Barsha rani Nanda

Classics Fantasy Inspirational

3  

Barsha rani Nanda

Classics Fantasy Inspirational

ରାକ୍ଷୀ ନୁହେଁ କେବେ ମାମୁଲି ଡୋର

ରାକ୍ଷୀ ନୁହେଁ କେବେ ମାମୁଲି ଡୋର

4 mins
176


ମାମୁଲି ସୂତା ଟିଏ କିନ୍ତୁ ଯେତେବେଳେ ପୂଜା ପର୍ବାଣୀ ରେ ବିଶ୍ଵାସ ର କଥା ଉଠେ ସିଏ ହେଇଯାଏ ମାନସିକ ଡୋର। ଯେତେବେଳେ ସ୍ନେହ,ଭଲପାଇବା କଥା ଉଠେ ଭାଇ ଭଉଣୀ ଙ୍କ ମଝିରେ ସିଏ ହେଇଯାଏ ରାକ୍ଷୀ। ଯେତେବେଳେ ବନ୍ଧୁତ୍ବ ର କଥା ଉଠେ ସେତେବେଳେ ସେଇ ସୂତାଟି ହେଇଯାଏ ବନ୍ଧୁତ୍ବ ର ପ୍ରତୀକ। କିନ୍ତୁ ଏଇ ରାକ୍ଷୀ ର ଡୋର ବହୁତ ମଜବୁତ୍। ରାକ୍ଷୀ ର ଅର୍ଥ ରକ୍ଷା କବଚ।ଆମେ ଯେତେବେଳେ ଠାକୁରଙ୍କ ପାଖେ ପୂଜା କରି ଆମ ଭାଇ ହାତରେ ରାକ୍ଷୀ ବାନ୍ଧି ଦେଉ ଏହା ଆମ ଭାଇ ପାଇଁ ରକ୍ଷା କବଚ ହେଇଥାଏ,ଭାଇ ଭଉଣୀର ସମ୍ପର୍କ କୁ ଆହୁରି ସୁଦୃଢ଼ କରି ରଖିଥାଏ ସମ୍ପର୍କ ପାଇଁ ମଧ୍ୟ ଏହା ରକ୍ଷା କବଚ ସାଜିଥାଏ। ସ୍ନେହ ଶ୍ରଦ୍ଧା ଭଲପାଇବାକୁ ସାକ୍ଷୀ ରଖି ଭଉଣୀ ଟି ଭାଇ ହାତରେ ବାନ୍ଧି ଦିଏ ଏଇ ରେଶମ ଡୋରିଟି ନାଁ ତା'ର ରାକ୍ଷୀ।କିନ୍ତୁ ଯିଏ ମାନେ ଠାକୁର ଯିଏ ନମାନେ ପଥର। ରାକ୍ଷୀ ମାନେ ନୁହେଁ ଯେ ଭଉଣୀ ଟି ରାକ୍ଷୀ ବାନ୍ଧିଲା ମାନେ ତାକୁ ଉପହାର ଦେବା। ଯେତେବେଳେ ଭଉଣୀ ଟି ଅସୁବିଧାର ସାମ୍ନା କରେ ସେତେବେଳେ ଭାଇଟି ତା ଭଉଣୀକୁ ସାଥ୍ ଦିଏ ସେଇଟା ହିଁ ହୁଏ ଭଉଣୀ ପାଇଁ ଅସଲ ଉପହାର।