Nityananda Sahu

Romance Tragedy Inspirational

4  

Nityananda Sahu

Romance Tragedy Inspirational

।।ପ୍ରଣୟ ସୁଧା ।।

।।ପ୍ରଣୟ ସୁଧା ।।

13 mins
184



ପରିଵର୍ତ୍ତନଶୀଳ ଦୁନିଆଁରେ ଋତୁ ପରି ମଣିଷର ମନ ବି ବଦଳିବାକୁ ଲାଗିଛି । ହୃଦୟ ଦେଇ ଯେତେ ଭଲ ପାଇଲେ ବି, ସମ୍ପର୍କ ମଧ୍ୟରେ କେତେ ଗୁରୁତ୍ୱ ଅଛି ପ୍ରତି ଥର ଜାଣିବାକୁ ସମସ୍ତେ ଇଚ୍ଛୁକ । ଥରେ ଭଲ ପାଇବା କହିଦେଲେ, ପ୍ରେମ ହୋଇ ଯାଏ କି ? ସେ ଦିନର ପ୍ରଶ୍ନ ଥିଲା ପ୍ରଣୟ ପ୍ରତି ସୁଧାର । 

 କେମିତି ବୁଝେଇ କହିବ ସେ ସୁଧାକୁ ? ସେ ବୁଝିବାକୁ ଚେଷ୍ଟା ହିଁ କରୁ ନାହିଁ । 

 ତୁମେ କୁହ ପ୍ରଣୟ, ମତେ ଭଲ ପାଇବା ଦିନରୁ, ଆଜି ଯାଏ କେବେ କିଛି ମତେ ସପ୍ରାଇଜ ଦେଇଛ । ମୁଁ ନ ଡାକିଲେ ବି, ତୁମ ମନରୁ କେବେ ମତେ ଥରେ ଦେଖା କରିବାକୁ ଆସିଛ । 

  ଆମ ପ୍ରେମର ପ୍ରଥମ ଦିନରୁ ଆଜି ଯାଏ, କେବଳ ତୁମେ ଠକି ଚାଲିଛ । 

  ମୋ ଜାଗାରେ ଆଉ କିଏ ଥିଲେ ହୁଏତ ତୁମକୁ ଛାଡ଼ି କେବେଠୁ ଚାଲି ଯାଇଥାନ୍ତା । 

  ନା କେବେ ଚକଲେଟ, ଆଇସକ୍ରିମ କି କିଛି ଗିଫ୍ଟ ଦେଇଛ, ମନେ ପକେଇ ଥରେ କହିବ କି ? 

  ବୁଝିଲ ମୋ ସାଙ୍ଗ ମାନେ ଭଲ ପାଇବାର କେତେଟା ଦିନ ଭିତରେ, କୁଆଡେ କୁଆଡେ ଯାଇ ବୁଲି ସାରିଲେଣି । ସେମାନଙ୍କର ବୟଫ୍ରେଣ୍ଡ ମାନେ ବିଭିନ୍ନ ଗିଫ୍ଟ ବି ଦେଉଛନ୍ତି । 

   ଏମିତି କି କେତେ ରାତି ସେମାନେ ହୋଟେଲରେ ରହି କି ଆସିଲେଣି । ହେଲେ ତମ ପରିକା ଡରୁଆ, ମୁଁ ଆଜି ଯାଏ ଦେଖିନି । 

    ଭଲ ପାଇବାର ତିନି ବର୍ଷ ଭିତରେ ତୁମର ଅନିଚ୍ଛା ସବୁ ଶୁଣି ଶୁଣି ମୁଁ ବିରକ୍ତ ହୋଇଗଲେଣି । 

  ମୋ ଜୀବନରେ କିଛି ରୋମାଣ୍ଟିକ ଅଛି କି ନାହିଁ, ସେ ସବୁ ମୁଁ ଭୁଲି ଗଲେଣି । ଯେତେ ବେଳେ ଦେଖ ଖାଲି ବାବୁଙ୍କର କର୍ତ୍ତବ୍ୟ ବେଶି । 

   ଆଛା ମତେ କୁହ ତ, ତୁମେ କଣ ଦୁନିଆଁରେ ଏକା ଚାକିରୀ କରିଛ ? ଯେତେ ବେଳେ ଦେଖା କରିବାକୁ କହିଲେ ଛୁଟି ନାହିଁ । 

   କିନ୍ତୁ ଘର ଆଉ ସାଙ୍ଗମାନଙ୍କ ପାଇଁ ଅଛି । ଆଉ ନୁହେଁ, ମୁଁ ବୋରିଂ ହୋଇଗଲେଣି । I think we will move on .

ପ୍ରଣୟ କିଛି କହିବା କି ନାହିଁ ଭାବି ବା ଭିତରେ, ସୁଧାର ନିର୍ଣ୍ଣୟ ଶୁଣି ହାତବକ ହୋଇ ଯାଇଥାଏ । 

    ସଂପର୍କ କଣ ଏଇ ଛୋଟ ଛୋଟ ଜିନିଷରେ ତିଆରି ହୋଇଥିଲା । ଯାହା ଆଜି ନ ପାଇବାରୁ ମୂଲ୍ୟହୀନ ହୋଇଗଲା । 

   ତା ହେଲେ ପକୃତ ଭଲ ପାଇବା କଣ ସୁଧା ?

ମତେ ଛାଡିବା ଆଗରୁ ଥରେ କହିକି ତ ଯାଇ ପାରିବ ! 


  ତୁମେ କୁହ ପ୍ରଣୟ, 

     ଭଲ ପାଇବା ମାନେ ଦୁହେଁ ଦୁହିଁଙ୍କୁ ସମୟ ଦେବା, ଏକାନ୍ତରେ ବସି କଥା ହେବା । ସପିଙ୍ଗ କରିବା, ମୁଭି ଦେଖିବା । ଆଜି କାଲି ଏ ସବୁ ନାହିଁ ତ, ଏ ବୟସର ଭଲ ପାଇବା ମୂଲ୍ୟହୀନ ହୋଇ ଯାଏ । 

   ପୁରୁଣା ସଂସ୍କୃତି ଅନୁସାରେ ଭଲ ପାଇବାରେ କଣ ଅଛି ? କହିବ କି ମତେ ! ସବୁ ପୀଢ଼ିର ପରିଵର୍ତ୍ତନ ସହ ବଦଳି ଯାଏ । 


କିନ୍ତୁ ସୁଧା,

   ଯଦି ପକୃତ ଭଲ ପାଇବା ଅଛି, ତା ହେଲେ ଆଖି ଆଉ ହୃଦୟ ଦୁହିଙ୍କ ମଧ୍ୟରେରେ ବୁଝାବାର ଶକ୍ତି ରହିବା ଦରକାର । 


  ପ୍ରଥମ ଦେଖାରେ ଆଖି ସାଥେ ଆଖିର ମିଳନ ଆଉ ହୃଦୟ ମଧ୍ୟରେ ଅଦୃଶ୍ୟ ଭାଷାର କଥୋପକଥନ, ହିଁ ପ୍ରେମର ମୂଲ୍ୟକୁ ବୁଝାଇ ଥାଏ । ଦୂରତାର ଭଲ ପାଇବା, ହୃଦୟର ବିଶ୍ୱାସ ସହ ମିଶିକି ରହିଥାଏ । ହୁଏ ତ ମୋର ସମ୍ପର୍କ ରଖିବାରେ କେଉଁଠି ନା କେଉଁଠି ବୁଝାମଣାରେ ତ୍ରୁଟି ରହି ଯାଇଛି । 

   ସରି ପ୍ରଣୟ, ତୁମ ପାଖରେ ହୁଏତ ମୁଁ ନିରାପଦ ଥିଲି । 

କିନ୍ତୁ ମୁଁ ଚାହେଁ, ମୋ ଜୀବନକୁ ଖୁସିରେ କାଟିବକୁ । ସମୟ ସହ ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିବାକୁ । 

  ----- I am really very sorry .

