Gitanjali Pujapanda

Abstract Drama Inspirational

3  

Gitanjali Pujapanda

Abstract Drama Inspirational

ପତି ପତ୍ନୀ ଭାଗ ୧୨

ପତି ପତ୍ନୀ ଭାଗ ୧୨

4 mins
168


ଆଗରୁ ପଢିଥିଲେ ରୋଜି ବିରକ୍ତ ହୁଏ ଦୀପକ ଉପରେ ତା ଦେହ ଭଲ ଲାଗୁନି ସେ କାହିଁକି ? ସମସ୍ତେ ଙ୍କୁ ରାତି ରେ ଡାକିଛି ସେ ନିଜେ ସବୁ ଆରେଞ୍ଜ କରୁ ମୁଁ ଯାଉଛି ଶୋଇବି ମୋ ଦେହ ତ ଭଲ ଲାଗୁନି କହି ରୋଜି ଶୋଇବାକୁ ଗଲା ବେଳେ ଦୀପକ କୁହେ ତୁମେ ବୁଝି ପାରିବନି ଡାର୍ଲିଂଗ, ମୁଁ ତୁମ କୁ କେତେ ଭଲ ପାଏ।ରୋଜି ହଁ ଭଲ ପାଅ କି ନ ପାଅ ସମୟ ଆସିଲେ କହିବ ଏତେ ଫଟା ରସିକ ପରି ମୁଁ ତୁମକୁ ଭଲ ପାଏ ,ମୁଁ ତୁମ କୁ ଭଲ ପାଏ ଗାଇ ହୁଅନି ,ଏଠି ମୋ ଆଉ ତୁମ ଛଡା କେହି ନାହାନ୍ତି ଶୁଣିବାକୁ ରୋଜି ହସି ଦେଇ ଚାଲିଯାଏ ତାପଛ ରେ ଦୀପକ ରୋଜିହାତ ଟିକୁ ନିଜ ପାଖ କୁ ଭିଡି ଆଣି କଣ କହିଲ ମୁଁ ଫଟା ରସିକ,ହଉ ଦେଖଉ ଛି ମୋ ରସିକ ପଣିଆ, ରୋଜି ଆଉ ଦରକାର ନାହିଁ ବହୁତ ଦେଖିଛି ପେଟ ରେ ମୋର ଦୁଇଟା

ସବୁତ ବି ଅଛି ।ଟିକେ କଫି ପିଇ ବା କୁ ମନ ଆଣିଦେବ କରି ତେବେ ମୁଁ ଜାଣିବି ତୁମ ପ୍ରେମ ର ରସିକପଣ।

ଦୀପକ ଏ ଇ କଥା ଆଣିଦେଉଛି ତମେ ଟିକେ ରେଷ୍ଟ ନିଅ।ରୋଜି ଗାଲ ର ଚୁମି ଦେଇ ଚାଲିଯାଏ ଦୀପକ ରୋଷେଇ ଘର କୁ କଫି କରି ଆଣିବା ପାଇଁ।ରୋଜିକୁ ନିଦ ଲାଗୁଥାଏ । ସେ ଭାବେ ଦିନ ଦିପହର କଣ ଏତେ ତାକୁ ନିଦ ଲାଗୁଛି ।ହାଲିଆ ବି ଲାଗୁଛି ।ଦୀପକ କଫି ନେଇ କି ଆସନ୍ତୁ ,ସେ ଟିକେ ବେଡ଼ ଉପରେ ରେଷ୍ଟ ନବ ବୋଲି ଭାବିଲା ରେଷ୍ଟ ନେଉ ନେଉ କେତେବେଳେ ଆଖି ଲାଗି ଯାଇଥାଏ ତାର।ଦୀପକ ରୋଷେଇ ଘରୁ ରୋଜି ରୋଜି କଣ ଶୋଇ ଗଲନା କଣ ଅବେଳା ଟାରେ ଆସି ଦେଖେ ରୋଜି ପୁରା ନିଦ ରେ ଶୋଇ ଯାଇଛି ମନେ ମନେ ଭାବି ରୋଜି ପାଖ ରେ ବସି ବହୁତ ପରିଶ୍ରମ ପଡୁଛି ରୋଜି ଉପରେ ତା ପରେ ସେ ତିନି ମାସ ର ପ୍ରେଗନେଣ୍ଟ କଣ କରିବ ସେ ଯେତେ ମାସ ଆଗ କୁ ଆସିବ ସେତେ ରୋଜି ତା ଠାରୁ ଦୂର କୁ ଯିବ ।କଷ୍ଟ ପାଇବ ସେ ଘର କାମ କରି କିଏ ବି ପାଖ ରେ ନାହାନ୍ତି ଟିକେ ଦେଖା ଶୁଣା କରିବା ପାଇଁ,କିଏ ଆଜି କାଲି ବିଶ୍ୱସ୍ତ ଲୋକ ଟିଏ ମିଳିବା ବହୁତ କଷ୍ଟ ! ଭାବି ଭାବି ତାର ନାନୀ କୁ ସମ୍ବଲପୁର ଫୋନ ଲଗାଏ।