ଏମିତି ବି ଭାଇ ଅଛନ୍ତି ରାକ୍ଷୀ ଦିନଟି ଭଉଣୀ ଠୁ ରାକ୍ଷୀ ବାନ୍ଧନ୍ତି ତାକୁ ଉପହାର ଦିଅନ୍ତି ଆଉ ତା ପର ଦିନ ଠୁ ଆରମ୍ଭ ହେଇଯାଏ ତାଙ୍କର ଖରାପ ବ୍ୟବହାର।ବୋଧେ ସେ ଭାଇ ମାନେ ବୁଝି ପାରନ୍ତି ନି ରାକ୍ଷୀ ର ମୂଲ୍ୟ।ତାଙ୍କର ଏଇ ବ୍ୟବହାର ନା ଭଉଣୀ ଟିକୁ ବହୁତ ଦୁଃଖ ଦିଏ ସେମାନେ ଜାଣି ବି ନଜାଣିବାର ଅଭିନୟ କରନ୍ତି।ଆନି ଓ ଅଂଶୁ ଦି ଭାଇ ଭଉଣୀ। ଛୋଟ ବେଳ ଟା ତ ଯେମିତି ସେମିତି କଟିଗଲା। ଏବେ ଆନି ବିବାହ କଲାଣି।ସବୁ ଭଉଣୀ ଚାହାନ୍ତି ତାଙ୍କ ଭାଇ ତାଙ୍କୁ ବହୁତ ସ୍ନେହ ଦେଉ ବହୁତ ଭଲପାଉ। କିନ୍ତୁ ସବୁ ମଣିଷ ସମାନ ନୁହେଁ।ବାହା ହେଲା ପରେ ସିଏ ତା ଭାଇ ଠୁ ଭଲପାଇବା ପାଉ କି ନପାଉ କିନ୍ତୁ ଛୁଆଟି ହେଲା ପରେ ପ୍ରତିଟି କଥାରେ ଅଜା,ଆଈ ଅପେକ୍ଷା ମାମୁଁ ର ନାଁ ଟି ଆଗେ ପଡେ।ଯେମିତି ସବୁ କଥା ରେ ମାମୁଁ ଘର କୁହାଯାଏ। ଆନି କିଛି କହି ପାରେନି ସିନା ଭିତରେ ଭିତରେ ସେ ବହୁତ କାନ୍ଦେ କେବଳ ତା ଭାଇ ର ଖରାପ ବ୍ୟବହାର କୁ ନେଇ।ବୋଧେ ଅଂଶୁ ସାଙ୍ଗେ ସେ ବର୍ଷେ ତଳେ କଥା ହେଇଥିଲା ଆଉ ବହୁତ ଗାଳି ମଧ୍ୟ ଶୁଣିଥିଲା।ତାର ଭୁଲ୍ ଏଇଆ କି ସେ ବାବା କୁ ଲଗେଇବା ବଦଳରେ ଭାଇ କୁ ଫୋନ୍ ଲାଗି ଯାଇଥିଲା ଆଉ ସେ ବହୁତ ଗାଳି ଶୁଣିଥିଲା ।ଆନି ଦି ଦିନ ଯାଏଁ ସେ ଖାଇ ନଥିଲା କାନ୍ଦି କାନ୍ଦି। କିନ୍ତୁ ମୁଣ୍ଡ କାନ ଆଉଁସି ‌ଚୁପ୍ ରହିଥିଲା । ଏତେ ଗାଳି ଶୁଣିଲା ପରେ ସିଏ ଫୋନ୍ ନଂ କାଟିଦେବ ଭାବିଲା କିନ୍ତୁ ସେ ପରା ଭାଇ ତାର ନଂ କେମିତି କାଟିବ।ଏସବୁ କଥା ସେ ବାବା,ମାମା ଙ୍କ ଆଗରେ କୁହେ କିନ୍ତୁ ଯାର ପ୍ରକୃତି ସେ କେବେ ଛାଡି ପାରିବ ?