ରାକ୍ଷୀ୪ଭାଗ
ରାକ୍ଷୀ୪ଭାଗ


ଶ୍ରୀୟା ଘରେ ପହଁଚିଲା ପଯ୍ୟନ୍ତ ରାକ୍ଷୀ କିଣିବା ସମୟର ପରିସ୍ଥିତି କୁ ମନେ ମନେ ଭାବୁଥାଏ। ତାର ସାଙ୍ଗର କଥାଟା ଯେତିକି ନୁହେଁ ରାକ୍ଷୀ ଚୋରିକରି ନେବା ଓ ଦୋକାନୀର ବିଦ୍ରୁପ ତାରମନକୁ ଆନ୍ଦୋଳିତ କରୁଥାଏ ।ସେ ଝିଅମାନଙ୍କ ବିକୃତ କାର୍ଯ୍ୟ ଓ ଦୋକାନିକୁ ଚୋରିକରି ନେଇଥିବା ରକ୍ଷୀର ମୂଲ୍ୟ ଦେବା ଆଦି ଘଟଣା ଉପରେ ମନ ଆନ୍ଦୋଳିତ କରୁଥାଏ।ଏହିସମୟରେ ସାନଭାଇ ବିରୂପାକ୍ଷ ଆସି ପଚାରିଲା । ଦେଖି କେମିତି ରାକ୍ଷୀ ବୋଲି କହିଲା। ନିଜ ଭେନିଟ ବ୍ୟାଗରୁ ବାହାରକରି ଦେଖେଇଲା ଶ୍ରୀୟା। ବିରୂପାକ୍ଷ କହିଲା, କେତେନେଲା?ଶ୍ରୀୟା କହିଲା, ପସନ୍ଦ ହୋଇଛି ନା ନାହିଁ ଆଗେ କହ। ବିରୂପାକ୍ଷ କହିଲା, ହଁ ବହୁତ ଭଲ ଲାଗୁଛି।ଦାମ କେତେ କହିଲୁ ? ଶ୍ରୀୟା ପଚାରିଲା। କେତେ?ମାତ୍ର ପାଞ୍ଚଶହ। ଏତେ ଟଙ୍କାର ରାକ୍ଷୀ&nb
sp;କାହିଁକି ଆଣିଲୁ?ମୋ ପାଖରେ ରୁ ତ କିଛି ପାଇବୁ ନାହୁଁ।ବିରୂପକ୍ଷ କହିଲା। ଶ୍ରୀୟା ମନେ ମନେ ତାର ସାଙ୍ଗ କଥା ମନେ ପଡ଼ିଲା। କହିଲା ମୋର ଭାଇକୁ ବର୍ଷକୁ ଥରେ ରାକ୍ଷୀ ଦେବି ସେଥିରେ ଯଦି ତୋର ପସନ୍ଦ ନଥିବ ତେବେ ମତେ ଓ ତତେ ଦୁଇଜଣଙ୍କୁ କଷ୍ଟ ଦେବ। ତେଣୁ ବିରୂପକ୍ଷ କହିଲା ,ଦେଖ ଦିଦି, ମୋର ଚାକିରୀ ହେଲେ ତୋର ଋଣ ସୁଝିଦେବି । କ'ଣ କହିଲୁ, ଋଣ ସୁଝିବୁ, ଅରେ ସୁଝିବୁତ କେତେ ବାଟ ଅଛି । ଶ୍ରଦ୍ଧା ଓ ସଂମ୍ମାନ ଠାରୁ କ'ଣ ଟଙ୍କା ପଇସା ବଡ। ସେମିତି କହିଲେ ଏ ରାକ୍ଷୀ ତତେ ପିନ୍ଧେଇବି ନାହିଁ। ମୋର ଭୂଲ ହେଲା ତେବେ ତୋର ଏତେ ଟଙ୍କା ଦେଇ କିଣିବା କଣ ଆବଶ୍ୟକ ଥିଲା? ଛାଡ଼ ସେ କଥା ଶ୍ରୀୟା କହି ନିଜକୋଠରୀକୁ ଶାଢ଼ୀ ବଦଳେଇବାକୁ ଗଲା।ବିରୂପାକ୍ଷ ରାକ୍ଷୀଟିକୁ ଧରି ନିଜ ଭଉଣୀର ଶ୍ରଦ୍ଧାକୁ ମାପୁଥିଲା।