Saudamini Tripathy

Children

3  

Saudamini Tripathy

Children

ପ୍ରତୀକ ବିକ୍ରମ

ପ୍ରତୀକ ବିକ୍ରମ

3 mins
229



ହସ୍ପିଟାଲ ରୁ ନିଜକୁ ଦେଖାଇ ଫେରୁଛନ୍ତି ଗାୟତ୍ରୀ ଦେବୀ l ପାଖରେ କେହି ନାହିଁ, ନିଜେ ଯାଇ ସହରରେ ଡାକ୍ତର ଦେଖାଇ ଫେରୁଥିବା ସମୟରେ ହଠାତ୍ ଏକ ଦ୍ରୁତ ଗତିରେ କାର ଆସି ଗାୟତ୍ରୀ ଦେବୀଙ୍କୁ ଧକ୍କା ଲଗାଇ ଚାଲିଗଲା,ଗାୟତ୍ରୀ ଦେବୀ ତଳେ ପଡି ଯାଇ ବେହୋସ୍, ସନ୍ଧ୍ୟା ପ୍ରାୟ ହୋଇ ଆସୁଛି l ସହରାଞ୍ଚଳ ଠାରୁ ଦୂରରେ ଧକ୍କା ହୋଇଥିବାରୁ ତାଙ୍କୁ ଚିକିତ୍ସାଳୟକୁ ନେବାକୁ କେହି ଆଖ ପାଖରେ ନ ଥିଲେ l ଇତି ମଧ୍ୟରେ ଜଣେ ଯୁବକ ଆସି ପହଁଞ୍ଚିଲେ l ଚିକିତ୍ସାଳୟ କୁ ନେବାରେ ଡେରି ହେବାରୁ ଅନେକ ରକ୍ତ ବୋହି ଯାଇଥାଏ, ଓ ଅବସ୍ଥା ମଧ୍ଯ ଗୁରୁତ୍ତର ହେଉଥାଏ, l ଯୁବକ ଜଣଙ୍କ ଉଠାଇ ସହରରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଇଲେ ଓ ବାହାରେ ଅପେକ୍ଷା ରେ ଥାଆନ୍ତି l ନର୍ସ ଗୋଟିଏ ଲମ୍ବା ଲିଷ୍ଟ ଔଷଧ ଆଣିବା ପାଇଁ ଧରାଇ ଦେଲେ l ବିକ୍ରମ ପରିବା ବିକ୍ରି କରି ହାଟରୁ ଫେରୁଥିଲା ବୋଲି ତା ପାଖରେ ପଇସା କିଛି ଥାଏ, ତେଣୁ ସାଲାଇନ୍ ଓ ଔଷଧ କିଣି ଆଣି ପାରିଲା l ଚିକିତ୍ସା ଆରମ୍ଭ ହେବାରୁ କିଛି ସମୟ ପରେ ଗାୟତ୍ରୀ ଦେବୀ ଙ୍କର୍ ହୋସ୍ ଆସିଲା, ଆଉ ସେ ଆଖି ବନ୍ଦ ଅବସ୍ଥାରେ ପ୍ରତୀକ ପ୍ରତୀକ ବୋଲି କହୁଥାନ୍ତି l ନର୍ସ ଯୁବକ ଜଣଙ୍କୁ ଭିତରକୁ ଡାକି କହିଲେ ତୁମ ମା ତୁମକୁ ଖୋଜୁଛନ୍ତି ଯାଇ ଦେଖା କର, ବିକ୍ରମ ଭିତରକୁ ଯାଇ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲା, ସେ ତାର ନିଜର ମା ନ ହେଲେ ବି ମା ଠାରୁ ଅଧିକା ଯେ ତାକୁ ଖୁଆଇ ପିଆଇ ଦରକାର ବେଳେ ସାହାଯ୍ୟ କରି ବଞ୍ଚାଇ ଆଗକୁ ନେଇଛନ୍ତି ସେହି ମାଆ l