ଫୋନ ଟି ରିଂଗ ହୁଏ ।ସେପଟୁ ଜଣେ ମହିଳା ସ୍ୱର

ହାଲୋ କିଏ ଦୀପକ

ଦୀପକ ହଁ ନାନୀ ପ୍ରଣାମ କେମିତି ଅଛ ସବୁ ଭଲ ତ?

ମହିଳା ନମସ୍କାର ଆପଣ କିଏ କହୁଥିଲେ ମାଡମ ଙ୍କର କଣ ସଂପକୀୟ କି ? ଆଜି ଗୋଟେ ଆକସ୍ମିକ ଅସିଡେଣ୍ଟ ହୋଇଗଲା ମାଡମ ଙ୍କର ,ମୁଁ ତାଙ୍କ ସ୍କୁଲ ର ଜଣେ ଶିକ୍ଷିକା ତାଙ୍କୁ ମୁଁ ହସ୍ପିଟାଲ ନେଇ ଆସିଛି ଗୋଟେ ଛୋଟ ଅପରେସନ ପରେ ମାଡମ ଏବେ ଭଲ ଅଛନ୍ତିଆପଣ କିଏ କହୁଛନ୍ତି ?ଦୀପକ କି ?

ଦୀପକ ରାନୁ ଦିଦି କି ?

ମହିଳା ହଁ ମୁଁ ରାନୁ ଦିଦି ବୁଝିଲୁ ଦୀପକ ଶୋଭା ଅପା ଆଜି

ଘର କୁ ଆସୁଥିଲା,ସ୍କୁଟି ନେଇ ଗୋଟେ ବାଇ କ ସହିତ ତାର ଅସିଡେଣ୍ଟ ହେଇଗଲା ଗୋଡ଼ ଟା ତାର ମୋଡି ହେଇ ଯାଇଛି ।ବୋଧେ ଫ୍ୟାକ୍ଚର ନା କଣ ହେଇଛି ।ଡାକ୍ତର କାଲି କହିବେ।

ରାନୁ ଦିଦି ହେଲେ ଦୀପକ ନାନୀ ର କଲିଂଗ ଆଉ ତାଙ୍କ ଘର ମାଲିକିଆଣି ତାଙ୍କ ଘରେ ଆଜିକୁ ପନ୍ଦର ବର୍ଷ ହେବ ।ସେ ରହୁଛନ୍ତି।ଏକ ଦମ ପୁରା ପରିବାର ପରିକା ଦୀପକ ବି ବହୁତ ଥର ଯାଇଛି ତାଙ୍କ ଘର କୁ ।

ଦୀପକ ରାନୁ ଦିଦି ମୋ ନାନୀ ର କଣ ହେଲା କହିବେ ।ଉଠିଲେ ସେ, ମୁଁ ତା ପାଖ କୁ ଯାଇ ପାରିବିନି।

ରାନୁ ଦିଦି କଣ ? ହେଲା ତୁ ଆଉ ରୋଜି ଭଲ ଅଛ ଟି ।ଶୋଭା କହୁ ଥିଲା ।ତୋର ପିଲା ପିଲି ହବା ର ଥିଲା ।ଭାରି ବ୍ୟସ୍ତ ହେଉଥିଲେ ସେ,ପିଲା ଟା ଏକୁ ଟିଆ କଣ କରିବ ।ଯିବ ବୋଲି ଭାବୁ ଥିଲା ହେଲେ ଦେଖୁନୁ ତା ସହିତ କଣ ହେଲା ।କାଲି ରିପୋର୍ଟ ଦେଖି ଲେ ଡ଼କ୍ଟର କହିବେ।

