ କଲା ତ ଗାଡି ଭିତରେ ଥିବା ଦୁଇ ମାଆ ଝିଅ ସ୍ତ୍ରୀଲୋକ ହିସାବରେ ଡରିଯାଇଥିଲେ ଅଧିକା । ନିଜ ଦେହ ମୁଣ୍ଡରେ ଥିବା ଗହଣା ଗାଣ୍ଠିକୁ ଘୋଡାଇ ରଖିବା ଅପଚେଷ୍ଟା ଭିତରେ ଫେରିବା ଦିଗ ଭୁଲିଯାଇଥିଲେ ଗାଡିମାଲିକ ତଥା ଚାଳକ ତ ଗାଡି ପହଞ୍ଚିଥିଲା ମାଓବାଦୀ ପ୍ରବଣ କୌଣସି ଏକ ଇଲାକାରେ । ସେଥିରେ ଫେରିବା ବେଳେ ସେହି ତେଲଟାଙ୍କିର କର୍ମଚାରୀଙ୍କର ଗାଡି ଭିତରକୁ ବାରମ୍ବାର ଚାହିଁବା, ଗାଡିନମ୍ବର ଦେଖି ଅମୁକ/ସମୁକ ଜାଗାରୁ ଆସିଛନ୍ତି କି ବୋଲି ପଚାରିବା, ତଥା ଗାଡି ଫେରିବା ସଙ୍ଗେ ସଙ୍ଗେ କାହାକୁ ଫୋନ କରିବା ଇତ୍ୟାଦି, କେମିତି କେମିତି ଅସହଜ ଭାବପ୍ରବଣତାରେ ପୁଣି ଓଲଟା ଦିଗରେ ଗାଡି ଆସିବା ପୁଣି ମାଓପ୍ରବଣ ଗ୍ରାମ ଭିତରେ ପଶିବା ବଡ଼ ଦୟନୀୟ ଅବସ୍ଥା ଥିଲା l
ଦୂରରୁ ଦେଖାଗଲା କେତେ ଲୋକ ଟାଙ୍ଗିଆ ବର୍ଚ୍ଛା ଫାର୍ଶା ଇତ୍ୟାଦି ହାତରେ ଧରି ଗଞ୍ଜା ଲଢେଇରେ ବ୍ୟସ୍ତ ରହିଛନ୍ତି ତ ଗାଡିରଖିବାକୁ ବାଧ୍ୟ ସେଠାରେ କାରଣ ଗନ୍ତବ୍ୟସ୍ଥଳର ବାଟ ଭୁଲିହୋଇଯାଇଥିଲା । ଅନେକ ଅଗରୁ ତ ବାଧ୍ୟରେ ଗାଡିଭିତରୁ ଥାଇ ପଚାରିବାରେ ମାଡି ଆସିଲେ ଦଳେ ଲୋକ ହାତରେ ହାତ ହତିଆର ସହ ଓଡ଼ିଆ ବୁଝୁଥିଲେ, ଆମ ଲକ୍ଷ୍ୟସ୍ଥଳର ଠିକଣା ଅପେକ୍ଷା କୋଉଠୁ ଆସିଛନ୍ତିର ପ୍ରଶ୍ନରେ ଆମେ ସତ ହିଁ କହିଥିଲୁ ପୁରୀ, ବୁଝିନପାରି ସେମାନେ ପୁଣି କେତେ କଥା ପଚାରିବା ସହ ଗାଡି ଭିତରକୁ ଝୁଙ୍କି ପଡି ନଡ଼ିଆ ବସ୍ତା ଦେଖି ଜଗନ୍ନାଥ ଦେଶରୁ କି ଉତ୍ତର ଆସ୍ତିସୂଚକ ପାଇ କି ଅଭ୍ୟର୍ଥନା ଆମକୁ ଆଉ ଭୁଲିବାର ନଥିଲା ହେଲେ ଗଞ୍ଜା ଲଢେଇରେ କ୍ଷତାକ୍ତ ହେଉ ହେଉ ପୁଣି ସଂଗ୍ରାମ ଜାରି ରଖୁଥିବା ଭଳି ଆମ ଅବସ୍ଥା । ମାଆ ଝିଅ ଦୁହେଁ କାନ୍ଦି ପକେଇଲେଣି କାରଣ ପୁରୁଷ ଲୋକମାନଙ୍କୁ ଫୁଲମାଳ ପିନ୍ଧେଇ ସେମାନେ କାନ୍ଧୁଅ କରି କୁଆଡେ ନେଇଗଲେ ତ ଜଗନ୍ନାଥଙ୍କୁ ଡାକିବା ଛଡ଼ା ଅନ୍ୟ ଉପାୟ ନଥିଲା ହେଲେ କିଛି ସମୟ ପରେ ସେମାନେ "ଜୟ ପ୍ରଭୁ ଜଗନାଥିଆ" କହି କହି ଗାଡ଼ିପାଖରେ ଛାଡି ଦେଇ ଗଲେ ପୁରୁଷ ଲୋକଙ୍କୁ ଆଉ ମାଆ ଝିଅଙ୍କୁ ଭିଡ଼ିନେଇ କେତେ ରକମର ବଣୁଆ ଫୁଲ ଫଳ ସହ ଝୁଣା ଦେଇ, ଜଗନାଥିଆଙ୍କୁ ଦେବୁ କହି ଠିକଣା ବତେଇ ବିଦାୟ ଦେଇଥିଲେ ସତ ହେଲେ ବାଟ କଡେ କଡେ ଚିତ୍ରପଟ ପରି ଅନେକ ଦୃଶ୍ୟରେ ବିମୋହିତ ନହୋଇ ଆଜି ସେକଥା ଭାବିଲେ ମନ ଆନ୍ଦୋଳିତ ହୁଏ l