ରାଜକୁମାର
ରାଜକୁମାର
ଶୁଣିଛି ମୁଁ ଆଇ ମା ଯେଯେ ମା କାହାଣୀରେ
ଯେ ରାଜକୁମାର ଘୋଡା ରେ ଚଢି ତା ରାଜକୁମାରୀକୁ
ନେଇଯାଏ ସ୍ୱପ୍ନ ର ରାଇଜେ
ରାଜକୁମାରୀ ପାଇଁ ସ୍ୱୟମ୍ବର ରଚାଯାଏ
ବିଭିନ୍ନ ରାଜ୍ୟ ରୁ ରାଜକୁମାର ମାନେ ତାଙ୍କ ଦକ୍ଷତାର
ପରିଚୟ ଦେଇଥାଆନ୍ତି
ହେଲେ ଯେତେବେଳେ ରାଜକୁମାରୀ ତା ସ୍ୱପ୍ନର
ନାୟକ କୁ ସମ୍ମୁଖରେ ଦେଖେ ତା ବେକରେ ବରଣମାଳା
ଦେଇ ନିଜକୁ ଭାଗ୍ୟମତୀ ମନେ କରେ
ତା ଆନନ୍ଦ ର ସୀମା ରୁହେ ନାହିଁ
କେତେ ଯେ କଳ୍ପନା ରେ ଭାସୁଥିବା ତା ପ୍ରେମର
ମହକ କୁ ଇନ୍ଦ୍ରଧନୁ ରେ ସଜାଏ
ବର୍ଷା ରେ ଭିଜେ
ଆନମନା ରୁହେ
ଦେହ ର ନିଆଁ
ମନ ର ତୃଷା ନେଇ ରାଜକୁମାର ର ଆସିବା ପଥକୁ
ଚାହିଁ ରହି ଥାଏ
କଳ୍ପନା ରେ ସଜାଏ ମନ ମନ୍ଦିର ରେ ଲଜ୍ଜା ର ଓଢଣୀ
ସ୍ମିତହାସ୍ୟ ର ସରୁ ରେଖା ର ଗାର ଟାଣି
ଅଜାଡି ଦିଏ ତା ସମର୍ପଣ ର ଭାବ
ତା କଳ୍ପନା ର ରାଜକୁମାର ନିକଟେ
ଅବନତ ହୋଇଯାଏ ସେ ଚନ୍ଦ୍ରମା ମୁଖ ।