ଆଶା କରେ ତୁମକୁ ବୁଝିଲା ପରି ମୋ ଠାରୁ ଜଣେ ଭଲ ଝିଅ ମିଳୁ । 

 ଆଖିର ସପ୍ନ ସବୁ କିଛି କ୍ଷଣ ମଧ୍ୟରେ ଭାଙ୍ଗି ବାର ଦେଖି ପ୍ରଣୟ ହୃଦୟକୁ କଠୋର କରିବାକୁ ଚେଷ୍ଟା କରୁଥାଏ । କିନ୍ତୁ ପବିତ୍ର ଭଲ ପାଇବାରେ ହୃଦୟର ଯନ୍ତ୍ରଣା ଆଜି ଲୁହ କେତେ ଟୋପା ହୋଇ ବୋହି ଯାଉଥାଏ । 

  ପଛକୁ ବୁଲି ଦେଖିଲା ବେଳକୁ ପ୍ରିୟତମା ଆଖିର ପରିଧି ଡେଇଁ ସାରିଥିଲା । ଥିଲା ତ ଯାହା ଅତୀତର ସ୍ମୃତିର ପାଉଁଶ, ଯାହା ଆଜି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ହୃଦୟର ସ୍ମଶାନରେ ଜଳୁଥିଲା । ତାର ଉତ୍ତପ୍ତ ନିଆଁରେ ଆଖି ଭିତରେ ଭରି ରହି ଥିବା ସମୁଦ୍ରର ଜୁଆରର ଢେଉ ପ୍ରଖର ହୋଇ କୂଳ ଲଙ୍ଘି ବୋହି ଚାଲିଛି । ତଥାପି ପ୍ରଣୟ ମନରେ ଆଜି ବି ସୁଧା ସେମିତି ଅଛି, ଆଉ ଭଲ ପାଇବା ବି ଟିକେ କମିନି ତା ପ୍ରତି । 

----- ହେଲେ ସୁଧା କଣ ପ୍ରଣୟକୁ ମନେ ରଖିଥିବ ? 

  

               ************* 


ମାନସିକ ଯନ୍ତ୍ରଣାରେ ଆଜି ପ୍ରେମ ନିଜର ଭାରସାମ୍ୟ ହରେଇବାକୁ ଲାଗିଛି । ଚିନ୍ତା ଚେତନା ମଧ୍ୟରେ ତାର ଅନେକ ପ୍ରଭେଦ । ଭଲ ପାଇବାର ଦୁନିଆଁରେ ଖୁସି ଟିକେ ମହଙ୍ଗା ଲାଗୁଛି । ଯୁବକ ସମୟରେ କେତେ ଝିଅମାନଙ୍କୁ ଭଲ ପାଇ ସେ ଧୋକା ଦେଇଛି । ଜୀବନର ରଙ୍ଗୀନ ଫଗୁଣକୁ କେତେ ରାତି ମଧୁର ରାତିରେ ପରିଣତ କରିଛି । 

ତଥାପି ପାଇଲା ବା କଣ ? ସମୟ ସହ ବୈବାହିକ ଜୀବନ ଭିତରେ, ଭଲ ପାଇବାର ଅସ୍ତିତ୍ବ ଆଜି ଧନ ଆଉ ଯୌବନ ଭିତରେ ଉଷ୍ମତାରେ ରହି ଯାଉଛି । ହୃଦୟ ଦେଇ କାହାର ନିଃସ୍ୱାର୍ଥପର ଭଲ ପାଇବା ବହୁତ କଷ୍ଟ । ଅଫିସ ଠାରୁ ଘରେ ସବୁଠି ନିଜର ଲୋକମାନେ ଅଛନ୍ତି । କାମ କି ଧନ କେଉଁଥିରେ ଅଭାବ ନାହିଁ । ସୁନ୍ଦରୀ ପ୍ରତ୍ନୀ ଘରେ ମନ ଖୋଜୁଥିବା ସବୁ କିଛି ଦେଇ ପାରୁଛି । କିନ୍ତୁ ମନ ଭିତରର ଉଦାସ ଭାଵ ବେଳେ ବେଳେ ତାର ଏକନ୍ତା ମୁହୂର୍ତ୍ତରେ ଅନେକ ପ୍ରଶ୍ନ କରୁଛି । ଏତେ ଜଣଙ୍କ ଜୀବନ ସହ ଖେଳି ତୁ କି ଲାଭ ପାଇଲୁ ପ୍ରେମ ?

  ଏମିତି ଚିନ୍ତା ଭିତରେ ହଠାତ କାର ରୋକି ଦେଇ କିଛି ସମୟ ପ୍ରେମ ରହିଯାଏ । ମନେପଡେ ଡାକ୍ତର କହିଥିଲେ ମାନସିକ ଯନ୍ତ୍ରଣାରୁ ମୁକ୍ତି କେବଳ ଉତ୍ତମ ବିଚାର ଆଉ ଭଲ ପୁସ୍ତକ ଦେଇ ପାରେ । 

    ପୁସ୍ତକ କଥା ମନେ ପଡିବାରୁ, ପଦର୍ଶନୀ ପଡିଆରେ ଜାତୀୟ ପୁସ୍ତକ ମେଳା ଅନୁଷ୍ଠିତ ହୋଇଥିବା ଖବର, ଖବରକାଗଜରୁ ପଡିଥିଲା । 

 ପଢାପଢିରେ ରୁଚି ନ ଥିଲେ ବି ପ୍ରେମ, କାରକୁ ପଦର୍ଶନୀ ପଡିଆ ଆଡେ ଯିବା ପାଇଁ ଆଗେଇ ନେଲା । ପାର୍କିଂ ଜାଗାରେ କାର ରଖି ଭିତରକୁ ପ୍ରବେଶ କଲା । କେତେ ଷ୍ଟଲ ଲାଗିଛି, ବିଭିନ୍ନ ପ୍ରକାର ବହି ସବୁ ପଦର୍ଶନ କରାଯାଉଅଛି । ହେଲେ ତାକୁ କି ପ୍ରକାର ବହି ଦରକାର, କେମିତି ବୁଝିବ । ମନର ଭାବକୁ ପ୍ରକାଶ କରିବାକୁ ଅନ୍ୟ କାହା ସମ୍ମୁଖରେ, କୁଣ୍ଠାବୋଧ କରୁଥାଏ । 

