STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ରାମ ଏକଦିନ ଚଂଗ ଉଡ଼ାଇ

ରାମ ଏକଦିନ ଚଂଗ ଉଡ଼ାଇ

3 mins
11



ଆମ ଭାରତବର୍ଷରେ ମକର ସଂକ୍ରାନ୍ତି ଏକ ବିଶିଷ୍ଟ ପର୍ବ l ଏହା ବିଭିନ୍ନ ପ୍ରଦେଶରେ ଭିନ୍ନ ଭିନ୍ନ ନାମରେ ମହା ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥାଏ l ଏହିଦିନ ଆଉଏକ ନିଆରା ପରମ୍ପରା ରହିଛି ଗୁଡ଼ି ଉଡ଼ା l ମକର ସଂକ୍ରାନ୍ତିରେ ଓଡ଼ିଶାର ଚୌଦ୍ବାର ଓ କଟକ ସହର ଦ୍ବୟ ଗୁଡ଼ିଉଡ଼ା ପାଇଁ ଉତ୍ସବ ମୁଖର ହୋଇଉଠେ l ଆକାଶରେ ଚକ୍କରକାଟି ଉଡ଼ି ବୁଲନ୍ତି ରଙ୍ଗ ବେରଙ୍ଗର ଗୁଡ଼ି, ଆଉ ଗୁଡ଼ିର ତାଳେ ତାଳେ ଝଙ୍କୃତ ହୋଇଉଠେ ଖୋକା ଭାଇଙ୍କ ସେହି ପୁରୁଣା ଗୀତ "ଉଡ଼ି ଉଡ଼ି ଉଡ଼ି ଯାଆରେ ଗୁଡ଼ି " l ମକର ସଂକ୍ରାନ୍ତିରେ ଏହି ଗୁଡ଼ି ଉଡ଼ା ପରମ୍ପରା ରାମାୟଣ ଯୁଗରୁ ଆସିଛି l ଏ ନେଇ ପ୍ରାଚୀନ ତାମିଲ ରାମ କଥାରେ ଏକ ସୁନ୍ଦର କାହାଣୀ ରହିଛି l

ଶ୍ରୀରାମଙ୍କ ବାଲ୍ୟ କାଳର କଥା l ବାଳକ ଶ୍ରୀରାମ ଦିନେ ଭାଇ ମାନଙ୍କ ସହିତ କ୍ରୀଡ଼ା କରୁଥାନ୍ତି l ସେ ଦିନ ଥାଏ ମକର ସଂକ୍ରାନ୍ତି l ସୂର୍ଯ୍ୟଙ୍କ ଉତ୍ତରାୟଣ ଯୋଗୁଁ ଦୂର୍ଯ୍ୟ ବଂଶ ରାଜଧାନୀ ଅଯୋଧ୍ୟା ସୂର୍ଯ୍ୟଙ୍କ ଆରାଧନା ପାଇଁ ଚଳ ଚଞ୍ଚଳ ହୋଇ ପଡ଼ିଥାଏ l ପ୍ରଭୁ ଶ୍ରୀରାମ ଭାଇମାନଙ୍କୁ କହିଲେ, ଚାଲ ଆଜି ଆମେ ଏକ ନୂଆଖେଳ ଖେଳିବା l ଏମିତି କହି ପ୍ରଭୁ ଏକ ସୁନ୍ଦର ରଙ୍ଗ ରଙ୍ଗିଆ ଗୁଡ଼ି ଉଡ଼ାଇବାରେ ଲାଗିଲେ l ଆକାଶରେ ଗୁଡ଼ିଟି ହଲି ଦୋହଲି ଉଡ଼ି ବୁଲୁଥାଏ l ଭାଇ ମାନେ ସେହି ଗୁଡ଼ି ଉଡାକୁ ଖୁବ୍ ଉପଭୋଗ କରୁ ଥାନ୍ତି l ଗୁଡ଼ି ଉଡାଉ ଉଡ଼ାଉ ଶ୍ରୀରାମ ଗୁଡ଼ିର ସୂତାଟିକୁ ଆସ୍ତେ ଆସ୍ତେ ଏତେ ଢିଲା କରି ଦେଲେ ଯେ ଗୁଡ଼ିଟି ଉଡ଼ି ଉଡ଼ି ଯାଇ ଇନ୍ଦ୍ର ଲୋକରେ ପହଞ୍ଚି ଗଲା l ଏହାକୁ ଲକ୍ଷ୍ୟକରି ଦୋହାଟିଏ ଅଛି:-