ବିକ୍ରମ ପିଲାବେଳୁ ବାପ ଛେଉଣ୍ଡ, ମା ସାଙ୍ଗରେ ଅଜା ଘରେ ବଡ ହୋଇଛି, ମାମୁଁ ଛୋଟ ଥିଲେ, ତେଣୁ ଅଜା ରଖିଥିଲେ ମା ପୁଅକୁ l ଅଜା ବି କିଛି ଦିନ ପରେ ଚାଲିଗଲେ, ମାମୁଁ ବାହାଘର ପରେ ତା ମା ଆଉ ସେ ମାମୁଁ ଘରେ ଚଳିବାରେ ହଇରାଣ ହେଲେ l ବିକ୍ରମ ର ପଢିବା ସ୍କୁଲ ଖର୍ଚ୍ଚ ପାଇଁ ତା ମାଆକୁ ଅନ୍ୟ ଘରେ ରହି କାମ କରିବାକୁ ପଡିଲା l ସେ ମାମୁଁ ଘରେ ରହି ପାଖ ସ୍କୁଲ କୁ ଯାଇ ପାଠ ପଢିଲା l

ପ୍ରତୀକ ଓ ବିକ୍ରମ ଗୋଟିଏ ଶ୍ରେଣୀ ରେ ପଢୁ ଥାନ୍ତି l ପ୍ରତୀକ କ୍ରମଶଃ ଜାଣି ପାରିଲା ବିକ୍ରମର ବାପା ନାହିଁ, ପଇସାର ଅଭାବରେ କିଛି ଖାଇବା ପିଇବା ଆଦିରେ ଅସୁବିଧାକୁ ଅନୁଭବ କରିପାରିଥିଲା l ପ୍ରତୀକ ନିଜ ମା କୁ କହି ମଧ୍ୟାହ୍ନ ଭୋଜନ ପାଇଁ ତିନୋଟି ପରଠା ବା ରୋଟି ଜାଗାରେ ସାଙ୍ଗ ପାଇଁ ମିଶିକରି ଖାଇବୁ ବୋଲି କହି ପ୍ରତିଦିନ ପାଞ୍ଚଟା ବା ଛଅ ଟା ନେଇ ଥାଏ, ଗଣେଶ ପୂଜା, ସରସ୍ଵତୀ ପୂଜା ରେ ସ୍କୁଲ ଚାନ୍ଦା ପାଇଁ ବାପା ଙ୍କୁ କହି ବା ନିଜ ପକେଟ ଖର୍ଚ୍ଚରୁ ଅଧିକା ନେଇ ବିକ୍ରମର ଖର୍ଚ୍ଚ ତୁଲାଇଥାଏ, ନୂଆ ଖାତା, ବହି, କଲମ ପେନସିଲ ଆଦି ଯୋଗାଇ ଦେଇ ପଢାରେ ସାହାଯ୍ଯ କରିଥାଏ, l ପ୍ରତୀକ ମାଟ୍ରିକ୍ ଭଲ ନମ୍ବର ରଖି ପାସ୍ କରି କୋଟାରେ ଇଞ୍ଜିନିୟରିଂ ପଢ଼ି ସାରି ନୂତନ କାର୍ଯ୍ୟରେ ଏବେ କାମ କରୁଛି l ଆଉ ବିକ୍ରମ ମାଟ୍ରିକ୍ ପରେ ଗାଆଁ ରେ ରହି କିଛି ଚାଷ ବାସ କରି ନିଜ ବଗିଚାର ଓ ଗାଁ ଲୋକଙ୍କ ଠାରୁ ପନିପରିବା ନେଇ ହାଟରେ ବିକ୍ରି କରି ଚଳି ଯାଏ ମାଆକୁ ସାଙ୍ଗରେ ନେଇ l ଏହା ମଧ୍ୟରେ ମାଆ ବି ବୟସ ହେବାରୁ ବିମାର ହେଲେଣି l