  ଆଖି ସାମ୍ନାରେ କିମ୍ବଦନ୍ତୀ ପୁସ୍ତକ ଷ୍ଟଲ ଦେଖି ଅଟକି ଗଲା । ଯୁବ ବର୍ଗର ପିଲାମାନଙ୍କର ସେଠାରେ ବହୁତ ଗହଳି । ପାଖରେ ଜଣେ ଯୁବକକୁ ଚାରିପଟେ ସମସ୍ତେ ଘେରି ଅଟୋଗ୍ରାପ ନେଉଥାନ୍ତି । 

   ସମସ୍ତଙ୍କ ହାତରେ ପୁସ୍ତକ ଖଣ୍ଡେ ଖଣ୍ଡେ ଥାଏ । ପ୍ରାୟ ତ ସବୁ କଭର ଗୋଟେ ପ୍ରକାର ଲାଗୁଥାଏ । 

  ଧୀରେ ଧୀରେ ପ୍ରେମ କିମ୍ବଦନ୍ତୀ ପୁସ୍ତକ ଷ୍ଟଲ ପାଖକୁ ଆଗେଇବାକୁ ଲାଗିଲା । କିଛି ସମୟ ବହି ସବୁ ଦେଖିଲା ଭିତରେ, ସେହି ଗୋଟେ ବହିକୁ ଖୋଜୁଥାଏ । ଯାହାକୁ ପ୍ରାୟେ ସମସ୍ତେ କିଣି କି ନେଉଥିଲେ । 

  ହେଲେ ପାଉ ନ ଥାଏ । କିଛି ସମୟ ପରେ କେହି ଜଣେ ପଚାରିଲେ, may i help you sir ? 

  ----- Ohh sure !

------ Actually ମୁଁ ଗୋଟେ ବହି ଖୋଜୁଛି କିନ୍ତୁ ପାଉନି । 

-------ବହିର ନାଁ କଣ ? କୁହନ୍ତୁ ମୁଁ ଆଣିଦେବି । 

--------ଜାଣିନି ?

 -------ଏଇ ଦେଖନ୍ତୁ, ସେ ପିଲାମାନଙ୍କ ହାତରେ ଯୋଉ ବହି ଅଛି, ସେ ବହି ମତେ ଦରକାର । 

   ଅପରିଚିତ ଲୋକଟି ଆଶ୍ଚର୍ଯ୍ୟ ହୋଇ କିଛି ସମୟ ଦେଖିଲା ପରେ କହିଲା, କିଛି ଖରାପ ଭାବିବେନି ସାର । ବୋଧହୁଏ ଆପଣ ପ୍ରଥମ ଥର ପାଇଁ ବହି କିଣିବାକୁ ଆସିଛନ୍ତି । 

 ------- ହଁ, । ଜୀବନରେ ସ୍କୁଲ ଠାରୁ କଲେଜ ଯାଏଁ କେଉଁଠି ବହିର ମୂଲ୍ୟ ବୁଝି ବାକୁ ଚେଷ୍ଟା କରିନି । ଧନୀ ବାପାର ପୁଅ ବୋଲି, ନିଜକୁ ପ୍ରତିଷ୍ଠା କରିଛି ଧନରେ କିନ୍ତୁ ଜ୍ଞାନରେ ସମ୍ପୁର୍ଣ୍ଣ ଅଜ୍ଞ । 

   ଚେଷ୍ଟା କରୁଛି କିଛି ନୂଆଁ ଶିଖିବା ସହ ଜାଣିବାକୁ । ଆପଣ ଯଦି ଟିକେ ହେଲ୍ପ କରିବେ କୃତଜ୍ଞ ହେବି । 

 -------ନିଶ୍ଚୟ ସାର । ହେଲେ ସେ ବହିଟି ଆଜି ପାଇଁ ସରି ଯାଇଛି । 

----------ଆଛା ହଉ । ଆଉ କୌଣସି ବହି ପ୍ରତି ମୋର କିଛି ବି ସମ୍ୟକ ଧାରଣା ନାହିଁ । ସତ କହିବାକୁ ଗଲେ ମତେ,ଏମିତି ବହିଟେ ଦରକାର, ଯେଉଁ ବହି ପଢିଲେ ସମ୍ପର୍କ ଆଉ ସାଂସାରିକ ଜୀବନ ଭିତରେ ଥିବା ଭଲ ପାଇବାର ମହତ୍ତ୍ୱକୁ ମୁଁ ବୁଝି ପାରିବି । 

 -------- ତା ହେଲେ ସେ ବହିଟି ଆପଣଙ୍କ ପାଇଁ ପ୍ରଯୁଜ୍ୟ । 

ସବୁ ବିକ୍ରି ସରିଯାଇଛି, ହେଲେ ମୋ ପାଖରେ ଗୋଟେ ଅଛି । ମୁଁ ପଢି ସାରିଛି । ଆପଣଙ୍କର ଇଚ୍ଛା ଶକ୍ତି ଆଉ ଆଗ୍ରହ ଦେଖି, ଦେବା ପାଇଁ ମୋର କିଛି ଆପତ୍ତି ନାହିଁ ସାର । 

   ବହିଟି ବଢ଼େଇ ଦେଇ, ବିଦାୟ ନେବା ସମୟରେ ପ୍ରେମ ଟଙ୍କା କେତେ ପଚାରେ । 

  ସାର ବହିଟି ପଢି ଆପଣଙ୍କର ସୁଚିନ୍ତିତ ମତାମତ ହିଁ ବହିଟିର ପକୃତ ମୂଲ୍ୟ ହେବ । ସବୁ ଲେଖା କଣ ଟଙ୍କାରେ କିଣା ଯାଏ । କିଛି ଲେଖା ଜୀବନ ସହ ଜଡିତ ଥାଏ । ଯାହାର ମୂଲ୍ୟ କେବଳ ହୃଦୟ ବୁଝିଥାଏ, ଅର୍ଥ ରାଶି ନୁହେଁ ସାର । ଧନ୍ୟବାଦ । ଲୋକଟି ବିଦାୟ ନେଇ ଚାଲିଗଲା । ହେଲେ ପ୍ରେମ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲା ସେଇ ଅପରିଚିତ ଲୋକଟିକୁ ଆଉ ବୁଝିବାକୁ ଚେଷ୍ଟା କରୁଥିଲା ସେ ଗଲା ବେଳେ କହିକି ଯାଇଥିବା କଥାର ମର୍ମକୁ । କିନ୍ତୁ ବହିଟି ପାଇ ପ୍ରେମ ବହୁତ ଖୁସିରେ ଘରକୁ ଫେରି ଆସିଲା । 


              ******************* 


ରାତ୍ରି ଭୋଜନ ଶେଷ କରି ପ୍ରେମ ବହିଟିର ପ୍ୟାକିଙ୍ଗ ଖୋଲି ଦେଖିଲା ବହିଟିର ନାଁ ଥିଲା - 

       '' ପ୍ରଣୟ ସୁଧା ''

 ବହିଟି ପ୍ରେମ ପଢିବାକୁ ଆରମ୍ଭ କରେ । କିଛି ସମୟର ପଢିବା ଭିତରେ ସେ ନିଜକୁ ବହିରେ ହଜେଇ ଦିଏ । 

  ନିଦ ଲାଗି ଆସିବାରୁ, ବହିର ପୃଷ୍ଠାରେ ଚିହ୍ନ ଦେଇ ରଖି ଦେଇ ଶୋଇବାକୁ ଯାଏ । କିଛି ସମୟ କଡ ଲେଉଟିଲା ଭିତରେ, ମନରେ ଅନେକ ପ୍ରଶ୍ନ ଆସେ । 

    ଠିକ ଏହି ସମୟରେ ପ୍ରେମଙ୍କର ପ୍ରତ୍ନୀ ସୁଧା ପ୍ରବେଶ କରେ ରୁମକୁ । କଣ ହେଇଛି ମୋ ବାବୁର ? tensionରେ ଥିଲା ପରି ଲାଗୁଛ ! ଆଜି କଣ ଏତେ mood off ଅଛି, ମୋ ଧନର ?