    ରାମ ଏକଦିନ ଚଂଗ ଉଡ଼ାଇ l

    ଇନ୍ଦ୍ରଲୋକ ମେ ପହୁଞ୍ଚି ଯାଇ ll

ଏଡ଼େ ସୁନ୍ଦର ଗୁଡ଼ିଟିକୁ ଦେଖି ଅମରାବତୀ ପୁରରେ ସମସ୍ତେ ଚକିତ ହେଲେ l ସମସ୍ତେ କୁହାକୁହି ହେଲେ ଆରେ ଏ ସୁନ୍ଦର ଗୁଡ଼ିଟି କୁଆଡୁ ଆସିଲା l ଇନ୍ଦ୍ରପୁତ୍ର ଜୟନ୍ତଙ୍କ ସ୍ତ୍ରୀ କହିଲେ,ଏହି ସୁନ୍ଦର ଗୁଡ଼ିଟି ଯାହାଙ୍କ ପାଖରୁ ଆସିଛି ସେ କେଡ଼େ ସୁନ୍ଦର ନ ହୋଇଥିବେ ସତେ !! ଏପରି କହି, ସେ ଗୁଡ଼ିଟିକୁ ପାଖରେ ରଖି ଦେଇ କହିଲେ, ଇଏ ମୋ ପାଖରେ ଥାଉ l ଏହାକୁ ଛାଡିଥିବା ଲୋକଟି ନେବା ପାଇଁ ଆସିଲେ ମୁଁ ସେହି ସୁନ୍ଦର ପୁରୁଷଙ୍କୁ ଦର୍ଶନ କରିବି l ସେ କହିଲେ:-

    ଯାସୁ ଚଙ୍ଗ ଅସ ସୁନ୍ଦରତାଇ l

   ସୋ ପୁରୁଷ ଜଗ ମେଁ ଅଧିକାଇ ll

ଇଆଡ଼େ ଶ୍ରୀରାମ ଗୁଡ଼ିଟିକୁ ଯେତେ ଟାଣିଲେ ମଧ୍ୟ ତାହା ଆଉ ଖସିଲାନାହିଁ l କଅଣ କରା ଯିବ l ଗୁଡ଼ି କାହିଁ କେତେ ଯୋଜନ ଉପରକୁ ଚାଲି ଯାଇଛି l କିଏ ଆଣିବ ତାକୁ l ହନୁମାନ ସେତେବେଳେ ଖୁବ୍ ଛୋଟଥାନ୍ତି ଓ ପମ୍ପାସର କୁଳରେ ମାଆ ଅଞ୍ଜନାଙ୍କ ସହ ରହୁଥାନ୍ତି l ଶ୍ରୀରାମ ସ୍ମରଣ କଲାରୁ ହନୁମାନ ଇନ୍ଦ୍ରଲୋକ ଯାତ୍ରା କଲେ ଗୁଡ଼ିଟି ଫେରାଇଆଣିବା ପାଇଁ l କିନ୍ତୁ ସେ ନିରାଶ ହୋଇ ଫେରି ଆସିଲେ l ଜୟନ୍ତଙ୍କ ପତ୍ନୀ ହନୁମାନଙ୍କୁ କହିଲେ, ତୁମେ ଯାଅ, ସେ ଗୁଡ଼ି ବାଲାକୁ କହିବ, ସେ ନିଜେ ଆସିବ l ମୁଁ ତା

କୁ ଦେଖିଲେ ଗୁଡ଼ି ଫେରାଇ ଦେବି l

ହନୁମାନଙ୍କ ଠାରୁ ସମସ୍ତ ବୃତ୍ତାନ୍ତ ଶୁଣି ତାଙ୍କୁ ପୁଣି ସନ୍ଦେଶ ଦେଇ ଶ୍ରୀରାମ ଇନ୍ଦ୍ରଲୋକ ପଠାଇଲେ l ଭକ୍ତର ମନକଥା ଜାଣି ସେ ହନୁମାନଙ୍କୁ କହିଲେ, ତୁମେ ଯାଅ ତାଙ୍କୁ କହିବ ସେ ମୋ ଦର୍ଶନ ନିଶ୍ଚୟ ପାଇବେ l କିନ୍ତୁ ବର୍ତ୍ତମାନ ନୁହେଁ l ମୁଁ ଯାଇ ଦିନେ ଚିତ୍ରକୁଟରେ ନିବାସ କରିବି l ସେଇଠି ସେ ମୋର ଦର୍ଶନ ଲାଭ କରିବେ l

ହନୁମାନ ରାମଙ୍କ ବାର୍ତ୍ତା ଯାଇ ଜୟନ୍ତଙ୍କ ପତ୍ନୀଙ୍କୁ କହିବାରୁ ସେ ଧରି ଥିବା ଗୁଡ଼ିଟିକୁ ଛାଡ଼ି ଦେଲେ l ଶ୍ରୀରାମ ଗୁଡ଼ିର ଡୋରକୁ ଧିରେ ଧିରେ ଟାଣିବାରୁ ତାହା ତଳକୁ ଖସି ଆସିଲା l 

