STORYMIRROR

Sunanda Mohanty

Classics Thriller Others

3  

Sunanda Mohanty

Classics Thriller Others

ପଶୁ ପକ୍ଷୀଙ୍କ ସରସ୍ବତୀ ପୂଜା

ପଶୁ ପକ୍ଷୀଙ୍କ ସରସ୍ବତୀ ପୂଜା

2 mins
179



ଆରବର୍ଷ ସରସ୍ବତୀ ପୂଜାଦିନ ଭୀଷଣ ବର୍ଷା ହେଉଥିଲା ବୋଲି ପଶୁ ପକ୍ଷୀମାନେ ଟିକେ ଭଲରେ ସରସ୍ବତୀପୂଜା ପାଳନ କରିପାରିନଥିଲେ. ଏ ବର୍ଷ ଖୁବ ଧୂମଧାମରେ ମାଆ ବାଗଦେବୀ ସାରସ୍ବତୀଙ୍କ ପୂଜା କରିବାକୁ ଭାବି ସରସ୍ବତୀମୂର୍ତ୍ତି ଗଢିବାକୁ କଙ୍କଡାକୁ କୁହାଗଲା. ଏବର୍ଷ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଓଦାମାଟି ବର୍ଷା ପାଣିରେ ଧୋଇଯାଉଥିଲା ପୁଣି କଙ୍କଡା ଆମିଷ ଜାତୀୟ ପଶୁ ହୋଇଥିବାରୁ କଇଁଚକୁ ସେ ଦାଇତ୍ୱ ଦିଆଗଲା. ଏତେ ଜୋର ବର୍ଷା ଯୋଗୁଁ କୌଣସିମତେ କଇଁଚ ମଧ୍ୟ ସେ କାମକୁ ପାରିଲା ନାହିଁ.ବୁଲି ବୁଲି ଚତୁର ବିଲୁଆ ପାଖକୁ କଥା ଆସିଲା ତ ସେଦିନ ବିଲୁଆ ପେଚାକୁ ସାଙ୍ଗରେ ନେଇ ଗାଁ ଆଡ଼େ ଚାଲିଲା ଶିଳ୍ପୀଙ୍କ ଘରୁ ମୂର୍ତ୍ତି ଆଣିବାକୁ .

  ଗାଁ ମୁଣ୍ଡରେ ମୂର୍ତ୍ତି ଶିଳ୍ପୀ ରାଧୁମଉସା ଅନେକ ସରସ୍ବତୀ ଦେବୀଙ୍କ ମୂର୍ତ୍ତି ଗଢିସାରିଥିଲେ ମଧ୍ୟ ବରାଦ ଅନୁଯାଇ ମୂର୍ତ୍ତି ନିଅଣ୍ଟ ପଡୁଥିବାରୁ ଦୁଇ ପୁଅଙ୍କ ସହାୟତା ନେଇ ମୂର୍ତ୍ତି ଗଢି ତୁଳୀ ଧରି ରଙ୍ଗ ଦେଲାବେଳକୁ ରଙ୍ଗ ବାକ୍ସ କେହି ନେଇଯାଇଛି ଵା ଯଥା ସ୍ଥାନରେ ନାହିଁ ତ ସେ ଦୁହେଁ ବଜାରକୁ ବାହାରିଗଲେ ରଙ୍ଗ କିଣିଆଣି ମୂର୍ତ୍ତିମାନଙ୍କ ଦେହରେ ତୁଳୀ ସାହାଯ୍ୟରେ ରଙ୍ଗ ଦେଇ ସମ୍ପୂର୍ଣ୍ଣ କରିବାକୁ. ସେମାନଙ୍କ ବାପା ମଧ୍ୟ ଅନ୍ୟ ସହରକୁ ନୂଆ ଗଢ଼ା ମୂର୍ତ୍ତି ଦେବାକୁ ଯାଇଥାଆନ୍ତି. ଏହି ସୁଯୋଗରେ ବିଲୁଆ ଓ ପେଚା ପକ୍ଷୀ ସରସ୍ବତୀଙ୍କ ମୂର୍ତ୍ତି ନେଇ ଜଙ୍ଗଲକୁ ଚମ୍ପଟ ମାରିଲେ. ଶିଳ୍ପୀ ଫେରିଆସି ଯେତ

ିକି ମନଦୁଃଖ କଲେ ଦୁଇ ପୁଅ ରଙ୍ଗ ଆଣି ଆସିଲା ବେଳକୁ ମୂର୍ତ୍ତି ନଥିବା ଦେଖି ମଧ୍ୟ ସେତିକି ଆଶ୍ଚର୍ଯ୍ୟ ହେଲେ.