   ଏଇ ଦେଖନା, ଆଜି ବାହାରେ କେତେ ଥଣ୍ଡା ପବନ ଦେଉଛି । ତୁମର କଣ hot କିଛି nightରେ ଦରକାର ନାହିଁ । 

---- ଟିକେ ଚୁପ ରହି ପ୍ରେମ କୁହେ । ପକୃତ ଭଲ ପାଇବା କଣ ସୁଧା ? 

---------ହଠାତ ଆଜି ତୁମର ଏପରି ପ୍ରଶ୍ନ କାହିଁକି ଶୁଣେ ? 

କଣ ହୋଇଛି ତୁମର ପ୍ରେମ !

------- ନାହିଁ କିଛି ନାହିଁ । ମୋର ଗୋଟେ ପ୍ରଶ୍ନର ଉତ୍ତର ଦିଅ ସୁଧା । 

----------ପଚାର କଣ ଜାଣିବାକୁ ଚାହୁଁଛ । 

  କଲେଜରେ ମୁଁ କେତେ ଝିଅମାନଙ୍କ ସହ ଫ୍ଲର୍ଟ କରିଛି । କେତେ ଝିଅ ମୋ ସହ ଶୋଇଛନ୍ତି, ସବୁ ଜାଣିଲା ପରେ, ତୁମର true love ମୁଁ କେମିତି ହୋଇପାରିଲି । ତୁମେ ପ୍ରଥମେ ମତେ ଭଲ ପାଉନଥିଲ । 

ଛତରା ଲଫାଙ୍ଗ ବାଳୁଙ୍ଗା କହୁଥିଲ । 

   କିନ୍ତୁ କଣ ଦେଖି ମତେ ବାହାହେବା ପାଇଁ ରାଜି ହୋଇଗଲ । ମୁଁ ତୁମକୁ ପାଇବାକୁ ବହୁତ ଚେଷ୍ଟା କରୁଥିଲି । ଶେଷରେ ତୁମକୁ ଜୀବନ ସାଥି କରି ପାରିଲି । ଜୀବନ ଯାତ୍ରା ଭିତରେ ଆମ ସଂପର୍କରେ କଣ ପକୃତରେ ବିଶ୍ୱାସ ଆଉ ଭଲ ପାଇବା ଅଛି ନା ନାହିଁ ?ଆମେ କଣ ଖୁସି ନାହୁଁ !

-----ହଁ ବହୁତ ଖୁସିରେ ଅଛେ । ଜୀବନରେ ଯାହା ଦରକାର ସବୁ ଆମ ପାଖରେ ଅଛି । ତୁମେ କୁହ ପ୍ରେମ, ମୋ ଜୀବନର ପ୍ରଥମ ପୁରୁଷ ତୁମେ ଥିଲ । ତୁମକୁ ମୋର ସବୁ କିଛି ସମର୍ପି ଦେଇଛି । ମଥାରେ ସିନ୍ଦୂର ଆଉ ହାତର ଶଙ୍ଖା, ବେକର ମଙ୍ଗଳ ସୂତ୍ର ସବୁ ତୁମ ପାଇଁ ପିନ୍ଧିଛି । ତୁମକୁ ପତି ରୂପରେ ପାଇ, ମୁଁ ବହୁତ ଖୁସି । ଏବେ କୁହ ତୁମେ ଯାହା ଚାହିଁଛ ମୋ ଠାରୁ, କେବେ ମୁଁ କିଛି ପ୍ରତିବାଦ କରିଛି କି ? ତା ହେଲେ ଆଜି କଣ ପାଇଁ ଏ ପ୍ରଶ୍ନ ? ବିବାହର ଏତେ ବର୍ଷ ପରେ ବି ପିଲାପିଲି ନ ଥାଇ, ମୁଁ କଣ କେବେ ଅଭିଯୋଗ କିଛି କରିଛି । ଜାଣିଛି ତୁମ ଭିତରେ ଦୁର୍ବଳତା ଥାଇ ବି, ବରଂ ସାମାଜିକ ଆକ୍ଷେପକୁ ସହି ଯାଉଛି ସବୁ ଦୋଷ ମୋ ଉପରେକୁ ନେଇ । ତା ହେଲେ କୁହ ମୁଁ କଣ ମୋ ଜୀବନର ବଳିଦାନ ଦେଇ ନାହିଁ ଆମ ପ୍ରେମ ପାଇଁ ? ତୁମର ସବୁ କିଛି ଜାଣିବି ମୁଁ ତୁମର ହୋଇ ରହିଛି ପ୍ରେମ । ସବୁ ସତ ଯେ, କିନ୍ତୁ, ମଣିଷ ଜୀବନରେ କିଛି ତ ସତ୍ୟ ଲୁଚି କରିଥାଏ । ଯେଉଁ କଥା ତୁମେ ମତେ କହି ନ, କି କହିବାକୁ ଉପଯୁକ୍ତ ଭାବି ନ ଥିବ !

------କଣ କହିବାକୁ ଚାହୁଁଛ ତୁମେ ?

-------- ମୋ ପୂର୍ବରୁ ତୁମର କଣ କାହା ସହ ପ୍ରେମ ସମ୍ପର୍କ ନ ଥିଲା ସୁଧା ?

------ କେତେ ଥର କହିଛି ତୁମକୁ ପ୍ରେମ । ମୁଁ ଭଲ ପାଇବାରେ ବିଶ୍ୱାସ କରେନି । ତୁମ ପରି ଅନେକ ପୁଅ ଯୌବନ ଉପଭୋଗ କରି ଚାଲି ଯାଆନ୍ତି । ସେଥିପାଇଁ ମୋର କାହାର ଭଲ ପାଇବା ଉପରେ ଭରସା ନାହିଁ । 

 ------ସବୁ ପୁଅ କଣ ଖରାପ ସୁଧା ? 

----------ନା କିଛି ଜଣ ଭଲ ଅଛନ୍ତି । ସେମାନେ ଯେତେବେଳେ ଭଲ ପାଉଥିବେ, ସେମାନଙ୍କୁ ଭଲ ପାଇବାରେ କଣ ମିଳେ ? ପବିତ୍ର ଭଲ ପାଇବା ନା, ଛଳନାର ଧୋକା !

