ପୁଟିନ୍ଙ୍କୁ ଶାନ୍ତି ବାର୍ତ୍ତା
ପୁଟିନ୍ଙ୍କୁ ଶାନ୍ତି ବାର୍ତ୍ତା
ସମ୍ମାନୀୟ ରାଷ୍ଟ୍ରପତି ମହୋଦୟ,
ଶାନ୍ତି ହିଁ ଏକାନ୍ତ କାମ୍ୟ ଅବଶ୍ୟ ଶାନ୍ତି ର ସ୍ଵରୂପ ସଭିଙ୍କ ପାଇଁ ଭିନ୍ନ । ଶାନ୍ତି ବଳ ପୂର୍ବକ ଅସମ୍ଭବ, ଏହା କେବଳ ଆପୋଷ ବୁଝାମଣା ଭିତ୍ତିରେ ସମ୍ଭବପର ।
ଦୁଇ ଦେଶ ମଧ୍ୟରେ ଯୁଦ୍ଧ କେବଳ ଦୁଇ ଦେଶ ଉପରେ ପ୍ରଭାବ ପକେଇ ନ ଥାଏ ଏହା ସାରା ବିଶ୍ଵ ପାଇଁ ବିପଦ । ପ୍ରଥମ ଏବଂ ଦ୍ୱିତୀୟ ବିଶ୍ଵ ଯୁଦ୍ଧର ଅପୂରଣୀୟ କ୍ଷତିକୁ ଆମେ ଆଜି ଯାଏଁ ଭୁଲି ପାରିନୁ । ବର୍ତ୍ତମାନର ଯୁଦ୍ଧ ପୁରାତନ ଯୁଦ୍ଧ ପଧତି ଠାରୁ ସଂପୂର୍ଣ୍ଣ ଭିନ୍ନ । ଏବେ ପ୍ରାୟତ ସମସ୍ତ ଦେଶ ପରମାଣୁ ଶକ୍ତି ସଂପର୍ଣ୍ଣ । ଯାହା ସାରା ବିଶ୍ଵକୁ ବିଧ୍ଵଂଶ ଆଡ଼କୁ ନେଇଯିବ । ଯୁଦ୍ଧ ସମୟରେ ସାଧାରଣ ଲୋକଙ୍କର ମୃତ୍ୟୁ ଏବଂ କ୍ଷତି ହୃଦୟ ବିଦାରକ । ଧ୍ୱଂଶଲୀଳା ରେ କେତେ ଯେ ଧନ ଜୀବନ କ୍ଷତି ହେବ ।ଯେତେବେଳେ ସାରା ବିଶ୍ଵ କୋରନା ମହାମାରୀ କବଳରୁ ନିଜକୁ ସଜାଡି ପାରିନି ସେ ସମୟରେ ଋଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଫଳରେ ବିଶ୍ଵର ଅର୍ଥନୀତି ଦୁର୍ବଳ ହୋଇପଡ଼ିଛି । ଶ୍ରୀଲଙ୍କା ଏବଂ ପାକିସ୍ତାନ ଭଳି ବିକାଶନ୍ମୁଖୀ ଦେଶ ଗୁଡ଼ିକର ଅର୍ଥନୀତି ରେ ପ୍ରଭାବ ବେଶି ପରିଲିକ୍ଷିତ ହେଉଛି। ଦରଦାମ୍ ବୃଦ୍ଧି ଘଟୁଛି । ସାଧାରଣ ଜନତାଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ମଧ୍ୟ ମହଙ୍ଗା ହେଇଯାଇଛି । ଶ୍ରୀଲଙ୍କା ର ଅର୍ଥନୀତି ପର୍ଯ୍ୟଟନ ଉପରେ ନିର୍ଭରଶୀଳ । ଯୁଦ୍ଧ ଫଳରେ ଶ୍ରୀଲଙ୍କା କୁ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ଘଟିଛି ଯାହା ଫଳରେ ଶ୍ରୀଲଙ୍କା ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ପଡିଛି । କାହିଁକି ନା' ଯେହେତୁ ୠଷ୍ ଏକ ବିକଶିତ ଦେଶ ଏବଂ ଋଷ୍ ଆଉ ୟୁକେନ୍ ର ପର୍ଯ୍ୟଟକ ବିଶ୍ଵ ପର୍ଯ୍ୟଟନରେ ଗୁରୁତ୍ଵ ବହନ କରନ୍ତି । ତେଣୁ ୠଷ୍ ଓ ୟୁକ୍ରେନ୍ ର ପର୍ଯ୍ୟଟକ ସଂଖ୍ୟା ଶ୍ରୀଲଙ୍କା ତଥା ସାରା ବିଶ୍ଵର ପର୍ଯ୍ୟଟନିକ ଅର୍ଥନୀତି ଉପରେ ପ୍ରଭାବ ପକାଏ । ଯେହେତୁ ଯୁଦ୍ଧ ଫଳରେ ରୁଷିଆ ଏବଂ ୟୁକ୍ରେନ୍ କୁ ସମସ୍ତ ଆର୍ନ୍ତଜାତିକ ବିମାନ ସେବା ବନ୍ଦ ଅଛି । ତେଣୁ ଦୁଇ ଦେଶର ନାଗରିକ ମାନେ ବିଦେଶ ଯାତ୍ରା କରିପାରୁ ନାହିଁନ୍ତି ।
ନର୍ଥ ଆଟ୍ଲାଣ୍ଟିକ୍ ଟ୍ରିଟି ଓର୍ଗାନାଇଜେସନ୍ "ନାଟୋ" ଭଳି ବିଶ୍ଵ ସଂଗଠନ ରେ ୟୁକ୍ରେନ୍ର ସଦସ୍ୟତା କୁ ନେଇ ଏ' ଯୁଦ୍ଧର ବିଭିଷିକା । ନାଟୋର ପ୍ରତ୍ୟେକ୍ଷ ଏବଂ ପରୋକ୍ଷରେ ସମସ୍ତ କାର୍ଯ୍ୟ ଆମେରିକା ଦ୍ଵାରା ପରିଚାଳିତ । ୧୯୯୧ ମସିହାରେ ୟୁକେନ୍ ସୋଭିଏତ୍ ୟୁନିଅନ୍ ରୁ ବିଛେଦ ହେଇ ଏକ ସ୍ଵାଧୀନ ରାଷ୍ଟ୍ର ହେଲା । କିନ୍ତୁ ୨୦୧୪ ମସିହା ପର୍ଯ୍ୟନ୍ତ ୟୁକେନ୍ ଋଷିଆ ର ସମସ୍ତ ନିୟମକୁ ଗ୍ରହଣ କରୁଥିଲା । ୨୦୧୪ ମସିହାରେ ୠଷ୍ ୟୁକ୍ରେନ୍ ଉପରେ ଆକ୍ରମଣ କରି ୟୁକ୍ରେନ୍ର ଦକ୍ଷିଣାଞ୍ଚଳ କ୍ରିମିଆନ୍ ପେନିନ୍ସୁଲା କୁ ୟୁକେନ୍ ଠାରୁ ଅଲଗା କଲା । ୧୯୯୧ ମସିହା ଅଗଷ୍ଟ ୨୪ ତାରିଖ ରେ ୟୁକ୍ରେନ୍ ର କମ୍ୟୁନିଷ୍ଟ ସୁପ୍ରିମ ଘୋଷଣା କଲେ ଯେ ଆଜିଠାରୁ ୟୁକେନ୍ ସୋଭିଏତ୍ ଯୁନିଅନ୍ ର କୌଣସି ନିୟମ କୁ ମାନିବ ନାହିଁ ଏବଂ ତା' ବଦଳରେ ୟୁକ୍ରେନିୟାନ୍ ର SSR ରିଲିଜିଅନ୍ କୁ ଫଲୋ କରିବ । ସେହିଦିନ ହିଁ ୟୁକ୍ରେନ୍ ସୋଭିଏତ୍ ୟୁନିଅନ୍ ରୁ ଔପଚାରିକ ଭାବେ ସ୍ଵାଧୀନ ହେଲା । ପରେ ପରେ ଋଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ସଂମ୍ପର୍କ ବିଗିଡିବାରେ ଲାଗିଲା । ୟୁକ୍ରେନ୍ର ବର୍ତ୍ତମାନ ରାଷ୍ଟ୍ରପତି ବୋଲୋଡ଼ିମିର୍ ଜେଲେଂସ୍କି ୠଷ୍ ବିରୋଧରେ ଯାଇ ନାଟୋର ସଦସ୍ୟତା ଗ୍ରହଣ କରିବାକୁ ନିଷ୍ପତି ନେଲେ । ପ୍ରତିଷ୍ଠା ସମୟ "ନାଟୋ" ଉଦ୍ଦେଶ୍ୟ ଭିନ୍ନ ଥିଲା । ଯେହେତୁ ଏବେ ଏହା ଆମେରିକା ଦ୍ଵାରା ପରିଚାଳିତ ଏହାର ଉଦ୍ଦେଶ୍ୟ ଭିନ୍ନ ପରିଲିକ୍ଷିତ ହେଉଛି । ଋଷ୍ ଏକ ବୃହତ୍ ରାଷ୍ଟ୍ର ଏବଂ ଅନେକ ରାଷ୍ଟ୍ର ସହ ଋଷିଆ ସୀମା ଲାଗିରହିଛି । ଋଷିଆର ପୋଡଶୀ ଦେଶ ଉପରେ ଆମେରିକା "ନାଟୋ" ମାଧ୍ୟମରେ ପ୍ରଭାବ ବିସ୍ତାର ଏବଂ ମିଲିଟାରୀ ବେସ୍ ବନେଇବାର ପ୍ରଚେଷ୍ଟା କୁ ବିରୋଧ କରି ୟୁକ୍ରେନ୍ ଉପରେ ଆକ୍ରମଣ କଲା ୠଷ୍ ।
ଯୁଦ୍ଧ ଫଳରେ ବିଶ୍ଵ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଘଟୁଛି । ତୈଳ ଦର ବୃଦ୍ଧି ଫଳରେ ଟ୍ରାନ୍ସପୋର୍ଟ ଚାର୍ଜ ମଧ୍ୟ ଅଧିକ ହେଉଛି । ଯାହାର ସିଧାସଳଖ ପ୍ରଭାବ ଅତ୍ୟାବଶକ୍ୟ ସାମଗ୍ରୀ ର ଦର ବୃଦ୍ଧି ଉପରେ ପହୁଛି ।
ଗହମ ଉତ୍ପାଦନ ଏବଂ ରତ୍ପାନି କ୍ଷେତ୍ରରେ ବିଶ୍ଵ ବଜାରରେ ୠଷ୍ ଏବଂ ଯୁକ୍ରେନ୍ ର ଭୂମିକା ବେସ୍ ଗୁରୁତ୍ଵପୂର୍ଣ୍ଣ । ଯୁଦ୍ଧ ଫଳରେ ଆର୍ନ୍ତଜାତିକ ବଜାରରେ ଗହମ ର ମୂଲ୍ୟ ୨୫ ବର୍ଷ ରେ ସର୍ବାଧିକ । ଋଷିଆର ପ୍ରାକୃତିକ ଗ୍ୟାସ୍ ଉପରେ ୟୁରୋଫିଆନ୍ ଦେଶ ଗୁଡ଼ିକ ନିର୍ଭରଶୀଳ । ପ୍ରାୟତ ଋଷ୍ ର ଏକ ଚତୁର୍ଥାଂଶ ପ୍ରାକୃତିକ ଗ୍ୟାସ୍ ୟୁରୋଫିଆନ୍ ଦେଶ ବ୍ୟବହାର କରନ୍ତି । ଫିନ୍ଲ୍ୟାଣ୍ଡ୍ କୁ ପ୍ରାକୃତିକ ଗ୍ୟାସ୍ର ପାଇପ୍ ଲାଇନ୍ ବନ୍ଦ କରି ଦିଆଯାଇଛି ।
ଯୁଦ୍ଧ ଫଳରେ କେବଳ ବିଶ୍ଵ ଅର୍ଥନୀତିରେ ନୁହେଁ ୠଷ୍ ଏବଂ ଯୁକ୍ରେନ୍ ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପଡିଛି । ବିଶ୍ଵ ଦରବାରରେ ୠଷ୍ ଏକଘରିଆ ହେଇଯାଇଛି । ଋଷ୍ କୁ SWIFT payment system ରୁ ବାହାର କରିଦିଆଯାଇଛି । ଯାହା ଫଳରେ ରୁଷ୍ ବିଶ୍ଵ ବଜାର ସହ ସମସ୍ତ କାରବାର ବନ୍ଦ ହେଇଯାଇଛି । ଆର୍ନ୍ତଜାତିୟ କମ୍ପାନୀ ଗୁଡିକ ଋଷ୍ ରୁ ପ୍ରତ୍ୟାହିତ ହେଇଯାଉଛନ୍ତି । ଯାହା ଋଷ୍ ଅର୍ଥନୀତିରେ ମରୁଡ଼ି ସଦୃଶ ।