  ତେଣେ ଜଙ୍ଗଲରେ ମୟୁର ବହୁତ ସୁନ୍ଦର ଭାବେ ତୁଳୀ ସାହାଯ୍ୟରେ ଖୁବ ସୁନ୍ଦର ରଙ୍ଗ ଦେଇ ସରସ୍ବତୀଙ୍କ ଅସମ୍ପୂର୍ଣ୍ଣ ମୂର୍ତ୍ତିଟିକୁ ସମ୍ପୂର୍ଣ୍ଣ କଲା ସତ ହେଲେ ଏତେ ବର୍ଷା ଯୋଗୁଁ ପୂଜାରେ ବ୍ୟାଘାତ ସୃଷ୍ଟି ହେବାରୁ ହଂସ ଆସି ବର୍ଷା ଜଳ ସବୁକୁ ପହଁରି ପହଁରି ସମୁଦ୍ରରେ ମିଶାଇ ଦେଇ ଆସିଲା. ପଶୁ ପକ୍ଷୀମାନେ ବୁଝିସାରିଥିଲେ ଯେ ସେମାନେ ମୂର୍ତ୍ତି ଚୋରି କରି ଆଣିଥିବାରୁ ଏପରି ବର୍ଷା ହୋଇ ପୂଜାରେ ବିଘ୍ନ ମିଶି ହୋଇପାରୁନି. ଏଥର କଇଁଚ ପରିଶ୍ରମ କରି ହଂସ ପକ୍ଷୀ ତିଆରି କରି ମୟୁର ଦ୍ୱାରା ରଙ୍ଗ ଦେଇ ତାକୁ ଜୀବନ୍ତ ପରି କରିଦେଇଥିଲା ଓ ସେଇଟିକି ନେଇ ବିଲୁଆ ଶିଳ୍ପୀ ଘରେ ଥୋଇଦେଇ ଆସିବାରେ ପେଚା ସାହାଯ୍ୟ କରିଥିଲା. ସକାଳୁ ଏଡ଼େ ସୁନ୍ଦର ହଂସ ମୂର୍ତ୍ତି ଦେଖି ଶିଳ୍ପୀ ଓ ଶିଳ୍ପୀକୂଳ ଖୁସି ହୋଇ ସରସ୍ବତୀ ଦେବୀଙ୍କ ମୂର୍ତ୍ତିଙ୍କୁ ହଂସ ମଧ୍ୟରେ ସ୍ଥାପନା କରିବାରୁ ସରସ୍ବତୀ ଦେବୀଙ୍କ ମୁଁହରେ ହସ ଉକୁଟିଲା ତ ସବୁମୂର୍ତ୍ତି ସାଙ୍ଗକୁ ହଂସଟିଏ ଲେଖାଏଁ ଗଢି ମାଆ ସାରସ୍ବତୀଙ୍କ ବାହାନ ରୂପେ ହଂସକୁ ରଖି ସେହିଦିନଠାରୁ ହଂସ ସରସ୍ବତୀ ଦେବୀଙ୍କ ବାହାନ ରୂପେ ମର୍ତ୍ତ୍ୟରେ ପୂଜା ପାଇଲା. ଜଙ୍ଗଲରେ ପଶୁ ପକ୍ଷୀମାନେ ମଧ୍ୟ ଆନନ୍ଦ ମନରେ ପୂଜା କରୁଥିଲେ ସରସ୍ବତୀ ଦେବୀଙ୍କୁ ହଂସ ପିଠିରେ ବସାଇ କାରଣ ଆଉ ବର୍ଷା ହେଉନଥିଲା ମାଆଙ୍କ ଆଶୀର୍ବାଦରୁ.


Rate this content
Log in

Similar oriya story from Classics