ଯଦି ତୁମେ କହିବା ପରି ସେମାନେ ପବିତ୍ର ଭଲ ପାଇବା ପାଇଥାନ୍ତେ । 

   ତା ହେଲେ ସେ ଗଳ୍ପରେ କଣ ପାଇଁ ସେ ଝିଅ କହିଲା :- 


 ''' ତୁମେ ବହୁତ ଭଲ, ମୋ ଠାରୁ ତୁମକୁ ବହୁତ ଭଲ ଝିଅ ମିଳିବେ ? 

  ଆହୁରି ମଧ୍ୟ ସେ ଗଳ୍ପରେ ଲେଖା ଅଛି ? ଯଦି ଜଣେ ଭଲ ପୁଅକୁ ସେ ଝିଅ ପରିତ୍ୟାଗ କରି ଦେଲା । ତା ହେଲେ କଣ ସେ ପୁଅ ଖରାପ ଥିଲା ନା ଝିଅ ! ଦୁନିଆଁରେ କେହି ବି ଭଲ ପିଲାଙ୍କୁ ପରିତ୍ୟାଗ କରନ୍ତି ନାହିଁ । ବୁଝିବାକୁ ପଡିବ, ପକୃତ ଭଲ ପାଇବାରେ ଭଲ 'ଶବ୍ଦ' ଟିର ଅର୍ଥ କଣ ? 

-------କଣ କହିବାକୁ ଚାହୁଁଚ ପ୍ରେମ ? ମତେ ତ କିଛି ବୁଝା ପଡୁନି !

---------- ନାଇଁ କିଛି ନାଇଁ । ଶୋଇପଡ, ଶୁଭ ରାତ୍ରି । ମୋ ପ୍ରଶ୍ନର ଉତ୍ତର ମୁଁ ନିଜେ ଖୋଜି ନେବି ! 


                *********** 


ସକାଳରୁ ରେଡି ହୋଇ ପ୍ରେମ ଶୀଘ୍ର ଅଫିସ ବାହାରି ଯାଏ । ଆଗରୁ କେବେ ପ୍ରେମ ଏତେ ଖୁସି ନ ଥିଲେ । ଆଜି କଣ ହେଇଗଲା ଏମିତି ଯେ ସେ ବହୁତ ଖୁସି ଅଛନ୍ତି । 

    ସକାଳର ସମସ୍ତ କାର୍ଯ୍ୟ ଶେଷ କରି ସୁଧା ବିଶ୍ରାମ ନେବା ପାଇଁ ଯାଏଁ । ଶଯ୍ୟାକୁ ସଜାଡ଼ିଲା ବେଳେ, ପ୍ରେମଙ୍କ ତକିଆ ତଳେ ବହିଟି ପାଇ ଆଶ୍ଚର୍ଯ୍ୟ ହୁଏ ସୁଧା । 

  ପ୍ରେମ କେବେଠୁ ବହି ପଢୁଛନ୍ତି । ବହିର କଭର ପୃଷ୍ଠାରେ ଟାଇଟେଲ "ପ୍ରଣୟ ସୁଧା" ପଢି ଚମକି ପଡନ୍ତି ସୁଧା !

    ଗାଳ୍ପିକଙ୍କ ନାଁ ପ୍ରଣୟ ପଟ୍ଟନାୟକ । କିଛି ସମୟ ପାଇଁ ସୁଧା ଅତୀତକୁ ଫେରିଯାଆନ୍ତି । ପ୍ରଣୟ ସହ ସମ୍ପର୍କକୁ ମନେ ପକେଇବାକୁ ଚେଷ୍ଟା କରେ । ହେଲେ ପ୍ରଣୟ ତ କେବେ writer ନ ଥିଲେ ?

 ବହିଟି ଖୋଲି ପଢିବାକୁ ଆରମ୍ଭ କରନ୍ତି । 

   ଜୀବନର ଯୌବନ ଅବସ୍ଥାରେ ଯେଉଁ ଭଲ ପାଇଥିଲା ସୁଧା, ବହିଟି ପଢି ସବୁ ମନେ ପଡି ଯାଇଛି । ହଜି ଯାଇଛିନ୍ତି ସେଇ ସ୍ମୃତିର ଦାରିଆରେ । 

  

ଶେଷ ଭାଗରେ କଣ ପାଇଁ ଲେଖା ହୋଇଛି, ପ୍ରେମ ଯଦି ପବିତ୍ର, ତା ହେଲେ ସେ ଦିନେ ନା ଦିନେ ମନେ ପକେଇ, ଝୁରିବ । ସବୁ ପ୍ରେମ ସିନ୍ଦୂର ପିନ୍ଧେ ନାହିଁ ! ପକୃତ ଭଲ ପାଇବା, ଅନ୍ୟର ଖୁସିରେଥାଏ । 

ସେଥିପାଇଁ ନିଜର ଖୁସିକୁ ବଳିଦାନ ଦେଲେ ବି ହରେଇବାରେ ଦୁଃଖ ଲାଗେ ନାହିଁ । କିନ୍ତୁ ପ୍ରେମ ପାଇବା ଅପେକ୍ଷା ତ୍ୟାଗରେ ଶାଶ୍ୱତ ଭଲ ପାଇବା ରହିଥାଏ । 

     ପ୍ରଣୟ ତ କେବେଠୁ ମତେ ଭୁଲି ଯାଇଥିବେ । କଳିଯୁଗରେ ବା କିଏ ଏତେ ହୃଦୟ ଦେଇ ଭଲ ପାଉଥିବ ? ସେ ଯଦି ଭଲ ପାଉଥିଲେ, ମୁଁ ଯାହା ଖୋଜୁଥିଲି, ନିଶ୍ଚିତ ଦେଇ ପାରି ଥାନ୍ତେ !ହେଲେ ନାଇଁ । 

ସେ ସବୁ ତାଙ୍କର କିଛି କରିବାର ନ ଥିଲା । କଣ ଦେଖେଇବାକୁ ଚେଷ୍ଟା କରୁଥିଲେ କେଜାଣି ! ଫେରି ଆସେ ସୁଧା ଅତୀତରୁ । 

 କେହି ଜଣେ ଏମିତି କାଳ୍ପନିକ ଲେଖା ଲେଖି ଦେଇଛନ୍ତି । ମୋ ଜୀବନ status, money ଆଉ positionକୁ ଗୁରୁତ୍ବ ବେଶି ଦେଇଥାଏ । ସେଥିପାଇଁ ଇଚ୍ଛା ନ ଥିଲେ ବି ମୁଁ ପ୍ରେମକୁ ବିବାହ କରିଛି । 

ମୋ ସାଙ୍ଗମାନଙ୍କ ଭିତରେ ମୁଁ ସବୁଠୁଁ ରିଚେଷ୍ଟ women । 

   ଯେତିକି ଦରକାର ଭଲ ପାଇବା ମୁଁ ତ ପ୍ରେମକୁ ଦେଇଛି । 

ସେ ଏବେ ଖୁସି ନ ହେଲେ, ମୁଁ କଣ କରିବି । ବହିଟିକୁ ତକିଆ ତଳେ ରଖି ଶୋଇ ଯାଆନ୍ତି ସୁଧା । 

     

    *************************** 


ଅଫିସର ସବୁ କାମ ସାରି ପ୍ରେମ ପୁସ୍ତକ ମେଳା ଅନୁଷ୍ଠିତ ପଡିଆକୁ ପୁନର୍ବାର ଯାଆନ୍ତି । କିମ୍ବଦନ୍ତୀ ଷ୍ଟଲରେ ସେହି ଅପରିଚିତ ଲୋକଟିକୁ ଦେଖି ଖୁସି ହୋଇଯାଏ ପ୍ରେମ । 

---- Helo ସାର, ଆଇ ଆମ ପ୍ରେମ, ପ୍ରେମ ଚୌଧୁରୀ । 

---------Hi - ପ୍ରଣୟ, ପ୍ରଣୟ ପଟ୍ଟନାୟକ । 

--------- ଆପଣ କଣ ଜଣେ ଗାଳ୍ପିକ ?

----------ହଁ । 

------ଆପଣ ନିଶ୍ଚିତ ପ୍ରଣୟ ସୁଧାର ଲେଖକ ଅଟନ୍ତି ?

--------- ହଁ । 

-------ତା ହେଲେ ମୋ ପ୍ରଶ୍ନର ଉତ୍ତର ଆପଣ ଦେଇ ପାରିବେ । 

--------ଚେଷ୍ଟା କରିବି ପ୍ରେମ ବାବୁ । 

-------ସେ ଗଳ୍ପରେ ଯାହା ଲେଖା ଅଛି, କଣ ଆପଣଙ୍କ ଜୀବନର ସମ୍ପୂର୍ଣ୍ଣ ସତ୍ୟ ଘଟଣା, ନା କାଳ୍ପନିକ ? 

------- କିଛି ଲେଖା ଜୀବନର ପ୍ରତିଟି ମୁହୂର୍ତ୍ତ ସହ ଜଡିତ ଥାଏ । ଆଉ କିଛି କାଳ୍ପନିକ । କିନ୍ତୁ ପ୍ରଣୟ ସୁଧାର ଲେଖାଟି ସମାଜରେ ଘଟୁଥିବା ବାସ୍ତବତା ସହ ଜଡିତ । 

------ସତରେ କହିବାକୁ ଗଲେ ପ୍ରଣୟ ବାବୁ, ଆପଣଙ୍କ ଲେଖାର ମୁଁ ଜଣେ ମୁଗ୍ଧ ପାଠକ । 

------- ଧନ୍ୟବାଦ ପ୍ରେମ ବାବୁ । 

--------ଆପଣଙ୍କ ସହ ପରିଚିତ ହୋଇ ଖୁସି ଲାଗିଲା । ମୋର ଗୋଟେ ଛୋଟ ଅନୁରୋଧ ରଖିବେ । 

---------କଣ କହୁ ନାହାନ୍ତି ? 

-------- ଆସନ୍ତାକାଲି ଅଫିସ ଛୁଟି ଅଛି । ମୁଁ ଆପଣଙ୍କୁ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରୁଅଛି । ଆଶା କରେ ଆପଣ ନିରାଶ କରିବେନି । 

-------କିନ୍ତୁ ପ୍ରେମ ବାବୁ ?

--------- କିନ୍ତୁ ଫୁଣି କଣ ସାର ? ମୁଁ ଆପଣଙ୍କୁ ନେବା ଆଣିବା ମୋ କାର କରି ଦେବି । 

---କିଛି ସମୟ ନିରବ ରହି ପ୍ରଣୟ ନିଜର ସମ୍ମତି ଜଣାଇଲେ । 

------ଧନ୍ୟବାଦ ସାର । ଶୁଭ ରାତ୍ରି । 

----------ଶୁଭ ରାତ୍ରି ପ୍ରେମ ବାବୁ । । 


            ************ 


ସୁଧା ଶୁଣୁଛ ଆଜି ମୋର ବନ୍ଧୁ ଆସିବେ ରାତ୍ରି ଭୋଜନ ପାଇଁ, ଟିକେ ଭଲ ସେ ଖାଦ୍ୟ ପ୍ରସ୍ତୁତ କରିବ । ବହୁତ ଦିନ ପରେ ମତେ ବୁଝିଲା ପରି ବନ୍ଧୁଟିଏ ପାଇଛି । ତୁମେ ବି ତାଙ୍କ ସହ ମିଶିଲେ ଜାଣିବ, ସରଳ ପଣ ଆଉ ଆନ୍ତରିକତା ଭଲ ପାଇବା କାହାକୁ କୁହାଯାଏ । ସେ ଏକା ଧାରରେ ଅନେକ ଗୁଣର ସମ୍ପନ୍ନ ଲୋକ ଅଟନ୍ତି । ହେଲେ ପ୍ରେମ, ତୁମର ସବୁ ବନ୍ଧୁମାନଙ୍କୁ ମୁଁ ଜାଣିଛି । ହେଲେ କେବେ ତୁମେ ଏମିତି ଖାସ ବନ୍ଧୁଙ୍କ କଥା ତ ମତେ କହିନ ?

   କଥା କଣ କି ସୁଧା, ଜୀବନର ଅନେକ ମୋଡ଼ରେ କେହି ନା କେହି ଦେଖା ହୁଅନ୍ତି, କିଏ କ୍ଷଣକ ପାଇଁ ଥାଏ ତ ଆଉ କିଏ ସାରା ଜୀବନ ଯାଏ ସାଥେ ଚାଲିବା ପାଇଁ ସାଥେ ଥାନ୍ତି । 

   ଜାଣେନା ସେ ମୋର କେତେ ଦିନର ବନ୍ଧୁ ହୋଇ ରହିବେ ? ତଥାପି ମୋର ଆଶା ଅନେକ କିଛି ତାଙ୍କ ଠାରୁ ମତେ ଶିଖିବାକୁ ମିଳିବ । ଆଉ ମୋ ମନରେ ଥିବା ସମସ୍ତ ଭ୍ରାନ୍ତି ଆଜି ଦୂର ହୋଇଯିବ । 

ହଉ ତୁମେ ପ୍ରସ୍ତୁତ ଥିବ, ମୁଁ ମିଟିଙ୍ଗ ସାରି ଆସିଲା ବେଳେ ତାଙ୍କୁ ନେଇକି ଆସିବି । ଆସୁଛି ସୁଧା । ପ୍ରେମଙ୍କ ଚାଲିଯିବା ପରେ, ଚିନ୍ତିତ ଥିଲେ ସୁଧା । ଅଜାଣତରେ ତାଙ୍କ ମନରେ ଅନେକ ପ୍ରଶ୍ନ । କାହିଁକି ମନ ଅସ୍ଥିର ଲାଗୁଚି । କେହି ଜଣେ ହୃଦୟକୁ ଅଧିର କରିବାକୁ ଚେଷ୍ଟା କରୁଛି । ଲାଗୁଚି ମୋ ଆପଣାର କେହି ଜଣେ ମତେ ଖୋଜୁଛି ଯେମିତି?

    ନିଜକୁ ଆଶ୍ୱସ୍ତ କରି ସୁଧା ମନର ଭ୍ରମ ଭାବି, ପାଣି ପିଇ ଖାଦ୍ୟ ପ୍ରସ୍ତୁତ କରିବାକୁ ରୋଷେଇ ଘରକୁ ଛାଲିଗଲେ । 

            

               *******

 ଅପେକ୍ଷାରେ ଧୈର୍ଯ୍ୟହରା ହୋଇଗଲେଣି ସୁଧା । କେତେବେଳେ ପ୍ରେମ ଆସିବେ ? ରାତି ଆସି ନଅଟା ବାଜିଲାଣି । ବାବୁଙ୍କର ଦେଖା ନାହିଁ ! ଠିକ ଏହି ସମୟରେ କାରର ହରନ ଶବ୍ଦ ଶୁଣି, ସୁଧା କବାଟ ଖୋଲି ଦେଲେ । 

    ଆଖି ସାମ୍ନାରେ ଜଣେ ବଳିଷ୍ଠ ଚେହେରା ସହ ଦାଢ଼ି ଆଉ ମୁଣ୍ଡରେ ମୁଣ୍ଡେ କେଶ ଭର୍ତ୍ତି ଯୁବକ । ଲାଗୁଚି ଯେମିତି ମୁଁ କେବେ ଦେଖିଚି ତାଙ୍କୁ କେଉଁଠି, ହେଲେ ମନେ ପଡୁନାହିଁ । ବେଶ ପୋଷାକରୁ ଲାଗୁଚି, ଜଣେ ଗାଳ୍ପିକ ପରି । 

--------ଅରେ ଅସନ୍ତୁନା, (ସୁଧା) !

-------- ପ୍ରେମ- ସାର ଆସନ୍ତୁ । meet my wife sudha, 

-----Hii ! My self ପ୍ରଣୟ । 

--------- ସୁଧା! Wel come sir ! 


କିଛି ସମୟର କଥାବାର୍ତ୍ତା ପରେ । ପ୍ରଣୟ ଚିହ୍ନି ସାରିଥିଲେ ସୁଧାକୁ । ବହୁତ ଦିନ ପରେ ସୁଧା ସହ ଏମିତି ଦେଖା ହେବ ବୋଲି, ନିଜକୁ ବିଶ୍ୱାସ କରି ପାରୁ ନ ଥିଲେ । 

    ମତେ ଭୁଲିଗଲା ପରେ ସୁଧା ବହୁତ ଖୁସିରେ ଅଛନ୍ତି । 

ମୋ ପାଖରୁ ଯାହା ସେ ପାଇନଥିଲେ, ଏତେ ବଡ ଘର ଆଉ ପ୍ରେମ ପରି handsome ସ୍ୱାମୀ ପାଇ, ଯେ କେହିବି ଖୁସିରେ ନିଶ୍ଚିତ ରହିବ

ହେଲେ ମୋ ଭଲ ପାଇବାରର ମୂଲ୍ୟ କଣ ଥିଲା । କିଛି ସମୟର ଖଟା ମିଠା ସମ୍ପର୍କ । ହେଇପାରେ । ମୋର ଆଉ ବେଶି ସମୟ ଏଠି ରହିବ ଠିକ ହେବ ନାହିଁ । 

   ସୁଧା ଚିହ୍ନି ଦେଲେ, ଖାଲିଟାରେ ତାଙ୍କ ବୈବାହିକ ଜୀବନରେ ମୋ ପାଇଁ ଝଡ଼ ଆସିଯିବ । 

-------ପ୍ରେମ ବାବୁ ମୋର ବହୁତ କାମ ଅଛି । ଟିକେ ଶୀଘ୍ର ଘରକୁ ଯିବାକୁ ହବ । 

  ଓଃ ଆଛା ହଉ, ସୁଧା ଖାଇବା ଲଗାଅ । 

ଖାଇବା ଟେବୁଲ ପାଖରେ କିଛି ସମୟର ନିରବତା ପରେ, 

ପ୍ରେମ କୁହେ ସୁଧା ଆଜିର ଖିରି ବହୁତ testy ହୋଇଛି । ଆରେ ପ୍ରଣୟ ସାର, ଆପଣ ବି test କରନ୍ତୁ ନା !

    ପ୍ରଥମ ପ୍ରେମର ପ୍ରେମିକା ହାତର ଖିରିର ସ୍ୱାଦ ସେ ଦିନ ଯେମିତି ଥିଲା, ଠିକ ଆଜି ବି ସେମିତି କା testy ଅଛି । ଖାଲି ଫରକ ଏତିକି, କାଲିର ପ୍ରେମିକା ଆଜି କାହାର ସାତ ଜନ୍ମର ନାୟିକା । 

   ପ୍ରଣୟ ବାବୁ ମୋର ଗୋଟେ ପ୍ରଶ୍ନ ଅଛି । ଯଦି ଖରାପ ଭାବିବେନି କହିବେ କି ?

   ଆପଣଙ୍କର ବହିଟିକୁ ପଢି ମୁଁ ଟିକେ ଭ୍ରମରେ ଅଛି । ପବିତ୍ର ଭଲ ପାଇବାରେ, ପ୍ରେମର ମୂଲ୍ୟ କଣ ? ଆଉ ଭଲ ପାଇବାରେ ଭଲ ଶବ୍ଦଟିର ଅର୍ଥ କଣ ? 


  କାହିଁକି ସେ ଝିଅ ଛାଡ଼ ଚାଲିଗଲା । ଭୁଲ କାହାର ଥିଲା ? 


  କିଛି ସମୟ ଚୁପ ରହି ପ୍ରଣୟ କହିଲେ :-

 ସମ୍ପର୍କର ମୂଳଦୁଆ ବିଶ୍ୱାସ ଉପରେ ଗଢ଼ି ଉଠି ହୋଇଥାଏ । ପବିତ୍ର ଭଲ ପାଇବା କେବେ ବି ସ୍ୱାର୍ଥକୁ ଦେଖେ ନାହିଁ । 

ବେଳେ ବେଳେ ପରିବେଶ ଆଉ ପରିସ୍ଥିତି ପାଇଁ ଭଲ ପାଇବା ହାରି ଯାଇଥାଏ । 

    ଭଲ ପାଇବାରେ ଭଲ ଶବ୍ଦଟି ଗୋଟେ ବିଶ୍ୱାସକୁ ଭାଙ୍ଗିବା ପାଇଁ ଯଥେଷ୍ଟ ପ୍ରେମ ବାବୁ । 

   ଭଲ ମଣିଷଟିଏ ସମାଜରେ ବହୁତ କିଛି ସହିଥାଏ । କାହିଁକି ନା ସେ କେବେ କାହାରି କିଛି ଅନିଷ୍ଟ ଚିନ୍ତା କରେ ନାହିଁ । 