     ତିନ ତବ ସୁନତ ତୁରନ୍ତ ହି 

       ଦିହ୍ନି ଛୋଡ଼ ପତଙ୍ଗା l

      ଖେଁଚ ଲଇ ପ୍ରଭୁ ବେଗ ହି 

      ଖେଲତ ବାଲକ ସଂଗା ll

ଘଟଣା କ୍ରମେ, ଶ୍ରୀରାମ ପିତୃସତ୍ୟ ପାଳନ ପୂର୍ବକ ବନବାସରେ ଯାଇ, ମନ୍ଦାକିନୀ ନଦୀ ତୀରରେ ଚିତ୍ରକୁଟ ଠାରେ ବାସ କଲେ l ଦିନକର କଥା, ପ୍ରଭୁ ସୁନ୍ଦର ଫୁଲ ଗୁଡ଼ିଏ ତୋଳି ଆଣି ସେଥିରେ ନିଜ ହାତରେ ନନା ପ୍ରକାର ଆଭୂଷଣ ତିଆରି କରି, ଏକ ସ୍ଫଟିକ ଶିଳାରେ ବସି, ମାଆ ଜାନକୀଙ୍କୁ ଅତି ଆଦରରେ ପିନ୍ଧାଇ ଦେଉ ଥାନ୍ତି l ଏହି ସମୟରେ କୁବୁଦ୍ଧି ଇନ୍ଦ୍ରପୁତ୍ର ଜୟନ୍ତ, ପ୍ରଭୁଙ୍କ ବଳ କଳିବାପାଇଁ ଇଚ୍ଛା କରି ଏକ କାଉବେଶ ଧରି ଆସି ସେଠାରେ ପହଞ୍ଚିଲା l ଛଦ୍ମବେଶୀ କୁଆ ଆସି ମାଆ ଜାନକୀଙ୍କ ଗୋଟିଏ ପାଦକୁ ଖୁମ୍ପିଦେଇ ପଳାଇଗଲା l ମାତାଙ୍କ ପାଦରୁ ଝରଝର ରକ୍ତ ବହିଲା l ଏହା ଦେଖି ପ୍ରଭୁ ଧନୁରେ ଶରକଣ୍ଡା ଘାସର ନାଡ଼ଟିଏ ବାଣରୂପେ ଖଞ୍ଜିଦେଇ ସେ କୁଆ ଉପରକୁ ଛାଡ଼ିଦେଲେ l ଅଭିମନ୍ତ୍ରିତ ସେ ବ୍ରହ୍ମବାଣ କୁଆ ଆଡ଼କୁ ଆସୁଛି ଦେଖି, ଭୀତ ତ୍ରସ୍ତ ହୋଇ ସେ ପଳାଇବାକୁ ଲାଗିଲା ଓ ନିଜର ପ୍ରକୃତ ରୂପ ଧରି ଯାଇ ପିତା ଇନ୍ଦ୍ରଙ୍କ ନିକଟରେ ପହଞ୍ଚିଲା l ରାମଦ୍ରୋହୀ ଚିନ୍ତା କରି ଦେବରାଜ ପୁତ୍ର ଜୟନ୍ତକୁ ଆଶ୍ରୟ ଦେଲେନାହିଁ l ଭୟାତୁର ଓ ଆକୁଳ ହୋଇ ସେ ଆଶ୍ରୟ ଖୋଜିଖୋଜି ବ୍ରହ୍ମଲୋକ, ଶିବ ଲୋକ ଆଦି ସବୁଲୋକ ବୁଲିଗଲା, କିନ୍ତୁ କେଉଁଠି ହେଲେ ଆଶ୍ରୟ ପାଇଲା ନାହିଁ l

ଏହି ଅବସ୍ଥାରେ ଜୟନ୍ତଙ୍କ ଦେବର୍ଷି ନାରଦଙ୍କ ସହ ଭେଟହେଲା l ଜୟନ୍ତକୁ ଦେବର୍ଷି ବୁଝାଇ କହିଲେ, ଅନ୍ୟ ଗତି ନାହିଁ l ତୁ ଯାଆ, ପ୍ରଭୁଙ୍କ ଶରଣ ପଶ l ଦେବର୍ଷିଙ୍କ ଉପଦେଶ ମାନି, ଜୟନ୍ତ ପତ୍ନୀଙ୍କ ସହ ଯାଇ ପ୍ରଭୁଙ୍କ ପାଖରେ ପହଞ୍ଚି କହିଲା, ' ହେ ପ୍ରଭୁ ! ମୁଁ ଅଜ୍ଞାନ l ଦୁର୍ବୁଦ୍ଧିରୁ ମୁଁ ଆପଣଙ୍କ ବଳ ପରଖିବା ପାଇଁ ଚାହିଁଥିଲି l ଏବେ ମୁଁ ମୋ କୃତ କର୍ମର ଫଳ ପାଇଗଲି l ପ୍ରଭୁ ତାର ପ୍ରାର୍ଥନାରେ ଦୟା ପରବଶ ହୋଇ ତାହାର ଡାହାଣ ଆଖିଟିକୁ କଣା କରି ଛାଡ଼ି ଦେଲେ l ଜୟନ୍ତଙ୍କ ପତ୍ନୀଙ୍କ ରାମଦର୍ଶନ ଅଭିଳାଷ ପୂରଣ ହେଲା, କିନ୍ତୁ ସେହିଦିନ ଠାରୁ କାକର ଦୃଷ୍ଟି ସବୁଦିନ ପାଇଁ ବକ୍ର ହୋଇଗଲା l

     


Rate this content
Log in

Similar oriya story from Inspirational