Lina Dhal

Drama

4  

Lina Dhal

Drama

ପ୍ରତିଫଳ

ପ୍ରତିଫଳ

1 min
280


ସେଦିନ ସକାଳୁ ଗାଁରୁ ଆସୁଆସୁ ହଠାତ୍ ଗୋଟିଏ ବାଇକ୍ ଆସି ଗାଡି ସାମ୍ନାରେ ପିଟିହୋଇଗଲା। ସ୍ପିଡ୍ ବାଇକ୍ ରେ ଥିବା ପିଲାମାନଙ୍କୁ ବଞ୍ଚାଇବାକୁ ଯାଇ ହଠାତ୍ ବ୍ରେକ୍ ଦେଉ ଦେଉ ଗାଡିର ଆଗକାଚଟା ଭାଙ୍ଗିଗଲା । ପିଲାମାନଙ୍କର କିଛି ହୋଇନଥିଲା, ତଳୁଉଠି ଯାଉ ଯାଉ ସରି ଭୂଲ୍ ହୋଇଗଲା, ଆମର ଆଜି ପରୀକ୍ଷା ଅଛି। କାଚ ଭାଙ୍ଗି ଯାଇଥିଲେବି ପିଲାମାନଙ୍କ ପରୀକ୍ଷାକୁ ଦେଖି ଯିବାକୁ କହିଦେଲି। ଦେଖିଚାହିଁ ଗାଡି ଚଲାଅ। ତମମାନଙ୍କର


ଯଦି କିଛି ହୋଇଯାଇଥାନ୍ତା ତାହେଲେ.. । ପରେ ଗାଡି ଆଣି ସଜାଡ଼ିବାକୁ ଦେଲି ।


ଦି' ଦିନ ପରେ ପୁଅକୁ ସ୍କୁଲରେ ଛାଡି ଗାଡିପଛକୁ କରୁ କରୁ ଜଣେ ଗାଡିଧରି ପଶିଆସିଲେ। ଗାଡି ଟିକେ ବାଜିଯିବାରୁ ସେ ତାଙ୍କ ଗାଡିକୁ ଧିରେ ତଳେଥୋଇ ଛିଡା ହୋଇଗଲେ। ମାରିଦେଇଥାନ୍ତ, ରୋଡ୍ ଟା ତମର । ବଡ ବଡ ଗାଡି ଚଲଉଛ, ରାସ୍ତା ଦେଖାଯାଉନି। ହିରୋଗିରି। ଏମିତି ଆହୁରି କେତେ କ'ଣ... ମୁଁ ତାଙ୍କ କଥା ସବୁକୁ ଆଶ୍ଚର୍ଯ୍ୟ ହୋଇଶୁଣୁଥାଏ । ଭୁଲ୍ ନଥାଇ ଭୂଲ ମାଗିଲେବି ନଛୋଡବନ୍ଧା । ସେତେବେଳକୁ କୋଡ଼ିଏ ତିରିଶ ଜଣ ଲୋକ ଜମାହୋଇଗଲେଣି । ସେ ଲୋକଟିର ଅଭିନୟକୁ ଲୋକମାନେ ବି ନୀରବଦ୍ରଷ୍ଟା ସାଜି ଉପଭୋଗ କରୁଥିଲେ। ମୋତେ ବହୁତ ଅପମାନିତ ଲାଗୁଥିଲା । ଆରେ ମୁଁ ତ ଗାଡି ପଛକୁ କରୁଥିଲି, ହର୍ଣ୍ଣ ବି ମାରିଥିଲି। ସେ ଗୋଟିଏ ମିନିଟ ଅଟକି ଯିବା କଥା, କିନ୍ତୁ ମୋର ଭୁଲ ରହିଲା କେଉଠି? ମନେ ମନେ ଭାବୁଥିଲି ଦି 'ଦିନ ତଳର ଘଟଣା କଥା । ଭଲକାମ କଲେ କଣ ସତରେ ତମ ପାଇଁ ବି କିଛି ଭଲ ଫଳ ଅପେକ୍ଷା କରିଥାଏ କି?



Rate this content
Log in

Similar oriya story from Drama