ଅନ୍ୟ ମନସ୍କ ହୋଇ ଯାଇଛି ସେ l ନର୍ସ ଆସି କହିଲେ ରୋଗୀ ର ଅବସ୍ଥା ସ୍ଥିର ରହୁନି, ତେଣୁ ରକ୍ତ ଦେବାକୁ ପଡିବ, ବିକ୍ରମ ବୁଝି ପାରୁ ନ ଥିଲା କଣ କରିବ l ଖବର ନେଇ ବୁଝିଲା ପ୍ରତୀକର ବାପା ଦିଲ୍ଲୀରେ ଅଫିସ କାମରେ ଯାଇ ଦୁଇ ମାସ ହେବ ଅଛନ୍ତି, ସାନ ଭଉଣୀ ବାହା ହୋଇ ଶାଶୁ ଘରେ ଦୁଇ ମାସର ଛୋଟ ପିଲାଟିକୁ ନେଇ l କିଛି ଉପାୟ ନ ଥିଲା, ସେ ବହୁ ଚେଷ୍ଟା କରି ମଧ୍ୟ ab+ଗ୍ରୁପର ରକ୍ତ ପାଇଲା ନାହିଁ, ବାଧ୍ୟ ହୋଇ ନିଜ ରକ୍ତ ଦେଲା ଓ ତାହାର ରକ୍ତ ମଧ୍ଯ ମ୍ୟାଚିଙ୍ଗ ଥିଲା l ପର ଦିନ ସକାଳୁ ନରେନ୍ଦ୍ର ବାବୁ ଯେ ପ୍ରତୀକ ର ବାପା ଦିଲ୍ଲୀ ରୁ ଆସି ପହଁଞ୍ଚିଲେ, ସେତେବେଳକୁ ଗାୟତ୍ରୀ ଦେବୀ ଠିକ୍ ହୋଇ ସାରି ଥାଆନ୍ତି l ଯେମିତି ବିକ୍ରମ ଜାଣିଲା ପ୍ରତୀକର ବାପା ଆସିଗଲେଣି ବୋଲି ବିକ୍ରମ ସେଠାରୁ ଚାଲିଗଲା l ନରେନ୍ଦ୍ର ବାବୁ ପଚାରି ବୁଝିବାରୁ ଜାଣି ପାରିଲେ ସେ ତାଙ୍କ ଘରେ କାମ କରୁଥିବା ସୁରମାର ପୁଅ l ଯେ ପ୍ରତୀକ ର ସାଙ୍ଗ ବୋଲି ଦିନେ ତାଙ୍କ ଘରକୁ ଆସିଥିଲା ,ଆଉ ସେ କାମ କରିବା ଲୋକର ଗରିବ ପିଲା ସାଙ୍ଗରେ ସାଙ୍ଗ ହୁଅ ନାହିଁ ବୋଲି ପ୍ରତୀକକୁ କହି ଘରୁ ବିକ୍ରମକୁ ବାହାର କରି ଦେଇଥିଲେ l ବିକ୍ରମ କିନ୍ତୁ ସେ ଠିକ୍ କଥା କହିଛନ୍ତି ଭାବି ଚାଲି ଯାଇଥିଲା, ସେ ପ୍ରତିଦିନ ଖୁଆଉଥିବା ମାଆକୁ ଦେଖିବା ପାଇଁ ଆସିଥିଲା, ଗେଟ୍ ପାଖରୁ ଦୂରରୁ ମାଆଙ୍କୁ ଦେଖି ଚାଲି ଯାଇଥିଲା, କିନ୍ତୁ ପ୍ରତୀକର ମା ପ୍ରତି ତା ହୃଦୟରେ ଖୁବ୍ ସମ୍ମାନ ବଢି ଯାଇଥିଲା, ସେ ଚାହୁଁଥିଲା କେମିତି ପ୍ରକାରେ ତାଙ୍କର ରୁଣ ଶୁଝିବ ,ଭଗବାନ୍ ମଧ୍ୟ ମଉକା ଦେଲେ ସେ ଖୁସିରେ ଘରକୁ ଚାଲି ଯାଇଥିଲା, ହେଲେ ନରେନ୍ଦ୍ର ବାବୁ ଯେତେବେଳେ ବିକ୍ରମ ଏତେବଡ଼ କାମ କରି ତାଙ୍କ ସ୍ତ୍ରୀଙ୍କୁ ବଞ୍ଚାଇ ରଖିଛି ଜାଣିଲେ ତାଙ୍କ ମୁହଁ ତଳକୁ ହୋଇଗଲା l ଅନୁତାପରେ ସେ ଜଳିଗଲେ l



Rate this content
Log in

Similar oriya story from Children