ନାହିଁ ନା। କିନ୍ତୁ ତା'ର କୁନି ଝିଅ ଟି ଏବେ ମାମୁଁ କୁ ଖୋଜୁଛି।ଆନି ଯେତେବେଳେ ଘରକୁ ଯାଏ ଅଂଶୁ କେବେ ଟିକିଏ ଝିଅଟା କୁ ସ୍ନେହରେ ଧରିନି କିନ୍ତୁ ଲୋକଙ୍କର ଛୁଆ ଙ୍କୁ ବହୁତ ସ୍ନେହ କରେ କାଖେଇ କୋଳେଇ ବୁଲାଏ, ଏମିତି କଥା କେଉଁ ଭଉଣୀ ବା ସହି ପାରିବ। ରାକ୍ଷୀ ଦିନ କୁ ଅନେଇଛି ଆନି କାହିଁକି ନା ଅଂଶୁ ଯେତେ ବି ଖରାପ ବ୍ୟବହାର କରୁ ରାକ୍ଷୀ ଦିନ ଯେମିତି ହେଲେ ବି ସେ ଆସେ।ରାକ୍ଷୀ ଦିନ ଆନି ସମସ୍ତଙ୍କ କାମ ସାରି ଅନେଇଛି ଅଂଶୁ ବାଟକୁ। ସକାଳୁ ଏ ଯାଏ ଖିଆ ପିଆ କରିନି ସେମିତି ବସିଛି ଦେଖୁ ଦେଖୁ ସନ୍ଧ୍ୟା ହେଇଗଲା ଅଂଶୁ ଆସିଲାନି କି ଫୋନ୍ ବି କରୁନି ଆସିବ ନା ନାହିଁ।ଷ୍ଟାଟସ୍ ଦେଖିଲା ବେଳକୁ ହଜାରେ ଷ୍ଟାଟସ୍ ,ନିଜ ଭଉଣୀ କୁ ଖାତିର୍ ନାହିଁ କିନ୍ତୁ ବାହାରେ ତ ଭଉଣୀ ଙ୍କର ଅଭାବ ନାହିଁ ।ଆନି କାନ୍ଦି କାନ୍ଦି ବେଦମ୍ ।ଏପଟେ ଭଉଣୀ କେହି ନୁହେଁ। ବହୁତ କାନ୍ଦିଲା,ଏପଟେ ସକାଳୁ ଖାଇନି କିଛି ରାକ୍ଷୀ ବାନ୍ଧି ସାରିଲେ ତ ଖାଇବ,କ'ଣ ହେଲା କେଜାଣି ବେହୋସ୍ ହୋଇ ପଡ଼ିଲା ତଳେ ।ତାକୁ ସାଙ୍ଗେ ସାଙ୍ଗେ ଡାକ୍ତରଖାନା ନିଆ ହେଲା ଡାକ୍ତର କହିଲେ ସେ ମାନସିକ ଚିନ୍ତା ଆଉ ଭଲକି ଖିଆପିଆ କରୁ ନଥିବା ଯୋଗୁଁ ଏମିତି ହେଇଛି।ସେ ଏବେ ବହୁତ ଦୁର୍ବଳ ଅଛି। ତାଙ୍କୁ କିଛି ବି କାମ କରିବା ପାଇଁ ଦିଅନି। ତାଙ୍କୁ ବହୁତ ଖୁସିରେ ରଖ ନ ହେଲେ ତାଙ୍କର ଏଇ ଟିକି ରୋଗଟି କିଛି ଅଲଗା ରୋଗକୁ ଚାଲିଯିବ।