    ଜୀବନରେ ପ୍ରଣୟ ଜଣେ ଉଚ୍ଚ ଶିକ୍ଷିତ ହୋଇ ବି, ଭଲ ପାଇବା ପାଖରେ ଛୋଟ ଛୁଆ ହୋଇଯାଇଥିଲେ । କାହିଁକି ନା ଛୋଟ ପିଲାଟି ହିଁ ନିଃସ୍ୱାର୍ଥପର ଭଲ ପାଇଥାଏ । 

    ହେଲେ ବିଡ଼ମ୍ବନା, ଯିଏ ଦିନେ ଏତେ ଯତ୍ନ ନେଉଥିଲା ଆପଣାର ହୋଇ, ତାକୁ ମନ କଥା କହି ଦେଲା ପରେ, ସେ ହିଁ ଭୁଲ ବୁଝେ ଭଲ ପାଇବାକୁ । 

  ପ୍ରତି ବଦଳରେ ଦେଇ ଯାଏ କିଛି ଅଲିଭା ଚିହ୍ନକୁ । 


   ହେଲେ ପ୍ରଣୟ ବାବୁ ଆପଣଙ୍କ ଗଳ୍ପରେ ପ୍ରଣୟକୁ କଣ ମିଳିଲା । 

   ଯୋଉଠି ନିଃସ୍ୱାର୍ଥପର ଭଲ ପାଇବା ଥାଏ ପ୍ରେମ ବାବୁ, ଜୀବନରରେ ସେ ପ୍ରେମ ବହୁତ ଖୁସିରେ ଥାଏ । ଯେତେ ଦୁରେ ଥିଲେ ବି । 

   ମୋ ଷ୍ଟୋରିରେ ପ୍ରଣୟକୁ ତା ଭଲ ପାଇବା ମିଳି ପାରିଲା ନାହିଁ । ହେଲେ ସୁଧା ତ ପ୍ରଣୟର ଭଲ ପାଇବା ପାଇ ଖୁସିରେ ଅଛି ନା । 

  ହେଲେ କେମିତି ପ୍ରଣୟ ବାବୁ ( ପ୍ରେମ ), ଦେଖନ୍ତୁ ମନରେ ଲୋଭ ରଖି କିଛି ପାଇବା ଆଶାରେ ଭଗବାନଙ୍କୁ ଡାକିଲେ ସବୁ କିଛି ମିଳେ ନାହିଁ । ମାତ୍ର ଅନ୍ୟ କାହା ପାଇଁ ନିଜ ଖୁସିକୁ ବଳି ଦେଇ, ତା ପାଇଁ ଓଠରେ ହସ ଟିକେ ସବୁ ଦିନ ରଖି ବାକୁ ମାଗିଲେ ବର ଅବଶ୍ୟ ମିଳିବ । 

   ସେଥିପାଇଁ ତ ସୁଧା ଖୁସିରେ ଅଛି ଆଉ ପ୍ରଣୟ ତାର ଭଲ ପାଇବାରେ ବଞ୍ଚିଛି । 

  ସତରେ ପ୍ରଣୟ ବାବୁ, ଆପଣଙ୍କର ଚିନ୍ତାଧାରା ଅତ୍ୟନ୍ତ ଉତ୍ତମ । ପ୍ରଣୟର ସମସ୍ତ କଥା ସୁଧା ଚୁପ ଚାପ ଶୁଣୁ ଥାଏ । ପାଖରେ ପ୍ରଣୟକୁ ଚିହ୍ନି ପାରି ଥିଲେ ବି, ସେ ତାଙ୍କର ପ୍ରେମିକା ବୋଲି ପରିଚୟ ଦେଇପାରୁ ନ ଥାଏ । ଖାଇବା ଶେଷ ପରେ ପ୍ରେମ ହାତ ଧୋଇ ହୋଇ ଆସିଲା ବେଳକୁ, ପ୍ରଣୟ ବିଦାୟ ନେଇ ଯିବ ପାଇଁ ପ୍ରସ୍ତୁତ ଥିଲେ । 

ଧନ୍ୟବାଦ ପ୍ରେମ ବାବୁ, ସୁସ୍ଵାଦୁ ଭୋଜନ ପାଇଁ । ମୁଁ ଏବେ ଆସୁଛି । 

ଚାଲନ୍ତୁ ମୁଁ ଛାଡି ଦେବି । ଧନ୍ୟବାଦ । କିନ୍ତୁ ଏତେ ରାତ୍ରିରେ ଆପଣ ମ୍ୟାଡମଙ୍କୁ ଛାଡି ଏକା ଯିବାଟା ମୋ ସହ ଠିକ ଲାଗୁନାହିଁ ମତେ । 

 ମୁଁ ଟେମ୍ପୋରେ ଚାଲିଯିବି । ଶୁଭ ରାତ୍ରି । ବିଦାୟ ନେଲା ବେଳେ ସୁଧାର ନିରବତା ଦେଖି ପ୍ରଣୟ ସବୁ କିଛି ବୁଝି ଯାଇଥିଲେ । 

  ଆଜି ବି ପ୍ରଣୟ ମୋର କେତେ ଯତ୍ନ ନେଉଛନ୍ତି । ହେଲେ ମୋ ବିରହ ପାଇଁ ତାଙ୍କ ଜୀବନଟାକୁ ଯାଯାବର କରିଦେଲେ । 

   ଫେରି ଯାଉଥିବା ସମୟରେ ପ୍ରଣୟକୁ ଲକ୍ଷ୍ୟ କରି ପ୍ରେମ କହୁଥିଲେ ସୁଧାକୁ । ଜାଣିଛ ସୁଧା ଆମେ ଯେତେ ଖୁସିରେ ଥିଲେ ବି ଆମ ଭିତରେ ପକୃତ ଭଲ ପାଇବା ହିଁ ନାହିଁ । ସେଥିପାଇଁ ଭଗବାନ ଆମକୁ ଆମ ଭଲ ପାଇବାର ସନ୍ତକ ଦେବା ପାଇଁ ଇଚ୍ଛୁକ ନୁହଁନ୍ତି । 

  ମୁଁ ଜାଣିଛି ସ୍ୱାର୍ଥ ମଣିଷ ପାଇଁ ଭଲ ପାଇବାର ଏକ ବସ୍ତୁ ଅଟେ । 

ଆମେ ଭଲ ପାଇବାରେ ନିଃସ୍ୱାର୍ଥପର ରଖିନେ । ସେଥିପାଇଁ ଆମ କୋଳ ଶୂନ୍ୟ । 

  ହେଲେ ପ୍ରଣୟଙ୍କର ଭଲ ପାଇବା ପବିତ୍ର ଆଜି ବି, ସେଥିପାଇଁ ସେ ବହୁତ ଖୁସିରେ ଅଛନ୍ତି । 

   ଆଖି ପଲକ ଆଢୁଆଳରେ ଲୁହକୁ ଲୁଚେଇ ସୁଧା ଚାଲି ଯାଇଥିଲେ ଫ୍ରେଶ ହେବା ପାଇଁ । ପ୍ରେମ ବି ବୁଝି ସାରିଥିଲା ପକୃତ ଭଲ ପାଇବା କାହାକୁ କୁହାଯାଏ । । 



Rate this content
Log in

Similar oriya story from Romance