ଦୀପକ ଭାବୁଥିଲା ବିପଦ ଆସେ ଯେତେବେଳେ ସାଙ୍ଗ ସାଥୀ କୁ ଧରି ଆସେ।କଣ ଭାବିଥିଲା ମଣିଷ କଣ ହେଲା କଥା ରେ ଅଛି ମଣିଷ ସମୟ ର ଦାସ।ହଉ ରାନୁ ଦିଦି ମତେ ଭରିବ୍ୟସ୍ତ ଲାଗୁଛି।ନାନୀ ପାଇଁ ଠାକୁର ପାଖ ରେ ଗୁହାରି ମୋ ନାନୀ ର ବେସି କିଛି ନ ହେଇ ଥାଉ ହଉ ରଖୁଚି ।ଆପଣ କୁ ବହୁତ ଧନ୍ୟବାଦ ମୋ ନାନୀ କୁ ଟିକେ ଜଗିଥିବେ।ଆଉ କହିବେ ମୁଁ ଫୋନ କରିଥିଲି ବୋଲିହଉ ରଖୁଛି ଦୀପକ ଫୋନ ଟିକୁ ରଖି ଦେଲା।

ରୋଜି ସେତେ ବେଳକୁ ଉଠି ସାରିଥିଲା ଦୀପକ କୁ କହିଲା ଓଃ!ଭାରି ଭଲ ଲାଗିଲା ଶୋଇ ପଡିବାରୁ ମୁଣ୍ଡ ଟା ବିନ୍ଧୁ ଥିଲା ଟିକେ ରିଲାକ୍ସ ଲାଗିଲା କାହା ସହ କଥା ହେଉଥିଲା ତୁମେ ରାତି ର ପାର୍ଟି କ୍ୟାନ୍ସଲ କଲ ନା ଆରେଞ୍ଜ କରିଛ କେତେ ଲୋକ ଆସିବେ ଦୀପକ କହିଲା କିଛି କରିନି ତୁମେ ଶୋଇବା ଦେଖି ତୁମ କଥା ଭାବୁ ଥିଲି ଆଗକୁ ତୁମ କୁ କିଛି ଅସୁବିଧା ଯେମିତି ନ ହେବ ସେଥିପାଇଁ ନାନୀ କି ଫୋନ କଲି କାଳେ ସେ ଆସି ରହିବ ଆଉ କିଛି ଦିନ ଗଲେ ହେଲେ ତାଙ୍କର ଅସିଡେଣ୍ଟ ହେଇଛି କାଲି ।କଣ ହେଲା ରିପୋର୍ଟ ଆସିବ।

ରୋଜି ବୁଝିଲ ଦୀପକ ତମେ ସବୁଥିରେ ଦେଖି ଚାହିଁ, ଗୋଡ଼ ପୁରାଉନଏଟା କରିବ ସେଟା କରିବ ତା ପରେ କିଛି କରିବନି ଚୁପ ହେଇକି ବସିବି।ନାନୀ କି କୋଉ ଦିନ ରୁ କହିଲିନିଚାକିରୀ ଛାଡି ଆମ ପାଖ ରେ ରହିବା ପାଇଁ ହେଲେ ସେ ବି କିଛି ଶୁଣିଲେନି ମୋ କଥାତାଙ୍କ ଆସେଡେଣ୍ଟ ଖବର ଶୁଣି ମନ ଜମା ଭଲ ଲାଗୁନି ,ଭଗବାନ ତାଙ୍କୁ ଭଲ ରେ ରଖନ୍ତୁ ଏକୁଟିଆ ମଣିଷ ଆସିକି ଯଦି ଏଠି ରୁହନ୍ତେ ବହୁତ ଭଲ ହୁଅନ୍ତା ବୟସ୍କ ବି ମତେ ସବୁ ବୁଝେଇ ଦିଅନ୍ତେ।

ଦୀପକ ବୁଝିଲ ରୋଜି ତୁମ ମୁଣ୍ଡ ଖରାପ ମୁଁ କଣ କହୁଚି ତମେ କଣ ବୁଝୁଛ।ଆଇଲେ ଦାଣ୍ଡ ଆଡୁବୁଝିଲ ଖମ୍ବ ଆଳୁ।ଏ ନ ଏମିତି କଣ କହୁଛ ,ମ ମୋ ଯାଉଛି ପ୍ରାଥନା କରିବାକୁ ।ଧୂପ ଦେବି, ତାପରେ କଣ କରିବା, କଥା ହବା

ଆଉ ତା ପରେ କ୍ରମଶଃ



Rate this content
Log in

Similar oriya story from Abstract