ଏତେ ପରେ ବି ଅଂଶୁ ଆସିଲାନି। କେବେ ବି ଯଦି ଆନି ଫୋନ୍ କରେ ଟିକେ କଥା ହେବା ପାଇଁ ବହୁତ ଅସଭ୍ୟ ଭାଷା କୁହେ। ଯେଉଁଥି ପାଇଁ ଆନି ବହୁତ କାନ୍ଦେ ଖିଆ ପିଆ କରେନି ଠିକ୍ ରେ ସେଥିପାଇଁ ବୋଧେ ଏଇ ଅବସ୍ଥା ତାର।ଆରେ ଯେଉଁଠି ଭାଇ , ଭଉଣୀ ରକ୍ତ ସମ୍ପର୍କ ଲୋକ ନିଜର ନୁହନ୍ତି ପର ଲୋକ କେମିତି ନିଜର ହେଇ ପାରିବେ। ରାକ୍ଷୀ ର ମୂଲ୍ୟ ସତରେ କ'ଣ ଏଇଆ ଉପହାର। ଉଚିତ୍ ସମୟରେ ଭଉଣୀ ର କର୍ତ୍ତବ୍ୟ ତୁଲେଇବାକୁ ଯାଇ ବହୁତ କଥା ଶୁଣିଛି ଅଂଶୁ ପାଖରୁ ସେ।ଭାଇ ଭଉଣୀ ଙ୍କ ସମ୍ପର୍କ ସଫା ଓ ନିର୍ମଳ ହେବା ଦରକାର।ସାଧାରଣ ଡୋର ନୁହେଁ ସିଏ ସିଏ ଭାଇ ଭଉଣୀ ର ବିଶ୍ଵାସ ଓ ଭଲପାଇବା ର ସୂତ୍ର, ଗୋଟିଏ ଡୋରି ରେ ବନ୍ଧା ଏଇ ଭାଇ ଭଉଣୀ ସମ୍ପର୍କ। ଯେତେବେଳେ ଆମେ ଛୋଟ ଥିଲୁ ଆମେ ମାନେ ଗୋଟିଏ ବାଦାମ କୁ ଦି ଫାଳ କରି ଭାଇ ଭଉଣୀ ଖାଉଥିଲୁ ।ଆମେ ଯାହା କରୁଥିଲୁ ଆମ ଭାଇ ହେଉ ବା ଭଉଣୀ ଆମକୁ କପି କରୁଥିଲେ,ଆମେ ଯାହା ଧରୁଥିଲୁ ସେମାନେ ସେଇଟା ନେବା ପାଇଁ ଜିଦି କରୁଥିଲେ। ସେମାନେ ଯାହା କରୁଥିଲେ ଆମେ ବି ତାଙ୍କୁ କପି କରୁଥିଲୁ।ବଡ଼ ହେଲେ କ'ଣ ଏସବୁ ବଦଳି ଯାଏ,ନା ଏଇଟା ଆମର କିଛି ଭିନ୍ନ ମାନସିକତା ।ନା ମୁଁ ଏବେ ବଡ଼ ହେଲିଣି ଯାହା ହେଲେ ମୁଁ ଏକା ଖାଇବି ,ମୋ ଇଛା ରେ ମୁଁ ରହିବି, ମୁଁ ତା କଥା କ'ଣ ପାଇଁ ଶୁଣିବି ।ଭାଇ ସାନ ହେଇଥାଉ ପଛେ ସେ ଆମ ଭଲ ପାଇଁ ହିଁ କୁହେ।ଭାଇ ଭଉଣୀର ଭଲପାଇବା କେବେ କମେନି ।ଏଇ ବ୍ୟସ୍ତତା ଜୀବନ ଭିତରେ ଟିକିଏ ସମୟ କାଢି ଭାଇ ଭଉଣୀ ଙ୍କ କଥା ନିଶ୍ଚୟ ବୁଝିନେବା ଦରକାର।ରାକ୍ଷୀରେ ଉପହାର ଦେବା ବଡ଼ କଥା ନୁହେଁ ଭାଇ ର ଭଲପାଇବା ହିଁ ସବୁଠୁ ବଡ଼ ଉପହାର ଭଉଣୀ ପାଇଁ।ସବୁ ଭାଇ ଭଉଣୀ ଙ୍କ ଭିତରେ ଭଲ ସମ୍ପର୍କ ରହୁ ।ଅଂଶୁ ପରି ଭାଇ କାହାକୁ ବି ନମିଳୁ।ଭାଇ ଭଉଣୀ ଉଭୟ ଉଭୟଙ୍କ ପ୍ରତି ଥିବା କର୍ତ୍ତବ୍ୟ ନିଭେଇବା ଦରକାର। "ରାକ୍ଷୀ" ନୁହେଁ ସିଏ ରେଶମ ସୂତା , ନୁହେଁ ସିଏ ନାଲି ଡୋର, ରକ୍ଷା କବଚ ସିଏ ଆମ ସମ୍ପର୍କର, ରାକ୍ଷୀ ନୁହେଁ କେବେ ମାମୁଲି ଡୋର।


Rate this content
Log in

Similar oriya story from Classics