ୟୁକ୍ରେନ୍ ରେ ମଧ୍ୟ ଯୁଦ୍ଧ ର ବିଭିଷିକା ଭୟଙ୍କର । କେତେ ଯେ ଧନ ଜୀବନ କ୍ଷତି ହେଉଛି । ୟୁକ୍ରେନିୟ ନାଗରିକ ଭୟରେ ବଙ୍କର୍ ଭିତରେ ଆତ୍ମଗୋପନ କରୁଛନ୍ତି କିମ୍ଵା ଦେଶ ଛାଡି ଅନ୍ୟଦେଶ ପଳାୟନ କରୁଛନ୍ତି । ବଡ଼ ବଡ଼ କୋଠା, ସ୍କୁଲ୍, କଲେଜ, ମେଡିକାଲ୍ ଆଦି ଧ୍ଵଂଶ ସ୍ତୁପ ପାଲିଟି ଗଲାଣି । ଯୁଦ୍ଧରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଅଧିକ ମାତ୍ରାରେ ଘଟୁଛି । ଲୋକେ ଅନାହାରରେ ମରି ଯାଉଛନ୍ତି । ଯାହା ନିହାତି ଭାବେ ହୃଦୟ ବିଦାରକ । କେଉଁ ବାପା ମା' ପିଲା ଛୁଆ ଙ୍କୁ ହରଉଛନ୍ତି ତ' କେଉଁ ପିଲା ମାନେ ନିଜ ବାପା ମା' ଙ୍କୁ ହରେଇ ଅନାଥ ପାଲୋଟି ଯାଉଛନ୍ତି । ଯୁଦ୍ଧରେ ୟୁକ୍ରେନ୍ ରାଜଧାନୀ କିବ୍ ସର୍ବାଧିକ କ୍ଷତିଗ୍ରସ୍ଥ ହୋଇଛି । ଏଠାରେ ଜୀବନର ବିକାଳ ଚିତ୍କାର ଗୁର୍ଜରୀତ ହେଉଛି । ଯୁକ୍ରେନ୍ର ପ୍ରତି ଆକ୍ରମଣରେ ଋଷ୍ ତୈଳ କାରଖାନା ଗୁଡ଼ିକ ଧ୍ଵଂଶ ହେଇଚାଲିଛି । ୟୁକ୍ରେନ୍ ର ମିସାଇଲ୍ ଆକ୍ରମଣରେ ରୁଷ୍ ର ଯୁଦ୍ଧାସ୍ତ୍ର ବହନକାରୀ ଯାହାଜ ବ୍ଲାକ୍ ସି' ରେ ବୁଡ଼ିଗଲା । ଯାହା ରୁଷ୍ ଅର୍ଥନୀତି ରେ ପ୍ରତିକୁଳ ପ୍ରଭାବ ।
ରୁଷ୍ ଏବଂ ଯୁକ୍ରେନ୍ ଯୁଦ୍ଧରେ ଭାରତର ଭୂମିକା ବେସ୍ ଗୁରୁତ୍ଵପୂର୍ଣ୍ଣ । ପୁର୍ବ ସମସ୍ତ ଘଟଣାରେ ରୁଷ୍ ଭାରତକୁ ମିତ୍ର ରାଷ୍ଟ୍ର ଭାବେ ଖୁଲୁମ୍ ଖୁଲା ସମର୍ଥନ କରିଆସିଛି ଏବଂ ଭାରତ ମଧ୍ୟ ରୁଷ୍ କୁ ଏକ ମିତ୍ର ରାଷ୍ଟ୍ର ମାନି ଆସିଛି । ରୁଷ୍ - ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ବିଶ୍ଵର ନଜର ଭାରତ ଉପରେ ଥିଲା । ହେଲେ ଭାରତ ଏକ ଶାନ୍ତି ପ୍ରୀୟ ରାଷ୍ଟ୍ର ଭାବେ ନିରବତ ଅବଲମ୍ବନ କରିଆସିଛି ଏବଂ ଉଭୟ ଦେଶକୁ ଆପୋଷ ଆଲୋଚନା ମାଧ୍ୟମରେ ଯୁଦ୍ଧର ସମାଧାନ ପାଇଁ ପ୍ରସ୍ତାବ ଦେଇ ଆସିଛି ।
କୌଣସି ସମସ୍ୟାର ସମାଧାନ ର ମାଧ୍ଯମ ଯୁଦ୍ଧ ନୁହେଁ । ତେଣୁ ମାନନୀୟ ପୁଟିନ୍ ମହୋଦୟ ଙ୍କୁ ବିଶ୍ଵର ଶାନ୍ତି ନିମନ୍ତେ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ବାହାର କରିବାକୁ ଅନୁରୋଧ ।
"ଇତି"
ଯୁଦ୍ଧ ସମାପ୍ତ ଅପେକ୍ଷାରେ ସାରା ବିଶ୍ଵ ॥