Lipsa Acharya

Classics Others

4.0  

Lipsa Acharya

Classics Others

ପୁଅ !ତୁ ସୁଯୋଗ୍ଯ ସନ୍ତାନ ନୁହେଁ

ପୁଅ !ତୁ ସୁଯୋଗ୍ଯ ସନ୍ତାନ ନୁହେଁ

1 min
151


"ରହ.. ଆ..ରେ..ରହ.. କଣ କି ରେ ଦାମ ମୋ କଥା ଶୁଣା ଯାଉ ନାହିଁ? " ପଛରୁ ଡାକି ଡାକି ଦାମ ପାଖରେ ପହଞ୍ଚିଲା ସୁଦାମ। ଦୁହେଁ ପିଲା ଦିନରୁ ଖୁବ୍ ଭଲ ସାଙ୍ଗ। କଥା ଛଳରେ ସୁଦାମ ଦାମକୁ କହିଲା, " ହଇରେ, ତୋ ପୁଅକୁ ତୁ ରାଜଧାନୀ ରେ ପଢଛୁ ପରା। "

ହୁଁ, ଛୁଆଟା ସ୍ନାତକୋତ୍ତର ପଢୁଛି। ଉତ୍କଳ ବିଶ୍ବବିଦ୍ୟାଳୟ ରେ। କାଇଁ କ'ଣ ହେଲା କି?? 

ନା.. ନା.. ସେ କିଛି ନୁହେଁ। କଥା କଣ କି ଦାମ କାଲି ବିଲବାଡ଼ି କଥା ବୁଝିବାକୁ ରଇତ ପାଖକୁ ଯାଇଥିଲି। ଦେଖିଲା ବେଳକୁ ତୋ ପୁଅ ରାମୁ ମାଟି ଖୋଳୁଥିଲା। ପଚାରିଲା ରୁ କହିଲା, " ଦାଦା ହିଡ଼ରେ ପରିବା ଗଛ ଲଗାଉଛି। ବିଲରେ ତ ମୁଗ, ବିରି ଲାଗିଛି। ହିଡ଼ ପାଖ ଜାଗା ଖାଲି ଅଛି। ସେଥିରେ ପରିବା ଗଛ ଲଗେଇ ଦଉଛି। ପରିବା ଯେଉଁ ଦରଦାମ ବଢିଲା ନି ; ସେଥିରେ କିଣି ଖାଇବା ବଡ କଷ୍ଟକର। "

ହୁଁ.. ସୁଦାମ! ସେ ପୁଅ ଟୋକାର କଥା ଶୁଣି ମୁଁ ବି ହଁ କଲି। କିଛି ନ ହେଲେ..ପରିବା ଖର୍ଚ୍ଚ ଟା କିଛିଦିନ ପାଇଁ ରହିଯିବ। ଏ ମହଙ୍ଗା ଦୁନିଆ ରେ ଘର ଚଳେଇବା କେତେ କଷ୍ଟ କର। 

ସୁଦାମ ହଁ କରି ଦାମ ଠାରୁ ମେଲାଣି ନେଲା। ଘରକୁ ଯିବା ରାସ୍ତାରେ ଭାବୁଥାଏ, "କାଳନ୍ଦୀ ଚରଣଙ୍କ ପୁଅ ବରଜୁ କେଉଁଠି ନା କେଉଁଠି ଆଜି ବି ବଞ୍ଚିଛି। ମୋ ଶିକ୍ଷିତ ପୁଅ ଯେ କି କୃଷି ବିଦ୍ଯାଳୟ ରେ ଗବେଷଣା କରୁଛି, ଦିନେ ବି ମୋ କାନ୍ଧ ରେ କାନ୍ଧ ମିଶାଇ ବିଲରେ ମାଟି ଖୋଳିନି। " ତା ମୋବାଇଲ୍ ଟା ଭଲ ତ ସେ ଭଲ। ନ ହେଲେ ମହାମାରୀ ରେ ମିଳିଥିବା ଛୁଟି କୁ ସେ ଖଟରେ ଶୋଇ ଫେସବୁକ କି ୟୁଟ୍ୟୁବରେ ଦିନ କାଟି ନ ଥାନ୍ତା। " ଚଷା ପୁଅ ତ ଜନ୍ମ ରୁ ମାଟି ମା' ପାଇଁ ସମର୍ପିତ।  ଏ ମାନେ କେବେ ବି ଚଷା ପୁଅର ସୁଯୋଗ୍ୟ ସନ୍ତାନ ନୁହନ୍ତି। 



Rate this content
Log in

Similar oriya story from Classics